Posted inଖେଳ

ପିଲାଦିନର ଅଭିଳାଷ ପେଣ୍ଟିଂକୁ ଉପଭୋଗ କରୁଛନ୍ତି ଭାଲେଣ୍ଟିନା

ଭୁବନେଶ୍ୱର, ୧୩।୪(କ୍ରୀଡ଼ା ପ୍ରତିନିଧି)- କରୋନା ଭାଇରସ୍‌ ସଂକ୍ରମଣ ଜନିତ କାରଣରୁ ଏବେ ଖେଳ ସମ୍ଭବ ନ ଥିବାରୁ ପ୍ରାକ୍ଟିସ ଉପରେ ବିଶେଷ ଫୋକସ କରି ପାରୁନାହାନ୍ତି କ୍ରୀଡ଼ାବିତ୍‌। ଯେଉଁମାନେ ଘରେ ରହୁଛନ୍ତି ସେମାନେ ପରିବାର ସହିତ ସମୟ ଅତିବାହିତ କରିବାର ସୁଯୋଗ ପାଇଛନ୍ତି। ବ୍ୟସ୍ତ ବହୁଳ କାର୍ଯ୍ୟସୂଚୀ ଯୋଗୁ ପୂର୍ବରୁ ଖେଳ ବ୍ୟତୀତ ଅନ୍ୟ କୌଣସି ଇଚ୍ଛା ପୂରଣ ହୋଇପାରୁ ନ ଥିଲା। ଏବେ କିନ୍ତୁ ସମଗ୍ର ଭାରତ ଲକ୍‌ଡାଉନ୍‌ ଥିବାରୁ ସାମାନ୍ୟ ଫିଟ୍‌ନେସ ଅଭ୍ୟାସ ସହିତ ସେମାନେ ନିଜର ଅଭିଳାଷକୁ ମଧ୍ୟ ପୂରଣ କରିବାପାଇଁ ସମୟ ପାଉଛନ୍ତି। ଏପରି କିଛି କରି ଏବେ ସମୟ ଅତିବାହିତ କରୁଛନ୍ତି ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କରାଟେକା ଭାଲେନା ଭାଲେଣ୍ଟିନା। ରାଜ୍ୟର ନିଜେ ଜଣେ ନାମୀ କରାଟେକା ହୋଇଥିବାବେଳେ ‘ଭିଭି କରାଟେ’ ନାମରେ ତାଙ୍କର ଏକ କରାଟେ ସ୍କୁଲ ରହିଛି। ତେଣୁ ନିଜେ ଅଭ୍ୟାସ କରିବା ସହିତ ସ୍କୁଲରେ ପିଲାମାନଙ୍କୁ ଟ୍ରେନିଂ ଦେବାରେ ବ୍ୟସ୍ତ ରହୁଥିବାରୁ ସେ ଘରପ୍ରତି ଏବଂ ନିଜର ଅନ୍ୟ କୌଣସି ଇଚ୍ଛା ପୂରଣପ୍ରତି ସମୟ ଦେଇପାରୁ ନ ଥିଲେ । ପିଲାଦିନେ ତାଙ୍କର ପେଣ୍ଟିଂ ପ୍ରତି ବହୁତ ଆଗ୍ରହ ଥିଲା। ଛୋଟ ବେଳେ ସେ ପେଣ୍ଟିଂ କରୁଥିଲେ ହେଁ ପରେ ବାଧ୍ୟହୋଇ ଦୂରେଇ ରହୁଥିଲେ। ମାତ୍ର ଏବେ ୨୪ ଘଣ୍ଟା ଘର ଭିତରେ ରହୁଥିବାରୁ ନିଜ ପିଲାଦିନର ଅଭିଳାଷ ପୂରଣ ଦିଗରେ ମନୋନିବେଶ କରୁଛନ୍ତି । ଏବେ ପେଣ୍ଟିଂକୁ ମନଭରି ଉପଭୋଗ କରୁଥିବା ପ୍ରକାଶ କରିଛନ୍ତି ।
ଭାଲେନାଙ୍କ କହିବା ଅନୁସାରେ ”ବ୍ୟସ୍ତ ବହୁଳ ସମୟ ମଧ୍ୟରେ ଖେଳ ବ୍ୟତୀତ ଅନ୍ୟ ଯାହା କରିବାକୁ ସମୟ ମିଳୁ ନ ଥିଲା ତାହା ଲକଡାଉନ୍‌ ଅବସରରେ ମିଳୁଛି। ପିଲାଦିନେ ମୋର ପେଣ୍ଟିଂରେ ବହୁତ ସଉକ ଥିଲା । ମୁଁ ପେଣ୍ଟିଂ ମଧ୍ୟ କରୁଥିଲି। ମାତ୍ର ପରେ କରାଟେ ବ୍ୟତୀତ ଅନ୍ୟ କୌଣସି କଥା ଚିନ୍ତା ମଧ୍ୟ କରି ହେଉ ନ ଥିଲା । କରାଟେ ଯୋଗୁ ମୁଁ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ଏବଂ ସବୁଠି ସମ୍ମାନ ପାଇଛି। ଏବେ କିନ୍ତୁ ନିକଟ ଭବିଷ୍ୟତରେ ଖେଳ ସମ୍ଭବ ହେବାର ନ ଥିବାରୁ ଫିଜିକାଲ ଫିଟ୍‌ନେସ ସହିତ ମୁଁ ଅନ୍ୟ କିଛି କରି ପିଲାଦିନର ଅଭିଳାଷ ପୂରଣ କରୁଛି, ଅର୍ଥାତ୍‌ ମୁଁ ଏବେ ଅଧିକ ସମୟ ପେଣ୍ଟିଂରେ ହିଁ କଟାଉଛି, ଯାହାକି ମୋତେ ବହୁତ ଆନନ୍ଦ ଦେଉଛି। ଏହା ବ୍ୟତୀତ ପୂର୍ବରୁ ଜଣେ ଅନ୍ତର୍ଜାତୀୟ କରାଟେକା ଭାବରେ ଅଧିକାଂଶ ସମୟ ବ୍ୟସ୍ତରେ କଟୁଥିଲା। ଏବେ କିନ୍ତୁ ଘର ଭିତରେ ରହିବାର ସମୟ। ତେଣୁ ମା’, ବାପା, ଭାଇ ଓ ଭଉଣୀଙ୍କ ସହ ଅଧିକ ସମୟ ବିତୁଛି। ଛୋଟ ବେଳେ ଆମେ ଲୁଡୁ ଏବଂ କ୍ୟାରମ ପରି ଖେଳ ଖେଳୁଥିଲୁ। ମାତ୍ର ପରେ ନିଜ ଖେଳ କରାଟେ ଉପରେ ଫୋକସ କରୁଥିବାରୁ ଏଥିପାଇଁ ସମୟ ପାଉ ନ ଥିଲି। ଏବେ କିନ୍ତୁ କେତେକ ସମୟରେ ଆମେ ସାଥିହୋଇ ଲୁଡୁ ଏବଂ କ୍ୟାରମ ଖେଳୁଛୁ। ଏଥିରୁ ବହୁତ ଆନନ୍ଦ ମଧ୍ୟ ମିଳୁଛି“। ଜଣେ ଅନ୍ତର୍ଜାତୀୟ କରାଟେକା ଭାବରେ ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ନିଜକୁ ଫିଟ୍‌ ରଖିବା ଜରୁରୀ ବୋଲି ମଧ୍ୟ ସ୍ବୀକାର କରିଛନ୍ତି ଭାଲେନା। ”ଘରେ ୨୪ ଘଣ୍ଟା ରହୁଥିବାରୁ ସ୍ବାଭାବିକଭାବେ ଭୋକ ବେଶି ହେଉଛି। ତେଣୁ ଅଧିକ ଖାଇବା ଦ୍ୱାରା ଫିଟ୍‌ନେସ ଭାରସାମ୍ୟ ବିଗିଡ଼ିବା ସମ୍ଭାବନା ରହିଛି। ତେଣୁ ଖାଇବାରେ କଣ୍ଟ୍ରୋଲ କରିବା ସହ ସକାଳେ ୧ ଘଣ୍ଟା ଏବଂ ସନ୍ଧ୍ୟାରେ ୧ ଘଣ୍ଟା ଫିଟ୍‌ନେସ ଟ୍ରେନିଂ କରୁଛି। ଟିଭି ଏବଂ ୟୁଟ୍ୟୁବ୍‌ ଦେଖି କିଛି ସମୟ ଯୋଗ କରୁଛି। ଛାତ ଉପରେ କିଛି ସମୟ ରନିଂ ଏବଂ ଜଗିଂ କରୁଛି। ମାଂସପେଶୀର ଶକ୍ତିକୁ ପୂର୍ବପରିି ବଜାୟ ରଖିବା ପାଇଁ ଆବଶ୍ୟକ ଷ୍ଟ୍ରେନ୍ଥ ଟ୍ରେନିଂ କରୁଛି । ଘରେ ଆମର ପାରା ଅଛନ୍ତି। ତାଙ୍କୁ ଖାଦ୍ୟ ଖୁଆଇ ମଧ୍ୟ ଆନନ୍ଦ ଅନୁଭବ କରୁଛି। ସମୟ ପାାଇଲେ ଭାଇ ସହିତ ଟିକ୍‌ଟକ୍‌ ଭିଡିଓ ମଧ୍ୟ କରୁଛି“ ବୋଲି ଭାଲେଣ୍ଟିନା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ୍‌ ପୂର୍ବରୁ ହଠାତ୍‌ ସନ୍ନ୍ୟାସ ନେଇ ଚମକାଇଲେ ଏହି ଅଲରାଉଣ୍ଡର, କ୍ରିକେଟ ଜଗତରେ ଚହଳ

ନୂଆଦିଲ୍ଲୀ,୨୯।୧୨: ନ୍ୟୁଜିଲାଣ୍ଡର ଅଲରାଉଣ୍ଡର ଡଗ ବ୍ରାସୱେଲ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି। ବ୍ରାସୱେଲ ୬୯ଟି ଅନ୍ତର୍ଜାତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ ଦଳର ପ୍ରତିନିଧିତ୍ୱ କରିଥିଲେ, ୧୨୦...

ମେଲବୋର୍ନ ପିଚ୍‌କୁ ନେଇ ବଢିଲା ଅସନ୍ତୋଷ: ମିଳିଲା ଡିମେରିଟ୍‌ ପଏଣ୍ଟ

ଦୁବାଇ, ୨୯ା୧୨: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଚତୁର୍ଥ ଆଶେସ ଟେଷ୍ଟ ଖେଳାଯାଇଥିବା ମେଲବୋର୍ନ ପିଚ୍‌କୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଶୃଙ୍ଖଳାଗତ ପଦକ୍ଷେପ...

ଟି୨୦ ବୋଲିଂରେ ନୂଆ ବିଶ୍ୱ ରେକର୍ଡ, ଜାଣନ୍ତୁ…

ନୂଆଦିଲ୍ଲୀ,୨୯ା୧୨: ଭୂଟାନ ସ୍ପିନର ସୋନମ ୟେଶେ ଏକ ଅନ୍ତର୍ଜାତୀୟ ପୁରୁଷ ଟି୨୦ କ୍ରିକେଟ ମ୍ୟାଚରେ ୮ ଉଇକେଟ ହାସଲ କରିବାରେ ପ୍ରଥମ ବୋଲର ହେବାର ଗୌରବ...

ମୁଖ୍ୟ ପ୍ରଶିକ୍ଷକ ପଦରୁ ବିଦା ହେବେ ଗମ୍ଭୀର! BCCI ଉପାଧ୍ୟକ୍ଷ ରାଜୀବ ଶୁକ୍ଲା ଦେଲେ ଚାଞ୍ଚଲ୍ୟକର ବୟାନ

ନୂଆଦିଲ୍ଲୀ,୨୯।୧୨: ନିକଟରେ ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ପଦରୁ ଗୌତମ ଗମ୍ଭୀରଙ୍କୁ ହଟାଇବା ନେଇ ଗୁଜବ ଜୋର ଧରିଛି। ନ୍ୟୁଜିଲାଣ୍ଡ ବିପକ୍ଷରେ ଘରୋଇ ଟେଷ୍ଟ ସିରିଜ...

ଏହି ଦିନ ଘୋଷଣା ହେବ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ ପାଇଁ ଭାରତୀୟ ଦଳ: ସମ୍ଭାବ୍ୟ ତାଲିକାରେ ଏମାନେ…

ନୂଆଦିଲ୍ଲୀ,୨୯।୧୨: ଭାରତୀୟ ଦଳ ୨୦୨୬ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ସିରିଜ ଖେଳିବ। ନ୍ୟୁଜିଲାଣ୍ଡର ଭାରତ ଗସ୍ତ ଜାନୁଆରୀ ୧୧ ରୁ ଜାନୁଆରୀ ୩୧ ପର୍ଯ୍ୟନ୍ତ ଚାଲିବ,...

୨୦୨୬ରେ ଆସୁଛି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ଖୁସିଖବର: ଟିମ ଇଣ୍ଡିଆରେ…

ନୂଆଦିଲ୍ଲୀ,୨୯।୧୨: ଟି-୨୦ କ୍ରିକେଟରେ ଟିମ ଇଣ୍ଡିଆର ପ୍ରଭାବଶାଳୀ ପ୍ରଦର୍ଶନ ଜାରି ରହିଛି। ସୂର୍ଯ୍ୟକୁମାର ଯାଦବ ଅଧିନାୟକତ୍ୱ ଗ୍ରହଣ କରିବା ପରଠାରୁ, ଭାରତୀୟ ଦଳ ଏହି ଫର୍ମାଟରେ...

ଏହି ପ୍ରସିଦ୍ଧ କ୍ରିକେଟର୍‌ଙ୍କ ପରଲୋକ: କ୍ରିକେଟ୍‌ ଜଗତରେ ଖେଳିଗଲା ଶୋକର ଛାୟା

ଲଣ୍ଡନ,୨୯।୧୨: ଇଂଲଣ୍ଡ କ୍ରିକେଟକୁ ଏକ ବଡ଼ ଝଟକା ଲାଗିଛି। ପୂର୍ବତନ ଇଂଲଣ୍ଡ କ୍ରିକେଟର ଏବଂ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB)ର ପୂର୍ବତନ ସିଇଓ...

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri