ସମୁଦ୍ର କୁଳ ଲଙ୍ଗିବା ପ୍ରସଙ୍ଗ: ଏନଆଇଓଟି ଟିମର ସର୍ଭେ ଆରମ୍ଭ

ଛତ୍ରପୁର,୨୦।୧(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଆର୍ଯ୍ୟପଲ୍ଲୀ ଗାଁ ସମୁଦ୍ର କୂଳନିକଟରେ ରହିଥିବା ଯୋଗୁ ସମୁଦ୍ର ଧିରେ ଧିରେ କୂଳ ଲଙ୍ଘୁଛି ଯାହାଫଳରେ ଭୟଭୀତ ଅବସ୍ଥାରେ ଅଞ୍ଚଳବାସୀ ରହିଛନ୍ତି। ଏନେଇ ଏହାର ସ୍ଥାୟୀ ପ୍ରତିକାର ଓ ବିହିତ ପଦକ୍ଷେପ ନେବାପାଇଁ ପ୍ରଶାସନ ନିକଟରେ ଦାବି କରିଆସୁଥିଲେ ଅଚଂଳବାସୀ। ଏନେଇ ଚେନ୍ନାଇସ୍ଥିତ ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ ଓସିଅନ ଟେକ୍ନୋଲୋଜି (ଏନଆଇଓଟି) ଏକ ଟିମ ଆର୍ଯ୍ୟପଲ୍ଲୀ ସମୁଦ୍ର ନିକଟରେ ପହଞ୍ଚି ବିଭିନ୍ନ ତଥ୍ୟ ସଂଗ୍ରହ କରିଛନ୍ତି । ଟିମ ସେଠାରେ ପହଞ୍ଚି ସମୁଦ୍ରକୁ ଡଙ୍ଗା ଦ୍ୱାରା ଯାଇ ଗଭୀର ଯାଞ୍ଚ କରିବା ସହ ଏହାର ରିସର୍ଚ୍ଚ କରିଛନ୍ତି, ସାଥିରେ ଆଣିଥିବା ବିଭିନ୍ନ ପ୍ରକାରର ଟେକ୍ନୋଲୋଜି ବ୍ୟବାହର କରି ବିଭିନ୍ନ ତଥ୍ୟ ସଂଗ୍ରହ କରିଛନ୍ତି ,ଏହି ଟିମ ଏଠାରେ କିଛି ଦିନ ରହି ବିଭିନ୍ନ ତଥ୍ୟ ସଂଗ୍ରହ କରିବେ। ସମୁଦ୍ରର ସ୍ରୋତ,ଢେଉ, ଲହରୀ ଆଦି ଯନ୍ତ୍ର ଦ୍ୱାରା ସମୁଦ୍ର ପାଣି ଭିତରେ ପକାଯାଇ ନିରିକ୍ଷଣ ସହ ଯାଂଚ କରିଥିଲେ। ବେଳାଭୁମିର ସମୁଦ୍ର ପତନ ଠାରୁ ଉଚ୍ଚତା ଏବଂ ସାମୁଦ୍ରିକ ବାଲୁକାର ଗତିବିଧି ଓ ଦିଗ ଯାଂଚ କରିଥିଲେ। ଏହି ଟିମ ଉପକୂଳ ସୁରକ୍ଷା କ୍ଷେତ୍ରରେ ଆବଶ୍ୟକୀୟ ବୈଷୟିକ ଜ୍ଞାନକୈାଶଳ,ଡିଜାଇନ ପ୍ରଦାନ କରିବେ। ଯାହାଫଳରେ ଉପକୂଳ ସୁରକ୍ଷା କ୍ଷେତ୍ରରେ ବେଶ ସହାୟକ ହୋଇ ପାରିବ , ଏହି ତଥ୍ୟ ଜଳ ସମ୍ପଦ ବିଭାଗକୁ ପ୍ରଦାନ କରିବେ ବୋଲି ସୂଚନା ରହିଛି ।

ସୂଚନା ଥାଉକି ଆର୍ଯ୍ୟପଲ୍ଲୀ ନିକଟରେ ଥିବା ସମୁଦ୍ର କୂଳ ଦିନକୁ ଦିନ ଲଙ୍ଗିବା ଦ୍ୱାରା ସ୍ଥଳ ଭାଗ ଆଡକୁ ମାଡି ଆସୁଛି, ଯାହାଫଳରେ ପଞ୍ଚାୟତବାସୀ ଭୟଭୀତ ରହିବା ସହ ଏହାର ବିହିତ ପଦକ୍ଷେପ ନେବାପାଇଁ ଦାବୀ କରିଆସୁଥିଲେ, ପୂର୍ବରୁ ସମୁଦ୍ର ଗାଁଠାରୁ ୫ କିମି ଦୁରରେ ରହିଥିବା ବେଳେ ଏବେ ମାତ୍ର ୩ଶହ ମିଟର ଦୁରରେ ରହିଛି, ବଡ ବଡ ଲହଡି ପାଇଁ କୁଳ ଖାଇବା ସହ ରସ୍ତା ନଷ୍ଟ ହେବା ସହ ଛୋଟ ଛୋଟ ମନ୍ଦିର, ସେଡ ମଧ୍ୟ ନଷ୍ଟ ହେବାର ନଜିର ରହିଛି । ଏପରିକି ଆଗାମୀ ଦିନରେ ଆର୍ଯ୍ୟପଲ୍ଲୀ ଗାଁ ସମୁଦ୍ରରେ ଲୀନ ହୋଇଯିବ ବୋଲି ଗ୍ରାମବାସୀ କହିଆସୁଥିଲେ। ଏନେଇ ବହୁବାର ବିଧାନସଭାରେ ମଧ୍ୟ ବିଧାୟକମାନେ ବହୁବାର ପ୍ରଶ୍ନ କରିବାର ନଜିର ମଧ୍ୟ ରହିଛି। ଆର୍ଯ୍ୟପଲ୍ଳୀ ଗ୍ରାମ ଠାରେ ସମୁଦ୍ର କୂଳ ଖାଇ ବେଳାଭୂମି କ୍ଷତିଗ୍ରସ୍ତ ହେବା ପରିଲକ୍ଷିତ ହୋଇଛି। ଏହାର ସ୍ଥାୟୀ ପ୍ରତିକାର ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୨୨ ଅଗଷ୍ଟ ୧୦ ତାରିଖରେ ଚେନ୍ନାଇସ୍ଥିତ ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ ଓସିଅନ ଟେକ୍ନୋଲୋଜି (ଏନଆଇଓଟି)ସହ ଏମଓୟୁ ହୋଇଥିଲା। ଏହି ଟିମ ବୈଷୟିକ ସହାୟତା ପ୍ରତିକାର ଏବଂ ପ୍ରତିରୋଧ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯିବା ସକାଶେ ବିହିତ ପଦକ୍ଷେପ ଗ୍ରହଣ କରିବ ।
ସୂଚନା ଥାଉ କି, ଛତ୍ରପୁର ନିର୍ବାଚନୀମଣ୍ଡଳିର ପୋଡମପେଟା ଓ ଆର୍ଯ୍ୟପଲ୍ଲୀ ସମୁଦ୍ରକୂଳ ଖାଇବାରେ ଲାଗିଛି। ରାଜ୍ୟର ଓଡିଶାର ଉପକୂଳ ଅଞ୍ଚଳଗୁଡିକ ପ୍ରତ୍ୟେକ ବର୍ଷ ବିପର୍ଯ୍ୟୟର ସମ୍ମୁଖୀନ ହେଉଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଉପକୂଳ ସୁରକ୍ଷା ପାଇଁ ଏକ ଦୀର୍ଘମିଆଦୀ, ପ୍ରଭାବୀ, ପରିବେଶ ଅନୁକୂଳ ଯୋଜନା ପ୍ରସ୍ତୁତି କରିବାକୁ ଚେନ୍ନାଇସ୍ଥିତ ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ ଓସିଅନ ଟେକ୍ନୋଲୋଜି (ଏନଆଇଓଟି) ସହ ମିଳିତ ଭାବେ କାର୍ଯ୍ୟ କରିବାକୁ ନିଷ୍ପତି ନେଇଥିଲେ। ଗଞ୍ଜାମ ଜିଲାର ଛତ୍ରପୁର ବ୍ଲକ ଆର୍ଯ୍ୟପଲ୍ଲୀ ଗାଁ, ଗଞ୍ଜାମ ବ୍ଲକର ପୋଡମପେଟା, ଚିକିଟି ବ୍ଲକର ରାମେୟାପାଟଣା ନିକଟ ସମୁଦ୍ର କୂଳରେ ରହିଥିବା ଯୋଗୁ ସମୁଦ୍ର ଧିରେ ଧିରେ କୂଳ ଖାଇବାରେ ଲାଗିଛି । ଏପରିକି ବହୁ ଘର ସମୁଦ୍ରରେ ଲୀନ ହୋଇଯାଇଛି । ତେବେ ଏହି ଟିମ ଆର୍ଯ୍ୟପଲ୍ଲୀ ଆସିବା ତଥ୍ୟ ସଂଗ୍ରହ ପରେ ଲୋକଙ୍କ ମନରେ ଏକ ପ୍ରକାର ଉତ୍ସାହଜାତ ହୋଇଛି ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ନବବିବାହିତାଙ୍କୁ ନିର୍ଯାତନା, ଦିବ୍ୟାଙ୍ଗ ବାପାଙ୍କୁ ମାଡ଼

ବଳଙ୍ଗା,୨୦ା୧(କେଦାରେଶ୍ୱର ନନ୍ଦ): ଅଧିକ ଯୌତୁକ ଦାବିରେ ବଳଙ୍ଗା ଥାନା ଅଧୀନ ସମେଇପୁର ଗ୍ରାମରେ ଜଣେ ନବବିବାହିତାଙ୍କୁ ନିର୍ଯାତନା ଦିଆଯିବା ସହ ତାଙ୍କ ଦିବ୍ୟାଙ୍ଗ ବାପାକୁ ମାଡ଼...

ଭାରତୀୟ ରେଳବାଇର ନୂଆ ନିୟମ, ଟ୍ରେନରେ ଅଧିକ ଘିଅ ନେଇ ଯାତ୍ରା କଲେ ଜେଲ୍…

ନୂଆଦିଲ୍ଲୀ,୨୦।୧: ଯାତ୍ରୀଙ୍କ ପାଇଁ ଭାରତୀୟ ରେଳବାଇର ଅନେକ ନିୟମ ରହିଛି । କିଛି ନିୟମ ବିଷୟରେ ଅବଗତ ହେବା ଉଚିତ, କାରଣ ଏକ ଛୋଟ ଭୁଲ...

ପ୍ରତିଶ୍ରୁତିରୁ ଓହରିଲା କମ୍ପାନୀ, ଗ୍ରାମବାସୀଙ୍କ ହୋହଲ୍ଲା, ଲୋକଙ୍କୁ ବୁଝାଇ ବିଡିଓ କହିଲେ…

କେନ୍ଦୁଝର,୨୦।୧ (ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ବ୍ଲକ କୋଦଗାଡିଆଠାରେ ଥିବା ବସୁଧା ଯୋଜନାର ପ୍ରକଳ୍ପ ନିର୍ମାଣ ସମୟରେ ଅନୁଷ୍ଠିତ ପଲ୍ଲୀସଭାରେ ଦେଇଥିବା ପ୍ରତିଶ୍ରୁତିରୁ କମ୍ପାନୀ ଓହରିଯିବାରୁ...

ନୀତିନ ନବୀନ ମୋ ବସ୍‌, ମୁଁ ଜଣେ….ଭାବପ୍ରବଣ କରିଦେଲେ ମୋଦି

ନୂଆଦିଲ୍ଲୀ,୨୦।୧: ନୀତିନ ନବୀନ ମଙ୍ଗଳବାର ଆନୁଷ୍ଠାନିକ ଭାବରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ଗ୍ରହଣ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି,ଭାଜପା ଏପରି ଏକ...

ନବୀନଙ୍କ ଆଗରେ ବଡ଼ ଚ୍ୟାଲେଞ୍ଜ: ପ୍ରଥମ ବର୍ଷ ସାମ୍ନା କରିବେ….

ନୂଆଦିଲ୍ଲୀ,୨୦।୧: ଭାରତୀୟ ଜନତା ପାର୍ଟି (ଭାଜପା) ଦଳର ସବୁଠାରୁ ଯୁବ ଜାତୀୟ ସଭାପତି ଭାବରେ ନୀତିନ ନବୀନଙ୍କୁ ନିର୍ବାଚିତ କରି ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ...

ପୂଜାର୍ଚ୍ଚନା ପରେ ନୟାଗଡ଼ରୁ ପୁରୀ ଅଭିମୁଖେ ଗଲା ରଥକାଠ

ନୟାଗଡ଼,୨୦।୧(ଲୋକନାଥ ମିଶ୍ର): ପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ  ନୟାଗଡ଼ ଜିଲା ଦଶପଲ୍ଲା ଅଞ୍ଚଳରୁ ମଙ୍ଗଳାର ୩ଟି ଟ୍ରକ୍‌ରେ ଅସନ ୪୦,  ଧଉରା ୪୩ ଓ ମତରେ...

ଫାଣ୍ଡି ସାମ୍ନାରେ ବସ୍‌କୁ ଧକ୍କା ଦେଲା ଟ୍ରଲର, ଯୋଡାରୁ ଟାଟାକୁ ଯାଉଥିବାବେଳେ…

କେନ୍ଦୁଝର,୨୦।୧ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଚମ୍ପୁଆ ସୀମାନ୍ତ ଝାଡ଼ଖଣ୍ଡର ଜଗନ୍ନାଥପୁର ଥାନା ଅଧିନସ୍ଥ ଜୟନ୍ତୀଗଡ଼ ଫାଣ୍ଡି ସାମ୍ନାରେ ମଙ୍ଗଳବାର କାରଓ୍ବା ନାମକ ଯାତ୍ରୀବାହୀ...

ଶହବାଜ-ମୁନିରଙ୍କୁ ମନାଇବାକୁ ପାକିସ୍ତାନ ଗସ୍ତ କରିବେ ସି ଜିନପିଙ୍ଗ

ବେଜିଂ,୨୦।୧: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ସରିଫ ଘୋଷଣା କରିଛନ୍ତି ଯେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଖୁବ ଶୀଘ୍ର ପାକିସ୍ତାନ ଗସ୍ତ କରିବେ। ଏହି ଗସ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri