ପେଟ୍ରୋଲ ପମ୍ପରେ ତେଲ ବଳିଥିବାବେଳେ ଯଦି ଦାମ୍ ବଢ଼େ; ତେବେ କାହା ପକେଟ୍‌କୁ ଯାଏ ବର୍ଦ୍ଧିତ ଟଙ୍କା, ମାଲିକ ନା କମ୍ପାନୀ?

ନୂଆଦିଲ୍‌ଲୀ,୨୭।୫: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଉତ୍ତେଜନା ଯୋଗୁଁ ଗତ କିଛି ଦିନ ହେବ ପେଟ୍ରୋଲ ଏବଂ ଡିଜେଲ ଦର ଅନେକ ଥର ବୃଦ୍ଧି ପାଇଛି। ନିକଟରେ ପେଟ୍ରୋଲ ଲିଟର ପିଛା ୨.୬୧ ଟଙ୍କା ଏବଂ ଡିଜେଲ ୨.୭୧ ଟଙ୍କା ମହଙ୍ଗା ହେବା ପରେ ସାରା ଦେଶରେ ସାଧାରଣ ଜନତାଙ୍କ ପକେଟ ଉପରେ ବୋଝ ବଢ଼ିଯାଇଛି।

ଏଭଳି ପରିସ୍ଥିତିରେ ଏକ ବଡ଼ ପ୍ରଶ୍ନ ମନକୁ ଆସେ ଯେ, ଯଦି ରାତିସାରା ପେଟ୍ରୋଲ ପମ୍ପର ଷ୍ଟୋରେଜ ଟାଙ୍କିରେ ପେଟ୍ରୋଲ କିମ୍ୱା ଡିଜେଲ ବଞ୍ଚି ରହିଥାଏ ଏବଂ ପରଦିନ ସକାଳୁ ଦାମ ବଢ଼ିଯାଏ, ତେବେ ସେହି ଅତିରିକ୍ତ ଲାଭ କାହାକୁ ମିଳେ? ପମ୍ପ ମାଲିକଙ୍କୁ ନା ତେଲ କମ୍ପାନୀକୁ? ଆସନ୍ତୁ ଜାଣିବା ଏହାର ସତ୍ୟତା…

ଥରେ ପେଟ୍ରୋଲ କିମ୍ୱା ଡିଜେଲ ଡିଲର (ପମ୍ପ ମାଲିକ)ଙ୍କୁ ବିକ୍ରି ହୋଇଯିବା ପରେ, ସେହି ଷ୍ଟକ୍ର ଖୁଚୁରା ମୂଲ୍ୟରେ ହେଉଥିବା ଉତ୍ଥାନ-ପତନ ଦ୍ୱାରା ତେଲ କମ୍ପାନୀ ବିଶେଷ ପ୍ରଭାବିତ ହୁଏନାହିଁ। ପେଟ୍ରୋଲ ପମ୍ପ ମାଲିକମାନେ ଇଣ୍ଡିଆନ ଅଏଲ (IOCL), ଭାରତ ପେଟ୍ରୋଲିୟମ (BPCL) ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ (HPCL) ଭଳି ସରକାରୀ କମ୍ପାନୀଗୁଡ଼ିକରୁ ଆଗୁଆ ଟଙ୍କା ପୈଠ କରି ତେଲ କିଣିଥାନ୍ତି।

ଥରେ ପେଟ୍ରୋଲ କିମ୍ୱା ଡିଜେଲ ଆସି ପେଟ୍ରୋଲ ପମ୍ପର ଭୂତଳ (Underground) ଷ୍ଟୋରେଜ ଟାଙ୍କିରେ ପହଞ୍ଚିଗଲା ପରେ, ସେହି ତେଲ ଉପରେ ସମ୍ପୂର୍ଣ୍ଣ ମାଲିକାନା ସମ୍ପୃକ୍ତ ଡିଲରଙ୍କର ହୋଇଯାଏ। ଏହାର ଅର୍ଥ ହେଉଛି, ଯଦି ପରଦିନ ସକାଳୁ ଦାମ ବଢ଼ିଯାଏ, ତେବେ ପୂର୍ୱରୁ କମ ଦାମରେ କିଣାଯାଇଥିବା ତେଲକୁ ମଧ୍ୟ ନୂଆ ଏବଂ ବଦ୍ଧିତ ଦରରେ ବିକ୍ରି କରାଯାଏ। ଏହି ଦର ବୃଦ୍ଧିର ସିଧାସଳଖ ଫାଇଦା ପେଟ୍ରୋଲ ପମ୍ପ ମାଲିକଙ୍କୁ ହିଁ ମିଳିଥାଏ। ତେଲ କମ୍ପାନୀଗୁଡ଼ିକର ଆୟ ମୁଖ୍ୟତଃ ଆନ୍ତର୍ଜାତୀୟ ଅଶୋଧିତ ତେଲ (Crude Oil) ର ଦର, ରିଫାଇନିଂ ମାର୍ଜିନ, ପରିବହନ ଖର୍ଚ୍ଚ ଏବଂ ସରକାରଙ୍କ ଟିକସ ନୀତି ଉପରେ ର୍ନିଭର କରେ।

ଯଦି ରାତିକ ଭିତରେ ତେଲ ଦର ବଢ଼ିଯାଏ, ତେବେ ପମ୍ପରେ ପୂର୍ୱରୁ ଥିବା ପୁରୁଣା ଷ୍ଟକକୁ ନୂଆ ବଦ୍ଧିତ ଦରରେ ବିକ୍ରି କରି ଯେଉଁ ଅତିରିକ୍ତ ଲାଭ ମିଳେ, ତାହାକୁ ‘ଇନଭେଣ୍ଟ୍ରି ଗେନ’ କୁହାଯାଏ। ଦାମ କମିବା ସମୟରେ ଏହି ନିୟମ ଓଲଟା କାମ କରେ। ଯଦି ରାତିକ ଭିତରେ ପେଟ୍ରୋଲ କିମ୍ୱା ଡିଜେଲ ଦର କମିଯାଏ, ତେବେ ପମ୍ପ ମାଲିକଙ୍କୁ ପୂର୍ୱରୁ ଅଧିକ ଦାମରେ କିଣିଥିବା ତେଲକୁ ପରଦିନ କମ ଦରରେ ବିକ୍ରି କରିବାକୁ ପଡ଼େ। ଏହାକୁ ‘ଇନଭେଣ୍ଟ୍ରି ଲସ’ କୁହାଯାଏ, ଯାହା ଦ୍ୱାରା ପମ୍ପ ମାଲିକଙ୍କର କ୍ଷତି ହୋଇଥାଏ।

ସାଧାରଣ ଦିନଗୁଡ଼ିକରେ ଯେତେବେଳେ ତେଲ ଦର ସ୍ଥିର ରହେ, ସେତେବେଳେ ପେଟ୍ରୋଲ ପମ୍ପ ମାଲିକଙ୍କର ମୁଖ୍ୟ ଆୟ କୌଣସି ବର୍ଦ୍ଧିତ ଦରରୁ ନୁହେଁ, ବରଂ ଏକ ର୍ନିଦ୍ଧାରିତ ’ଡିଲର କମିଶନ’ (Dealer Commission) ମାଧ୍ୟମରେ ହୋଇଥାଏ। ସାଧାରଣତଃ ଏହି କମିଶନ ପେଟ୍ରୋଲ ଉପରେ ଲିଟର ପିଛା ୩ ଟଙ୍କାରୁ ୪.୫୦ ଟଙ୍କା ଏବଂ ଡିଜେଲ ଉପରେ ଲିଟର ପିଛା ୨.୫୦ ଟଙ୍କାରୁ ୩.୫୦ ଟଙ୍କା ପର୍ଯ୍ୟନ୍ତ ରହିଥାଏ। ତେବେ ଏହି ସମ୍ପୂର୍ଣ୍ଣ କମିଶନ ପମ୍ପ ମାଲିକଙ୍କର ଶୁଦ୍ଧ ଲାଭ ନୁହେଁ; ଏହି ଟଙ୍କାରୁ ହିଁ ସେମାନଙ୍କୁ କର୍ମଚାରୀଙ୍କ ଦରମା, ବିଜୁଳି ବିଲ, ମେସିନର ରକ୍ଷଣାବେକ୍ଷଣ ଏବଂ ପମ୍ପର ଦୈନନ୍ଦିନ ଖର୍ଚ୍ଚ ବହନ କରିବାକୁ ପଡ଼ିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri