ପିଆର୍‌ଏମ୍‌ ମେଡ଼ିକାଲ୍‌ରେ ଅବ୍ୟବସ୍ଥା ନେଇ ବିକ୍ଷୋଭ

ବାରିପଦା ଅଫିସ,୨୦ା୨- ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ଓ ହସପିିଟାଲ୍‌ (ପିଆରଏମ୍‌)ର ଅଧୀକ୍ଷକ ବୈକୁଣ୍ଡ ନାଥ ମହାପାତ୍ରଙ୍କ ବହିଷ୍କାର ଦାବିରେ ଭଞ୍ଜସେନା ପକ୍ଷରୁ ବୁଧବାର ମେଡ଼ିକାଲ ଆଗରେ ଧାରଣା ଦିଆଯିବା ସହିତ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏପରିକି ଅଧୀକ୍ଷକଙ୍କୁ ମେଡ଼ିକାଲ୍‌ ଭିତରକୁ ଭଞ୍ଜସେନାର କର୍ମକର୍ତ୍ତା ଛାଡ଼ି ନ ଥିଲେ। ଫଳରେ ବାଧ୍ୟ ହୋଇ ଅଧୀକ୍ଷକ ଫେରି ଯାଇଥିବା ଦେଖିବାକୁ ମିଳିଥିଲା।
ଉଲ୍ଲେଖଯୋଗ୍ୟ ଯେ, ମେଡ଼ିକାଲରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ଓ ଅନିୟମିତତା ବିରୋଧରେ ଗତ ୩ ତାରିଖରେ ଅଧୀକ୍ଷକଙ୍କ ବହିଷ୍କାର ଦାବିରେ ଭଞ୍ଜସେନା ପକ୍ଷରୁ ଜିଲା ପ୍ରଶାସନ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ସ୍ବାସ୍ଥ୍ୟସେବାରେ ୫-ଟି ଲାଗୁ ହୋଇଥିବା ବେଳେ ମେଡ଼ିକାଲର ଅଧୀକ୍ଷକ (ସୁପରିଣ୍ଟେଣ୍ଡଣ୍ଟ) ଓ କର୍ମଚାରୀ ସମୂହ ଏହାକୁ ମାନୁ ନାହାନ୍ତି। ଠିକ୍‌ ଭାବେ ମେଡ଼ିକାଲରେ କାର୍ଯ୍ୟ ହେଉ ନ ଥିବା ଯୋଗୁଁ ଦୂର ଦୂରାନ୍ତରୁ ଆସୁଥିବା ରୋଗୀ ଓ ସାଧାରଣ ଲୋକଙ୍କ ଉପରେ ଏହାର ପ୍ରଭାବ ପଡ଼ୁଛି। ସେହିଭଳି ମେଡିକାଲ୍‌ରେ ଯଦି କୌଣସି ଅବ୍ୟବସ୍ଥା ଦେଖା ଦିଏ ତାହେଲେ ଅଧୀକ୍ଷକ ଏହାର ସମାଧାନ କରୁ ନାହାନ୍ତି। ତେଣୁ ଅଧୀକ୍ଷକଙ୍କୁ ବହିଷ୍କାର ନେଇ ଭଞ୍ଜସେନା ଉଭୟ ଜିଲା ପ୍ରଶାସନ ଓ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲେ ମଧ୍ୟ କୌଣସି ନିଷ୍ପତ୍ତି ହୋଇ ନ ଥିବାରୁ ବୁଧବାର ସକାଳ ୯ଟାରେ ସେନାର ସଭାପତି ପିଣ୍ଟୁ ମାଇତିଙ୍କ ନେତୃତ୍ୱରେ ଶତାଧିକ କାର୍ଯ୍ୟକର୍ତ୍ତା ମେଡ଼ିକାଲ କଲେଜ ଓ ହସ୍ପିଟାଲ୍‌ର ମୁଖ୍ୟ ଦ୍ୱାରରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଅଧୀକ୍ଷକ ଗୋ ବ୍ୟାକ୍‌ ଗୋ ବ୍ୟାକ୍‌ ନାରାବାଜି ଦେଇଥିଲେ। ୯ଟା ୩୦ ସମୟରେ ଅଧୀକ୍ଷକ ବିରଞ୍ଚି କୁମାର ମହାପାତ୍ର ହସ୍‌ପିଟାଲ ପରିସରକୁ ଯାଉଥିବା ବେଳେ ସେନାର କର୍ମକର୍ତ୍ତା ତାଙ୍କୁ ଭିତରକୁ ଛାଡ଼ି ନ ଥିଲେ। ଆଗାମୀ ଦିନରେ ମଧ୍ୟ ଏହିଭଳି ବିକ୍ଷୋଭ କରାଯିବ ବୋଲି ସେନା ପକ୍ଷରୁ ସୂଚନା ଦିଆଯାଇଛି। ମୟୂରଭଞ୍ଜବାସୀ ଓ ଗରିବ ରୋଗୀମାନଙ୍କ ସାମୁହିକ ସ୍ବାର୍ଥକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୨୫ ତାରିଖରେ ୧୨ ଘଣ୍ଟିଆ ବାରିପଦା ସହର ବନ୍ଦ କରାଯିବ ବୋଲି ସେନାର ସହର ସଭାପତି ସୌମ୍ୟରଞ୍ଜନ ମିଶ୍ର ପ୍ରକାଶ କରିଛନ୍ତି। ଯୁବ ଛାତ୍ର ସଂଯୋଜନ ରାକେଶ ବେହେରା, ସମ୍ପାଦକ ରାକେଶ ମହାନ୍ତିି, ଉପସଭାପତି ପ୍ରଶାନ୍ତ ମହାକୁଡ଼, ସାଧାରଣ ସମ୍ପାଦକ ମାନସ ବେହେରା, ସହର ଉପସଭାପତି ଏସ୍‌. କେ. ରାଜା ଖାନ, ଉପାଧ୍ୟକ୍ଷ ଲାଲ ବାହାଦୁର ମହାନ୍ତି, ଦୀପେଶ ଅଗ୍ରୱାଲ, ନିମାଇଁ ତ୍ରିପାଠୀ ପ୍ରମୁଖ ନେତୃମଣ୍ଡଳୀ ଓ କର୍ମୀମାନେ ବିକ୍ଷୋଭରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିରେ ୨ ପର୍ଯ୍ୟଟକ ଭରା ଗାଡ଼ି ଦୁର୍ଘଟଣା: ଘାଟିରୁ ଖସି…

ଗଜପତି,୨୧ା୧୨(ଗିରିଧାରୀ ପରିଚ୍ଛା): ଢେଙ୍କାନାଳ ଓ କଟକ ଅଞ୍ଚଳରୁ ଭରା ପର୍ଯ୍ୟଟକ ଥିବା ଦୁଇ ଗାଡ଼ି ଆସି ପବିତ୍ର ମହେନ୍ଦ୍ରଗିରି ଭ୍ରମଣ କରିଥିଲେ। ତେବେ ମହେନ୍ଦ୍ର ଦର୍ଶନ...

ପାଣ୍ଡିଆନଙ୍କ ଭୂମିକାକୁ ନେଇ ଏମିତି କହିଲେ ସମ୍ବିତ ରାଉତରାୟ, ୨୦୨୬ରେ ବହୁତ କିଛି…

ଭୁବନେଶ୍ୱର,୨୧ା୧୨: ୨୦୨୬ରେ ବହୁତ କିଛି ହେବ। କିଛି ମେଳି ନାହିଁ ବୋଲି କହିଛନ୍ତି ବିଜେଡି ନେତା ସମ୍ବିତ ରାଉତରାୟ। ସେ କହିଛନ୍ତି, ରାଜନୀତି କଲେ ଚର୍ଚ୍ଚା...

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

ବାସୁଦେବପୁରରେ ଭୟଙ୍କର ଦୁର୍ଘଟଣା: ହାଇଓ୍ବା- ଟ୍ରେଲର ମୁହାଁମୁହିଁ ଧକ୍କା

ବାସୁଦେବପୁର,୨୧।୧୨(କାଳୀପଦ ରାୟ): ବାସୁଦେବପୁର ବ୍ଲକ ଅଧୀନ ଜାମଝାଡି, ଧାମରା ରାସ୍ତାର ମାତାଜୀ ମଠ ଛକଠାରେ ଏକ ହାଇଓ୍ବା ଓ ଟ୍ରେଲର ମୁହାଁମୁହିଁ ଧକ୍କା ହୋଇଛନ୍ତି। ହାଇଓ୍ବାଟି...

କାହିଁକି ଭଡ଼ା ବୃଦ୍ଧି କଲା ରେଳ ବିଭାଗ ଜାଣନ୍ତୁ…

ନୂଆଦିଲ୍ଲୀ,୨୧ା୧୨: ଭାରତୀୟ ରେଳ ବିଭାଗ ୨୬ ଡିସେମ୍ବରରୁ ଯାତ୍ରୀ ଭଡ଼ାରେ ପରିବର୍ତ୍ତନ ଘୋଷଣା କରିଛି। ତେବେ ଏହି ଭଡ଼ା ବୃଦ୍ଧି ପଛରେ ମୁଖ୍ୟ କାରଣ ହେଉଛି...

ବ୍ୟାଟରୁ ବିଜନେସ, କେମିତି ୧୦୦୦କୋଟିର ସାମ୍ରାଜ୍ୟ ଠିଆ କଲେ ବିରାଟ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିରାଟ କୋହଲି ପଡ଼ିଆରେ ଚୌକା ଏବଂ ଛକା ମାରିଥାନ୍ତି, ଷ୍ଟାଡିୟମ କରତାଳିରେ ପ୍ରତିଧ୍ୱନିତ ହୋଇଯାଏ। କିନ୍ତୁ ବହୁତ କମ ଲୋକ ଜାଣନ୍ତି ଯେ...

ବିଜେଡିକୁ ନେଇ ଏମିତି କହିଲେ ଅଶୋକ ପଣ୍ଡା, ଭାଜପା କଂଗ୍ରେସରେ ଯେଭଳି…

ଭୁବନେଶ୍ୱର,୨୧ା୧୨: ବିଜେଡିକୁ ନେଇ ବରିଷ୍ଠ ନେତା ଅଶୋକ ପଣ୍ଡା ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଭାଜପା-କଂଗ୍ରେସରେ ଯେଭଳି କନ୍ଦଳ ଥିଲା ବିଜେଡିରେ ସେଭଳି ନାହିଁ...

ସାଜସଜ୍ଜା ଅନନ୍ୟ, ଅପେକ୍ଷାରେ ଅଭିନୟ

ବରଗଡ଼,୨୧।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା। ଆସନ୍ତା ୨୪ରୁ ଏହି ମହୋତ୍ସବ ଆରମ୍ଭ ହେବ। ୨୦୨୬ ଜାନୁଆରୀ ୩ ପର୍ଯ୍ୟନ୍ତ ଏହା ଚାଲିବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri