Posted inଜାତୀୟ

ଏବେ ପୁରା ଦେଶରେ ଚାଲିବ ଗୋଟିଏ ସମୟ, ଶୀଘ୍ର ଆସିବ ନିୟମ

ନୂଆଦିଲ୍ଲୀ,୨୧।୫: ଯେଉଁଭଳି ଭାବେ ଜର୍ମାନୀରେ ଜର୍ମାନ ସମୟ ନିର୍ଦ୍ଧାରିତ ହୋଇଛି, ସେହିଭଳି ଭାରତରେ ମଧ୍ୟ ନିର୍ଦ୍ଧାରିତ ସମୟର ବ୍ୟବହାର କରାଯିବ। ଦେଶରେ ଭାରତୀୟ ସମୟକୁ ବ୍ୟବହାର କରିବାକୁ ଏକ ଆଇନ ପ୍ରସ୍ତୃତ କରାଯିବ। ଏହାପରେ ଦେଶର ଏକ ସ୍ବତନ୍ତ୍ର ସମୟ ହେବ ବୋଲି ସୂଚନା ମିଳିଛି। ନ୍ୟାଶନାଲ ଫିଜିକାଲ ଲାବ୍ରୋଟୋରୀ (ଏନ୍‌ପିଏଲ୍‌) ଏବେ ରେଲଓ୍ବେଠାରୁ ଆରମ୍ଭ କରି ବ୍ୟାକିଂ ସେକ୍ଟର ପର୍ଯ୍ୟନ୍ତ ସମସ୍ତଙ୍କୁ ଏକ ନିର୍ଦ୍ଧାରିତ ସମୟର ସୂଚନା ଦେବ। ଏନ୍‌ପିଏଲ୍‌ର ନିର୍ଦ୍ଦେଶକ ଡାକ୍ତର ଦିନେଶ କୁମାର ଅସବାଲ ସୋମବାର ଏନେଇ ସୂଚନା ଦେଇଛନ୍ତି। ସରକାର ଦେଶରେ ସବୁ ଉଦ୍ଦେଶ୍ୟ ପାଇଁ ବ୍ୟବହୃତ ହେଉଥିବା ସମୟକୁ ଏନ୍‌ପିଏଲ୍‌ର ଘଡ଼ିକୁ ଅନୁରୂପ କରିବା ପାଇଁ ଯୋଜନା କରୁଛନ୍ତି। ଏନ୍‌ପିଏଲ୍‌ର ସମୟ ଅନ୍ତରାଷ୍ଟ୍ରୀୟ ସମୟ ତୁଳନାରେ ୨.୭ ନେନୋ ସେକେଣ୍ଡ ଥିବା ଜଣାପଡ଼ିଛି। ଏବେ ଦେଶର ନିର୍ଦ୍ଧାରିତ ସମୟକୁ ଆକାଶବାଣୀ ଓ ଦୂରଦର୍ଶନ ଦ୍ୱାରା ଲୋକଙ୍କ ପାଖରେ ପହଞ୍ଚାଯାଉଛି। ସରକାରଙ୍କ ଯୋଜନା ପୁରା ଦେଶରେ କେବଳ ଗୋଟିଏ ସମୟକୁ ବ୍ୟବହାର କରିବା, ଯାହା ଭାରତର ସ୍ବତନ୍ତ୍ର ସମୟ ହେବ। ଏହାକୁ ବାଧ୍ୟତାମୂଳକ ବ୍ୟବହାର କରିବା ପାଇଁ ସରକାର ଶୀଘ୍ର ସଂସଦରେ ଏକ ବିଲ ପାସ୍‌ କରିବେ। ଏହି ମାମଲାରେ ଉପଭୋକ୍ତାଙ୍କ ମନ୍ତ୍ରଣାଳୟର ଅଧିକାରୀଙ୍କ ସହ ଆଲୋଚନା ଜାରି ରହିଛି। ଇସ୍ରୋ ନିଜର ଉତ୍‌କ୍ଷେପଣରେ ଏହାର ବ୍ୟବହାର ଆରମ୍ଭ କରିଦେଇଥିବା ଜଣାପଡ଼ିଛି। ଡିଜିଟାଲ ନେଣଦେଣରେ ସାଇବର ସୁରକ୍ଷା ପାଇଁ ନିର୍ଦ୍ଧାରିତ ସମୟର ସୂଚନା ଜରୁରୀ ହୋଇଥାଏ। ବହୁ ବିକଶିତ ଦେଶରେ ସେମାନଙ୍କ ସ୍ଥାନୀୟ ସମୟ ହଁି ଏକମାତ୍ର ନିର୍ଦ୍ଧାରିତ ସମୟ ହୋଇଥାଏ। ଏହି ପରିପ୍ରେକ୍ଷୀରେ ଜର୍ମାନୀରେ ଏକ ନିର୍ଦ୍ଧାରିତ ସମୟ ରହିଛି। ସେଠାକାର ଲୋକମାନେ ଅନ୍ୟ କୌଣସି ସମୟକୁ ବ୍ୟବହାର କରିପାରିବେ ନାହିଁ। ଭାରତରେ ଏବେ ଅଧିକାରିକ ସମୟ ଅଛି, ହେଲେ ଏବେ ଏହାକୁ ନିର୍ଦ୍ଧାରିତର ମାନ୍ୟତା ଦିଆଯାଇନାହିଁ। ଏହି କାରଣ ଯୋଗୁ ଆମେମାନେ କୌଣସି ସମୟକୁ ବ୍ୟବହାର କରିବାର ସ୍ବାଧୀନତା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନରେ ବର୍ତ୍ତମାନ ସୁଦ୍ଧା ଏତିକି ଜଣ ଜୀବିତ ଅଛନ୍ତି ପରମାଣୁ ବୈଜ୍ଞାନିକ, ରିପୋର୍ଟରେ ପ୍ରକାଶ ପାଇଲା…

ତେହରାନ,୧୮ା୧୨: ୨୦୨୫ ବର୍ଷ ଇରାନ ପାଇଁ ଏକ ଝଟ୍‌କା ଥିଲା। ଗୋଟିଏ ପଟେ ଏହାର ତିନୋଟି ପ୍ରକ୍ସି ସଂଗଠନ (ହମାସ୍‌, ହେଜ୍‌ବୋଲ୍ଲା ଏବଂ ହୁଟି) ଏହି...

ଚର୍ଚ୍ଚା ଭିତରେ ମୁହଁ ଖୋଲିଲେ ମହମ୍ମଦ ମୋକିମ, କହିଲେ ଖୁବ କମ୍ ଦିନ ଭିତରେ ନିଷ୍ପତ୍ତି ଜଣାଇବି

ଭୁବନେଶ୍ବର,୧୮ା୧୨: ପୂର୍ବତନ ବିଧାୟକ ମୋକିମଙ୍କୁ କଂଗ୍ରେସ ବହିଷ୍କାର କରିବା ପରେ ଦିନକୁ ଦିନ ନୂଆନୂଆ ରାଜନୈତିକ ବୟାନବାଜି ସାମ୍ନାକୁ ଆସିଛି । କଂଗ୍ରେସର କେନ୍ଦ୍ରୀୟ ନେତା...

ରୋଗୀଙ୍କୁ ମିଳିବ ଉନ୍ନତ ସେବା

କେସିଙ୍ଗା,୧୮।୧୨(ତୁମେଶ୍ୱର ସାହୁ): ଜିଲା ସ୍ବାସ୍ଥ୍ୟ ସମିତି କଳାହାଣ୍ଡି ଆନୁକୁଲ୍ୟରେ ଏମ୍ସ ଭୁବନେଶ୍ୱର ଏବଂ ଦିଲ୍ଲୀ ଜହ୍ନ ହୋପକିନସ ୟୁନିଭର୍‌ ସିଟି(John Hopkins University) ଆନୁକୁଲ୍ୟରେ ସ୍ଥାନୀୟ...

ସୁଗ୍ରୀବଙ୍କ ରଙ୍ଗ ତୂଳୀରେ ଝଲସୁଛି ଆଦିମ ଜନଜାତି ଜୁଆଙ୍ଗଙ୍କ ଚିତ୍ରକଳା

କେନ୍ଦୁଝର (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାର ଆଦିମ ଜନଜାତି ଜୁଆଙ୍ଗମାନେ ଏବେ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇ ବିଭିନ୍ନ କଳା କୌଶଳରେ ନିଜର ପରିଦର୍ଷିତା...

IPL ୨୦୨୬: ମା’ ବିକିଥିଲେ ଗହଣା, ଖାଲିପେଟରେ ଶୋଇଥିଲେ ବାପା; ଏବେ ୧୪.୨୦ କୋଟିରେ କିଣିଲା CSK

ମୁମ୍ବାଇ,୧୮ା୧୨: ଆଇପିଏଲ୍ ୨୦୨୬ ନିଲାମରେ ଚେନ୍ନାଇ ସୁପର କିଙ୍ଗସ୍ (CSK) ଦ୍ୱାରା ୧୪.୨୦ କୋଟି ଟଙ୍କାରେ କିଣାଯାଇଥିବା ଯୁବ ୱିକେଟକିପର ବ୍ୟାଟର କାର୍ତ୍ତିକ ଶର୍ମାଙ୍କ ସଫଳତା...

ଆଦିବାସୀ ମହୋତ୍ସବ ‘ପରବ’ ଉଦ୍‌ଘାଟନ କରିବେ ମନ୍ତ୍ରୀ, ସୁରକ୍ଷା ପାଇଁ ୩୬ ପ୍ଲାଟୁନ ପୋଲିସ ମୁତୟନ

କୋରାପୁଟ,୧୮ା୧୨(ଅମିତାଭ ବେହେରା): ଗୁରୁବାର ସନ୍ଧ୍ୟା ୬ଟାରେ ଜାତୀୟସ୍ତରୀୟ ଆଦିବାସୀ ମହୋତ୍ସବ ପରବ ୨୦୨୫ର ଉଦ୍‌ଘାଟନ ହେବାକୁ ଯାଉଥିବାବେଳେ ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି...

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

‘ଆଗକୁ ବଢ଼ିବେ ଚାଷୀ, ସରକାରୀ ଯୋଜନାରେ ସାମିଲ ହୋଇ ହେବେ ଉପକୃତ’

ଭଞ୍ଜନଗର,୧୮ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟ ପଡ଼ିଆରେ ଗୁରୁବାର ଉପଖଣ୍ଡସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦ୍‌ଘାଟିତ ହୋଇଯାଇଛି। ଭଞ୍ଜନଗର ଉପଜିଲାପାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri