ହାତୀ ଉଠାଇ ପାରି ନ ଥିଲା ଶିଳା

ଛେଣ୍ଡିପଦା, ୨୧ା୨(ଡି.ଏନ.ଏ.) – ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଟାଙ୍ଗିର ପଞ୍ଚାୟତ ପୁରୁଣାଗଡସ୍ଥିତ ଶ୍ରୀ ବରାଳ ବାଲୁଙ୍କେଶ୍ୱର ମନ୍ଦିରରେ ପାଳନ ହେବ ପ୍ରସିଦ୍ଧ ଜାଗର ଯାତ୍ରା। ଏଥିପାଇଁ ଉତ୍ସବମୁଖର ହୋଇଉଠିଛି ଏହି ଶୈବପୀଠ। ହଜାର ହଜାର ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ପ୍ରଶାସନ ପକ୍ଷରୁ କରାଯାଇଛି। ଶାନ୍ତିଶୃଙ୍ଖଳା ରକ୍ଷା, ଟ୍ରାଫିକ ସମସ୍ୟା, ପାନୀୟ ଜଳ, ଅନ୍ନପ୍ରସାଦ ବଣ୍ଟନ, ସ୍ବାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା ଆଦି ନେଇ ମନ୍ଦିର କମିଟିର ସଦସ୍ୟମାନଙ୍କୁ ଦାୟିତ୍ୱ ବଣ୍ଟାଯାଇଛି। ବିଶେଷ କରି ଯାତ୍ରାକୁ ବାହାରୁ ଆସୁଥିବା ଦୋକାନୀ ତଥା ଜନସାଧାରଣଙ୍କର ସୁରକ୍ଷା ପ୍ରତି ଧ୍ୟାନ ଦିଆଯିବା ନେଇ କମିଟି ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହ ଯାତ୍ରା ପଡିଆକୁ ପଲିଥିନ ମୁକ୍ତ କରାଯିବା ପାଇଁ କମିଟି ପକ୍ଷରୁ ପଦକ୍ଷେପ ନିଆଯାଇଥିବା ଜଣାଯାଇଛି। ତେବେ ଏଠାରେ ଶୈବପୀଠକୁ ନେଇ ରହିଛି ରୋଚକ କିମ୍ବଦନ୍ତୀ ଯାହା ସ୍ଥାନୀୟ ବରିଷ୍ଠ ଲୋକଙ୍କଠାରୁ ଶୁଣିବାକୁ ମିଳେ। ଲୋକକଥା ଅନୁଯାୟୀ, ପ୍ରାୟ ୧୨୦୦ ଖ୍ରୀଷ୍ଟାବ୍ଦରେ ପୂର୍ବବରାଳ ନାମଧାରୀ ଜଣେ ଗାଈ ଜଗୁଆଳି ଗୋରୁ ଚରାଇବା ପାଇଁ ଜଙ୍ଗଲକୁ ଯାଉଥିଲେ। ଜଙ୍ଗଲରେ ଏକ କାଳୀ ଗାଈ ପଡ଼ିଥିବା ଶିଳାଖଣ୍ଡ ଉପରେ କ୍ଷୀର ଦେଉଥିବା ଦେଖି ଜଗୁଆଳି ଆଶ୍ଚର୍ଯ୍ୟ ହେବା ସହ ଗ୍ରାମବାସୀଙ୍କୁ ଜଣାଇଥିଲେ। ପରେ ଅନୁଗୋଳର ଅନୁକନ୍ଧ ରାଜା ପୁରୁଣାଗଡ ଗ୍ରାମକୁ ଆସି ହାତୀ ସାହାଯ୍ୟରେ ଉକ୍ତ ଶିଳାକୁ ଉଠାଇବା ପାଇଁ ଉଦ୍ୟମ କରିଥିଲେ ହେଁ ବିଫଳ ହୋଇଥିଲେ। ସେବେଠାରୁ ସେଠାରେ ଜଗୁଆଳି ବରାଳଙ୍କ ନାମ ଯୋଡି ଉକ୍ତ ଶିଳାର ନାମ ବରାଳ ବାଲୁଙ୍କେଶ୍ୱରରେ ନାମିତ କରାଯିବା ସହ ପୂଜାର୍ଚ୍ଚନା କରାଯାଉଛି। ପ୍ରତିବର୍ଷ ଶହଶହ ମାନସିକଧାରୀ ଏଠାକୁ ଆସି ମାନସିକ ପୂରଣ ନିମନ୍ତେ ପୂଜାର୍ଚ୍ଚନା କରିଥାନ୍ତି।
ମନ୍ଦିର ପରିଚାଳନା ଟ୍ରଷ୍ଟ ବୋର୍ଡ ଅଧ୍ୟକ୍ଷ ବିରଞ୍ଚତ୍ ଗଡନାୟକଙ୍କ ତତ୍ତ୍ୱାବଧାନରେ ସରପଞ୍ଚ ସସ୍ମିତା ପ୍ରଧାନ, ମନ୍ଦିର ପୂଜକ, ବୋର୍ଡର ସଦସ୍ୟ ଓ ଗ୍ରାମ୍ୟ କମିଟିର ସଦସ୍ୟମାନେ ଯୋଗଦେଇ ପୂଜା ସୂଚାରୁ ରୁପେ ସମ୍ପାଦନ ଉପରେ ଏକ ବୈଠକରେ ଆଲୋଚନା କରିଥିଲେ। ଶୃଙ୍ଖଳିତ ନୀତିକାନ୍ତି, ମନ୍ଦିର ପରିଷ୍କାର ପରିଚ୍ଛନ୍ନ ଓ ଭକ୍ତମାନଙ୍କ ନିମନ୍ତେ ଶୃଙ୍ଖଳିତ ଭାବେ ଠାକୁର ଦର୍ଶନ ଉପରେ ଗୁରୁତ୍ୱ ଦିଆଯାଇଥିଲା। ୪ଟି ପ୍ରହର ପୂଜା ସରିବା ପରେ ରାତି ୩ଟାବେଳେ ମହାଦୀପ ଉଠାଯିବା ନିମନ୍ତେ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ଏହି ବୈଠକରେ ବରାଳ ବାଲୁଙ୍କେଶ୍ୱର ଟ୍ରଷ୍ଟ ବୋର୍ଡର ସଦସ୍ୟ ଶମ୍ଭୁ ପ୍ରଧାନ, ସୁଦାମ ଗଡନାୟକ, ସୁଧାକର ଗଡନାୟକ, ନାରଦ ବିଶ୍ୱାଳ, କେଦାର ସାହୁ, ଡିଲେଶ୍ୱର ସାହୁ, ତପନ କୁମାର ସାହୁ, ବାସୁଦେବ ବେହେରା, ମନ୍ଦିର ପୂଜକ ପ୍ରମୋଦ ମହାପାତ୍ର, ଶ୍ରୀବତ୍ସ ମହାପାତ୍ର ଏବଂ ଗ୍ରାମ୍ୟ କମିଟି ସଭାପତି ରୋହିତ କୁମାର ସାହୁ, ସମ୍ପାଦକ କେଶବ ଗଡନାୟକ, କୋଷାଧ୍ୟକ୍ଷ କରୁଣାକର ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି ଆଲୋଚନା କରିବା ସହ କର୍ମକର୍ତ୍ତାଙ୍କୁ ବିଭିନ୍ନ ଦାୟିତ୍ୱ ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀ, ଶାଳୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ମାମଲା: ଦୋଷୀଙ୍କୁ ଆଜୀବନ ଜେଲ୍‌ଦଣ୍ଡ

ଭୁବନେଶ୍ୱର,୨୭ା୪(ସତ୍ୟଜିତ୍‌ ରାଉତ): ସ୍ତ୍ରୀ ଏବଂ ଶାଳୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୁକ୍ତଙ୍କୁ ଶନିବାର ଆଜୀବନ ଜେଲ୍‌ଦଣ୍ଡ ରାୟ ଶୁଣାଇଛନ୍ତି ଖୋର୍ଦ୍ଧା ଜିଲା ଦୌରା ଜଜ୍‌।...

ପୂର୍ବତନ ସମିତି ସଭ୍ୟଙ୍କ ଗଳାକାଟି ହତ୍ୟା, ମାଓବାଦୀଙ୍କ ହାତ ଥିବା ସନ୍ଦେହ

ମାଲକାନଗିରି,୨୭ା୪(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ରେ କଂଗ୍ରେସ ନେତା ତଥା ପୂର୍ବତନ ସମିତି ସଭ୍ୟଙ୍କୁ ଶନିବାର କେହି ଦୁର୍ବୃତ୍ତ ହତ୍ୟା କରିଛନ୍ତି। ଏଥିରେ ମାଓବାଦୀଙ୍କ ହାତ ଥିବା ସନ୍ଦେହ...

ବଜ୍ରପାତରେ ମା’-ପୁଅଙ୍କ ଜୀବନ ଗଲା

ଡେରାବିଶ,୨୭ା୪(ଅଜୟ ବେବର୍ତ୍ତା): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଖମୋଳ ପଞ୍ଚାୟତ ଅନ୍ତର୍ଗତ ଜହ୍ନିମୂଳ ଗ୍ରାମରେ ଶନିବାର ସନ୍ଧ୍ୟାରେ ବଜ୍ରପାତରେ ମା’ ଓ ପୁଅଙ୍କ ମୃତ୍ୟୁ ଘଟିଛି।...

କୋରେଇ, ଖଣ୍ଡପଡ଼ା, ନୀଳଗିରି ଆସନ ଝୁଲାଇ ରଖିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଶନିବାର ଆଉ ତିନି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହାକୁ ମିଶାଇ...

କଟକ-ବାରବାଟୀରୁ ଲଢ଼ିବେ ମୋକିମ୍‌ଙ୍କ ଝିଅ ସୋଫିଆ, ନାଁ ସୁପାରିସ କଲା କଂଗ୍ରେସ

କଟକ,୨୭ା୪: କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ ରାଜନୀତିକୁ ଓହ୍ଲାଇବା ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ତେବେ ସୋଫିଆଙ୍କୁ ବିଧାୟିକା ପ୍ରାର୍ଥୀ କରିବା...

ପ୍ରମୁଖ ଦଳର ଟିକେଟ୍‌ ଘୋଷଣା ପରେ ଆତସବାଜିରେ କମ୍ପିଲା ନିରାକାରପୁର

ନିରାକାରପୁର,୨୭ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଶନିବାର ଅପରାହ୍ନରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ପାଇଁ ଭାଜପା ପ୍ରଶାନ୍ତ କୁମାର ଜଗଦେବଙ୍କୁ ପ୍ରାର୍ଥୀ କରିଥିବା...

ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ କାର୍ତ୍ତିକ ପାଣ୍ଡିଆନ

କୋକସରା,୨୭ା୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାର ନିର୍ବାଚନୀ ପ୍ରଚାରରେ ଭି.କାର୍ତ୍ତିକ ପାଣ୍ଡିଆନ କଳାହାଣ୍ଡି ଗସ୍ତରେ ଆସିଥିଲେ। ପ୍ରଥମେ କଳାହାଣ୍ଡି ଜିଲା କୋକସରା ବ୍ଲକ ଦଣ୍ଡପାଟ ଅଞ୍ଚଳର ଗୋତମୁଣ୍ଡା...

ଖୋର୍ଦ୍ଧାରେ ପ୍ରଶାନ୍ତ-ରାଜେନ୍ଦ୍ର ଲଢ଼େଇ

ଖୋର୍ଦ୍ଧା,୨୭।୪: ସାଧାରଣ ନିର୍ବାଚନକୁ ନେଇ ପୂର୍ବତନ ବେଗୁନିଆ ବିଧାୟକ ତଥା ଚିଲିକାର ବର୍ତ୍ତମାନର ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧା ବିଧାନସଭା ଆସନରୁ ଟିକେଟ ଦେଇଛି ଭାଜପା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri