ବାଲେଶ୍ୱର,୨୧।୧(ବାଞ୍ଛାନିଧି ଦେ): ବାଲେଶ୍ୱରରେ ସୋସିଆଲ ମିଡିଆ ପୋଷ୍ଟ ଉପରେ ଜିଲା ପୋଲିସ ପକ୍ଷରୁ ବୁଧବାର କଟକଣା ଲାଗୁ କରାଯାଇଛିl କୌଣସି ସମ୍ପ୍ରଦାୟ ବିରୋଧରେ ପୋଷ୍ଟ ନ କରିବାକୁ ନିବେଦନ କରାଯାଇଛି।
କ୍ଷତିକାରକ ପୋଷ୍ଟଗୁଡ଼ିକର ସ୍କ୍ରିନ୍ସଟ କିମ୍ବା ଲିଙ୍କ ରଖିବା ପାଇଁ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ‘ଅଭିଯୋଗ କରନ୍ତୁ, ପ୍ରମାଣ ସ୍ବରୂପ ସଂରକ୍ଷଣ କରି ରଖନ୍ତୁ’ ବୋଲି ଜନସାଧାରଣଙ୍କୁ କୁହାଯାଇଛି। ନିୟମ ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି l

