ଚିଲିକାରେ ୧୪୨ ମାଛଧରା ଡଙ୍ଗା ଯାଞ୍ଚ

ବାଲୁଗାଁ, ୫-୨(ଡି.ଏନ.ଏ.):ଚିଲିକାରେ ଡଙ୍ଗାବୁଡ଼ି ଘଟଣା ପରେ ପ୍ରଶାସନର ଚେତା ପଶିଛି। ଅସୁରକ୍ଷିତ ଭାବେ ଯାତ୍ରୀ ପରିବହନ କରୁଥିବା ମାଛଧରା ଓ ଯାତ୍ରୀବାହୀ ଡଙ୍ଗା ଯାଞ୍ଚ ପାଇଁ ସୋମବାର ଜିଲା ପ୍ରଶାସନ ପକ୍ଷରୁ ଏକ ଟାସ୍କଫୋର୍ସ ଟିମ୍‌ ଗଠନ କରାଯାଇଛି। ଏହି ଟିମ୍‌ ମଙ୍ଗଳବାର ଚଢ଼ାଉ ଅଭିଯାନ ଆରମ୍ଭ କରିଛନ୍ତି। ଜିଲା ମତ୍ସ୍ୟ ଅଧିକାରୀ ଜୀବ ଓ ପ୍ରଯୁକ୍ତି, ବାଲୁଗାଁ କ୍ଷେତ୍ରବାସୀ ବେହେରାଙ୍କ ନେତୃତ୍ୱରେ ଗଠିତ ଉକ୍ତ ଟାସ୍କଫୋର୍ସ ଟିମ୍‌ରେ ଚିଲିକା ତହସିଲ, ସିଡିଏ, ପୋଲିସ୍‌ ଓ ଏଆରସିଏସ୍‌ ଫିଶରିର କର୍ମଚାରୀ ସାମିଲ ହୋଇଥିଲେ। ବାଲୁଗାଁ ନିକଟସ୍ଥ ବଡ଼କୁଳ ପାନ୍ଥନିବାସ ଓ ଚନ୍ଦ୍ରାପୁଟ ଜେଟିଠାରେ ୧୪୨ଟି ମାଛଧରା ଡଙ୍ଗାର ପଞ୍ଜୀକରଣ, ନବୀକରଣ, ଫିଟ୍‌ନେସ୍‌ ଓ ମାଛଧରା ଲାଇସେନ୍ସ ଆଦି ଯାଞ୍ଚ କରାଯାଇଥିଲା। ଯାଞ୍ଚରେ ସମସ୍ତ ଡଙ୍ଗା ସରକାରୀ ନିୟମ ମୁତାବକ ଠିକ୍‌ ଥିବା ମତ୍ସ୍ୟ ବିଭାଗୀୟ ଅଧିକାରୀ ବେହେରା ସୂଚନା ଦେଇଛନ୍ତି। ଏହା ବ୍ୟତୀତ ୧୩ଗୋଟି ଡଙ୍ଗାର ମାଲିକ ଯାଞ୍ଚ ସମୟରେ ଅନୁପସ୍ଥିତ ଥିବାବେଳେ ୫ଟି ଲାଇସେନ୍ସ ପ୍ରାପ୍ତ ଡଙ୍ଗା ଭାଙ୍ଗିରୁଜି ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଥିଲା। ଉକ୍ତ ୫ଟି ଡଙ୍ଗାର ଲାଇସେନ୍ସ ରଦ୍ଦ କରାଯିବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି।
ପ୍ରକାଶଥାଉ କି, ଡଙ୍ଗା ଯାଞ୍ଚ କାର୍ଯ୍ୟ ପୂର୍ବରୁ ପ୍ରଶାସନିକ ଅଧିକାରୀ ଓ ମତ୍ସ୍ୟଜୀବୀଙ୍କ ମଧ୍ୟରେ ମାଛଧରା ଡଙ୍ଗାର ଯାତ୍ରୀ ପରିବହନ ନେଇ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ରବିବାର ଡଙ୍ଗାବୁଡ଼ି ଘଟଣା ଆଖିରୁ ନ ଲିଭୁଣୁ ମଙ୍ଗଳବାର ପୁନର୍ବାର ଚନ୍ଦ୍ରାପୁଟ ଗ୍ରାମର କିଛି ପରିବାର ଛୋଟ ଛୋଟ ପିଲାଙ୍କୁ ନେଇ ମାଛଧରା ଡଙ୍ଗାରେ ମା’ କାଳିଜାଈଙ୍କ ପୀଠକୁ ଭୋଜି କରିବା ପାଇଁ ବାହାରିଥିଲେ। ଟାସ୍କଫୋର୍ସ ପହଞ୍ଚତ୍ ଡଙ୍ଗା ମାଲିକ ଓ ଯାତ୍ରୀଙ୍କୁ ଉକ୍ତ ଡଙ୍ଗାରେ ଯାତ୍ରା ନ କରିବା ପାଇଁ ବାରଣ କରିଥିଲେ। ମାତ୍ର ତାହା ତାଙ୍କ ନିଜସ୍ବ ଡଙ୍ଗା ଏବଂ ପ୍ରତିବର୍ଷ ସେମାନେ ଏପରି ଯାଉଥିବା କହି ଯୁକ୍ତି କରିଥିଲେ। ଦୀର୍ଘ ୧ ଘଣ୍ଟା ଧରି ପ୍ରଶାସନ ଓ ମତ୍ସ୍ୟଜୀବୀ ଯାତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଯାତ୍ରୀବାହୀ ଡଙ୍ଗାରେ ସେମାନଙ୍କୁ ବୁଝାଶୁଝା କରି କାଳିଜାଈଙ୍କ ପୀଠକୁ ପଠାଇବାରେ ପ୍ରଶାସନ ସକ୍ଷମ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri