Posted inଖେଳ

ବାଲକୋନୀରୁ ଡେଇଁ ଆତ୍ମହତ୍ୟା କରିବାକୁ ଚାହୁଁଥିଲେ ଉଥାପ୍ପା

ନୂଆଦିଲ୍ଳୀ,୪।୬(ପି.ଟି.): ୨୦୦୭ରେ ଅନୁଷ୍ଠିତ ଟି୨୦ ବିଶ୍ୱକପ୍‌ର ପ୍ରାରମ୍ଭିକ ସଂସ୍କରଣରେ ଭାରତକୁ ଚାମ୍ପିୟନ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ରବିନ୍‌ ଉଥାପ୍ପା ଏକଦା ମାନସିକ ଦୁଃଶ୍ଚିନ୍ତାର ଶିକାର ହୋଇ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ। କ୍ୟାରିୟରରେ ୨ ବର୍ଷ ସେ ଏ ଭଳି ମାନସିକ ଚାପ ଦେଇ ଗତି କରି ଆସୁଥିଲେ। ସେ ବାଲକୋନୀରୁ ଡେଇଁ ଆତ୍ମହତ୍ୟା କରିବାକୁ ଚିନ୍ତା କରୁଥିଲେ। ତେବେ ଏହି ଦୁଃସମୟରେ କ୍ରିକେଟ ହିଁ ତାଙ୍କୁ ଏଥିରୁ ନିବୃତ୍ତ ରହିବାକୁ ସାହାସ ଦେଇଥିଲା ବୋଲି ଉଥାପ୍ପା କହିଛନ୍ତି। ରୟାଲ ରାଜସ୍ଥାନ ଫାଉଣ୍ଡେଶନ ଲାଇଭ୍‌ ସେସନ ‘ମାଇଣ୍ଡ, ବଡି ଆଣ୍ଡ ସୋଲ’ରେ ଅଂଶଗ୍ରହଣ କରି ଉଥାପ୍ପା ନିଜ ଜୀବନ ଅନେକ ଗୁପ୍ତ କଥା ସାର୍ବଜନୀନ କରିଛନ୍ତି।
୨୦୦୯ରୁ ୨୦୧୧ ମଧ୍ୟରେ ଏଭଳି ପରିସ୍ଥିତର ସମ୍ମୁଖୀନ ହୋଇଥିଲି। ସେତେବେଳେ କ୍ରିକେଟ ବିଷୟରେ ଚିନ୍ତା କରିପାରୁ ନ ଥିଲି। ସେତେବେଳେ ଆଜି କିଭଳି ରହିବ ଓ କାଲି କେମିତି ବିତାଇବି। ମୋ ଜୀବନ କେଉଁଆଡେ ଗତି କରୁଛି ସେ ନେଇ ସନ୍ଦୀହାନ ଥିଲି। ଅବଶ୍ୟ କ୍ରିକେଟ ଏହି ଚିନ୍ତାରୁ ଦୂରେଇ ରହିବା ପାଇଁ ସାହାଯ୍ୟ କରିଥିଲା। ତେବେ ଅଫ୍‌ ସିଜନ ଓ ମ୍ୟାଚ୍‌ ନ ଥିବା ଦିନଗୁଡିକରେ ପୁଣି ସମସ୍ୟାରେ ପଡୁଥିଲି। ବେଳେବେଳେ ମନେ ହେଉଥିଲା ବାଲଲକୋନୀରୁ ଡେଇଁ ଜୀବନ ହାରି ଦେବି। କିନ୍ତୁ କୌଣସ କାରଣରୁ ଏଥିରୁ ନିବୃତ୍ତ ରହିବାରେ ସକ୍ଷମ ହୋଇଥିଲି। ସେତେବେଳେ ଡାଏରୀ ଲେଖିବା ଆରମ୍ଭ କରିଥିଲି। ଜଣେ ମଣିଷ ହିସାବରେ ନିଜକୁ ବୁଝିବାକୁ ପ୍ରୟାସ କରିଥିଲି। ଏହାପରେ ବାହାରୁ ସହାଯ୍ୟ ନେଇଥିଲି ଓ ଜୀବନର ଗତିପଥ ବଦଳାଇବାକୁ ଚେଷ୍ଟା କରିଥିଲି।
ଏହାପରେ ଅଷ୍ଟ୍ରେଲିଆରେ ଭାରତ ଏ’ ଦଳରେ ନେତୃତ୍ୱ ନେଇଥିଲେ ମଧ୍ୟ ଭାରତୀୟ ଦଳରେ ସ୍ଥାନ ପାଇ ନ ଥିଲି। ଯେତେ ପରିଶ୍ରମ କଲେ ବି ରନ ସଂଗ୍ରହ କରିପାରୁ ନ ଥିଲି। ମୋ ସହିତ କିଛି ସମସ୍ୟା ଥିଲା ବୋଲି ଭାବିଥିଲି। ମାନସିକ ସମସ୍ୟାକୁ ଆମେ ବେଳେବେଳେ ସ୍ବୀକାର କରିବାକୁ ଅକ୍ଷମ ହୋଇଥାଉ ବୋଲି ଉଥାପ୍ପା କହିଛନ୍ତି। ତେବେ ଏହାପରେ ୨୦୧୪- ୧୫ ରଣଜୀ ସେସନରେ ଉଥାପ୍ପା ସର୍ବାଧିକ ରନ ସଂଗ୍ରହ କରିଥିଲେ। ଏପର୍ଯ୍ୟନ୍ତ ଅବସର ଘୋଷଣା କରି ନ ଥିଲେ ମଧ୍ୟ ସେ ୨୦୧୫ ପର୍ଯ୍ୟନ୍ତ ଭାରତ ପାଇଁ ଖେଳିଥିଲେ। ଜୀବନରେ ଖାରପ୍‌ ସମୟ ଦେଇ ଗତି କରିଥିବାରୁ ଓ ନକାରାତ୍କ ଅଭିଜ୍ଞତା ହାସଲ କରିଥିବାରୁ ମୋର କୌଣସି ଅନୁସୋଚନା ନାହିଁ। କାରଣ ଏହା ଦ୍ୱାରା ସକାରାତ୍ମକ ମନୋଭାବ ଆସିଥାଏ। ଗତ ଏକ ଦସନ୍ଧିରେ କ୍ରିକେଟରେ ବହୁ ପରିବର୍ତ୍ତନ ଆସିଛି ବୋଲି ଉଥାପ୍ପା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୟଙ୍କର ଦୁର୍ଘଟଣା: ଟ୍ରକ୍‌ ଚକା ତଳେ ଗଲେ ଜୀବନ 

ରାୟଗଡା,୨୦।୧୨(ଆଶିଷ ରଞ୍ଜନ ପଣ୍ଡା): ଭୟଙ୍କର ଦୁର୍ଘଟଣା। ଟ୍ରକ୍‌-ବାଇକ ମୁହାଁମୁହିଁ ଧକ୍କାରେ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି...

ଡିଭାଇଡରରେ ପିଟି ହୋଇ ଜଳିଗଲା ଟ୍ରେଲର୍‌

ସମ୍ବଲପୁର,୨୦।୧୨: ରମ୍ପେଲା ସପ୍ନେ ବ୍ରିଜ ଉପରେ ଶନିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବ୍ରିଜ ଉପରେ ଏକ ୧୮ ଚକିଆ ଟ୍ରେଲର୍‌ ଯାଉଥିବା ବେଳେ...

ରାସ୍ତା କଡରେ ପଡିଛି ଲକ୍ଷ ଲକ୍ଷ ଟଙ୍କାର ଔଷଧ

ମୋହନା,୨୦।୧୨( ମନ୍ମଥ ମିଶ୍ର ): ସରକାର ନିରାମୟ ଯୋଜନାରେ ସାଧାରଣ ଗରିବ ଲୋକଙ୍କ ପାଇଁ ପ୍ରତି ସ୍ବାସ୍ଥ୍ୟ କେନ୍ଦ୍ର ଓ ଉପ ସ୍ବାସ୍ଥ୍ୟ କେନ୍ଦ୍ରଗୁଡିକୁ କୋଟିକୋଟି...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଷ୍ଟାଣ୍ଡବାଏ କିମ୍ବା ରିଜର୍ଭ ଖେଳାଳିଙ୍କୁ କାହିଁକି ଚୟନ କରାଯାଇ ନ ଥିଲା? କାରଣ କହିଲେ ବିସିସିଆଇ ସଚିବ

ନୂଆଦିଲ୍ଲୀ,୨୦।୧୨: BCCI 2026 ଟି-20 ବିଶ୍ୱକପ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଶୁବମନ ଗିଲ ଏବଂ ରିଷଭ ପନ୍ତଙ୍କ ସମେତ ଅନେକ...

ଶାଢି ନଥିବାବେଳେ କ’ଣ ପିନ୍ଧୁଥିଲେ ମହିଳା? ୯୯% ଜାଣି ନ ଥିବେ ସତ

ପ୍ରତିବର୍ଷ ଡିସେମ୍ୱର 21 ତାରିଖରେ ବିଶ୍ୱ ଶାଢ଼ି ଦିବସ ପାଳନ କରାଯାଏ। ଶାଢ଼ି ହେଉଛି ଏକ ପାରମ୍ପରିକ ଭାରତୀୟ ମହିଳା ପୋଷାକ, ଯାହା ଶରୀରରେ ପୋଷାକ...

ଦୁଇ ପୁଅଙ୍କ ପାଇଁ ଏତିକି ଟଙ୍କାର ସମ୍ପତ୍ତି ରଖିଛନ୍ତି ଭାରତୀ ସିଂ, ସ୍ବାମୀଙ୍କ ହର୍ଷଙ୍କ ପାଖରେ ଅଛି…

ମୁମ୍ବାଇ,୨୦ା୧୨: କମେଡି କୁଇନ୍‌ ଭାରତୀ ସିଂଙ୍କ ଘରେ ପୁଣି ଥରେ ହସ ଫୁଟିଛି। ଏହି କମେଡି କୁଇନ୍‌ ଜଣେ ଛୋଟ ରାଜକୁମାରଙ୍କ ମା’ ହୋଇଛନ୍ତି। ଭାରତୀ...

୭୫୩ ଦିନ ପରେ ସରିଲା ବନବାସ, ଟିମ୍‌ ଇଣ୍ଡିଆ ପାଇଁ କେମିତି ଚୟନ ହେଲେ ଇଶାନ କିଶନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୦।୧୨: ୨୦୨୬ ଆଇସିସି ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ୱିକେଟକିପର-ବ୍ୟାଟ୍ସମ୍ୟାନ ଇଶାନ କିଶାନ ଦୁଇ ବର୍ଷ ପରେ ଦଳକୁ ଫେରିଛନ୍ତି। ଇଶାନ...

୧୮ ମାଓବାଦୀଙ୍କ ମୁଣ୍ଡ ପାଇଁ ୮ କୋଟି ୪୦ ଲକ୍ଷ ପୁରସ୍କାର

ଭୁବନେଶ୍ୱର,୨୦।୧୦: ମାଓବାଦୀଙ୍କୁ ଧରାଇ ଦେବା ପାଇଁ ପୋଲିସ ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି। ବୌଦ୍ଧ ପୋଲିସ ୧୮ ମାଓବାଦୀଙ୍କ ମୁଣ୍ଡ ଉପରେ ୮ କୋଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri