Posted inଜାତୀୟ

ଲଜ୍ଜା! ଜଙ୍ଗଲକୁ ନେଇ ନାବାଳିକା ଝିଅକୁ ବଳାତ୍କାର କଲେ ପିଶାଚ ବାପା

ନୂଆଦିଲ୍ଲୀ,୧୮ା୧: ପବିତ୍ର ବାପା-ଝିଅ ସମ୍ପର୍କରେ ଲାଗିଛି କଳଙ୍କ। ପିଶାଚ ବାପା ନିଜର ୧୫ ବର୍ଷର ନାବାଳିକା ଝିଅକୁ ଜଙ୍ଗଲ ନେଇ ଜବରଦସ୍ତି ବଳାତ୍କାର କରିଛନ୍ତି। ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଅମାନୁଷିକ ଘଟଣା ସାମ୍ନାକୁ ଆସିଛି। ପୋଲିସ ମାମଲାରେ ତତ୍ପରତା ଦେଖାଇ ମାତ୍ର ୬ ଘଣ୍ଟା ମଧ୍ୟରେ ଅଭିଯୁକ୍ତ ବାପାକୁ ଗିରଫ କରିଛି।

ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ସେ ନିଜ ବାପା ସହିତ ବମୌରୀ ଅଞ୍ଚଳକୁ ଜଣେ ବ୍ୟକ୍ତିଙ୍କଠାରୁ ଜମି ବିକ୍ରି ଟଙ୍କା ଆଣିବାକୁ ଯାଉଥିଲେ। ବାଟରେ ଶୀଘ୍ର ପହଞ୍ଚିବା ବାହାନା କରି ବାପା ତାଙ୍କୁ ଜଙ୍ଗଲ ରାସ୍ତା ଦେଇ ନେଇଥିଲା। ଜଙ୍ଗଲ ମଧ୍ୟରେ ପହଞ୍ଚିବା ପରେ ଅଭିଯୁକ୍ତ ଜଣକ ଝିଅକୁ ମାଡ଼ ମାରିବାକୁ ଧମକ ଦେଇ ବଳପୂର୍ବକ ବଳାତ୍କାର କରିଥିଲା। ଏହି ବିଷୟରେ କାହାରିକୁ କହିଲେ ଜୀବନରୁ ମାରିଦେବାକୁ ସେ ନାବାଳିକାକୁ ଭୟଭୀତ କରିଥିଲା।

ଘଟଣା ପରେ ଉଭୟ ଗାଁକୁ ଫେରିଥିଲେ। ସେହି ସମୟରେ ମା’ ଘରେ ନ ଥିବାରୁ ପୀଡ଼ିତା ଜଣକ ଭୟ ଓ ମାନସିକ ଆଘାତ ସହିତ ନିଜ ପିଉସାଙ୍କ ଘରକୁ ଚାଲିଯାଇଥିଲେ। ପରେ ସେଠାରେ ସାହସ ସଞ୍ଚୟ କରି ସେ ନିଜ ମା’କୁ ସବୁ କଥା ଜଣାଇଥିଲେ। ମା’ ଓ ଝିଅ ମିଶି କ୍ୟାଣ୍ଟ ଥାନାରେ ପହଞ୍ଚି ଅଭିଯୋଗ କରିବା ପରେ ଘଟଣାର ପର୍ଦ୍ଦାଫାଶ ହୋଇଥିଲା।

ପୋଲିସ ପ୍ରଥମେ ‘ଜିରୋ ଏଫଆଇଆର୍’ ରୁଜୁ କରି ମାମଲାକୁ ବମୌରୀ ଥାନାକୁ ସ୍ଥାନାନ୍ତର କରିଥିଲା। ବମୌରୀ ପୋଲିସ ଅଭିଯୁକ୍ତ ବିରୋଧରେ, ବଳାତ୍କାର (ପୋକ୍ସୋ ଆକ୍ଟ ଏବଂ ଅନ୍ୟାନ୍ୟ ସଂଗୀନ ଦଫାରେ ମାମଲା ରୁଜୁ କରିଥିଲା।

ବମୌରୀ ଏସଡିଓପି ବିବେକ ଅଷ୍ଠାନା କହିଛନ୍ତି ଯେ, ଅଭିଯୋଗ ପାଇବା ପରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମାତ୍ର ୬ ଘଣ୍ଟା ମଧ୍ୟରେ ଅଭିଯୁକ୍ତ ବାପାକୁ ଗିରଫ କରି କୋର୍ଟ ଚାଲାଣ କରିଛି ଏବଂ ସେଠାରୁ ତାକୁ ଜେଲ୍ ପଠାଇ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଜା ଶାନ୍ତି ପ୍ରକ୍ରିୟାରେ ସାମିଲ ହେବ ଭାରତ! ନିମନ୍ତ୍ରଣ କଲେ ଟ୍ରମ୍ପ

ନୂଆଦିଲ୍ଲୀ,୧୮ା୧: ଯୁଦ୍ଧବିଧ୍ୱସ୍ତ ଗାଜାର ପୁନର୍ଗଠନ ଏବଂ ଶାସନ ବ୍ୟବସ୍ଥାର ତଦାରଖ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ‘ବୋର୍ଡ ଅଫ୍ ପିସ୍’ ଗଠନ କରିଛନ୍ତି।...

SBI ଗ୍ରାହକଙ୍କ ପାଇଁ ବଡ଼ ଖବର: ଅନଲାଇନ୍ ପେମେଣ୍ଟ ଉପରେ ଲାଗିବ ଚାର୍ଜ, ଜାଣନ୍ତୁ କେବେଠାରୁ ଲାଗୁ ହେବ

ମୁମ୍ବାଇ,୧୮ା୧: ଭାରତର ପ୍ରତ୍ୟେକ କୋଣ ଅନୁକୋଣରେ ଏବେ ଅନଲାଇନ ପେମେଣ୍ଟ ସୁବିଧା ଦେଖିବାକୁ ମିଳୁଛି। ଦେଶରେ ଯେତେ ସଂଖ୍ୟକ ବ୍ୟାଙ୍କ ଉପଭୋକ୍ତା ରହିଛନ୍ତି ସେଠି ମଧ୍ୟରୁ...

ସ୍ତ୍ରୀ IAS, ସ୍ୱାମୀ IPS: ନକ୍ସଲ ପ୍ରବଣ ଜିଲା ସମ୍ଭାଳୁଛନ୍ତି ଚର୍ଚ୍ଚିତ ଅଫିସର ଦମ୍ପତି

ରାୟପୁର,୧୮ା୧: ଛତିଶଗଡ଼ର ଯୁବ ଅଫିସର ଦମ୍ପତି ଏବେ ନିଜର କାର୍ଯ୍ୟଦକ୍ଷତା ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ସ୍ତ୍ରୀ ଆଇଏଏସ୍ (IAS) ଏବଂ ସ୍ୱାମୀ ଆଇପିଏସ୍ (IPS)।...

ବନ୍ଦେ ଭାରତ ଟ୍ରେନ ପାଇଁ ଆସିଲା ନୂଆ ନିୟମ, ଟିକେଟ୍ ବାତିଲ କଲେ କଟିଯିବ…

ନୂଆଦିଲ୍ଲୀ,୧୮ା୧: ବନ୍ଦେ ଭାରତ ଏକ୍ସପ୍ରେସର ଅପାର ସଫଳତା ପରେ, ଦେଶକୁ ଏବେ ପ୍ରଥମ “ବନ୍ଦେ ଭାରତ ସ୍ଲିପର” ଟ୍ରେନର ଉପହାର ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହାଓ୍ବଡା...

ଭୟଙ୍କର ହତ୍ୟାକାଣ୍ଡ; ୨ ସ୍ତ୍ରୀଙ୍କୁ ଛାଡି ତୃତୀୟ ସହ ଲିଭ-ଇନରେ ରହୁଥିଲେ ଅବସରପ୍ରାପ୍ତ ରେଳ କର୍ମଚାରୀ, ପ୍ରେମିକାକୁ କାଟି…

ଲକ୍ଷ୍ନୌ,୧୮ା୧:  ଉତ୍ତରପ୍ରଦେଶ ଝାନ୍ସୀର ସିପ୍ରି ବଜାର ପୋଲିସ ଷ୍ଟେସନ ଅନ୍ତର୍ଗତ ବ୍ରହ୍ମନଗରରେ ରହୁଥିବା ଜଣେ ଅବସରପ୍ରାପ୍ତ ରେଳ କର୍ମଚାରୀ ତାଙ୍କ ଲିଭ୍-ଇନ୍ ପାର୍ଟନରଙ୍କୁ ହତ୍ୟା କରି ତାଙ୍କ...

୮୦ ମିନିଟ ପର୍ଯ୍ୟନ୍ତ କାର ଉପରେ ଟର୍ଚ୍ଚ ଲାଇଟ ଜଳାଇ ଚିତ୍କାର କରୁଥିଲେ ସଫ୍ଟୱେର୍‌ ଇଞ୍ଜିନିୟର, ହେଲେ ନାଚାର ଥିଲେ ପିତା

ନୋଏଡା,୧୮।୧: ନୋଏଡାର ସେକ୍ଟର ୧୫୦ ଅଞ୍ଚଳରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ୨୭ ବର୍ଷୀୟ ସଫ୍ଟୱେର୍‌ ଇଞ୍ଜିନିୟର ଯୁବରାଜ ମେହେଟ୍ଟାଙ୍କ ମୃତ୍ୟୁ ଘଟିଛି। ଘନ କୁହୁଡ଼ି ଯୋଗୁ...

କୁହୁଡ଼ି ପାଇଁ ଭୟଙ୍କର ଦୁର୍ଘଟଣା… NHରେ ୪୦ ଗାଡ଼ି ପଛକୁ ପଛ ପିଟିହୋଇ ୫୦…

ଲକ୍ଷ୍ନୌ,୧୮ା୧: ଉତ୍ତର ପ୍ରଦେଶରେ ଶୀତ ଲହରୀ ଜାରି ରହିଛି । ଘନ କୁହୁଡ଼ି ଯୋଗୁଁ ସକାଳୁ ଅନେକ ଜିଲାରେ ଦୃଶ୍ୟମାନତା ହ୍ରାସ ପାଇଥିଲା। କୁହୁଡ଼ି ଯୋଗୁଁ...

ଆଉ ୧୮ରେ ମିଳିବନି ସୁଭଦ୍ରା ଟଙ୍କା, ପୁଣି କେବେ ଆସିବ ଜାଣନ୍ତୁ

ଭୁବନେଶ୍ୱର,୧୮ା୧:  ସୁଭଦ୍ରା ଟଙ୍କା ମିଳିବା ତାରିଖରେ ହେଲା ପରିବର୍ତ୍ତନ । ଏଣିକି ଆଉ ୧୮ ତାରିଖରେ ଟଙ୍କା ପାଇବେନି ହିତାଧିକାରୀ । ନୂଆ ହିତାଧିକାରୀଙ୍କୁ ଆସନ୍ତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri