Posted inଖେଳ

ଆଇପିଏଲ୍‌ରେ ବୈଭବଙ୍କ ମହାରେକର୍ଡ: କମିନ୍ସଙ୍କୁ ଟର୍ଗେଟ, ୬୦ ଛକା ମାରି ଭାଙ୍ଗିଲେ ଗେଲ୍‌ଙ୍କ ସହ ରାଇନାଙ୍କ…

ନୂଆଦିଲ୍ଲୀ,୨୭।୫: ଆଇପିଏଲ (IPL) ମଇଦାନରେ ପୁଣି ଥରେ ଇତିହାସ ରଚିଛନ୍ତି ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ। ଏହି ବାମହାତୀ ବିସ୍ଫୋରକ ବ୍ୟାଟର ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ମାତ୍ର ୧୬ ବଲେ୍‌ରେ ଅର୍ଦ୍ଧଶତକ ହାସଲ କରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ଏଭଳି କାରନାମା ସହ ସେ ବିଶ୍ୱ କ୍ରିକେଟର ’ୟୁନିଭର୍ସ ବସ୍‌’ କ୍ରିସ ଗେଲ୍‌ଙ୍କ ଏକ ବଡ଼ ରେକର୍ଡକୁ ମଧ୍ୟ ଧୂଳିସାତ କରିଛନ୍ତି। ହାଇଦ୍ରାବାଦ ବିପକ୍ଷରେ ନିଜର ୭ମ ଛକା ମାରିବା ସହ ବୈଭବ ଆଇପିଏଲ୍‌ର ଗୋଟିଏ ସିଜନ୍‌ରେ ସବୁଠାରୁ ଅଧିକ ଛକା ମାରିଥିବା ଖେଳାଳି ହୋଇପାରିଛନ୍ତି। ଏହା ପୂର୍ବରୁ ଗେଲ ଗୋଟିଏ ସିଜିନ୍‌ରେ ୫୯ଟି ଛକା ମାରିଥିବାର ରେକର୍ଡ କରିଥିଲେ। ବୈଭବ ଏବେ ଏହି ଅଙ୍କକୁ ପାର୍‌ କରିଯାଇଛନ୍ତି।
ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟିଂର ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ତାଙ୍କର ଛକା ମାରିବାର ଶୈଳୀ। ସେ ପ୍ରତି ୪ଟି ବଲ୍‌ରେ ପ୍ରାୟ ଗୋଟିଏ ଛକା ମାରୁଛନ୍ତି। ଯଦି ଏହାର ତୁଳନା ଗେଲ୍‌ଙ୍କ ସହ କରାଯାଏ, ତେବେ ସେ ପ୍ରତି ୭.୭୨ ବଲ୍‌ରେ ଗୋଟିଏ ଛକା ମାରୁଥିଲେ। ମାତ୍ର ୧୫ ବର୍ଷ ବୟସରେ ବୈଭବ ଏଭଳି କାରନାମା କରି କ୍ରିକେଟ ଦୁନିଆରେ ହଲଚଲ ସୃଷ୍ଟି କରିଛନ୍ତି।
ଆଇପିଏଲ୍‌ ଇତିହାସରେ ପ୍ଲେ-ଅଫ (Playoffs) ମ୍ୟାଚ୍‌ରେ ସବୁଠାରୁ କମ ବୟସରେ ସବୁଠାରୁ ଦ୍ରୁତ ଅର୍ଦ୍ଧଶତକ ହାସଲ କରିବାର ଗୌରବ ଅର୍ଜନ କରିଛନ୍ତି ବୈଭବ। ସେ ମାତ୍ର ୧୬ ବଲ୍‌ରେ ନିଜର ଅର୍ଦ୍ଧଶତକ ପୂରଣ କରିଛନ୍ତି। ଏହି ମାମଲାରେ ସେ ଭାରତର ପୂର୍ବତନ ଷ୍ଟାର୍‌ ବ୍ୟାଟର ସୁରେଶ ରାଇନାଙ୍କୁ ପଛରେ ପକାଇ ଦେଇଛନ୍ତି, ଯିଏକି ୨୦୧୪ ମସିହାରେ କିଙ୍ଗସ ଏଲେଭେନ ପଞ୍ଜାବ ବିପକ୍ଷରେ ୧୬ ବଲ୍‌ରେ ଅର୍ଦ୍ଧଶତକ ମାରିଥିଲେ।
ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ମଇଦାନକୁ ଓହ୍ଲାଇବା ସହ ବୈଭବ ସବୁଠାରୁ ପ୍ରଥମେ ହାଇଦ୍ରାବାଦର ଅଧିନାୟକ ତଥା ଷ୍ଟାର୍‌ ବୋଲର ପ୍ୟାଟ କମିନ୍ସଙ୍କୁ ଟାର୍ଗେଟ କରିଥିଲେ। ମ୍ୟାଚ୍‌ର ତୃତୀୟ ଓଭର ବୋଲିଂ କରିବାକୁ ଆସିଥିବା କମିନ୍ସଙ୍କୁ ବୈଭବ ୩ଟି ଚମତ୍କାର ଛକା ଏବଂ ଗୋଟିଏ ଚୌକା ମାରିଥିଲେ। ଓଭରର ଦ୍ୱିତୀୟ ବଲ୍‌ରେ ଚୌକା ମାରିବା ପରେ ତୃତୀୟ, ଚତୁର୍ଥ ଏବଂ ପଞ୍ଚମ ବଲ୍‌ରେ ସେ କ୍ରମାଗତ ୩ଟି ବିଶାଳ ଛକା ମାରିଥିଲେ।
ବୈଭବ ଆଇପିଏଲରେ ୫ମ ଥର ପାଇଁ ୨୦ରୁ କମ ବଲ୍‌ରେ ଅର୍ଦ୍ଧଶତକ ହାସଲ କରି ନିକୋଲାସ ପୁରନଙ୍କ ସମକକ୍ଷ ହୋଇଛନ୍ତି। ଏହି ତାଲିକାରେ ଅଭିଷେକ ଶର୍ମା (୬ ଥର) ସବୁଠାରୁ ଆଗରେ ଅଛନ୍ତି।
ଏହା ସହ ବୈଭବ ପାୱାରପ୍ଲେ (Powerplay) ଭିତରେ ହିଁ ନିଜର ଅର୍ଦ୍ଧଶତକ ପୂରଣ କରିଛନ୍ତି। ଆଇପିଏଲ୍‌ରେ ସେ ୫ମ ଥର ପାଇଁ ପାୱାରପ୍ଲେରେ ଅର୍ଦ୍ଧଶତକ ମାରିବାର କୀର୍ତ୍ତିମାନ ସ୍ଥାପନ କରିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?