ଏଇ ଭାରତରେ

ନିଜ ପଢ଼ା ଭିତରୁ ସମୟ ବାହାର କରି ଅବହେଳିତ ପିଲାଙ୍କ ଭବିଷ୍ୟତ ଗଢୁଛନ୍ତି ଉତ୍ତରପ୍ରଦେଶର ବାଦୁନ ଜିଲାରେ ଜନ୍ମିତ ସତ୍ୟେନ୍ଦ୍ର ପାଲ। ସେ ଦିଲ୍ଲୀର ଏକ ଫ୍ଲାଏଓଭର ତଳେ ଅନୌପଚାରିକ ଭାବେ ସ୍କୁଲଟିଏ ଖୋଲି ପ୍ରତିଦିନ ବସ୍ତି ପିଲାଙ୍କୁ ୬ ବର୍ଷ ହେବ ମାଗଣାରେ ପଢାଉଛନ୍ତି। ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୧୫୦ ପିଲା ଏଠାରେ ପଢୁଛନ୍ତି। ଛୋଟ ପିଲାମାନଙ୍କୁ ଝାଟିମାଟି ଘରେ ଓ ଉଚ୍ଚ ଶ୍ରେଣୀର ପିଲାଙ୍କୁ ଖୋଲା ଜାଗାରେ ପଢାଉଛନ୍ତି ସତ୍ୟେନ୍ଦ୍ର। ୨୦୧୨ରେ ସତ୍ୟେନ୍ଦ୍ର ଦ୍ୱାଦଶ ପାସ୍‌ କରିବା ପରେ ପରିବାରର ଆର୍ଥିକ ସ୍ଥିତି ଭଲ ନ ଥିବାରୁ ଆଉ ନ ପଢି ଚାଷ କରିଥିତ୍ଲେ। କିନ୍ତୁ ୨୦୧୫ରେ ଉତ୍ତରପ୍ରଦେଶରୁ ଦିଲ୍ଲୀ ଆସିବା ପରେ ସେ ଶିକ୍ଷାର ଗୁରୁତ୍ୱ ଉପଲବ୍ଧି କରି ଏହି ସ୍କୁଲ୍‌ ଆରମ୍ଭ କରିଥିଲେ। ସ୍କୁଲ ପାଇଁ ତାଙ୍କ ପାଖରେ ଜାଗା କି ଟଙ୍କା ନ ଥିଲା। ପ୍ରଥମେ ସେ ଗଛମୂଳେ ସପ୍ତମ ଶ୍ରେଣୀର ୫ ଜଣ ପିଲାଙ୍କୁ ପଢ଼ାଇବା ଅରମ୍ଭ କରିଥିଲେ। ପରେ ଲୋକମାନେ ଦାନ କରିବାରୁ ଛୋଟ ଘରଟିଏ କରିଛନ୍ତି। ତାଙ୍କୁ ଏବେ ବୟସ ୨୫ ଓ ସେ ବିଏସ୍‌ସି (ଗଣିତ ସମ୍ମାନ) ପଢୁଛନ୍ତି। ନିଜେ ବସ୍ତିରେ ବି ରହୁଛନ୍ତି। ବସ୍ତି ବାସିନ୍ଦାମାନେ କାମକୁ ଚାଲିଯିବା ପରେ ସେମାନଙ୍କ ପିଲାମାନଙ୍କୁ ୨ କି.ମି. ଦୂର ସରକାରୀ ସ୍କୁଲ୍‌କୁ ଯିବାକୁ ସେମାନେ ଅନୁମତି ଦେଉ ନ ଥିଲେ। ଏହାକୁ ଲକ୍ଷ୍ୟ କରି ସତ୍ୟେନ୍ଦ୍ର ସେମାନଙ୍କୁ ପଢ଼ାଇବା ଆରମ୍ଭ କରିଥିତ୍ଲେ ଓ ଏ ଯାବତ୍‌ ତାହା ଚାଲୁ ରଖିଛନ୍ତି। ତାଙ୍କର ଏହି କାର୍ଯ୍ୟ ଦ୍ୱାରା ପ୍ରଭାବିତ ହୋଇ ପିଲାଙ୍କୁ ପଢ଼ାଇବାରେ ଆଉ ୫ ଜଣ ତାଙ୍କୁ ସାହାଯ୍ୟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦରମା ଦେଇପାରୁନି ଆମେରିକା

ଶ୍ବର ବିକଶିତ ଦେଶ ଆମେରିକାରେ ଅଚଳାବସ୍ଥା। ୧୪ ଲକ୍ଷରୁ ଅଧିକ ଫେଡେରାଲ କର୍ମଚାରୀଙ୍କୁ ବେତନ ନ ମିଳବା , ୪୧ ଲକ୍ଷ ନିମ୍ନ ଆୟକାରୀ ଆମେରିକୀୟଙ୍କ...

ମାନବାଧିକାର, ଆମର ଦୈନନ୍ଦିନ ଆବଶ୍ୟକତା

ଆଜି ସାରା ବିଶ୍ୱରେ ଅନ୍ତର୍ଜାତୀୟ ମାନବାଧିକାର ଦିବସ ପାଳନ ହେଉଛି । ଚଳିତ ବର୍ଷ ଜାତିସଂଘ ତରଫରୁ ଏହି ଦିବସ ପାଇଁ ସ୍ଲୋଗାନ ରହିଛି ”ମାନବାଧିକାର,...

ଗାନ୍ଧୀ ବିଭାଜନକାରୀ

ଭାରତ ୨୦୪୭ ସୁଦ୍ଧା ବିକଶିତ ହେବ ବୋଲି କେନ୍ଦ୍ର ସରକାର ବାରମ୍ବାର ଦୋହରାଉଛନ୍ତି। ବିକଶିତ ଦେଶ ଗଢ଼ିବାର ସ୍ବପ୍ନ ଦେଖାଯିବା ନିଶ୍ଚିତ ଭାବେ ସ୍ବାଗତଯୋଗ୍ୟ। କିନ୍ତୁ...

ଏଇ ଭାରତରେ

ଉତ୍ତରପ୍ରଦେଶର ଧୀରଜ ବର୍ମା ଟିଭି ଶୋ’ ଦେଖି ଷ୍ଟ୍ରବେରି ଚାଷ ଆରମ୍ଭକରି ଜଣେ ସଫଳ ଚାଷୀ ହୋଇପାରିଛନ୍ତି। ସେ ବିନା ମାଟି ଅର୍ଥାତ୍‌ କେବଳ ପାଣି...

ଜୀବନ୍ତ ଗ୍ରହର ଜୀବନ ରହସ୍ୟ

ପୃଥିବୀକୁ ମିଶେଇ ଆଠଟା ଗ୍ରହ, ପ୍ଲୁଟୋକୁ ମିଶେଇ ୫ଟା ବାମନଗ୍ରହ, ଚନ୍ଦ୍ରକୁ ମିଶେଇ ଶହ ଶହ ଉପଗ୍ରହ, ଗ୍ରହାଣୁପୁଞ୍ଜ, ଅଗଣିତ ଛୋଟବଡ଼ ପିଣ୍ଡ ଏବଂ ବିଶାଳକାୟ...

ଶିଶୁ ଅନୁକୂଳ ପାଠାଗାର

ଜାତୀୟ ଶିକ୍ଷାନୀତିି ୨୦୨୦ରେ ଏବଂ ଜାତୀୟ ପାଠ୍ୟ ଖସଡ଼ା ୨୦୨୨ରେ ପ୍ରାକ୍‌-ପ୍ରାଥମିକ ଶିକ୍ଷାରେ ଇମରଜେଣ୍ଟ ଲିଟେରାସି ବା ଅଙ୍କୁରିତ ସାକ୍ଷରତା, ଇମରଜେଣ୍ଟ ରିଡିଂ ବା ଅଙ୍କୁରିତ...

ନେହେରୁ ନୁହେଁ, ଭବିଷ୍ୟତକୁ ଦେଖ

‘ବନ୍ଦେ ମାତରମ୍‌’ ଭାରତର ଜାତୀୟ ଗୀତ ଭାବେ ଜଣାଶୁଣା। ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ଦ୍ୱାରା ଏହା ରଚିତ ହୋଇଥିଲା। ୧୮୭୫ ନଭେମ୍ବର ୭ରେ ପ୍ରଥମେ ‘ବଙ୍ଗଦର୍ଶନ’...

ଏଇ ଭାରତରେ

ବାହାରେ କିମ୍ବା ଘରେ ଅଦରକାରୀ ଜିନିଷ ଠୁଳ ହୋଇ ରହିବା ପ୍ରଦୂଷଣର କାରଣ ପାଲଟୁଛି। ପ୍ରଦୂଷଣ ହ୍ରାସ କରିବା ସକାଶେ ରିସାଇକ୍ଲିଂ ପଦ୍ଧତିରେ ଏଗୁଡ଼ିକର ପୁନଃ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri