Posted inଜାତୀୟ

ED ରେଡକୁ ବିରୋଧ କରି ଅମିତ ଶାହଙ୍କ କାର୍ଯ୍ୟାଳୟ ଆଗରେ TMCର ବିକ୍ଷୋଭ, ଏହି ସାଂସଦଙ୍କୁ ପୋଲିସ…

ନୂଆଦିଲ୍ଲୀ,୯।୧  ପଶ୍ଚିମବଙ୍ଗରେ ଇଡିର କାର୍ଯ୍ୟାନୁଷ୍ଠାନକୁ ନେଇ ହଙ୍ଗାମା ଜାରି ରହିଛି । ଏହାରି ଭିତରେ ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦମାନେ ଶୁକ୍ରବାର ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ କାର୍ଯ୍ୟାଳୟ ବାହାରେ ଜୋରଦାର ପ୍ରତିବାଦ କରୁଛନ୍ତି ।

ଡେରେକ୍ ଓ’ବ୍ରାଏନ୍, ଶତାବ୍ଦୀ ରାୟ, ମହୁଆ ମୋଇତ୍ରା ଏବଂ କୀର୍ତ୍ତି ଆଜାଦଙ୍କ ଭଳି ପ୍ରମୁଖ ସାଂସଦମାନେ ପ୍ରତିବାଦରେ ସାମିଲ ହୋଇଛନ୍ତି । ଟିଏମସି ସାଂସଦମାନେ କୋଲକାତାରେ I-PAC କାର୍ଯ୍ୟାଳୟ ଏବଂ ଏହାର ସହ-ପ୍ରତିଷ୍ଠାତା ପ୍ରତୀକ ଜୈନଙ୍କ ବାସଭବନରେ ଇଡିର ଚଢାଉ ବିରୋଧରେ ସ୍ଲୋଗାନ ଦେଉଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରତିବାଦକାରୀଙ୍କୁ ହଟାଇବା ସହିତ ମହୁଆ ମୋଇତ୍ରା ଏବଂ ଡେରେକ୍ ଓ’ବ୍ରାଏନ୍ଙ୍କୁ ଅଟକ ରଖିଥିବା ନେଇ ସୂଚନା ରହିଛି ।

ଟିଏମସି ସାଂସଦ କୀର୍ତ୍ତି ଆଜାଦ କହିଛନ୍ତି, “ଇଡି ଅନୁଚିତ ଭାବରେ ଚଢାଉ କରିଛି, ଏବଂ ଏହା ଅଗଣତାନ୍ତ୍ରିକ ଉପାୟରେ ନିର୍ବାଚନ ଜିତିବାର ଏକ ପ୍ରୟାସ। ବିଜେପି ଏହିପରି ନିର୍ବାଚନ ଜିତିପାରିବ ନାହିଁ ।”

ପ୍ରକାଶଥାଉକି, ପଶ୍ଚିମବଙ୍ଗରେ ମାର୍ଚ୍ଚ କିମ୍ବା ଏପ୍ରିଲରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । କିନ୍ତୁ ଏହା ପୂର୍ବରୁ ପଶ୍ଚିମବଙ୍ଗରେ ରାଜନୀତି ତୀବ୍ର ଅସ୍ଥିରତା ମଧ୍ୟରେ ଅଛି। ଇଡି ଚଢାଉ ପଶ୍ଚିମବଙ୍ଗରେ ରାଜନୈତିକ ହଇଚଇ ସୃଷ୍ଟି କରିଛି। ଏହି ମାମଲା କଲିକତା ହାଇକୋର୍ଟରେ ପହଞ୍ଚିଛି। ହାଇକୋର୍ଟରେ ଦୁଇଟି ଆବେଦନ ଦାଖଲ ହୋଇଛି, ଗୋଟିଏ ଇଡି ଏବଂ ଅନ୍ୟଟି ଟିଏମସି ପକ୍ଷରୁ। ଉଭୟ ଆବେଦନର ଶୁଣାଣି ହେବାର କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶୀ କ୍ରିକେଟର ତମିମ ଇକବାଲଙ୍କୁ ‘ଭାରତୀୟ ଏଜେଣ୍ଟ’ କହି ଫସିଗଲେ BCB ନିର୍ଦ୍ଦେଶକ!

ନୂଆଦିଲ୍ଲୀ,୧୦।୧: ପୂର୍ବତନ ବାଂଲାଦେଶ ଅଧିନାୟକ ତାମିମ ଇକବାଲ ଭାରତ ଏବଂ ବାଂଲାଦେଶ ମଧ୍ୟରେ କ୍ରିକେଟ ସମ୍ପର୍କରେ ବର୍ତ୍ତମାନର ଉତ୍ତେଜନାର ସମାଧାନ ପାଇଁ ଆଲୋଚନା ପାଇଁ ଆହ୍ବାନ...

ଟି-୨୦ ବିଶ୍ୱକପରେ ଭାରତ ପାଇଁ ଗେମ ଚେଞ୍ଜର ସାବ୍ୟସ୍ତ ହେବେ ଏହି ଖେଳାଳି, ବଡ଼ ଭବିଷ୍ୟବାଣୀ କଲେ ସୋଏବ ଅଖତର

ନୂଆଦିଲ୍ଲୀ,୧୦।୧: ଆସନ୍ତା ମାସରେ ଭାରତ ଏବଂ ଶ୍ରୀଲଙ୍କା ମିଳିତ ଭାବରେ ଆୟୋଜିତ କରିବାକୁ ଯାଉଛନ୍ତି T20 ବିଶ୍ୱକପ। ଟିମ ଇଣ୍ଡିଆ ଡିଫେଣ୍ଡିଂ ଚାମ୍ପିଅନ ଭାବରେ ପଡ଼ିଆରେ...

ଭୁବନେଶ୍ୱର ବିମାନବନ୍ଦର ପଡ଼ିଆରେ ନିଆଁ, ନିର୍ଦ୍ଦେଶକ କହିଲେ…

ଭୁବନେଶ୍ୱର,୧୦ା୧: ବିଜୁ ପଟ୍ଟନାୟକ ବିମାନବନ୍ଦର ପଡ଼ିଆରେ ଶନିବାର ନିଆଁ ଲାଗିଛି। ଶୁଖିଲା ଘାସରେ ଭୟଙ୍କର ନିଆଁ ଲାଗିଥିବାବେଳେ ଅଗ୍ନିଶମ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଏହାକୁ ଆୟତ୍ତ...

ଜଳିଗଲା ଲକ୍ଷାଧିକ ଟଙ୍କାର ମକା, ସରକାରଙ୍କ ପାଖରେ କ୍ଷତିପୂରଣ ଦାବି କରି…

ମୋହନା,୧୦ା୧(ମନ୍ମଥ ମିଶ୍ର): ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଶୁଖିଲା ମକା ଜଳିପୋଡ଼ି ପାଉଁଶ ହୋଇଯାଇଛି। ଏଭଳି ଘଟଣା ଘଟିଛି ଗଜପତି ଜିଲା ରା.ଉଦୟଗିରି ଥାନା ଅନ୍ତର୍ଗତ...

ଗୋଟିଏ ମଞ୍ଚରେ ଦେଖାଦେଲା ପାଓ୍ବାର ପରିବାରର ‘ପାଓ୍ବାର’

ମୁମ୍ବାଇ,୧୦।୧: ୨୦୨୩ ମସିହାରେ ଏନସିପିରେ ବିଭାଜନ ହେବା ପରେ ପ୍ରଥମ ଥର ପାଇଁ, ଅଜିତ ପାୱାର ଏବଂ ସୁପ୍ରିୟା ସୁଲେ ମହାରାଷ୍ଟ୍ରର ପୌର ନିର୍ବାଚନରେ ଏକ...

ଶୋ’ ରୁମ୍‌ରେ ଲାଗିଲା ନିଆଁ, ଜଳିଗଲା ଲକ୍ଷାଧିକ ଟଙ୍କାର ଗାଡ଼ି

ବାରିପଦା,୧୦ା୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ସହରସ୍ଥିତ ଦାରୋଗାଡ଼ାହି ଛକ ନିକଟରେ ଥିବା କାଇନେଟିକ୍‌ ଶୋ’ ରୁମ୍‌ରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଗାଡ଼ି...

ଶେଷ ୪ ବଲ୍‌ରେ ଆବଶ୍ୟକ ଥିଲା ୧୮ ରନ: ଏମିତି କାରନାମା କରିଦେଲେ ନାଦିନେ ଡି କ୍ଲାର୍କ, ପାଲଟିଗଲା ଇତିହାସ

ନଭି ମୁମ୍ବାଇ, ୯।୧: ନାଦିନେ ଡି କ୍ଲାର୍କଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଶୁକ୍ରବାର ଅନୁଷ୍ଠିତ ମହିଳା ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ୍‌)ର...

Budget 2026: ଟ୍ୟାକ୍ସପେୟରଙ୍କ ପାଇଁ ବଡ଼ ଘୋଷଣା! ଦେବାକୁ ପଡିବନି…

ନୂଆଦିଲ୍ଲୀ,୧୦।୧: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ୧, ୨୦୨୬ (ରବିବାର) ରେ ତାଙ୍କର କ୍ରମାଗତ ନବମ ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି। ମଧ୍ୟବିତ୍ତ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri