୨ ମାସରୁ ଊର୍ଦ୍ଧ୍ୱ ହେବ ଭତ୍ତା ପାଇନାହାନ୍ତି ହିତାଧିକାରୀ, ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ବିଡିଓଙ୍କୁ କଲେ ଗୁହାରି

ଥୁଆମୂଳ ରାମପୁର,୨୭ା୫(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ସାମାଜିକ ସୁରକ୍ଷା ଯୋଜନାରେ ଭତ୍ତା ପାଉଥିବା ହିତାଧିକାରୀମାନେ ଚରମ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ୨ ମାସରୁ ଊର୍ଦ୍ଧ୍ୱ ହେବ ବୃଦ୍ଧାବୃଦ୍ଧ, ବିଧବା ଓ ଦିବ୍ୟାଙ୍ଗମାନଙ୍କୁ ସେମାନଙ୍କର ପ୍ରାପ୍ୟ ଭତ୍ତା ଟଙ୍କା ମିଳି ନ ଥିବା ବେଳେ ଚଳିତ ମେ’ ମାସ ଶେଷ ହେଲେ ଏହା ୩ ମାସରେ ପହଞ୍ଚିବ। ଏହି ସମସ୍ୟାର ପ୍ରତିବାଦରେ ବୁଧବାର ବ୍ଲକର ଶତାଧିକ ହିତାଧିକାରୀ ବ୍ଲକ କାର୍ଯ୍ୟାଳୟକୁ ଆସି ବିଡିଓ ଏବଂ ବିଏସଏସଓଙ୍କୁ ଭେଟିବାକୁ ଚେଷ୍ଟା କରିଥିଲେ। ଦୁର୍ଗମ ଓ ପାହାଡ଼ିଆ ଅଞ୍ଚଳରୁ ଆସିଥିବା ଏହି ଅସହାୟ ଲୋକେ ନିଜର ଦୁଃଖ ଜଣାଇବା ସହ ଶେଷରେ ବିଡିଓ ଓ ସ୍ଥାନୀୟ ଭାଜପା ନେତାଙ୍କ ପାଦ ତଳେ ପଡ଼ି ନେହୁରା ହେଉଥିବାର ଏକ ଦୃଶ୍ୟ ଦେଖିବାକୁ ମିଳିଛି।

ସୂଚନା ଅନୁସାରେ, ବଡ଼ ବଣ୍ଡେଲ, ବଡ଼ ଛତ୍ରଙ୍ଗ, ସିନ୍ଧିପଦର, ଟେଭା କଲମ, ପୋଖରା, ଉପର ଝାପି, ରାଣୀ ପଦର, ବାଗଡିଆଣି, ତଲଝାପି, ବିସମଗିରି, କାଠକୁରା, କୋଷାବରା, ଥୁଆମୂଳ ରାମପୁର ଏବଂ ବଡ଼ ଖମନ ଆଦି ବିଭିନ୍ନ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ହିତାଧିକାରୀ ନିଜର ଅଭିଯୋଗ ନେଇ ପ୍ରଥମେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ମାତ୍ର ବିଏସଏସଓ ଅନୁପସ୍ଥିତ ଥିବାରୁ ସେମାନେ ସିଧାସଳଖ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଥିଲେ।

ହିତାଧିକାରୀଙ୍କ ଅଭିଯୋଗ ଅନୁସାରେ, ଯେଉଁମାନେ ହାତରେ ନଗଦ ଭତ୍ତା ପାଉଛନ୍ତି ସେମାନଙ୍କୁ ପ୍ରତି ମାସରେ ଟଙ୍କା ମିଳୁଛି। ମାତ୍ର ଯେଉଁମାନେ ପୂର୍ବରୁ ପ୍ରତି ମାସରେ ନିଜ ବ୍ୟାଙ୍କ ପାସ୍‌ବୁକ୍‌ ଆକାଉଣ୍ଟ ମାଧ୍ୟମରେ ସଠିକ ସମୟରେ ଭତ୍ତା ପାଉଥିଲେ, ସେମାନଙ୍କୁ ଦୀର୍ଘ ଦୁଇ ମାସ ହେଲା ବଞ୍ଚିତ କରାଯାଇଛି। ନିଜ ନିଜ ପଞ୍ଚାୟତ କାର୍ଯ୍ୟାଳୟକୁ ଗଲେ ଅଧିକାରୀମାନେ ଆମେ ଜାଣିନୁ, ବ୍ଲକକୁ ଯାଅ କହି ଦାୟିତ୍ୱ ଖସାଇ ଦେଉଛନ୍ତି। ଅପରପକ୍ଷରେ ବ୍ଲକକୁ ଆସିଲେ ବିଡିଓ ଏହା ଆମ ହାତର କଥା ନୁହେଁ, କେନ୍ଦ୍ରରୁ ପଇସା ଆସିନାହିଁ ବୋଲି କହି ପ୍ରସଙ୍ଗ ଏଡ଼ାଇ ଯାଉଛନ୍ତି। କେବଳ ଭତ୍ତା ନୁହେଁ, ଅନେକ ଗରିବ ଲୋକ ସରକାରୀ ଯୋଜନାରେ ପକ୍କାଘର ନିର୍ମାଣ କରିଥିଲେ ମଧ୍ୟ ସେମାନଙ୍କୁ ସରକାରୀ କିସ୍ତି ଟଙ୍କା ମିଳୁ ନ ଥିବା ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ଏ ସମ୍ପର୍କରେ ବ୍ଲକ ଉନ୍ନୟନ ଅଧିକାରୀ ଧ୍ରୁବଚରଣ ମୁଦୁଲି ହିତାଧିକାରୀମାନଙ୍କୁ ବୁଝାସୁଝା କରିବା ସହ ଆସନ୍ତା ଜୁନ୍ ୨୦ରୁ ୨୫ ତାରିଖ ମଧ୍ୟରେ ସମସ୍ତ ବ୍ୟାଙ୍କ ଆକାଉଣ୍ଟଧାରୀ ହିତାଧିକାରୀଙ୍କ ଖାତାକୁ ବକେୟା ଟଙ୍କା ଚାଲିଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ଏହି ଘଟଣା ସମ୍ପର୍କରେ ଭାଜପା ନେତା ତଥା ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ପବିତ୍ର ନାଏକଙ୍କୁ ପଚାରିବାରୁ ସେ କହିଛନ୍ତି, ଏହି ସମସ୍ୟା ପଞ୍ଚାୟତ ସ୍ତରୀୟ ଅଧିକାରୀ ବା ସରପଞ୍ଚ ସମିତି ବୁଝିବା କଥା। ବର୍ତ୍ତମାନ ଆମ ସରକାର ହେଉଛି ଲୋକଙ୍କ ସରକାର। ସମସ୍ତ ହିତାଧିକାରୀ କେମିତି ସିଧାସଳଖ ସେମାନଙ୍କ ଘରେ ଭତ୍ତା ପଇସା ପାଇପାରିବେ, ସେ ନେଇ ମୁଁ ବିଡିଓଙ୍କ ସହ କଥା ହେବି। ପୂର୍ବରୁ ଏଭଳି ଅଭିଯୋଗ ଆମ ପାଖକୁ ଆସି ନ ଥିଲା, ଆମେ ଏହାକୁ ଗୁରୁତର ସହ ନେଇ ଖୁବ୍ କମ୍ ସମୟ ମଧ୍ୟରେ ସମସ୍ତ ବଞ୍ଚିତ ଲୋକଙ୍କୁ ପ୍ରାପ୍ୟ ପ୍ରଦାନ କରିବୁ।

ଅପରପକ୍ଷରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀସୁନା ରାମ ସ୍ୱରେନଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, ଏହା କେବଳ ଆମ ବ୍ଲକର ସମସ୍ୟା ନୁହେଁ, ସାରା ଓଡ଼ିଶାରେ ଏଭଳି ସମସ୍ୟା ଦେଖାଦେଇଛି। କେଉଁ ମାସରେ କିମ୍ବା କେବେ ପଇସା ପଡ଼ିବ, ସେ ସମ୍ପର୍କରେ ଆମ ପାଖରେ କୌଣସି ସଠିକ୍ ତଥ୍ୟ ନାହିଁ। ଯାହା ବି ହେବ ତାହା ଉପର ସ୍ତରରୁ ହେବ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?