ଚିଲିକାକୁ ଆସିଛନ୍ତି ୧୧ ଲକ୍ଷ ପକ୍ଷୀ

ବାଲୁଗାଁ,୧୯ା୧(ସଂଗ୍ରାମ ପାଇକରାୟ): ବାଲୁଗାଁ ବନ୍ୟପ୍ରାଣୀ ଡିଭିଜନ ଆନୁକୂଲ୍ୟରେ ଚିଲିକାରେ ପକ୍ଷୀ ଗଣନା ଶେଷ ହୋଇଛି। ଚଳିତ ବର୍ଷ ୧୯୬ ପ୍ରଜାତିର ୧୧ ଲକ୍ଷ ୩୨ ହଜାର ୨୦୦ ପକ୍ଷୀଙ୍କ ସମାଗମ ହୋଇଛି l ସେଥିମଧ୍ୟରୁ ୧୦୬ ପ୍ରଜାତିର ୧୧ ଲକ୍ଷ ୧୦ ହଜାର ୨୫୭ଟି ବିଦେଶାଗତ ପକ୍ଷୀ ଥିବାବେଳେ ସ୍ଥାନୀୟ ୯୦ ପ୍ରଜାତିର ୨୧ ହଜାର ୯୪୩ଟି ପକ୍ଷୀ ରହିଛନ୍ତି। ଗତବର୍ଷ ଚିଲିକାରେ ୧୧ ଲକ୍ଷ ୨୭ ହଜାର ୨୨୮ଟି ପକ୍ଷୀଙ୍କ ସମାଗମ ହୋଇଛି।
ଚଳିତ ବର୍ଷ ୪ ହଜାର ୯୭୨ ପକ୍ଷୀଙ୍କ ସଂଖ୍ୟା ବଢ଼ିଛି । ପକ୍ଷୀ ଅଭୟାରଣ୍ୟ ନଳବଣରେ ମଧ୍ୟ ଚଳିତ ବର୍ଷ ପକ୍ଷୀ ଓ ପ୍ରଜାତି ସଂଖ୍ୟା ବଢ଼ିଛି । ଗତବର୍ଷ ଏଠାରେ ୯୨ ପ୍ରଜାତିର ୩ ଲକ୍ଷ ୪୩ହଜାର ୨୨୬ ପକ୍ଷୀ ଚିହ୍ନଟ କରାଯାଇଥିଲା। ଚଳିତ ବର୍ଷ ୧୦୬ ପ୍ରଜାତିର ୩ ଲକ୍ଷ ୯୭ ହଜାର ୫୮୭ ପକ୍ଷୀଙ୍କ ସମାଗମ ହୋଇଛି l ଅର୍ଥାତ୍‌ ଏଠାରେ ୫୪ ହଜାର ୩୬୧ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଗତବର୍ଷ ୧୯୭ ପ୍ରଜାତିର ପକ୍ଷୀଙ୍କ ସମାଗମ ହୋଇଥିଲା। ଚଳିତ ବର୍ଷ ମଧ୍ୟ ଏହି ସଂଖ୍ୟା ୧୯୬ ରହିଛି l ଏଥର ନୂତନ ଭାବେ ପ୍ଲେନ ମାର୍ଟିନ ଏବଂ ବେଙ୍ଗଲ ବୁଶ ଲାର୍କ ପ୍ରଜାତିର ପକ୍ଷୀଙ୍କୁ ଚି଼ହ୍ନଟ କରାଯାଇଛି। ଏହି ଦୁଇ ପକ୍ଷୀ ବିଶେଷକରି ଆଫ୍ରିକା ଏବଂ ଦକ୍ଷିଣ ଏସିଆ ଅଞ୍ଚଳରେ ଅବସ୍ଥାନ କରିଥାନ୍ତି ।
 ଅନ୍ୟପକ୍ଷରେ ଚିଲିକାର ଆକର୍ଷଣୀୟ ଫ୍ଲେମିଙ୍ଗୋ (ଏରା) ହଂସଜାତୀୟ ପକ୍ଷୀ ଚଳିତ ବର୍ଷ କମିଛନ୍ତି l ଗତବର୍ଷ ଏହି ପକ୍ଷୀ ୨୬୩୮ଟି ଦୃଷ୍ଟିଗୋଚର ହୋଇଥିଲେ। ଚଳିତ ବର୍ଷ ଏହାର ସଂଖ୍ୟା ହ୍ରାସ ପାଇ ୧୮୦୦ରେ ପହଞ୍ଚିଛି l ଅର୍ଥାତ୍‌ ୮୩୮ଟି ଫ୍ଲେମିଙ୍ଗୋ ପକ୍ଷୀ କମିଛନ୍ତି । ବିଦେଶୀ ପକ୍ଷୀଙ୍କ ମଧ୍ୟରେ ସର୍ୱାଧିକ ନର୍ଦ୍ଦର୍ନ ପିଣ୍ଟେଲ (ଗହୀର ଲାଞ୍ଜା )୨,୧୮, ୯୯୩, ଇଉରାସିଆନ ଓ୍ୱିଜିଅନ୍‌ (ଚନ୍ଦନା ହଂସ ) ୧, ୫୩, ୩୧୮, ଗଡ୍‌ଓ୍ୱାଲ (ମାଟିଆ ଗେଣ୍ଡି) ୧,୪୩,୨୧୭, ନର୍ଦ୍ଦନ ସୋଭଲର ୯୬,୦୦୦ ଏବଂ ବ୍ଲାକଟେଲ୍ଡ ଗଡ୍‌ଓ୍ୱିଟି (ଡାଙ୍ଗୁଆ ହଂସ) ୫୨,୦୦୦ଟି ରହିଛନ୍ତି।
 ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ଅଧୀନ ୫ଟି ରେଞ୍ଜ୍‌ ଟାଙ୍ଗୀ, ବାଲୁଗାଁ, ଚିଲିକା, ସାତପଡ଼ା ଏବଂ ରମ୍ଭା ଚିଲିକା ଅଞ୍ଚଳରେ ପକ୍ଷୀ ଗଣନା ହୋଇଥିଲା। ବାଲୁଗାଁ ରେଞ୍ଜ୍‌ ଅଧୀନ ପକ୍ଷୀ ଅଭୟାରଣ୍ୟ ନଳବଣରେ ସର୍ୱାଧିକ ୩,୯୭,୫୮୭ ପକ୍ଷୀଙ୍କ ସମାଗମ ହୋଇଛି। ଦ୍ୱିତୀୟରେ ଟାଙ୍ଗୀ ରେଞ୍ଜ୍‌ ଅନ୍ତର୍ଗତ ମଙ୍ଗଳାଯୋଡ଼ି, ସୁନ୍ଦରପୁର, ଭୂଷଣ୍ଢପୁର ଅଞ୍ଚଳରେ ୧,୬୧,୩୮୫ ଏବଂ ସର୍ୱନିମ୍ନ ଭାବେ ରମ୍ଭା ରେଞ୍ଜ୍‌ରେ ପକ୍ଷୀଙ୍କ ସମାଗମ ହୋଇଛି।
ବିଭାଗ ପକ୍ଷରୁ ଚିଲିକାକୁ ୨୨ଟି ଜୋନ୍‌ରେ ବିଭକ୍ତ କରାଯାଇ ୨୨ଟି ଦଳକୁ ପକ୍ଷୀ ଗଣନା କାର୍ଯ୍ୟରେ ନିୟୋଜିତ କରାଯାଇଥିଲା। ସଡ଼କ ପଥରେ ୨ଟି ଗ୍ରୁପ ଏବଂ ଜଳପଥରେ ୨୦ଟି ଗ୍ରୁପ ଡଙ୍ଗାରେ ରହି ପକ୍ଷୀ ଗଣନା କରିଥିଲେ। ସମସ୍ତ ଗ୍ରୁପକୁ ବାଇନାକୁଲାର, ଓ୍ୱାକିଟକି, ଜିପିଏସ୍‌ ଏବଂ ଭିଏଚ୍‌ଏଫ୍‌ ଆଦି ଯନ୍ତ୍ରାଂଶ ଯୋଗାଇ ଦିଆଯାଇଥିଲା। ପକ୍ଷୀ ଅଭୟାରଣ୍ୟ ନଳବଣରେ କେବଳ ୬ଟି ଦଳ ପକ୍ଷୀ ଗଣନା କରିଥିବା ବେଳେ ସ୍ଥଳପଥ ତଥା ଉପକୂଳବର୍ତ୍ତୀ ଅଞ୍ଚଳରେ ୨ଟି ଏବଂ ଅବଶିଷ୍ଟ ୧୪ଟି ଦଳ ବାଲୁଗଁା ନିକଟ ଚନ୍ଦ୍ରାପୁଟଠାରୁ କଳିଯୁଗେଶ୍ୱର ପାହାଡ଼, ମଙ୍ଗଳାଯୋଡ଼ିଠାରୁ କାଳୁପଡ଼ା, ଭୂଷଣ୍ଡପୁର, ସୁନ୍ଦରପୁର, ସୋରଣ, ନଈରୀ, ବାଲିପାଟପୁର, ଅଭିମାନପୁର, ସାତଭାୟା ଏବଂ ତିନିମୁହାଣ ପର୍ଯ୍ୟନ୍ତ, ପୁରୀ ଜିଲା କୃଷ୍ଣପ୍ରସାଦ, ସାତପଡ଼ାଠାରୁ ଗମ୍ଭାରୀ, ବଡଗୋଠ, ଗୁରୁବାଇ ଏବଂ ଅରଖକୁଦା, ରମ୍ଭା ନିକଟ ପାଲୁରଠାରୁ ଶିଆଳ ଏବଂ ମାଲୁଦ ଚିଲିକା ଅଞ୍ଚଳରେ ଗଣନା କରିଥିଲେ। ରବିବାର ଭୋର ୬ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଗଣନା ହୋଇଥିଲା l
ବମ୍ୱେ ନାଚୁରାଲ ହିଷ୍ଟ୍ରି ଅଫ୍‌ ସୋସାଇଟିର ଡେପୁଟି ଡାଇରେକ୍ଟର ପି.ସତ୍ୟ ସାଲଭମ, ବନ୍ୟପ୍ରାଣୀ ବିଭାଗ ପିସିସିଏଫ୍‌ ବିକାଶ ରଞ୍ଜନ ଦାଶ, ଅବସରପ୍ରାପ୍ତ ଆରସିସିଏଫ୍‌ ପି.କେ ମିଶ୍ର, ଡିଏଫ୍‌ଓ ଅମ୍ଳାନ୍‌ ନାୟକ, ଏସିଏଫ୍‌ ସୌମ୍ୟରଞ୍ଜନ ସାହୁ, ରେଞ୍ଜର ରଶ୍ମିତା ଜେନା ପ୍ରମୁଖ ଉପସ୍ଥିତ ରହି ଗଣନା କାର୍ଯ୍ୟରେ ଦିଗ୍‌ଦର୍ଶନ ଦେଇଥିଲେ । ସିଡିଏ ଏବଂ ବନ୍ୟପ୍ରାଣୀ ବିଭାଗ କର୍ମଚାରୀଙ୍କ ସମେତ ଓ୍ୱାଇଲ୍ଡ ଲାଇଫ୍‌ ଓଡ଼ିଶା, ବମ୍ୱେ ନାଚୁରାଲ ହିଷ୍ଟ୍ରି ଅଫ୍‌ ସୋସାଇଟି, ଓୟୁଏଟି, ଜିଓଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆ, ବିଭିନ୍ନ ବିଶ୍ୱବିଦ୍ୟାଳୟର ପ୍ରଫେସର, ଛାତ୍ରୀଛାତ୍ର, ପକ୍ଷୀ ବିଶାରଦଙ୍କ ସମେତ ମୋଟ୍‌ ୧୩୦ଜଣ ଏହି ଗଣନା କାର୍ଯ୍ୟରେ ସାମିଲ ହୋଇଥିଲେ।

Enter your email to get our daily news in your inbox.

All Right Reserved By Dharitri.Com

ମାନବିକତା ଦେଖାଇଲେ ବିଧାୟକ: ଦୁର୍ଘଟଣାରେ ଗୁରୁତରଙ୍କୁ ନିଜ ଗାଡ଼ିରେ ନେଇ…

ଗଞ୍ଜାମ/ ଦିଗପହଣ୍ଡି,୧୯।୦୧(ଅନାଥ ତରାଇ/ ବିଦ୍ୟାଧର ସାହୁ/ ଅଶେଷ ନାଥ ମିଶ୍ର): ମାନବିକତା ଦେଖାଇଲେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ।  ସୋମବାର ହୁମ୍ମା ଗସ୍ତ ସମୟରେ...

ଶିକ୍ଷୟିତ୍ରୀଙ୍କ ପାଇଁ ଗେଟ୍‌ରେ ପଡ଼ିଲା ତାଲା: ବାହାରେ ରହିଗଲେ…

ସାକ୍ଷୀଗୋପାଳ,୧୩।୧(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ପୁରୀ ଜିଲା ସାକ୍ଷୀଗୋପାଳ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଖେଳ ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି ଜେନାଙ୍କ ବଦଳି ବାତିଲ ଦାବିକରି...

୩୨୬ ଜାତୀୟ ରାଜପଥରେ ହେଟା ବାଘକୁ ଧକ୍କା ଦେଲା ଅଜଣା ଗାଡି

କାଲିମେଳା,୧୯।୧(ଜୀବନ କୃଷ୍ଣ ଦାସ): ଦିନକୁ ଦିନ ଜଙ୍ଗଲ କ୍ଷୟ ହେବା ଫଳରେ ବନ୍ୟଜନ୍ତୁ ସହରମୁଖୀ ହେବାରେ ଦେଖିବାକୁ ମିଳିଛି। ଏଭଳି ସ୍ଥଳେ ଏକ ମାଲକାନଗିରି ଜିଲା...

‘ଘୁମୁରା’ ଉଦ୍‌ଯାପନୀ ସନ୍ଧ୍ୟାରେ ଯୋଗଦେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ଜିଲା ପାଇଁ ଏତିକି କୋଟି ଟଙ୍କାର…

ଭବାନୀପାଟଣା,୧୯।୧(ଉତ୍ତମ କୁମାର ଦାଶ): କୃଷି କ୍ଷେତ୍ରରେ କଳାହାଣ୍ଡିକୁ ରାଜ୍ୟରେ ଏକ ନମ୍ବର କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ରବିବାର ଭବାନୀପାଟଣା ଲାଲ...

ବନ୍ଧୁକ ଦେଖାଇ ବଡ଼ବିଲ ବ୍ୟାଙ୍କରୁ ବଡ଼ ଧରଣର ଲୁଟ୍‌

ଯୋଡ଼ା,୧୯ା୧(ମାନସ ମହାନ୍ତି): କେନ୍ଦୁଝର ଜିଲା ବଡ଼ବିଲସ୍ଥିତ ବ୍ୟାଙ୍କ ଅଫ ମହାରାଷ୍ଟ୍ର ଶାଖାରୁ ସୋମବାର ଏକ ବଡ଼ ଧରଣର ଲୁଟ୍‌ ହୋଇଛି। ଦୁର୍ୱୃତ୍ତମାନେ ବ୍ୟାଙ୍କରେ ପଶି କର୍ମଚାରୀଙ୍କୁ...

ଏଣିକି ବଲାଙ୍ଗୀରରେ କାମ କରିବା ମନା, କାହିଁକି ଏମିତି ନିଷ୍ପତ୍ତି ନେଲେ ଠିକାଦାର ସଂଘ, ଜାଣନ୍ତୁ…

ବଲାଙ୍ଗୀର,୧୯।୧ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଠିକାଦାର ସଂଘ ପକ୍ଷରୁ ରବିବାର ସ୍ଥାନୀୟ ଖବରଦାତା ଭବନଠାରେ ଖବରଦାତା ସମ୍ମିଳନୀ କରାଯାଇଥିଲା। ବଲାଙ୍ଗୀର ଜିଲା ଭିତରେ...

କାଲିଠୁ ଡଲଫିନ ଗଣନା: ବନ୍ଦ ରହିବ ବୋଟ୍‌ ଚଳାଚଳ

ଭୁବନେଶ୍ୱର,୧୯।୧: ବାଲୁଗାଁ ବନ୍ୟପ୍ରାଣୀ ଡିଭିଜନ ଆନୁକୂଲ୍ୟରେ ଚିଲିକାରେ ପକ୍ଷୀ ଗଣନା ଶେଷ ହୋଇଥିବା ବେଳେ ମଙ୍ଗଳବାରଠୁ ଡଲଫିନ ଗଣନା ଆରମ୍ଭ ହେବ। ଏହି ଗଣନା ୩...

ଜରଉ ଘାଟିରୁ ୧୦ଫୁଟ ତଳକୁ ଖସିଲା ଅଟୋ, ୧୨ ସ୍କୁଲ ଛାତ୍ରୀଛାତ୍ର…

ମୋହନା, ୧୯।୧( ମନ୍ମଥ ମିଶ୍ର ): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ମୋହନା ଠାରୁ ଗଞ୍ଜାମ ଜିଲ୍ଲା ବଡ଼ଗଡ଼କୁ ସଂଯୋଗ କରୁଥିବା ଜରଉ ଘାଟିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri