ଜୁଲାଇ ୨ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା, ଜୁଲାଇ ୨ରୁ ୧୦ ପର୍ଯ୍ୟନ୍ତ ଚାଲିବ; ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

କଟକ,୨୭ା୫ (କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଚଳିତ ବର୍ଷର ସପ୍ଲିମେଣ୍ଟାରୀ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଆଗାମୀ ଜୁଲାଇ ୨ ତାରିଖରୁ ଆରମ୍ଭ ହୋଇ ଜୁଲାଇ ୧୦ ତାରିଖରେ ଶେଷ ହେବ। ଉଭୟ ରେଗୁଲାର ଓ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀଙ୍କ ନିମନ୍ତେ ଗୋଟିଏ କାର୍ଯ୍ୟସୂଚୀ ଓ ସମାନ ପ୍ରଶ୍ନପତ୍ର କରାଯାଇଥିବା ବୋର୍ଡ ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି। ପ୍ରତ୍ୟେକ ଦିନ ପରୀକ୍ଷା ସକାଳ ୯ଟାରୁ ଆରମ୍ଭ ହୋଇ ଦିନ ୧୧.୩୦ରେ ସରିବ। କେବଳ ଗଣିତ ପରୀକ୍ଷାରେ ୧୫ ମିନିଟ ସମୟ ଅଧିକ ଦିଆଯିବ, ଅର୍ଥାତ୍‌ ଉକ୍ତ ପରୀକ୍ଷା ଦିନ ୧୧.୪୫ରେ ସରିବ। କାର୍ଯ୍ୟସୂଚୀ ଅନୁଯାୟୀ, ଜୁଲାଇ ୨ ତାରିଖ ଗୁରୁବାର ପ୍ରଥମ ଭାଷା ଓଡ଼ିଆ, ବଙ୍ଗଳା, ହିନ୍ଦୀ, ଉର୍ଦ୍ଦୁ ଓ ତେଲୁଗୁ ଓ ଅଲଟରନେଟିଭ ଇଂରାଜୀ, ୪ ତାରିଖ ଶନିବାର ଦ୍ୱିତୀୟ ଭାଷା ଇଂରାଜୀ, ହିନ୍ଦୀ, ପରିବେଶ ଓ ଜନସଂଖ୍ୟା ଶିକ୍ଷା (କେବଳ ମୂକ-ବଧିର ପରୀକ୍ଷାର୍ଥୀଙ୍କ ପାଇଁ), ୫ ତାରିଖ ରବିବାର ଟିଏଲଭି ପ୍ରାକ୍ଟିକାଲ, ୬ ତାରିଖ ସୋମବାର ଗଣିତ, ୮ ତାରିଖ ବୁଧବାର ବିଜ୍ଞାନ, ୯ ତାରିଖ ଗୁରୁବାର ସାମାଜିକ ବିଜ୍ଞାନ ଏବଂ ୧୦ ତାରିଖ ଶୁକ୍ରବାର ତୃତୀୟ ଭାଷା ହିନ୍ଦୀ, ସଂସ୍କୃତ, ଓଡ଼ିଆ, ପାର୍ଶି ଓ ଟିଏଲଭି ଥିଓରୀ (କେବଳ ମୂଳ-ବଧିର ପରୀକ୍ଷାର୍ଥୀଙ୍କ ପାଇଁ) ଏବଂ ଭୋକେସନାଲ ଥିଓରୀ ପରୀକ୍ଷା ଅନୁଷ୍ଠିତ ହେବ। ଟିଏଲଭି ଓ ଭୋକେସନାଲ ଟ୍ରେଡ୍‌ ବ୍ୟତୀତ ଅନ୍ୟ ସମସ୍ତ ବିଷୟରେ ୫୦ ମାର୍କର ସବ୍‌ଜେକ୍ଟିଭ ଓ ୫୦ ମାର୍କର ଅବଜେକ୍ଟିଭ ପ୍ରଶ୍ନ ଆସିବ। ଅବଜେକ୍ଟିଭ ପ୍ରଶ୍ନର ଉତ୍ତର ଓଏମ୍‌ଆର ସିଟ୍‌ରେ ଏବଂ ସବ୍‌ଜେକ୍ଟିଭ ପ୍ରଶ୍ନର ଉତ୍ତର ପ୍ରଶ୍ନପତ୍ର ସଂଲଗ୍ନ ଉତ୍ତରଖାତାରେ ଦେବାକୁ ହେବ। ଭୋକେସନାଲ ଟ୍ରେଡ୍‌ ଥିଓରୀ ବିଷୟଗୁଡ଼ିକରେ ୫୦ ମାର୍କ ଓ ଟିଏଲଭି ଥିଓରିରେ ୨୦ ମାର୍କର ସବ୍‌ଜେକ୍ଟିଭ ପ୍ରଶ୍ନ ଆସିବ। ଭୋକେସନାଲ ଟ୍ରେଡ୍‌ଗୁଡ଼ିକର ପ୍ରାକ୍ଟିକାଲ ପରୀକ୍ଷା (୫୦ ମାର୍କ) ନିଜ ନିଜ ବିଦ୍ୟାଳୟରେ ଜୁନ୍‌ ୨୧ ତାରିଖରୁ ଜୁନ୍‌ ୨୭ ତାରିଖ ମଧ୍ୟରେ ଓସେପା ତତ୍ତ୍ୱାବଧାନରେ ହେବ। ସେହିପରି ଟିଏଲଭି ପ୍ରାକ୍ଟିକାଲ ନିର୍ଦ୍ଧାରିତ ପରୀକ୍ଷା କେନ୍ଦ୍ରରେ ୮୦ ମାର୍କର ଅନୁଷ୍ଠିତ ହେବ।

Enter your email to get our daily news in your inbox.

All Right Reserved By Dharitri.Com

ମଣିପୁରରେ ବନ୍ଧୁକଧାରୀଙ୍କ ଆକ୍ରମଣ, ଉତ୍ତେଜନା

ଗୁଆହାଟୀ,୨୭ା୮: ମଣିପୁରର କୁକି ବହୁଳ କାଙ୍ଗ୍‌ପୋକ୍‌ପି ଜିଲାରେ ଗୁରୁବାର କେତେଜଣ ଅଜଣା ବନ୍ଧୁକଧାରୀ ଗୁଳି ଚଳାଇବାରୁ ନାଗା ସମ୍ପ୍ରଦାୟର ୪ ଜଣଙ୍କ ମୃତ୍ୟୁ ଘଟିବା ସହ ଜଣେ…

ପ୍ରଥମ ମ୍ୟାଚ୍‌ରେ ଅଧିନାୟକ, ଦ୍ୱିତୀୟ ମ୍ୟାଚ୍‌ରେ ଟିମ୍‌ରୁ ବିଦା! ଚମକାଇଲା ନିଷ୍ପତ୍ତି

ଲଣ୍ଡନ୍, ୨୭।୮: ପାକିସ୍ତାନ କ୍ରିକେଟ୍‌ରେ ସବୁକିଛି ସମ୍ଭବ। ନିଜର ଖେଳ ପ୍ରଦର୍ଶନ ତୁଳନାରେ ଅଜବ ନିଷ୍ପତ୍ତି ପାଇଁ ଚର୍ଚ୍ଚାରେ ରହୁଥିବା ପାକିସ୍ତାନ ଟିମ୍ ପୁଣି ଏକ ଚମକାଇବା…

କିଏ ସେ ଅନୁଷ୍କା ଶର୍ମା? ଯାହାଙ୍କୁ ମିଳିଲା ଟିମ୍‌ ଇଣ୍ଡିଆରେ ବଡ଼ ଦାୟିତ୍ୱ

ମୋହାଲି, ୨୭।୮: ଭାରତୀୟ ମହିଳା କ୍ରିକେଟର ଭବିଷ୍ୟତ ତାରକାଙ୍କୁ ପ୍ରସ୍ତୁତ କରିବା ଲକ୍ଷ୍ୟରେ ବିସିସିଆଇ (BCCI) ଭାରତୀୟ ମହିଳା ‘ଏ’ ଦଳର ଅଷ୍ଟ୍ରେଲିଆ ‘ଏ’ ବିପକ୍ଷ ସିରିଜ୍…

କାଲି କେତେବେଳେ ମିଳିବ ସୁଭଦ୍ରା ଟଙ୍କା? ଜାଣନ୍ତୁ ଫଟାଫଟ୍‌ କେମିତି କରିବେ ଚେକ୍‌…

ଭୁବନେଶ୍ୱର,୨୭।୮: ରାଜ୍ୟର ଲକ୍ଷ ଲକ୍ଷ ମହିଳାଙ୍କ ପାଇଁ ଏକ ବଡ଼ ଖୁସି ଖବର। ପବିତ୍ର ରାଖୀ ପୂର୍ଣ୍ଣିମା ଅବସରରେ ରାଜ୍ୟ ସରକାର ‘ସୁଭଦ୍ରା’ ଯୋଜନାର ୫ମ କିସ୍ତି…

ଏଲିଟ ତାଲିକାରେ ସାମିଲ ହେଲେ ଦିନୁଶା

କଲମ୍ବୋ,୨୭ା୮: ଶ୍ରୀଲଙ୍କାର ସୋନଲ ଦିନୁଶା ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ଉଭୟ ଇନିଂସରେ ଶତକ ହାସଲ କରିବା ସହ ଏଲିଟ(ସ୍ବତନ୍ତ୍ର) ତାଲିକାରେ ସାମିଲ ହୋଇଛନ୍ତି। ସେ…

ସେପ୍ଟେମ୍ୱରରେ ମହାସଂଯୋଗ: ୧, ୧୫ ଏବଂ ୨୨ ତାରିଖ ଅତ୍ୟନ୍ତ ଖାସ୍‌, ୭ ରାଶିଙ୍କୁ ବଡ଼ ଚାକିରର ଅଫର୍‌…

ସେପ୍ଟେମ୍ୱର ୨୦୨୬ ମାସର ୧, ୧୫ ଏବଂ ୨୨ ତାରିଖ ଅତ୍ୟନ୍ତ ବିଶେଷ ରହିବାକୁ ଯାଉଛି। ଏହି ତିନୋଟି ତାରିଖରେ ବୁଧ, ମଙ୍ଗଳ, ସୂର୍ଯ୍ୟ ଏବଂ ଗୁରୁ…

ନେରେଡ଼ି ପ୍ରକଳ୍ପକୁ ନେଇ ବିଜେଡିର ଉଦ୍‌ବେଗ: ଜମି ଅଧିଗ୍ରହଣ ପୂର୍ବରୁ ପ୍ରଭାବିତଙ୍କ ସହ ଆଲୋଚନା ଦାବି

ପାରଳାଖେମୁଣ୍ଡି, ୨୭।୮(ଗିରିଧାରୀ ପରିଚ୍ଛା): ନେରେଡ଼ି ବ୍ୟାରେଜ୍ ପ୍ରକଳ୍ପ ପାଇଁ ଗଜପତି ଜିଲା କାଶୀନଗର ତହସିଲ ଅଞ୍ଚଳରେ ପ୍ରାୟ ୧୦୬ ଏକର ଜମି ଅଧିଗ୍ରହଣ ପ୍ରସ୍ତୁତିକୁ ନେଇ ବିଜୁ…

ଶିକ୍ଷକ ନିଯୁକ୍ତି ନେଇ ଆସିଲା ବଡ଼ ଖବର, ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି…

ନୂଆଦିଲ୍ଲୀ,୨୭।୮: ବିହାରର ଲକ୍ଷ ଲକ୍ଷ ଶିକ୍ଷକ ଆଶାୟୀଙ୍କ ପାଇଁ ରାଜଧାନୀ ପାଟଣାରୁ ଏକ ବଡ଼ ଏବଂ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ରାଜ୍ୟ ସରକାର ଚତୁର୍ଥ ପର୍ଯ୍ୟାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri