ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ମେଧାବୀ ଛାତ୍ରଙ୍କ ଜୀବନ, ଗ୍ରାମରେ ଶୋକ

ପଟ୍ଟାଙ୍ଗି୯।୧(ଶରତ କୁମାର ଧଳ): ରାଜ୍ୟରେ ଚାଲିଛି ସଡ଼କ ସୁରକ୍ଷା ମାସ କିନ୍ତୁ ଏଠି ନିଜେ ସଚେତନ ହେଉନାହାନ୍ତି  ଲୋକେ। ସଚେତନତା କରାଇବା ଦୂରର କଥା ବର୍ଷର ଆରମ୍ଭରୁ ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ଗୋଟିଏ ପରେ ଗୋଟିଏ ଚାଲିଯାଉଛି ଜୀବନ । ଏହିପରି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ କୁନ୍ଦୁଲି ସ୍ଥିତ ଗୁରୁକୂଳ ଆଶ୍ରମ ନିକଟରେ ।

ସୂଚନା ଅନୁସାରେ ସ୍ଥାନୀୟ ବ୍ଲକ୍ ଅଧିନସ୍ଥ ଦେଓଫଟ୍ଟାଙ୍ଗି ପଞ୍ଚାୟତର ସଲପଗୁଡା ଗ୍ରାମର ଗଙ୍ଗାଧର ପାମିୟା ନିଜ ଗ୍ରାମ ତଥା ଘରକୁ ଆସି ଗୁରୁବାର ବିଳମ୍ବିତ ରାତିରେ ସେମିଳିଗୁଡା ଫେରୁଥିବା ସମୟରେ କୈଣସି ଏକ ଅଜଣା ଗାଡ଼ି ପଛପଟରୁ ଧକ୍କା ଦେଇ ଚାଲିଯାଇଥିଲା । ଫଳରେ ଗଙ୍ଗାଧରଙ୍କ ଦୁର୍ଘଟଣାସ୍ଥଳରେ ହିଁ ଜୀବନ ଚାଲିଯାଇଥିଲା । ଖବରପାଇ ପଟ୍ଟାଙ୍ଗି ପୋଲିସ ଘଟଣା ସ୍ଥଳେ ପହଞ୍ଚି ମୃତଦେହ ଜବତ କରିଛି ।

ଏହାସହ ମୃତ ଗଙ୍ଗାଧର ଚଲାଇ ଯାଉଥିବା ମୋଟର ସାଇକେଲ ନଂ OD 10N 6208 କୁ ଜବତ କରି ତଦନ୍ତ ଆରମ୍ଭ କରିଛି । ସୂଚନାଯୋଗ୍ୟକି ମୃତ ଗଙ୍ଗାଧର ସେମିଳିଗୁଡା ସ୍ଥିତ ଏକ କଲେଜରେ ଯୁକ୍ତ ଦୁଇରେ ଦ୍ୱିତୀୟ ବର୍ଷର ଛାତ୍ର ଥିଲେ । ତେବେ ଗଙ୍ଗାଧରଙ୍କ ମୃତ୍ୟୁ ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ପଞ୍ଚାୟତର ସରପଞ୍ଚ ନରେନ୍ଦ୍ର ବଡନାୟକ ପଟ୍ଟାଙ୍ଗି ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଗଙ୍ଗାଧରଙ୍କ ଶବ ବ୍ୟବଚ୍ଛେଦ କିପରି ହୋଇ ପାରିବ ସେନେଇ ପୋଲିସ୍ ଏବଂ ସ୍ୱାସ୍ଥ୍ୟ ବିଭାଗର ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଟି-୨୦ ବିଶ୍ୱକପରେ ଭାରତ ପାଇଁ ଗେମ ଚେଞ୍ଜର ସାବ୍ୟସ୍ତ ହେବେ ଏହି ଖେଳାଳି, ବଡ଼ ଭବିଷ୍ୟବାଣୀ କଲେ ସୋଏବ ଅଖତର

ନୂଆଦିଲ୍ଲୀ,୧୦।୧: ଆସନ୍ତା ମାସରେ ଭାରତ ଏବଂ ଶ୍ରୀଲଙ୍କା ମିଳିତ ଭାବରେ ଆୟୋଜିତ କରିବାକୁ ଯାଉଛନ୍ତି T20 ବିଶ୍ୱକପ। ଟିମ ଇଣ୍ଡିଆ ଡିଫେଣ୍ଡିଂ ଚାମ୍ପିଅନ ଭାବରେ ପଡ଼ିଆରେ...

ରୌପ୍ୟ ପଦକ ହାତେଇ ଜିଲା ପାଇଁ ଗୌରବ ଆଣିଲେ ହରପ୍ରିୟା

କୋରାପୁଟ,୧୦।୧(ଅମିତାଭ ବେହେରା): ଭୁବନେଶ୍ୱର ସରକାରୀ ଦକ୍ଷତା ବିକାଶ ମହାବିଦ୍ୟାଳୟରେ ଆୟୋଜିତ ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ଭାଗ ନେଇଥିବା କୋରାପୁଟ ଜିଲା ଦାମନଯୋଡ଼ିର ଛାତ୍ରୀ ହରପ୍ରିୟା ସାମଲ...

ଭୁବନେଶ୍ୱର ବିମାନବନ୍ଦର ପଡ଼ିଆରେ ନିଆଁ, ନିର୍ଦ୍ଦେଶକ କହିଲେ…

ଭୁବନେଶ୍ୱର,୧୦ା୧: ବିଜୁ ପଟ୍ଟନାୟକ ବିମାନବନ୍ଦର ପଡ଼ିଆରେ ଶନିବାର ନିଆଁ ଲାଗିଛି। ଶୁଖିଲା ଘାସରେ ଭୟଙ୍କର ନିଆଁ ଲାଗିଥିବାବେଳେ ଅଗ୍ନିଶମ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଏହାକୁ ଆୟତ୍ତ...

ଜଳିଗଲା ଲକ୍ଷାଧିକ ଟଙ୍କାର ମକା, ସରକାରଙ୍କ ପାଖରେ କ୍ଷତିପୂରଣ ଦାବି କରି…

ମୋହନା,୧୦ା୧(ମନ୍ମଥ ମିଶ୍ର): ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଶୁଖିଲା ମକା ଜଳିପୋଡ଼ି ପାଉଁଶ ହୋଇଯାଇଛି। ଏଭଳି ଘଟଣା ଘଟିଛି ଗଜପତି ଜିଲା ରା.ଉଦୟଗିରି ଥାନା ଅନ୍ତର୍ଗତ...

ଗୋଟିଏ ମଞ୍ଚରେ ଦେଖାଦେଲା ପାଓ୍ବାର ପରିବାରର ‘ପାଓ୍ବାର’

ମୁମ୍ବାଇ,୧୦।୧: ୨୦୨୩ ମସିହାରେ ଏନସିପିରେ ବିଭାଜନ ହେବା ପରେ ପ୍ରଥମ ଥର ପାଇଁ, ଅଜିତ ପାୱାର ଏବଂ ସୁପ୍ରିୟା ସୁଲେ ମହାରାଷ୍ଟ୍ରର ପୌର ନିର୍ବାଚନରେ ଏକ...

ଶୋ’ ରୁମ୍‌ରେ ଲାଗିଲା ନିଆଁ, ଜଳିଗଲା ଲକ୍ଷାଧିକ ଟଙ୍କାର ଗାଡ଼ି

ବାରିପଦା,୧୦ା୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ସହରସ୍ଥିତ ଦାରୋଗାଡ଼ାହି ଛକ ନିକଟରେ ଥିବା କାଇନେଟିକ୍‌ ଶୋ’ ରୁମ୍‌ରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଗାଡ଼ି...

ଶେଷ ୪ ବଲ୍‌ରେ ଆବଶ୍ୟକ ଥିଲା ୧୮ ରନ: ଏମିତି କାରନାମା କରିଦେଲେ ନାଦିନେ ଡି କ୍ଲାର୍କ, ପାଲଟିଗଲା ଇତିହାସ

ନଭି ମୁମ୍ବାଇ, ୯।୧: ନାଦିନେ ଡି କ୍ଲାର୍କଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଶୁକ୍ରବାର ଅନୁଷ୍ଠିତ ମହିଳା ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ୍‌)ର...

Budget 2026: ଟ୍ୟାକ୍ସପେୟରଙ୍କ ପାଇଁ ବଡ଼ ଘୋଷଣା! ଦେବାକୁ ପଡିବନି…

ନୂଆଦିଲ୍ଲୀ,୧୦।୧: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ୧, ୨୦୨୬ (ରବିବାର) ରେ ତାଙ୍କର କ୍ରମାଗତ ନବମ ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି। ମଧ୍ୟବିତ୍ତ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri