ଚାମ୍ପିୟନ ହେଲେ ଗଜପତି ଜିଲାର ଗୁମ୍ମା ଟିମ୍‌: ଖେଳାଳିଙ୍କୁ ଉତ୍ସାହିତ କଲେ…

ଦିଗପହଣ୍ଡି,୧୯।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରୀ ଗାଁ ପଞ୍ଚାୟତ ଗୋଲଣ୍ଡା ଗ୍ରାମ ବହୁମୁଖି ବାତ୍ୟା ଆଶ୍ରୟସ୍ଥଳୀ ପଡିଆଠାରେ ବୃନ୍ଦାବନ ଚନ୍ଦ୍ର ସ୍ପୋର୍ଟସ ବ୍ଲକ ଆନୁକୂଲ୍ୟରେ ଗତ ଶନିବାର ଠାରୁ ୩ ଦିନ ବ୍ୟାପୀ ଚାଲିଥିବା ଗୈାରୀଶଙ୍କର ଓ ଚନ୍ଦନ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ମେଣ୍ଟ୍‌ ଉଦ୍‌ଯାପିତ ହୋଇଯାଇଛି।
ଫାଇନାଲ ମ୍ୟାଚରେ ଗଜପତି ଜିଲା ଗୁମ୍ମା ଗ୍ରାମ ଭଲିବଲ ଟିମ୍‌ ପ୍ରତିପକ୍ଷ କନ୍ଧମାଳ ଜିଲା ଦାରିଙ୍ଗିବାଡି ଟିମକୁ ୩-୦ ମ୍ୟାଚରେ ପରାଜିତ କରି ଚାମ୍ପିୟନ ହୋଇଛି।  ମ୍ୟଚ୍‌ ଉଦ୍‌ଘାଟନ କାର୍ଯ୍ୟକ୍ରମରେ ସାମାଜିକ କର୍ମୀ ଗୋପାଳକୃଷ୍ଣ ମେକାପ, ପ୍ରଭାତ ପାଣିଗ୍ରାହୀ ଏବଂ ପୂର୍ବତନ କାଉନସିଲର ଭଗବାନ ସ୍ବାଇଁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଉଦ୍‌ଯାପନୀ ସମାରୋହରେ ଦିଗପହଣ୍ଡି ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସେହିପରି ଆଇନଜୀବି ତଥା ନୋଟାରି ମନୋଜ କୁମାର ପଣ୍ଡା, ସାମାଜିକ କର୍ମୀ ମନୋଜ ପଟ୍ଟନାୟକ, ମନୋଜ ସାହୁ, ମୁନା ସାହୁ , ସୁଦାମ ବେହେରା, ଟୁକୁନା ସାହୁଙ୍କ ସମେତ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ । ମ୍ୟାଚ ଶେଷରେ କ୍ଳବ ପକ୍ଷରୁ ବିଜେତା ଗୁମ୍ମା ଟିମକୁ ୨୦ ହଜାର ଏବଂ ପରାଜିତ ଦାରିଙ୍ଗିବାଡି ଟିମକୁ ୧୫ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଥିଲା। ଗୋବିନ୍ଦ ନାୟକ ମ୍ୟାଚ ରିଫେରି ଥିବା ବେଳେ ଟୁର୍ନାମେଣ୍ଟ ଆୟୋଜକ କମିଟି ସଭାପତି ରଞ୍ଜନ କୁମାର ପାଣିଗ୍ରାହୀ, ସମ୍ପାଦକ ଚିତ୍ରସେନ ଗୌଡ଼, କୋଷାଧ୍ୟକ୍ଷ ପ୍ରଶାନ୍ତ ଗୈାଡ, ଉପଦେଷ୍ଟା ସନ୍ତୋଷ କୁମାର ସାହୁ, ଶିବାନନ୍ଦ ପାଣିଗ୍ରାହୀ, ଭୈରବକର, ଦୁର୍ଗାପ୍ରସାଦ ଗୈାଡ, ଜୟସେନ ପାଣିଗ୍ରାହୀଙ୍କ ସମେତ କ୍ଲବ ସଦସ୍ୟ ବୃନ୍ଦ ସମସ୍ତ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ।
Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଅଞ୍ଚଳ ପାଇଁ ଗୌରବ ଆଣିଲେ ଗୋରା ସିଂ: OPSC ପରୀକ୍ଷାରେ ୬୩ତମ ର଼୍ୟାଙ୍କ ରଖି କୃତକାର୍ଯ୍ୟ

ଥୁଆମୂଳ ରାମପୁର,୧୯।୧(ଦୁର୍ଗା କିର୍ତ୍ତି): ଦୃଢ ଇଚ୍ଛାଶକ୍ତି ଓ ପରିଶ୍ରମ ଆଗରେ ହାର ମାନିଛି ଦାରିଦ୍ର୍ୟ। କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ସୁଯୋଗ୍ୟ ସନ୍ତାନ ଗୋରା...

ଆକ୍ସନ ମୋଡରେ ଯୋଗାଣ ନିରୀକ୍ଷକ: ଗାଁରେ ପହଞ୍ଚି ନିଜେ ବାଣ୍ଟିଲେ ବଞ୍ଚିତ ହିତାଧିକାରୀଙ୍କୁ ଚାଉଳ

ଥୁଆମୂଳ ରାମପୁର,୧୯।୧(ଦୁର୍ଗା କୀର୍ତ୍ତି): ଚମ୍ପାଛୁଆଁ ଗ୍ରାମର ହିତାଧିକାରୀମାନେ ଚଳିତ ବର୍ଷର ୩ ମାସର ପିଡିଏସ ଚାଉଳ ପାଇବାରୁ ବଞ୍ଚିତ ଥିବା ନେଇ ‘ଧରିତ୍ରୀ’ ରେ ଖବର...

ଭାରତ ମାତା ପୂଜନ ଉତ୍ସବରେ ଦୁଲୁକିବ ମଞ୍ଚ, ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣ ରହିଛି…

ଦାରିଙ୍ଗବାଡି, ୧୯।୧ (ଅରୁଣ ସାହୁ ): ଆସନ୍ତା ସାଧାରଣତନ୍ତ୍ର ଦିବସରେ ୧୪ ତମ ଭାରତ ମାତା ପୂଜନ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ ସିମନବାଡି ଦୁର୍ଗା...

ବ୍ରାଉନସୁଗାର କାରବାର ସୂଚନା ପାଇ ଅଚାନକ ଚଢାଉ କଲା ପୋଲିସ, ଜବତ ହେଲା…

ଜୟପୁର,୧୯।୧(ପବନ ପାଣିଗ୍ରାହୀ): ବ୍ରାଉନସୁଗାର କାରବାର ସମୟରେ ଟାଉନ ପୋଲିସ ଚଢାଉ କରିଛି । ଚଢାଉ ବେଳେ ୨ ଅଭିଯୁକ୍ତଙ୍କୁ ଗିରଫ କରି ବ୍ରାଉନସୁଗାର ଜବତ କରିଛି।...

ମା’ ସହ ୨ ଝିଅଙ୍କୁ ହତ୍ୟା ଉଦ୍ୟମ କରି ମାରିଥିଲେ ଚମ୍ପଟ, ଧରାପଡିବା ପରେ ଅଭିଯୁକ୍ତଙ୍କୁ…

ଦିଗପହଣ୍ଡି,୧୯।୧(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବି. ତୁରୁବୁଡ଼ି ପଞ୍ଚାୟତ କାଣ୍ଡେଶ୍ୱର ଗ୍ରାମ ଇନ୍ଦିରା ଆବାସ କଲୋନୀରେ ରହୁଥିବା ସ୍ବର୍ଗତ ପାଣ...

ଏମ୍‌ପି ସପ୍ତଗିରି ଉଲାକାଙ୍କ ବଡ଼ ସୂଚନା: ଏହି ସବୁ ରୁଟ୍‌ରେ ବସିବ…

ରାୟଗଡା,୧୯।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡା ରେଳ ଡିଭିଜନ କାର୍ଯ୍ୟକ୍ଷମ ହୋଇଥିଲେ ହେଁ ଟ୍ରେନ ଯାତାୟାତ ସିଗନାଲ ବ୍ୟବସ୍ଥା ସମେତ ଅନ୍ୟାନ୍ୟ ଟେକ୍ନିକାଲ ବ୍ୟବସ୍ଥାର କଣ୍ଟ୍ରୋଲ ବର୍ତ୍ତମାନ...

ମେଡିକାଲ ବାଥରୁମ୍‌ରେ ଶିଶୁ କନ୍ୟାଙ୍କୁ ଛାଡି ଚମ୍ପଟ ମାରିଲେ ମା’

ଭଦ୍ରକ, ୧୯।୧(ସନାତନ ରାଉତ): ମେଡିକାଲ ବାଥରୁମ୍‌ରେ ନବଜାତ ଶିଶୁ କନ୍ୟାକୁ ଛାଡ଼ି ମା’ ଫେରାର । ନବଜାତ ଶିଶୁ କନ୍ୟାର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।...

ନବମ ଶ୍ରେଣୀ ଛାତ୍ରଙ୍କୁ ମାଡ ମାରି ଲହୁଲୁହାଣ କଲେ ପ୍ରଧାନଶିକ୍ଷକ: ଅତିରିକ୍ତ ଜିଲାପାଳଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ଦାବି କଲେ…

ଛତ୍ରପୁର, ୧୯।୧(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ହୁମ୍ମା ସ୍ଥିତ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ସରକାରୀ ଉଚ୍ଚ ବିଦ୍ୟାଳୟରେ ଜଣେ ନବମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri