ସେନା ଚାକିରି ପାଇଁ ୨୨୦ କି.ମି. ଦୌଡ଼ିଲେ ସୌରଭ

ପୁରୀ ଅଫିସ, ୨୧।୨:ଭାରତୀୟ ସେନାରେ ଯୋଗଦେବାକୁ ପିଲାଟି ଦିନରୁ ରହିଛି ଆଗ୍ରହ। ବାପା ବି ଚାହୁଁଛନ୍ତି ତାଙ୍କ ପୁଅ ସୈନ୍ୟ ବାହିନୀରେ ଯୋଗଦେଇ ଦେଶ ମାତୃକାର ସେବା କରୁ। ନିଜର ଆଗ୍ରହ ଏବଂ ବାପାଙ୍କ ସ୍ବପ୍ନକୁ ସାକାର କରିବା ଲାଗି ସେ ସେନାରେ ନିଯୁକ୍ତି ନିମନ୍ତେ ପରୀକ୍ଷା ଦେଉଛନ୍ତି। ହେଲେ ଲିଖିତ ପରୀକ୍ଷାରେ ବାରମ୍ବାର ଝୁଣ୍ଟି ପଡୁଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ପାଇଲେ ସଫଳତା ମିଳିବ ବୋଲି ବାପା କହିଲେ। ଆଉ ଭଗବାନଙ୍କ ଉପରେ ବିଶ୍ୱାସ ରଖି ଭଦ୍ରକରୁ ଦୌଡ଼ିି ଦୌଡ଼ିି ପୁରୀରେ ପହଞ୍ଚତ୍ଛନ୍ତି ସୌରଭ ସେଠୀ। ୨୨ ବର୍ଷୀୟ ଏହି ଯୁବକ ୨୮ ଘଣ୍ଟାରେ ଅତିକ୍ରମ କରିଛନ୍ତି ୨୨୦ କି.ମି. ରାସ୍ତା। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ନିଜର ମନସ୍କାମନା ଜଣାଇଛନ୍ତି।
ଭଦ୍ରକ ଜିଲା ବନ୍ତ ଅଞ୍ଚଳର ଉଦୟନାଥ ସେଠୀ ଫରେଷ୍ଟର ଚାକିରି କରୁଥିଲେ। ହେଲେ ବ୍ୟକ୍ତିଗତ କାରଣରୁ ଚାକିରି ଛାଡ଼ିିଦେଲେ। ଖାକି ବର୍ଦ୍ଦି ପ୍ରତି କିନ୍ତୁ ତାଙ୍କର ଦୁର୍ବଳତା ଥିବାରୁ ତାଙ୍କ ୫ ପୁଅଙ୍କୁ ପୋଲିସ ଏବଂ ସୈନ୍ୟବାହିନୀରେ ପଠାଇବାକୁ ଇଚ୍ଛା କରିଥିଲେ। ବଡ଼ପୁଅ ହରେକୃଷ୍ଣ ବନ୍ତରେ ହୋମିଓ କ୍ଲିନିକ କରିଥିବାବେଳେ ଦ୍ୱିତୀୟ ପୁଅ ସନ୍ତୋଷ ଓଡ଼ିଶା ପୋଲିସରେ, ଚତୁର୍ଥ ପୁଅ ଅରୁଣ ସିଆଇଏସ୍‌ଏଫ୍‌ରେ ଆଉ ସାନପୁଅ ସିଆର୍‌ପିଏଫ୍‌ର କୋବ୍ରା କମାଣ୍ଡୋରେ କାର୍ଯ୍ୟରତ। ତୃତୀୟ ପୁଅ ସୌରଭ। ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ଦୁଇ। ପିଲାଟି ଦିନରୁ ଖେଳକୁଦରେ ତାଙ୍କର ଆଗ୍ରହ ରହିଥିଲା। ସ୍କୁଲ କ୍ୟାରିୟରରୁ ପ୍ରତ୍ୟହ ବ୍ୟାୟାମ କରିବା ସହ ୧୦ରୁ ୧୫ କି.ମି. ଦୌଡ଼ିିଥାନ୍ତି, ଯାହାକୁ ଏବେ ବି ଜାରି ରଖିଛନ୍ତି। ୩ ଭାଇ ଖାକି ବର୍ଦ୍ଦି ପିନ୍ଧୁଛନ୍ତି। ତେଣୁ ସୌରଭଙ୍କ ଉପରେ ବି ଏହାର ପ୍ରଭାବ ପଡ଼ିିଛି। ସେ ବି ସେନାରେ ଯୋଗଦେବା ପାଇଁ ଚେଷ୍ଟା ଚଳାଇଛନ୍ତି। ସେହିପରି ପୁଅ ସେନା ପୋଷାକ ପିନ୍ଧୁ ଏବଂ ଦେଶ ସେବା କରୁ ଏହା ଚାହୁଁଛନ୍ତି ପିତା ଉଦୟନାଥ। ତେଣୁ ବାପାଙ୍କ ସ୍ବପ୍ନ ପୂରଣ ଓ ନିଜର ଆଗ୍ରହ ଲାଗି ସୌରଭ ଏକାଧିକ ଥର ପରୀକ୍ଷା ଦେଲେଣି। ମାତ୍ର ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇପାରୁ ନାହାନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ଆଶୀର୍ବାଦ ପାଇଲେ ନିଶ୍ଚିତ ସଫଳ ହେବୁ ବୋଲି ବାପା କହିଲେ। ତେଣୁ ବାପାଙ୍କ କଥା ରଖିବେ, କିନ୍ତୁ ବସ୍‌ କି ଟ୍ରେନରେ ନୁହେଁ, ଦୌଡ଼ିି ଦୌଡ଼ିି ପୁରୀ ଆସିବେ ବୋଲି ନିଷ୍ପତ୍ତି ନେଲେ ସୌରଭ। କାରଣ ସେନା ପରୀକ୍ଷାର ଏକ ଅଂଶ ହେଉଛି ଦୌଡ଼। ନିଜକୁ ପ୍ରମାଣିତ କରିବା ଲାଗି ସେ ଏଭଳି ନିଷ୍ପତ୍ତି ନେଇଥିଲେ। ପରିବାର ଲୋକେ ଏବଂ ସାଙ୍ଗସାଥୀ ତାଙ୍କର ଏହି ଦୁଃସାହସିକ ନିଷ୍ପତ୍ତିକୁ ସମର୍ଥନ ଜଣାଇ ଥିଲେ। ପୂର୍ବରୁ ଅର୍ଥାତ୍‌ ଗତ ୪ ତାରିଖରେ ସୌରଭ ବନ୍ତରୁ ଘଟଗଁା ୬୬ କି.ମି. ରାସ୍ତାକୁ ଦୌଡ଼ିି ଅତିକ୍ରମ କରିବା ସହ ମା’ ତାରିଣୀଙ୍କ ଦର୍ଶନ କରିଥିଲେ। ଏହାପରେ ମହାପ୍ରଭୁଙ୍କ ଆଶୀର୍ବାଦ ପାଇଁ ପୁରୀ ଦୌଡ଼ିିବାକୁ ସ୍ଥିର କରିଥିଲେ ସୌରଭ।
ବୁଧବାର ସକାଳ ୭ଟାରୁ ବନ୍ତରୁ ଆରମ୍ଭ ହୋଇଥିଲା ସୌରଭଙ୍କ ଦୌଡ଼। ହାତରେ ଜାତୀୟପତାକା ଧରି ସେ ଶ୍ରୀକ୍ଷେତ୍ର ଅଭିମୁଖେ ବାହାରିଥିଲେ। ସାଥୀରେ ଭାଇ ଅରୁଣଙ୍କ ସମେତ ବହୁ ସାଥି କାର୍‌ ଓ ବାଇକ୍‌ରେ ଆସିଥିଲେ। ବାଟରେ କେଉଁଠି ପଇଡ଼, ଜୁସ୍‌, ପାଣି ପିଇବା ଏବଂ ନିତ୍ୟକର୍ମ ପାଇଁ ଅଳ୍ପ କିଛି ସମୟ ଅଟକୁଥିଲେ। ଗୁରୁବାର ପୂର୍ବାହ୍ନ ୧୧ଟାରେ ସେ ସିଂହଦ୍ୱାର ସମ୍ମୁଖରେ ପହଞ୍ଚତ୍ ମହାପ୍ରଭୁଙ୍କୁ ହାତଯୋଡ଼ି ମୁଣ୍ଡିଆ ମାରିଥିଲେ। ପରେ ସ୍ନାନ, ଶୌଚ ଆଦି ନିତ୍ୟକର୍ମ ଶେଷ କରି ଶ୍ରୀମନ୍ଦିରକୁ ଯାଇ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ମନ କଥା ଜଣାଇଥିଲେ। ସୌରଭଙ୍କ ସମ୍ପର୍କରେ ଖବର ପାଇ ପୁରୀ ଜିଲା କ୍ରୀଡ଼ା ଅଧିକାରୀ ଚନ୍ଦନ କୁମାର ସାହୁ, ସେବାୟତ ବିନାୟକ ଦାସମହାପାତ୍ର, କ୍ରୀଡ଼ା ସଙ୍ଗଠକ ସବ୍ୟସାଚୀ ରଥଙ୍କ ସମେତ ବହୁ କ୍ରୀଡ଼ାପ୍ରେମୀ ସିଂହଦ୍ୱାରଠାରେ ପହଞ୍ଚତ୍ ତାଙ୍କୁ ସ୍ବାଗତ କରିଥିଲେ। ମହାପ୍ରଭୁ ତାଙ୍କୁ ଆଶୀର୍ବାଦ ଦିଅନ୍ତୁ, ସେ ତାଙ୍କ ଲକ୍ଷ୍ୟସ୍ଥଳରେ ପହଞ୍ଚନ୍ତୁ ବୋଲି କ୍ରୀଡ଼ା ଅଧିକାରୀ ସାହୁ କହିଥିଲେ।
ଏହି ନିଆରା ପ୍ରୟାସ ସମ୍ପର୍କରେ ସୌରଭ କହିଛନ୍ତି, ବାପାଙ୍କ ସ୍ବପ୍ନ ଓ ନିଜର ଇଚ୍ଛାକୁ ପୂରଣ କରିବା ପାଇଁ ମୁଁ ଏଭଳି ନିଷ୍ପତ୍ତି ନେଲି। ସେନାରେ ଯୋଗଦେବା ଲାଗି ଏକାଧିକ ଥର ପରୀକ୍ଷା ଦେଲିଣି, ହେଲେ ଲିଖିତ ପରୀକ୍ଷାରେ କଟିଯାଉଛି। ନିକଟରେ ମା’ ତାରିଣୀଙ୍କ ପାଖକୁ ଦୌଡ଼ିି ଦୌଡ଼ିି ଯାଇ ଦର୍ଶନ କରି ମୋ’ ଗୁହାରି ଜଣାଇଥିଲି। ଏବେ ମହାପ୍ରଭୁଙ୍କୁ ଭରସା କରି ତାଙ୍କ ଆଶୀର୍ବାଦ ପାଇଁ ଦୌଡ଼ି ଦୌଡ଼ି ପୁରୀ ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେଙ୍ଗୁ, ଚିକୁନଗୁନିଆରେ ପୀଡ଼ିତ ଅଛନ୍ତି କ୍ରିକେଟର ଚହଲ

ପୁଣେ,୧୮ା୧୨: ଲେଗ୍‌ ସ୍ପିନର ୟୁଜବେନ୍ଦ୍ର ଚହଲ ଡେଙ୍ଗୁ ଓ ଚିକନଗୁନିଆରେ ପୀଡ଼ିତ ଅଛନ୍ତି। ଏଥିଯୋଗୁ ସେ ଗୁରୁବାର ଝାଡ଼ଖଣ୍ଡ ଓ ହରିୟାଣା ମଧ୍ୟରେ ଖେଳାଯାଇଥିବା ସୟଦ...

୨୮ ତମ ପରବ ମୁଖ୍ୟ ସମାରୋହ ଉଦଘାଟିତ, ମନ ମୋହିଲା…

କୋରାପୁଟ,୧୮/୧୨(ଅମିତାଭ ବେହେରା ): ଜାତୀୟସ୍ତରୀୟ ଲୋକ ମହୋତ୍ସବ ପରବ-୨୦୨୫ର ମୁଖ୍ୟ ସମାରୋହ ସ୍ଥାୟୀ ପରବ ପଡ଼ିଆରେ ଗୁରୁବାର ସନ୍ଧ୍ୟାରେ ଉଦଘାଟିତ ହୋଇଛି । ନଗର ଉନ୍ନୟନ...

ଡିଜିଟାଲ ଆରେଷ୍ଟ ଜାଲରେ ଫସିଲେ ମହିଳା ଡାକ୍ତର, ୧୨ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହରାଇଲେ

ରାୟଗଡା,୧୮।୧୨(ଆଶିଷ ରଞ୍ଜନ ପଣ୍ଡା)- ଡିଜିଟାଲ ଆରେଷ୍ଟ ହୋଇ ସାଇବର କ୍ରାଇମରେ ଫସିଛନ୍ତି ରାୟଗଡାର ଜଣେ ମହିଳା ଡାକ୍ତର। ରାୟଗଡା ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ...

ହାଇଦ୍ରାବାଦରେ ‘ଓଡ଼ିଶା ନିବେଶକ ସମ୍ମିଳନୀ’: ପ୍ରଥମ ଦିନରେ ମିଳିଲା ୧୯,୫୦୦ କୋଟି ଟଙ୍କାର ନିବେଶ ପ୍ରସ୍ତାବ

ଭୁବନେଶ୍ୱର,୧୮ା୧୨: ହାଇଦ୍ରାବାଦରେ ଆୟୋଜିତ ଦୁଇ ଦିନିଆ ‘ଓଡ଼ିଶା ଇନଭେଷ୍ଟର ମିଟ୍’ର ପ୍ରଥମ ଦିନରେ ରାଜ୍ୟ ପାଇଁ ପୁଞ୍ଜିନିବେଶର ସୁଅ ଛୁଟିଛି। ଏହି ଅବସରରେ ଓଡ଼ିଶା ପ୍ରାୟ...

ନାବାଳିକା ବଳାତ୍କାର ମାମଲାର ଆସିଲା ରାୟ: ଅଭିଯୁକ୍ତଙ୍କୁ ମିଳିଲା ଏଭଳି ଦଣ୍ଡ, ଜାଣନ୍ତୁ…

ଫୁଲବାଣୀ,୧୮ା୧୨(ରାକେଶ କୁମାର ରାଉତ): ଜଣେ ନାବାଳିକାଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାର ବିଚାର କରି ଗୁରୁବାର ଫୁଲବାଣୀ ପୋକ୍‌ସୋ କୋର୍ଟ ବିଚାରପତି ମନୋରଞ୍ଜନ ଦାସ ଅଭିଯୁକ୍ତଙ୍କୁ...

ରେଳଯାତ୍ରୀଙ୍କୁ ବଡ଼ ଝଟ୍‌କା: ପ୍ଲେନ୍‌ ଭଳି ଏବେ…

ନୂଆଦିଲ୍ଲୀ, ୧୮।୧୨: ଟ୍ରେନ୍‌ ଯାତ୍ରା କରୁଥିବା ଯାତ୍ରୀମାନେ ନିର୍ଦ୍ଧାରିତ ସୀମାରୁ ଅଧିକ  ସାମଗ୍ରୀ ନେଲେ ଶୁଳ୍କ ଦେବାକୁ ପଡ଼ିବ। ଏନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ...

ମା’ଙ୍କ ମୃତ୍ୟୁ ଖବର ପାଇ ଧାଇଁ ଆସିଥିଲେ, ଦ୍ୱାଦଶାହରେ ଚାଲିଗଲା ପୁଅଙ୍କ ଜୀବନ, ଗାଁରେ ଶୋକାକୂଳ ପରିବେଶ…

ଦିଗପହଣ୍ଡି,୧୮।୧୨(ଅଶେଷ ନାଥ ମିଶ୍ର): ମା’ଙ୍କ ମୃତ୍ୟୁ ଖବର ଶୁଣି ମୁମ୍ବାଇରୁ ଧାଇଁ ଆସିଥିଲେ ପୁଅ। ହେଲେ ଦ୍ୱାଦଶାହରେ ଚାଲିଗଲା ଜୀବନ।  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ...

ସ୍କୁଲରେ ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ: ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୋଡେଇ ଗୋଡେଇ ନିସ୍ତୁକ ପିଟିଲେ

ଅନୁଗୋଳ,୧୮ା୧୨: ଅନୁଗୁଳ ଜିଲା ପାଳଲହଡ଼ା ବ୍ଲକ ସାନବାଗଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ମଦ୍ୟପ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସହକାରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri