Posted inଖେଳ

କେକେଆର୍‌କୁ ଜିତାଇଲେ ରିଙ୍କୁ ସିଂ

କୋଲକାତା,୧୯ା୪: ସ୍ପିନରଙ୍କ ଯାଦୁଗରି ବୋଲିଂ ପରେ ରିଙ୍କୁ ସିଂଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (ଆର୍‌ଆର୍‌)କୁ ୪ ଉଇକେଟରେ ପରାସ୍ତ କରିଛି। ଏହା କୋଲକାତା ପାଇଁ ସପ୍ତମ ମ୍ୟାଚ୍‌ରେ ପ୍ରଥମ ବିଜୟ ହୋଇଥିବା ବେଳେ ରାଜସ୍ଥାନ ଲାଗି ଷଷ୍ଠ ମ୍ୟାଚ୍‌ରେ ଦ୍ୱିତୀୟ ପରାଜୟ।

ଅଷ୍ଟ୍ରେଲିଆର ପୂର୍ୱତନ ଅଧିନାୟକ ଆଲାନ ବର୍ଡର ଐତିହାସିକ ଇଡେନ ଗାର୍ଡେନ୍ସ ବେଲ ବଜାଇ ଏହି ମ୍ୟାଚ୍‌ ଆରମ୍ଭ କରିଥିଲେ। ଏହି ଅବସରରେ ପୂର୍ୱତନ ଭାରତୀୟ ଅଧିନାୟକ ତଥା କ୍ରିକେଟ ଆସୋସିଏଶନ ଅଫ୍‌ ବେଙ୍ଗଲ (ସିଏବି) ମୁଖ୍ୟ ସୌରଭ ଗାଙ୍ଗୁଲି ଉପସ୍ଥିତ ଥିଲେ।

ଜିତି ବ୍ୟାଟିଂ କରିଥିବା ରାଜସ୍ଥାନକୁ ଯଶସ୍ୱୀ ଜୟସ୍ୱାଲ ଓ ବୈଭବ ସୂର୍ଯ୍ୟବଂଶୀ ବିସ୍ଫୋରକ ଆରମ୍ଭ ପ୍ରଦାନ କରିଥିଲେ। ଦୁହେଁ ପାଓ୍ୱାରପ୍ଲେରେ ୬୩ ରନ କରିବା ସହ ପ୍ରଥମ ଉଇକେଟରେ ୮.୪ ଓଭରରେ ୮୧ ରନ ଯୋଡ଼ିଥିଲେ। ବୈଭବ ୨୮ ବଲରେ ୪୬ (୬ ଚୌକା ଓ ୨ ଛକା) ଓ ଜୟସ୍ୱାଲ ୨୯ ବଲରେ ୩୯ (୪ ଚୌକା ଓ ୨ ଛକା) ରନ କରି ଆଉଟ୍‌ ହୋଇଥିଲେ। ଦୁଇ ଓପନର ଆଉଟ୍‌ ହେବା ସହ କୋଲକାତାର ସ୍ପିନରଙ୍କ ସମ୍ମୁଖରେ ରାଜସ୍ଥାନର ବ୍ୟାଟିଂ ଲାଇନ୍‌ ତାସଘର ଭଳି ଭୂଷୁଡ଼ି ପଡ଼ିଥିଲା। ଫଳରେ ରାଜସ୍ଥାନ ୨୦ ଓଭରରେ ୯ ଉଇକେଟ ହରାଇ ୧୫୫ ରନ କରିପାରିଥିଲା। କୋଲକାତା ପାଇଁ ବରୁଣ ଚକ୍ରବର୍ତ୍ତୀ (୩/୧୪) ଓ ସୁନୀଲ ନାରିନ (୨/୨୬)ଙ୍କ ସ୍ପିନ ଯୋଡ଼ି ୫ ଉଇକେଟ ନେଇଥିବା ବେଳେ କାର୍ତ୍ତିକ ତ୍ୟାଗୀ ୩ ଉଇକେଟ ଅକ୍ତିଆର କରିଥିଲେ।

ଜବାବରେ କେକେଆର ଆରମ୍ଭରୁ ଦୁଇ ଓପନର ଟିମ ସିଫର୍ଟ ଓ ଅଧିନାୟକ ଅଜିଙ୍କ୍ୟ ରାହାନେଙ୍କ ଉଇକେଟ ହରାଇଥିଲା। କ୍ରମାଗତ ଉଇକେଟ ପତନ ଘଟିବାରୁ କେକେଆର ଏକଦା ୧୩.୩ ଓଭର ସୁଦ୍ଧା ୮୫ ରନରେ ୬ ଉଇକେଟ ହରାଇ ପରାଜୟ ଆଡ଼େ ମୁହଁାଇଥିଲା। ଏଭଳି ପରିସ୍ଥିତିରେ ଅନୁକୂଳ ରୟ ଓ ରିଙ୍କୁ ସିଂ ଅବିଭାଜିତ ସପ୍ତମ ଉଇକେଟରେ ୩୭ ବଲରେ ୭୬ ରନ ଯୋଡ଼ି ଦଳକୁ ଜିତାଇଥିଲେ। ରିଙ୍କୁ ୩୪ ବଲରେ ୫୩ (୫ ଚୌକା ଓ ୨ ଛକା) ଓ ଅନୁକୂଳ ୧୬ ବଲରେ ୨୯ (୧ ଚୌକା ଓ ୨ ଛକା) ରନ କରି ଅପରାଜିତ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

୩୧ ଅକ୍ଟୋବର ଯାଏ ୩ରାଶିଙ୍କ ଫିଟିଲା ଭାଗ୍ୟ; ଚାକିରିରେ ମିଳିବ ବଡ଼ ପ୍ରମୋଶନ, ହୁ ହୁ ହୋଇ ବଢିବ ଟଙ୍କା…

ବୈଦିକ ଜ୍ୟୋତିଷରେ ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧନ, ସୁଖ, ସନ୍ତାନ ଏବଂ ସୌଭାଗ୍ୟର କାରକ ଗ୍ରହ ଭାବେ ବିବେଚନା କରାଯାଏ। ଗୁରୁ ଯେତେବେଳେ ରାଶି ପରିବର୍ତ୍ତନ କରନ୍ତି,…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri