ଜିଲା କଂଗ୍ରେସ ଓ ଭାଜପାର ଦାବି: ମୃତକଙ୍କ ପରିବାରକୁ ଦିଆଯାଉ ୧୦ ଲକ୍ଷ କ୍ଷତିପୂରଣ

ବ୍ରହ୍ମପୁର ଅଫିସ, ୧୦ା୨-ରଙ୍ଗେଇଲୁଣ୍ଡା ବ୍ଲକର ମେଣ୍ଢରାଜପୁର ନିକଟରେ ରାସ୍ତାରେ ଓହଳିଥିବା ୧୧ କେଭି ବିଦ୍ୟୁତ୍‌ ତାରରେ ବସ୍‌ ଲାଗି ଜୀବନ୍ତ ଦଗ୍ଧ ହୋଇଥିବା ୯ ଜଣଙ୍କ ପରିବାରକୁ ସରକାର ୧୦ ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ଦେବା ଓ ଜଣଙ୍କୁ ଚାକିରି ଦେବା ପାଇଁ ଜିଲା କଂଗ୍ରେସ ଓ ଭାଜପା ପକ୍ଷରୁ ଦାବି ହୋଇଛି। ଏଥିସହ ସଙ୍କଟାପନ୍ନ ଅବସ୍ଥାରେ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଆଉ ୮ ଜଣଙ୍କ ସମସ୍ତ ଚିକିତ୍ସା ସରକାର ବହନ କରନ୍ତୁ ବୋଲି ଉଭୟ ଦଳ ଦାବି କରିଛନ୍ତି। ସେହିପରି ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି ହୋଇଥିବା ଆଉ ୯ ଜଣଙ୍କୁ ଉନ୍ନତମାନର ଚିକିତ୍ସା ସେବା ଯୋଗାଇବା ଦେବା ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଛି। ଅନ୍ୟପକ୍ଷରେ ବିଦ୍ୟୁତ ତାର ସଂସ୍ପର୍ଶରେ ବସ୍‌ ଆସିଯିବା ଘଟଣାର ନିରପେକ୍ଷ ତଦନ୍ତ ସହ ଏଥିପାଇଁ ଦାୟୀ ଇଞ୍ଜିନିୟର ଓ କର୍ମଚାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ପାଇଁ ମଧ୍ୟ ଦୁଇ ଦଳର ନେତାମାନେ ଦାବି କରିଛନ୍ତି ।
ଅର୍ଦ୍ଧ ଶତାବ୍ଦୀର ବ୍ରହ୍ମପୁର ମେଡିକାଲରେ ଟ୍ରମା ୟୁନିଟରେ ବିଶେଷଜ୍ଞ ଚିକିତ୍ସକ ଓ କର୍ମଚାରୀ ଅଭାବରୁ ଅଚଳାବସ୍ଥାରେ ରହିଛି। ସେଣ୍ଟ୍ରାଲ ଆଇସିୟୁ ବ୍ୟତୀତ ସବୁ ବିଭାଗରେ ଭେଣ୍ଟିଲେଟର ନ ଥିବା ବେଳେ ପୁରାତନ ବଡ଼ ଡ଼ାକ୍ତରଖାନାରେ ବର୍ନ ୱାର୍ଡ ନାହିଁ। ବଡ଼ ଡ଼ାକ୍ତରଖାନା ସ୍ବାସ୍ଥ୍ୟ ସମିତିର ମୁଖ୍ୟ ହେଉଛନ୍ତି ଆର୍‌ଡିସି । ତେଣୁ ଡାକ୍ତରଖାନା ଅବ୍ୟବସ୍ଥା ପ୍ରତିବାଦରେ ଜିଲା ଭାଜପା ପକ୍ଷରୁ ରବିବାର ଅପରାହ୍ନରେ ଆର୍‌ଡିସିଙ୍କ ଆବାସିକ ଅଫିସ ଆଗରେ ଗଣଧାରଣା ଦିଆଯାଇଥିଲା। ଧାରଣାରେ ସଭାପତି ବିଭୁତି ଜେନା, ବରିଷ୍ଠ ନେତା କାହ୍ନୁ ଚରଣ ପତି, ସ୍ବାସ୍ଥ୍ୟସେଲ ମୁଖ୍ୟ ରାମ କୁମାର ପାତ୍ର ଓ ଅନ୍ୟମାନେ ସାମିଲ ହୋଇଥିଲେ। ଉପରୋକ୍ତ ସମସ୍ୟା ସମାଧାନ ପାଇଁ ତ୍ୱରିତ ପଦକ୍ଷେପ ନିଆଯିବ ବୋଲି ଆର୍‌ଡିସି ପ୍ରତିଶ୍ରୁତି ଦେବାରୁ ଧାରଣା ବନ୍ଦ କରାଯାଇଥିଲା ।
ଜିଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ପୀତବାସ ପଣ୍ଡା କହିଛନ୍ତି, ବିଦ୍ୟୁତ ପରିବଣ୍ଟନ ସଂସ୍ଥା ସାଉଥକୋର ଖାମଖିଆଲି କାର୍ଯ୍ୟ ଯୋଗୁ ଏଭଳି ଦୁଃଖଦ ଘଟଣା ଘଟିଛି। ୧୧ କେଭି ବିଦ୍ୟୁତ୍‌ ତାର ସଡ଼କ ଉପରେ ଓହଳିଥିବା କର୍ମଚାରୀ କିଭଳି ଜାଣିପାରିଲେନି ତାହା ରହସ୍ୟ ଘେରକୁ ଆସିଛି। ସମ୍ପୃକ୍ତ ଇଞ୍ଜିନିୟର ଓ କ୍ଷେତ୍ର କର୍ମଚାରୀଙ୍କ ବିରୋଧରେ କାର୍ଯାନୁଷ୍ଠାନ ସହ ଦାବି ମୁତାବକ କ୍ଷତିପୂରଣ ଦିଆ ନ ଗଲେ କଂଗ୍ରେସ ପକ୍ଷରୁ ବ୍ରହ୍ମପୁର ସାଉଥକୋ କର୍ପୋରେଟ ଅଫିସ ଆଗରେ ଲଗାତର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି। ମହାନଗରର ସମସ୍ତ ପୁରୁଣା ବିଦ୍ୟୁତ ତାର ତୁରନ୍ତ ବଦଳାଇବା ପାଇଁ କଂଗ୍ରେସ ଦାବି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କ ଖରିଫ ଧାନ ସଂଗ୍ରହ: ଦିଗପହଣ୍ଡିରେ ପ୍ରସ୍ତୁତି ବୈଠକ 

ଦିଗପହଣ୍ଡି,୧୬|୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସଭାଗୃହ ପରିସରରେ  ଚାଷୀଙ୍କ ଅମଳ ଧାନ ସଂଗ୍ରହ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର...

ବେଆଇନ ଭାବେ କରୁଥିଲେ ଧାନ ଚୋରା ଚାଲାଣ, ମାଡ଼ି ବସିଲା ରିଷିଡ଼ା ପୋଲିସ

ରିଷିଡା,୧୬।୧୨(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅବୁଜବାହାଲ ଗ୍ରାମର ଜନୈକ ବ୍ୟବସାୟୀ ନିଜ ପିକଅପ୍‌ ୪୦୭ ଗାଡ଼ିରେ ବେଆଇନ ଭାବେ ଧାନ ନେଉଥିବା ବେଳେ ରିଷିଡ଼ା ପୋଲିସ...

ଦିଗପହଣ୍ଡିରେ ଜନବସତିକୁ ମାଡ଼ି ଆସୁଛନ୍ତି ହାତୀପଲ,ରାତିରେ ପଡିଯାଉଛି ତାଟି କବାଟ; ଫସଲ…

ଦିଗପହଣ୍ଡି,୧୬ା୧୨(ଅଶେଷ ନାଥ ମିଶ୍ର): ସାନଖେମୁଣ୍ଡି ବ୍ଲକ ନୂଆଗଡ, ପଳାସପୁର, ଲୁଣିନାଠୀ, ଇନ୍ଦିରା ଆବାସ କଲୋନୀ ଆଦି ଗ୍ରାମଗୁଡିକରେ ଗତ କିଛିଦିନ ହେଲା ହାତୀ ଉପଦ୍ରବ ଯୋଗୁ...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ

ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...

ଅଭିନବ ଉପାୟରେ ଠକେଇ, ଫୋନ୍‌ପେରେ ଡେମୋ ଦେଖାଇଲେ…

ଛତ୍ରପୁର,୧୬ା୧୨(ଦିଲ୍ଲୀପ ସାମଲ): ନକଲି ଫୋନ ପେ ବ୍ୟବହାର କରି ବ୍ୟବସାୟୀମାନଙ୍କୁ ଠକେଇ କରୁଥିବା ଅଭିଯୋଗର ତଦନ୍ତ ପରେ ଛତ୍ରପୁର ପୋଲିସ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ...

୭୬ ଏକର ଜାଗାରୁ ଗଞ୍ଜେଇ ଗଛ ନଷ୍ଟ

ଖଜୁରୀପଡ଼ା,୧୬ା୧୨(ବିଦୁର ବେହେରା): ବାରିକୁମ୍ପା, ସୁଡୁଲି, ଖମାର ଏବଂ ବାରିହାଗୁଡା ଜଙ୍ଗଲରେ ମଙ୍ଗଳବାର ଖଜୁରିପଡା ପୋଲିସ ଓ ଅବକାରୀ ବିଭାଗ ଚଢାଉ କରି ବେଆଇନ ଭାବେ ଚାଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri