ଏସ୍‌ପ୍ଲାନେଡ୍‌ ଓ୍ବାନ୍‌ର କିଡ୍‌ସ ସୁପର ମଡେଲ ଖୋଜା ଅଭିଯାନ

ଭୁବନେଶ୍ୱର,୨୩।୫(ବ୍ୟୁରୋ): ଓ୍ବିମେନ୍ସ ଡେ’ ସେଲିବ୍ରେଶନ ପରେ କୁନି କୁନି ପିଲାଙ୍କ ପାଇଁ ଏକ ନୂଆ କ୍ୟାମ୍ପେନ୍‌ ଆରମ୍ଭ କରିଛି ରସୁଲଗଡ଼ସ୍ଥିତ ଏସ୍‌ପ୍ଲାନେଡ୍‌ ଓ୍ବାନ୍‌ ମଲ୍‌। ପିଲାଙ୍କ ଲାଗି ଉଦ୍ଦିଷ୍ଟ ପୋଷାକ ବ୍ରାଣ୍ଡ୍‌ର ପ୍ରମୋଟ କରିବା ସହ ସୁପର ମଡେଲ ହେବା ପାଇଁ ଏକ ଉତ୍କୃଷ୍ଟ ପ୍ଲାଟଫର୍ମ ଯୋଗାଇଦେବା ଏହି କ୍ୟାମ୍ପେନ୍‌ର ମୁଖ୍ୟ ଉଦ୍ଦେଶ୍ୟ। ଏହି ଅବସରରେ ୧୯ ଓ ୨୦ତାରିଖରେ ଏସ୍‌ପ୍ଲାନେଡ୍‌ ତରଫରୁ ଛୋଟ ଛୋଟ ପିଲାଙ୍କୁ ନେଇ ଏକ ଫଟୋସୁଟ୍‌ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।
ଏଥିରେ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରୁ ଆସିଥିବା ପିଲାମାନେ ଜାତୀୟସ୍ତରୀୟ ପୋଷାକ ବ୍ରାଣ୍ଡ୍‌ ପାଇଁ ମଡେଲ ଭାବେ ଫଟୋସୁଟ୍‌ କରିଥିଲେ। ପିଲାମାନେ ନିଜ ପସନ୍ଦ ମୁତାବକ ପୋଷାକ ବାଛି ତାହାକୁ ପିନ୍ଧି ସୁଟ୍‌ କରିବାର ସୁଯୋଗ ପାଇଥିଲେ। ଫଟୋସୁଟ୍‌ କାର୍ଯ୍ୟକ୍ରମରେ ଭାଗ ନେଇଥିବା ପ୍ରତ୍ୟେକ ପିଲାଙ୍କ ଫଟୋକୁ ଏସ୍‌ପ୍ଲାନେଡ୍‌ର ସୋସିଆଲ ତଥା ଡିଜିଟାଲ ସାଇଟ୍‌ରେ ଛଡ଼ାଯିବ। ଏହାବ୍ୟତୀତ ବଛା ବଛା ଫଟୋକୁ ବ୍ରାଣ୍ଡ୍‌ ପ୍ରମୋଶନ କ୍ୟାମ୍ପେନ୍‌ ପାଇଁ ବ୍ୟବହାର କରାଯିବ। ଆଇକନିକ୍‌ କିଡ୍‌ସ, ରିଲିଆନ୍ସ ଟ୍ରେଣ୍ଡ୍‌ସ, ଏଫ୍‌ବିବି, ଇଣ୍ଡିଆନ୍‌ ଟେରିଆନ୍‌, ଲାଇଫଷ୍ଟାଇଲ, ୟୁସିବି ଏବଂ ମ୍ୟାକ୍ସ ଭଳି ବ୍ରାଣ୍ଡ୍‌ ପାଇଁ ଏହି ପିଲାମାନେ ମଡେଲ ହୋଇପାରିବେ। କେବଳ ଏତିକି ନୁହେଁ, ସୁଟ୍‌ କରିଥିବା ପ୍ରତ୍ୟେକ ପିଲାଙ୍କୁ ଆକର୍ଷଣୀୟ ଉପହାର ପ୍ରଦାନ କରାଯାଇଥିଲା। ସେହିଭଳି ଆଗାମୀ ରଜ ମହୋତ୍ସବ ପାଇଁ ମଲ୍‌ ପକ୍ଷରୁ ଆହୁରି ଆକର୍ଷଣୀୟ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲଙ୍କ ଭାଷଣକୁ ନେଇ ଜୋର୍‌ ଧରିଲା ରାଜନୀତି

ଭୁବନେଶ୍ୱର, ୨୯।୪(ସୁନିତ୍‌ ମିଶ୍ର):୨୦୨୪ ନିର୍ବାଚନ ପାଇଁ ମେ’ ୧୩ରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଅନୁଷ୍ଠିତ ହେବ। ଏଥିଲାଗି ଭାଜପା ଏବଂ କଂଗ୍ରେସର କେନ୍ଦ୍ରୀୟ ନେତାମାନଙ୍କ...

କଂଗ୍ରେସ ଛାଡ଼ିଲେ ଦୁଲାଲ

ଭୁବନେଶ୍ୱର,୨୯ା୪: କଂଗ୍ରେସରୁ ସୋମବାର ଇସ୍ତଫା ଦେଇଛନ୍ତି ଦୁଲାଲ ପ୍ରଧାନ। ରବିବାର ଦୁଲାଲଙ୍କଠାରୁ ତାଙ୍କ ଟିକେଟ୍‌ ଫେରାଇ ନେବା ପରେ ସେ ଦଳ ଛାଡ଼ିଛନ୍ତି। ଦୁଲାଲ ତାଙ୍କର...

ବେକାରିଙ୍କ ମଧ୍ୟରେ ୮୩% ଯୁବପିଢ଼ି

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା):ଦେଶରେ ବେକାରି ସମସ୍ୟା ଚିନ୍ତାର ବିଷୟ ପାଲଟିଛି। ମାତ୍ର ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲଏ)ର ରିପୋର୍ଟ ଅନୁଯାୟୀ, ୨୦୨୨ରେ ଭାରତର ମୋଟ ବେକାରି ଜନସଂଖ୍ୟାରେ...

ଶସ୍ତା ହୋଇପାରେ ବିମାନ ଟିକେଟ୍‌

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା):ବେସାମରିକ ବିମାନ ଚଳାଚଳ କ୍ଷେତ୍ର ନିୟାମକ (ଡିଜିସିଏ) ବିମାନ ସେବା ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛିି। ଏପ୍ରିଲ ୨୩ ରେ ଜାରି କରାଯାଇଥିବା...

ଭିକ୍ଷୁକମୁକ୍ତ ହୋଇପାରୁନି ସ୍ମାର୍ଟସିଟି

ଭୁବନେଶ୍ୱର,୨୯।୪ (ବନ୍ଦନା ସେଠୀ): ସ୍ମାର୍ଟସିଟି ଭୁବନେଶ୍ୱରକୁ ଭିକାରୀ ଏବଂ ଯାଯାବର (ବଞ୍ଜାରା)ମୁକ୍ତ କରିବାକୁ ଅଭିଯାନ ଆରମ୍ଭ କରିଥିଲା ବିଏମ୍‌ସି। ଯଦିଓ ପୂର୍ବଭଳି ସବୁ ମନ୍ଦିର ଆଗରେ...

ଅଲ୍‌ ନ୍ୟୁ ଇଣ୍ଟ୍ରା ଭି-୭୦ର ଅନାବରଣ

ଭୁବନେଶ୍ୱର,୨୯।୪:ଦେଶର ପ୍ରମୁଖ ବାଣିଜି୍ୟକ ଯାନ କମ୍ପାନୀ ତଥା ଟାଟା ମୋଟର୍ସ ଲିମିଟେଡ୍‌ର ଅଲ ନ୍ୟୁ ଇଣ୍ଟ୍ରା ଭି-୭୦ର ଅନାବରଣ ସର୍ବଭାରତୀୟସ୍ତରରେ ହୋଇଯାଇଛି। ଏପରିକି କମ୍ପାନୀର ଓଡ଼ିଶା...

ଚେକିଂବେଳେ ଥାନାଧିକାରୀଙ୍କୁ ଚାପୁଡ଼ା

ଭୁବନେଶ୍ୱର,୨୯।୪(ସୂର୍ଯ୍ୟକାନ୍ତ ବେହେରା): ମଦ୍ୟପ ଗାଡ଼ି ଚାଳକଙ୍କ ଉନ୍ମତ୍ତକାଣ୍ଡ। ଚେକିଂ ବେଳେ ପୋଲିସ କର୍ମଚାରୀଙ୍କୁ ଗାଳିଗୁଳଜ କରିବା ସହ ଥାନା ଅଧିକାରୀଙ୍କୁ ଚାପୁଡା ମାରିଲେ। ରାଜଧାନୀ ଭୁବନେଶ୍ୱରରେ...

ତନିସ୍କର ବିବାହ ସମ୍ଭାର ‘ରିଭା’

ଭୁବନେଶ୍ୱର,୨୯।୪:ତନିସ୍କର ବହୁ ପ୍ରତୀକ୍ଷିତ ତଥା ସୂକ୍ଷ୍ମ କାରିଗରିରେ ନିର୍ମିତ ବିବାହ ସମ୍ଭାର ‘ରିଭା’ ନିକଟରେ ଉନ୍ମୋଚିତ ହୋଇଯାଇଛି। ଏପରିକି ଏକ ଉତ୍ସର୍ଗୀକୃତ ବିବାହ ଅଳଙ୍କାର ଉପ-ବ୍ରାଣ୍ଡ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri