ସୋସିଆଲ ମିଡିଆ : ଭଲ ଭିତରେ ଭେଲ

ଶୁଭସ୍ମିତା ନାୟକ

ବିଶ୍ୱବାସୀଙ୍କୁ ବନ୍ଧୁତ୍ୱ ସୂତ୍ରରେ ବାନ୍ଧି ରଖିଥିବା ସୋସିଆଲ ମିଡ଼ିଆରେ ଅନେକଙ୍କର ଦିନର ଅଧିକାଂଶ ସମୟ କଟିଯାଉଛି। ଏହାଦ୍ୱାରା ନିଜ ଅଜାଣତରେ ନିଜର କ୍ଷତି ହିଁ ହେଉଛି। ଲାପ୍‌ଟପ୍‌, ଟ୍ୟାବ୍‌, ମୋବାଇଲରେ ନୂଆ ନୂଆ ଆପ୍ଲିକେଶନ ଡାଉନ୍‌ଲୋଡ୍‌ କରି ଦିନରାତି ସେଥିରେ ବୁଡ଼ି ରହୁଛନ୍ତି ଅନେକେ। ବିଶେଷକରି ପାଠପଢୁଆ ପିଲାଙ୍କ ମଧ୍ୟରେ ସୋସିଆଲ ମିଡ଼ିଆ ବ୍ୟବହାର କରିବାର ପ୍ରବଣତା ଅଧିକ। ବିଭିନ୍ନ ସୋସିଆଲ ମିଡ଼ିଆ ଏକ ଅଦୃଶ୍ୟ ଦୁନିଆ। ଏଥିସହ ସଂଯୁକ୍ତ ଏମିତି ବହୁସଂଖ୍ୟକ ଲୋକ ଅଛନ୍ତି, ଯେଉଁମାନେ ବାସ୍ତବରେ ସଂସାରରେ ବି ନାହାନ୍ତି। ଅର୍ଥାତ୍‌ ଏମାନେ ଏକଦମ୍‌ ନକଲି। ଆଜିକାଲି ଅଧିକାଂଶ ପିଲା ନିଜର ମୋବାଇଲ୍‌ରେ ସବୁବେଳେ ଅନ୍‌ଲାଇନ୍‌ରେ ରହି ସାଙ୍ଗ ସହ ଅଯଥା ଚାଟିଂରେ ସମୟ ନଷ୍ଟ କରୁଛନ୍ତି। ଦିନର ପ୍ରାୟ ଅଧାଅଧି ସମୟ କଟିଯାଉଛି ସୋସିଆଲ ମିଡ଼ିଆରେ। ବୃତ୍ତିଗତ ଶିକ୍ଷାରେ ପାଠପଢୁଥିବା ପିଲାମାନେ ସୋସିଆଲ ମିଡ଼ିଆର ଭରପୂର ଫାଇଦା ନେବା କଥା। ହେଲେ ଅଧିକାଂଶ ପିଲା ଏହି ସାଇଟ୍‌ରେ ପାଠ ଓ କ୍ୟାରିୟର କଥା ଆଦାନ ପ୍ରଦାନ କରିବା ବଦଳରେ ଅନ୍ୟ ଖରାପ କଥାରେ ବ୍ୟସ୍ତ ରହୁଛନ୍ତି। ଏଥିପ୍ରତି ସଜାଗ ନ ହେଲେ ଏହା ପିଲାଙ୍କ ସୁନେଲି ଭବିଷ୍ୟତ ପ୍ରତି କ୍ଷତି ପହଞ୍ଚାଇବାର ଭୟ ରହିଛି। ଏହା ବିବିଧ ଭଲ ଭିତରେ ମଣିଷ ନିଜ ପାଇଁ ସୃଷ୍ଟି କରୁଛି ବହୁ ଭେଲ।
ଅଧିକାଂଶ ସୋସିଆଲ ନେଟୱର୍କିଂ ସାଇଟ୍‌ ଏକ ଅବାସ୍ତବ ଦୁନିଆରେ ବଞ୍ଚିବା ଶିଖାଇ ଥାଏ। ନିଜ ଜୀବନର ଅପ୍ରାସଙ୍ଗିକ ବିଷୟଗୁଡ଼ିକୁ ନେଇ ଭାବିବାକୁ ଏକ ପ୍ରକାର ବାଧ୍ୟ କରିଥାଏ। ସବୁବେଳେ ନିଜକୁ ଏକ ଅଦୃଶ୍ୟ ବା ଅବାସ୍ତବ ଦୁନିଆରେ ଆବଦ୍ଧକରି ରଖିବା ଫଳରେ ନାନା ମାନସିକ ଓ ଶାରୀରିକ ସମସ୍ୟା ଦେଖାଦିଏ। ବାରମ୍ବାର ମୋବାଇଲ ଦେଖିବା, ସୋସିଆଲ ନେଟୱର୍କିଂ ସାଇଟ୍‌ର ନୋଟିଫିକେଶନ୍‌ ଚେକ୍‌ କରିବା, ଷ୍ଟାଟସ୍‌ ଅପଡେଟ୍‌ ଆଦି ଫଳରେ ମାନସିକ ଅସ୍ଥିରତା ବୃଦ୍ଧିପାଇବା, ମେଦବୃଦ୍ଧି ସହିତ ହାର୍ଟବିଟ୍‌ କମ୍‌ ହେବା ଓ ନିଦ୍ରାହୀନତା ସମସ୍ୟା ସୃଷ୍ଟି କରିଥାଏ। ବେକମୂଳ ଦରଜ, ଅଣ୍ଟା ବିନ୍ଧା, ଆଖି ପୋଡ଼ାଜଳା, ଜଏଣ୍ଟ ପେନ୍‌, ଟେନିସ୍‌ ଏଲ୍‌ବୋ ଭଳି ସମସ୍ୟା ଉପୁଜିଥାଏ।
ବିଭିନ୍ନ ସୋସିଆଲ ସାଇଟ୍‌ରେ ଲାଇକ୍‌, କମେଣ୍ଟ ଓ ଲମ୍ବି ଚାଲିଥିବା ବନ୍ଧୁ ତାଲିକା ହିଁ ସମାଜର ପରିଭାଷା ପାଲଟିଛି। ସହରାଞ୍ଚଳରେ ସାଇପଡ଼ିଶାଙ୍କ ସହ କଥା ହେବାକୁ ସତେ ଯେମିତି କାହା ପାଖରେ ସମୟ ନାହିଁ। ଏପରିକି ନିଜ ପରିବାରର ଅନ୍ୟ ସଦସ୍ୟଙ୍କ ସହ କଥା ହେବାକୁ ଯେମିତି ସମୟ ନାହିଁ। କାରଣ ଫେସ୍‌ବୁକ୍‌, ହ୍ବାଟ୍ସଆପ୍‌, ଇନ୍‌ଷ୍ଟାଗ୍ରାମ୍‌ ଆଦିରେ ବ୍ୟସ୍ତ ରହୁଛୁ ଆମେ। ନୂଆ ନୂଆ ବିଜ୍ଞାନ ବା ଟେକ୍ନୋଲୋଜିର ବହୁଳ ବ୍ୟବହାର ଆମକୁ ଅନ୍ତର୍ମୁଖୀ ହେବାକୁ ବାଧ୍ୟ କରୁଛି। ଧୀରେ ଧୀରେ ସମାଜଠାରୁ ଆମେ ଦୂରେଇ ଯାଉଛେ। ମନୋବିଜ୍ଞାନୀଙ୍କ ମତରେ, ସୋସିଆଲ୍‌ ମିଡ଼ିଆରେ ଅଧିକ ସମୟ ବିତାଇବା ଦ୍ୱାରା ସମ୍ପର୍କ ଉପରେ ଏହାର କୁପ୍ରଭାବ ପଡୁଛି।
କଲେଜପଢ଼ୁଆ ପିଲାଙ୍କ ଲାଗି ସୋସିଆଲ ନେଟ୍‌ୱର୍କ ପାଲଟିଛି ନିଶା। ଆଧୁନିକ ପିଢ଼ି ନିଜ ଆଖପାଖରେ ଥିବା ସମପିଢ଼ିଙ୍କ ସହ ବନ୍ଧୁତା ରଖିବାକୁ ପସନ୍ଦ କରୁନାହାନ୍ତି। କିନ୍ତୁ ସୋସିଆଲ ମିଡ଼ିଆରେ ଦୂରଦୂରାନ୍ତର ଅଜଣା ପିଲା ସହ ବନ୍ଧୁତା କରୁଛନ୍ତି। ଏହି ଅଜଣା ଅର୍ବାଚୀନ ବନ୍ଧୁଙ୍କ ସହ ଫଟୋ, ଭିଡିଓ ତଥା ଜୀବନର ବ୍ୟକ୍ତିଗତ ଓ ଗୁରୁତ୍ୱପୂର୍ଣ୍ଣ ଘଟଣାକୁ ଶେୟାର କରିବା ସହ ପସନ୍ଦ, ନାପସନ୍ଦ ଓ ସମସ୍ତ ପ୍ରକାର କାର୍ଯ୍ୟକଳାପକୁ ସେମାନେ ବିନା ଦ୍ୱିଧାରେ ପରସ୍ପର ମଧ୍ୟରେ ବାଣ୍ଟୁଛନ୍ତି, ଫଳରେ ସେମାନେ ଅନାୟାସରେ ଠକାମିରେ ପଡୁଛନ୍ତି।
ଅନେକ ଝିଅ ସୋସିଆଲ ମିଡ଼ିଆରେ ବନ୍ଧୁତା କରି ନିଜର ଭିଡ଼ିଓ ଓ ଫଟୋଗ୍ରାଫ୍‌ ଦିଆନିଆ କରିବା ପରେ ଜାଣୁଛନ୍ତି ଯେ, ସେମାନେ ଯାହା ସହିତ ବନ୍ଧୁତା କରିଥିଲେ, ତାହା ଏକ ଫେକ୍‌ ଆଇଡି ବା ସେମିତି କେହି ଲୋକ ହିଁ ନାହାନ୍ତି। ହେଲେ ଶେୟାର କରିଥିବା ନିଜର ବ୍ୟକ୍ତିଗତ ଫଟୋ ବା ଭିଡ଼ିଓ ଏଡିଟ୍‌ ହୋଇ ବିଭିନ୍ନ ସୋସିଆଲ ସାଇଟ୍‌ରେ ନଗ୍ନଚିତ୍ର ଭାବେ ପ୍ରଦର୍ଶିତ ହୋଇଛି। ଏମିତି ଘଟଣା ବାରମ୍ବାର ଘଟୁଛି, ଯାହାକୁ ନିୟନ୍ତ୍ରଣ କରିବା ସମ୍ଭବ ହେଉନାହିଁ।
କେହି କେହି ସୋସିଆଲ୍‌ ମିଡ଼ିଆରେ ଅପଡେଟ୍‌ ରହିବାକୁ ଯାଇ ନିଜ ଜୀବନର ସତ ଖୁସିଠାରୁ ଦୂରେଇ ଯାଉଛନ୍ତି। ଆମ ଭିତରୁ ଅଧିକାଂଶ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହ କିମ୍ବା ବିଭିନ୍ନ ଉତ୍ସବ ଓ ପୂଜାପର୍ବରେ ଫଟୋ ଉଠାଇ ସୋସିଆଲ ମିଡ଼ିଆରେ ଅପଲୋଡ୍‌ କରିବା ନିଶାରେ ଏତେ ନିମଗ୍ନ ରହୁଛନ୍ତି ଯେ, ସେହି ପରିବେଶର ପ୍ରକୃତ ଖୁସି ଉପଭୋଗ କରିପାରୁ ନାହାନ୍ତି। ନିଜର ଷ୍ଟାଟସ୍‌ ଅପଡେ୍‌ଟ କରିବାକୁ ଯାଇ ଅନେକେ ନିଜର ଖୁସିକୁ ଅଧାରେ ଛାଡ଼ି ଆସୁଛନ୍ତି।
ସୋସିଆଲ ସାଇଟ୍‌ରେ ବ୍ୟକ୍ତିଗତ ଜୀବନ ଓ କଥାକୁ ସର୍ବସାଧାରଣ ଆଗରେ ଉପସ୍ଥାପନ କରିବା ଦ୍ୱାରା ବେଳେବେଳେ ବିବାଦ ଉପୁଜିବା ଦେଖାଦିଏ। ପୁଣି ଯୁବପିଢ଼ି ସୋସିଆଲ ମିଡ଼ିଆରେ ଯୋଡ଼ି ହେବାକୁ ଷ୍ଟାଟସ୍‌ ସିମ୍ବଲ୍‌ ବୋଲି ଭାବୁଛନ୍ତି। ସେମାନଙ୍କ ମତରେ, ଏସବୁରେ ନଥିବା ଲୋକ ପୁରୁଣାକାଳିଆ ବା ଆଉଟ୍‌ ଡେଟେଡ୍‌। ଯୁବପିଢ଼ି ସୋସିଆଲ ମିଡ଼ିଆରେ ଅଧିକ ସମୟ ବିତାଇବା ଦ୍ୱାରା ଚିଡ଼ିଚିଡ଼ା ସ୍ବଭାବର ହୋଇଯାଉଛନ୍ତି। କ୍ରୋଧୀ ପାଲଟିଯାଉଛନ୍ତି। ଫଳରେ ପ୍ରକୃତ ବନ୍ଧୁମାନଙ୍କ ସହ ସମ୍ପର୍କ ବିଗିଡ଼ି ଯାଉଛି।
ସାଇବର୍‌ ନିଶା କାରଣରୁ ଯୁବଗୋଷ୍ଠୀଙ୍କ ମନରେ ଅପରାଧ ଭାବନା ଜାଗିଉଠୁଛି। ଉଗ୍ରବାଦ, ଆତଙ୍କବାଦର ପ୍ରଚାରରେ ମଧ୍ୟ ମୁଖ୍ୟ ମାଧ୍ୟମ ସାଜିଛି ସୋସିଆଲ୍‌ ମିଡ଼ିଆ। ଅପରାଧପ୍ରବଣ ଲୋକ ଏହାକୁ ମାଧ୍ୟମ କରି ବିଭିନ୍ନ ଅପରାଧମୂଳକ କାର୍ଯ୍ୟ ସହଜରେ କରିପାରୁଛି। ଠିକ୍‌ ସେମିତି କିଛି ନକାରାତ୍ମକ ଲୋକଙ୍କ ପାଇଁ ନଗ୍ନ ଫଟୋ, ଭିଡ଼ିଓ ଭାଇରାଲ୍‌ ହେବାରେ ଲାଗିଛି ସୋସିଆଲ ମିଡ଼ିଆରେ।
ଫେସ୍‌ବୁକ୍‌, ଟୁଇଟର୍‌ ଭଳି ସାମାଜିକ ଗଣମାଧ୍ୟମରେ ପ୍ରାୟତଃ ଭ୍ରମାତ୍ମକ ତଥ୍ୟ ପ୍ରକାଶ ପାଇଥାଏ। ଏକ ଆକଳନରୁ ଜଣାପଡ଼େ ଯେ, ସତ୍ୟ ବା ଠିକ୍‌ ତଥ୍ୟ ପ୍ରଦାନ କରୁଥିବା ବ୍ୟକ୍ତିଙ୍କ ସଂଖ୍ୟା ମାତ୍ର ଶତକଡ଼ା ୧୮ ଭାଗ। ପୁଣି ମିଥ୍ୟା ବା ଭୁଲ ତଥ୍ୟ ଦେବାରେ ମହିଳାଙ୍କଠାରୁ ପୁରୁଷ ଆଗୁଆ। ୪୩ ଭାଗ ପୁରୁଷ ଭୁଲ ତଥ୍ୟ ପ୍ରଦାନ କରୁଥିବା ଜଣାଯାଏ। ଅନ୍ୟମାନଙ୍କୁ ପ୍ରଭାବିତ କରିବା ତଥା ନିଜ ଆଡକୁ ଅଧିକ ଆକର୍ଷିତ କରିବା ପାଇଁ ବ୍ୟବହାରକାରୀ ଏପରି କରନ୍ତି ବୋଲି ଏହି ଅଧ୍ୟୟନରୁ ଜଣାପଡ଼ିଛି।
ଅପବ୍ୟବହାରରୁ ବର୍ତ୍ତିବା ପାଇଁ ଦରକାର କେବଳ ନିଜ ଉପରେ ନିୟନ୍ତ୍ରଣ। କିପରି ଓ କେତେ ସମୟ ବ୍ୟବହାର କଲେ ତାହା ମନ ଓ ସ୍ବାସ୍ଥ୍ୟ ପ୍ରତି ଠିକ୍‌ ରହିବ, ତାହା ନିର୍ଭର କରେ ନିଜର ମାନସିକତା ଉପରେ। ଯେ କୌଣସି ଜିନିଷର ଉଭୟ ସକାରାତ୍ମକ ଓ ନକାରାତ୍ମକ ଦିଗ ରହିଛି। ତେବେ ଏହାକୁ କେଉଁ ଭାବରେ ବ୍ୟବହାର କରିବେ, ତାହା ନିଜର ଦାୟିତ୍ୱ ହେବା ଉଚିତ। ସୋସିଆଲ ମିଡ଼ିଆର ଅପବ୍ୟବହାର ବହୁ ଅସୁବିଧାରେ ପକାଇପାରେ। ତେଣୁ ଭାବିଚିନ୍ତି ଏହାର ଉପଯୋଗ କରିବା ଉଚିତ।
– ଗବେଷଣା ଛାତ୍ରୀ, ଓଡ଼ିଆ ବିଭାଗ,
ଉତ୍କଳ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର,
ମୋ-୯୫୫୬୧୫୮୧୧୧


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

କଠିନ ବର୍ଜ୍ୟକୁ ମାତ୍ର ୮ ଘଣ୍ଟା ମଧ୍ୟରେ ନ୍ୟୁଟ୍ରିଣ୍ଟ ପରିପୂର୍ଣ୍ଣ ଖତରେ ପରିଣତ କରିପାରୁଛି ଗୋଲ୍‌ଡ କମ୍ପୋଷ୍ଟର। ‘ଓ୍ବେଷ୍ଟ ଇଜ୍‌ ଗୋଲ୍‌ଡ ଟେକ୍‌ନୋଲୋଜି’ ଷ୍ଟାର୍ଟଅପ୍‌ ମାଧ୍ୟମରେ...

ଆଇନଜୀବୀ ଓ ଆଇନଜ୍ଞ ମଧୁବାବୁ

ସିତାଂଶୁ ମୋହନ ଦ୍ୱିବେଦୀ   ମହାତ୍ମା ଗାନ୍ଧୀ, ଚିତ୍ତରଞ୍ଜନ ଦାସ, ମୋତିଲାଲ ନେହେରୁ ଏବଂ ମଧୁସୂଦନ ଦାସ ପ୍ରମୁଖ ପ୍ରଖ୍ୟାତ ଆଇନଜୀବୀଗଣ ଆଇନଜ୍ଞ ଭାବରେ ତଥା...

ଖଣ୍ଡିଏ ଭୋଟ୍‌ର ମୂଲ୍ୟ

ଅଧ୍ୟାପକ ନିରଞ୍ଜନ ପାଢ଼ୀ   ନିର୍ବାଚନ ପାଇଁ ଆଉ ମାତ୍ର ଦିନ କେଇଟାର ଅପେକ୍ଷା। ଭାରତ ଭଳି ଏକ ବିଶାଳ ଗଣତନ୍ତ୍ରର ଭାଗ୍ୟଡୋରି ହାତକୁ ନେବା...

ହିନ୍ଦୁତ୍ୱର ସଙ୍କେତ

ଭାଷଣରେ ଲୋକ ପ୍ରତିନିଧିତ୍ୱ ଆଇନ ଉଲ୍ଲଂଘନ କରିଥିବା ଅଭିଯୋଗ ପ୍ରଧାନମନ୍ତ୍ରୀଙ୍କ ଉପରେ ଲଗାଯାଇଛି। ଏହି ଭାଷଣକୁ ବିରୋଧୀ ସାମ୍ପ୍ରଦାୟିକ ବୋଲି କହିଛି। ତାଙ୍କୁ ଅଯୋଗ୍ୟ ଘୋଷଣା...

ଏଇ ଭାରତରେ

ଶ୍ରମିକମାନଙ୍କୁ ହଳେ ସ୍ଲିପର ଓ ମହିଳାମାନଙ୍କୁ ରୋଜଗାର ଯୋଗାଇବା ଲାଗି ଦିବ୍ୟାଂଶୁ ଉପାଧ୍ୟାୟ ଏକ ଅଭିନବ ଅଭିଯାନ ଚଳାଇଛନ୍ତି। ଦିବ୍ୟାଂଶୁ ରହୁଛନ୍ତି ଉତ୍ତରପ୍ରଦେଶ ବନାରସରେ। ସେ...

ବାଲୁଚିସ୍ତାନ ସହ ବିଶ୍ବାସଘାତକତା

ଲଳିତେନ୍ଦୁ ପଲାଉରୀ ପାକିସ୍ତାନର ପ୍ରମୁଖ ପ୍ରଦେଶ ବାଲୁଚିସ୍ତାନ ଦୀର୍ଘ ୭୫ ବର୍ଷରୁ ଅଧିକ ସମୟ ଧରି ଅଲଗା ରାଷ୍ଟ୍ର ଦାବି କରୁଥିବା ବେଳେ ଦିନକୁ ଦିନ...

ସମ୍ବିଧାନ ବଦଳାଇବାକୁ ନେଇ ଆଶଙ୍କା

ଭାଲଚନ୍ଦ୍ର ଷଡ଼ଙ୍ଗୀ ଦେଶରେ ସାଧାରଣ ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ଚାଲିଥିବା ବେଳେ ସମ୍ବିଧାନକୁ ନେଇ ଚର୍ଚ୍ଚା ଜୋର୍‌ ଧରିବାରେ ଲାଗିଛି। ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ...

Dillip Cherian

ଅଜବ ଅଭିଯୋଗ

ସାରା ଦେଶରେ ଏବେ ଲୋକ ସଭା ନିର୍ବାଚନକୁ ନେଇ ଉତ୍କଣ୍ଠା ପ୍ରକାଶ ପାଇଛି। ଏହା ମଧ୍ୟରେ ଭେଦଭାବପୂର୍ଣ୍ଣ କାର୍ଯ୍ୟ ଏବଂ ଅମଲାତାନ୍ତ୍ରିକ ଦ୍ୱନ୍ଦ୍ୱର ଏକ ବିଚିତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri