କେନ୍ଦୁଝରରେ କାଳବୈଶାଖୀ ତାଣ୍ଡବ; ଛିଣ୍ତିଲା ବିଦ୍ୟୁତ୍ ତାର, ଗଛ ପଡ଼ି ବୃଦ୍ଧା ଗୁରୁତର

କେନ୍ଦୁଝର,୨୭।୫ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବ୍ଲକରେ ତାଣ୍ତବ ରଚିଛି କାଳବୈଶାଖୀ । ବୁଧବାର ସନ୍ଧ୍ୟାରେ ଜୋରରେ ପବନ ହେବାରୁ ପନିପରିବା ଫସଲ ସମେତ ଗଛ ଉପୁଡିଵା ସହ ଘର ଦ୍ବାର ବ୍ୟାପକ କ୍ଷୟକ୍ଷତି ହୋଇଛି । ୨୦ ନମ୍ବର ଜାତୀୟ ରାଜପଥ ପାର୍ଶ୍ବ ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପାଚେରୀ ନିକଟରେ ଥିବା ଏକ ଚାଖୁଣ୍ତା ଗଛ ଡାଳ ବାଇକ୍ ଏବଂ ଏକ ସ୍କୁଟି ଉପରେ ପଡିଛି । ଫଳରେ ଉଭୟ ଗାଡି ଭାଙ୍ଗିରୁଜି ଯାଇଛି ।

ବିଦ୍ୟୁତ୍ ତାର ଛିଣ୍ତି ତଳେ ପଡିଵାରୁ ବିଦ୍ୟୁ୍ତ୍ ସରବରାହ ବିଚ୍ଛିନ୍ନ ହୋଇଛି । ନୂଆଗାଁ ପଞ୍ଚାୟତ ହାତୀକୁଚା ଗାଁରେ ଜାମୁଗଛ ଡାଳପଡି ଜଣେ ବୃଦ୍ଧା ଗୁରୁତର ହୋଇଛନ୍ତି । ଗୁରୁତର ହେଲେ ରାମଚନ୍ଦ୍ର ମହାନ୍ତଙ୍କ ସ୍ତ୍ରୀ ଉମାମଣି ମହାନ୍ତ(୬୨)। ଛେଳି ଚରାଇ ସାରି ଫେରୁଥିବାବେଳେ ପ୍ରବେଶ ପଥର ବାଉଁଶ ବାଡ ଖୋଲୁଥିବାବେଳେ ଏକ ଜାମୁଗଛ ଡାଳ ତାଙ୍କ ଉପରେ ପଡିଯାଇଥିଲା।ତାଙ୍କୁ ତୁରନ୍ତ ୧୦୮ ଆମ୍ବୁଲାନ୍ସ ଯୋଗେ କେନ୍ଦୂଜର ଧରଣୀଧର ମେଡିକାଲ କଲେଜକୁ ଅଣାଯାଇଛି। ଜିଲା ପ୍ରଶାସନ ପକ୍ଷରୁ ସରକାରୀ ସହାୟତା ଯୋଗାଇ ଦେବାକୁ ପୁଅ ଚକ୍ରଧର ମହାନ୍ତ ଦାବି କରିଛନ୍ତି ।

ନରସିଂହପୁର ଗାଁର ଛଟରାୟ ମୁଣ୍ତା ଙ୍କ ମାଟିଘର ଆଜବେଷ୍ଟର ପବନରେ ଉଡିଯାଇଛି ।ପାଣିରେ ବତୁରି ଧାନଚାଉଳ ଅବାସପତ୍ର ଆଦି ନଷ୍ଟ ହୋଇ ଯାଇଛି। ସରକାରୀ ସହାୟତା ଯୋଗାଇଦେବାକୁ ଛଟରାୟ ଦାବି କରିଛନ୍ତି । ସେହିପରି ପୁର୍ଣ୍ଣଚନ୍ଦ୍ର ମହାକୁଡଙ୍କ ଘର ଉପରେ ଏକ ଗଛ ପଡିଯାଇଥିବାଳେ ଘର ଭାଙ୍ଗି ଯାଇଛି । ତେବେ ପରିବାର କାହାରି କୈାଣସି କ୍ଷୟକ୍ଷତି ଘଟିନଥିବା ଜଣାପଡିଛି। ପବନରେ ମହଦେଇଯୋଡା ୟୁପି ସ୍କୁଲ ନିକଟରେ ଥିବା ବଡ ଆମ୍ବଗଛ ଗୁଡିକ ଉପୁଡି ପଡିଛି। ପାସେଞ୍ଜର ଅଟୋ ଉଡିଯାଇଥିବାବେଳେ ଉଦ୍ଧାର କରାଯାଇଛି ।ସଲରାପଣ୍ଠ ଗାଁରେ ଏକ ବିରାଟ ଆମ୍ବଗଛ ଉପୁଡିପଡି ଘର ଉପରେ ପଡିଥିଲା। ସୈାଭାଗ୍ୟ ବସତଃ କାହାରି କୈାଣସି କ୍ଷୟକ୍ଷତି ଘଟିନାହିଁ ।

କେନ୍ଦୁଝର ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଗଛକାଟି ସଫା ଜାରି ରଖିଥିଲେ।ଖବର ପାଇ ସଦର ତହସିଲଦାର ସୁଭେନ୍ଦୁ କୁମାର ସାହୁ ଘଟଣା ସ୍ଥଳରେ ପହଞ୍ଚି କ୍ଷୟକ୍ଷତି ଆକୋଳନ ଥିଲେ। ମହାନ୍ତସାହିର ରାସ୍ତା ଉପରେ ଏକ ବିରାଟ ଆମ୍ବଗଛ ପଡିଥିଲା। ଗ୍ରାମବାସୀ ସଫେଇ କାର୍ଯ୍ୟ ଜାରି ରଖିଛନ୍ତି । କେନ୍ଦୁପଶି ଗାଁର ରାମଚନ୍ଦ୍ର ମୁଣ୍ତାଙ୍କ ଘର ନିକଟରେ ଥିବା ଏକ ଡେଉଚ ଗଛ ଭାଙ୍ଗି ଡାଳପଡି ଗାଁକୁ ସଂଯୋଗୀ ବିଦ୍ୟୁତ୍ ତାର ଛିଣ୍ତି ତଳେ ପଡିଥିବାବେଳେ ବିଦ୍ୟୁତ୍ ସରାବରାହ ବିଛିନ୍ନ ହୋଇଛି ।

ଅନ୍ୟପଟେ କାଦଗଡ, ନୂଆଗାଁ, ହାତୀକୁଚା, ଭାଟୁଣିଆଁ, ଟିକରପଡା, ପଦ୍ମପୁର, ବରଦାପାଳ, ମୁକୁନା, ବାଉରୀପଦା, ଗୋବର୍ଦ୍ଧନ, ବଣୁଆଁ, ପଳାଶପଙ୍ଗା, ମୁରୁସୁଆଁ, ପର୍ଜନପୁର, ସରାସକେଲା, ବଉଳମାଳ, ସିଲିସୁଆଁ, ପୋଇପାଣି, କୁସୁମିତା, ତଳକମ୍ପଡିହି, ଉପରକମ୍ପଡିହି, ସକରାପଣ୍ଠ ଆଦି ଅଞ୍ଚଳରେ ବ୍ୟାପକ ପନିପରିବା ଘରଦ୍ବାର କ୍ଷୟକ୍ଷତି ଘଟିଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

ଶାଳକଙ୍କୁ ଏସିଡ୍‌ ଫିଙ୍ଗି ବନ୍ଧା ହେଲେ ଭିଣୋଇ

ବ୍ରହ୍ମପୁର,୩୦ା୮(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଟାଉନ ଥାନା ପୋଲିସ ଏସିଡ ମାଡ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିଛି l ସେ ହେଲେ ପାଟପୁର ଥାନା ପୋଡାମାରି ବଜାର…

ନାବାଳିକା ଛାତ୍ରୀଙ୍କୁ ଅପହରଣ କରିନେଲେ ୨୨ ବର୍ଷୀୟ ଯୁବକ, ଗାଁରେ ଉତ୍ତେଜନା ପରେ…

ହାଟଡିହୀ/ଛେନାପଦୀ,୩୦ା୮(ଶୁଭକାନ୍ତ ନାୟକ/ନିରାକାର): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ନନ୍ଦିପଦା ଥାନା ଅଞ୍ଚଳରେ ଜଣେ ନାବାଳିକା ଦଶମ ଶ୍ରେଣୀ ଛାତ୍ରୀକୁ ଅପହରଣ କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଏହାକୁ…

ଓଡ଼ିଆ ସାହିତ୍ୟର ଜଣେ ଅମର ନକ୍ଷତ୍ର ଥିଲେ ସ୍ବଭାବ କବି ଗଙ୍ଗାଧର ମେହେର, ତାଙ୍କ କଲମ ଚାଳନାରେ ଥିଲା…

କେସିଙ୍ଗା,୩୦ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ଚେତାବନୀ ସାହିତ୍ୟ ସଂସଦ ପକ୍ଷରୁ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ୧୬୫ତମ ଜୟନ୍ତୀ ସମାରୋହ ଅନୁଷ୍ଠାନର ସଭାପତି ଯାଜ୍ଞସେନୀ ସାହାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri