ସମୟ ଅଭାବରୁ ନୀତି ବାତିଲ, ରାତି ଉଜାଗର ରହିଲେ ମହାପ୍ରଭୁ

ପୁରୀ,୯।୧(ଅଜିତ୍‌ କୁମାର ମହାନ୍ତି): ସମ୍ପ୍ରତି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ପହିିଲି ଭୋଗ ନୀତି ଚାଲିଛି । ନିଷ୍ପତ୍ତି ଅନୁଯାୟୀ ରାତି ୨ଟା ପରଠାରୁ ଶ୍ରୀମନ୍ଦିର ଦ୍ୱାର ଖୋଲାଯାଇ ନୀତିକାନ୍ତି କରାଯିବା ସହ ରାତି ୧୧ଟାରେ ପହୁଡ଼ କରାଯିବା କଥା। ତେବେ ବୁଧବାର ରାତିରେ ଶ୍ରୀବିଗ୍ରହମାନଙ୍କ ରାତ୍ର ପହୁଡ଼ ହୋଇନାହିଁ । ନୀତିରେ ବିଳମ୍ବ ହେବାରୁ ରାତ୍ର ପହୁଡ଼ କରାଯାଇ ନ ଥିବା ସୂଚନା ମିଳିଛି । ବୁଧବାର ରାତି ୩ଟା ୧୫ରେ ସନ୍ଧ୍ୟାଧୂପ ସମ୍ପନ୍ନ ହେବା ପରେ ସମୟ ଅଭାବରୁ ବାକି ନୀତିଗୁଡ଼ିକ ଖଲଲ ବା ବାତିଲ କରାଯାଇଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ବୁଧବାର ଶ୍ରୀବିଗ୍ରହଙ୍କ ବନକଲାଗି ନୀତି ରହିଥିଲା। ତେବେ ମହାପ୍ରଭୁଙ୍କ ସକାଳ ଧୂପ ସମ୍ପନ୍ନ ପରେ ଭକ୍ତମାନେ ଭିତରକାଠ ନିକଟରେ ଦର୍ଶନ କରୁଥିଲେ। ଏହି ସମୟରେ ଭିତର କାଠ ନିକଟରେ ବାନ୍ତି ପଡ଼ିଥିବା ଦେଖିବାକୁ ମିଳିଥିଲା। ଫଳରେ ବଡ଼ମହାସ୍ନାନ ନୀତି ଅନୁଷ୍ଠିତ ହୋଇଥିଲା। ଏଥିଯୋଗୁ ନୀତିରେ କିଛି ସମୟ ବିଳମ୍ବ ହୋଇଥିଲା। ସେହିପରି ବନକଲାଗି ମଧ୍ୟ ଅନୁଷ୍ଠିତ ହୋଇଥିଲା। ରାତି ୧୦ଟା ୧୫ରେ ବନକଲାଗି ନୀତି ଓ ୧୧.୧୦ରେ ମହାସ୍ନାନ ପୂଜା ଶେଷ ହୋଇଥିଲା।

ମଧ୍ୟରାତ୍ରି ୧.୨୦ରେ ସନ୍ଧ୍ୟା ଆଳତି, ୨.୧୦ରେ ସନ୍ଧ୍ୟାଧୂପ ଛେକ, ୨.୧୫ରେ ସନ୍ଧ୍ୟାଧୂପ ପୂଜା, ୩.୧୫ରେ ସନ୍ଧ୍ୟାଧୂପ ସରିଥିଲା। ସମୟ ଅଭାବରୁ ବାକି ନୀତିଗୁଡିକ ଖଲଲ କରାଗଲା ଅର୍ଥାତ ବାତିଲ କରାଗଲା ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଅପରପକ୍ଷରେ ରାତି ୩.୧୫ରେ ସନ୍ଧ୍ୟାଧୂପ ଶେଷ ହେବା ପରେ ଗୁରୁବାର ସକାଳ ୭ଟାରେ ମଙ୍ଗଳ ଆଳତି ହୋଇଥିଲା। କିନ୍ତୁ ବୁଧବାର ରାତ୍ର ପହୁଡ଼ କି ମହାପ୍ରଭୁଙ୍କ ବଡ଼ସିଂହାର ବେଶ ହୋଇ ନ ଥିଲା, ଯେଉଁଥିପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥ ରାତି ଅନିଦ୍ରା ରହିଥିଲେ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନ ଥିବାବେଳେ ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କୁଲଦୀପଙ୍କ ସଙ୍ଗୀତରେ ଝୁମିଲେ ଦର୍ଶକ:ମାଲଖମ୍ବ କୁସ୍ତିକୁ ଦର୍ଶକଙ୍କ ପସନ୍ଦ

ଦାରିଙ୍ଗବାଡି,୧୦।୧(ଅରୁଣ ସାହୁ):ଶୀତ ମହୋତ୍ସବର ଦିତୀୟ ସନ୍ଧ୍ୟାରେ ଦର୍ଶକ ସଙ୍ଗୀତ,ନୃତ୍ୟ, ଓଡିଶୀ, ମାଲଖମ୍ବ ଆଦିର ମଜା ନେଲେ। ଦିତୀୟ ସଂନ୍ଧ୍ୟାରେ ମୁଖ୍ୟ ଆକର୍ଷଣ ରହିଥିଲା କୁଲଦୀପ ପଟ୍ଟନାୟକଙ୍କ...

ସ୍କୁଲ ଓ ଗଣଶିକ୍ଷା ବିଭାଗ ବଡ଼ ନିଷ୍ପତ୍ତି: ଏଣିକି ଛାତ୍ରୀଛାତ୍ର ବିଦ୍ୟାଳୟକୁ ନିୟମିତ ନ ଗଲେ…

ଭୁବନେଶ୍ୱର,୧୦।୧: ସ୍କୁଲ ଓ ଗଣଶିକ୍ଷା ବିଭାଗ ବଡ଼ ନିଷ୍ପତ୍ତି ନେଇଛି। ଏଣିକି ଛାତ୍ରୀଛାତ୍ର ବିଦ୍ୟାଳୟକୁ ନିୟମିତ ନ ଗଲେ ଘରକୁ ଯିବେ ସ୍କୁଲ କର୍ତ୍ତୃପକ୍ଷ। ସପ୍ତାହେ...

ବ୍ଲକ ପ୍ରଶାସନ ଉପରେ ବର୍ଷିଲା କଳାକାର ସଂଘ: ଦେଲା ଏମିତି ଚେତାବନୀ, କଳାକାର ଭତ୍ତା ବନ୍ଦ ହେଲେ…

ଲୋଇସିଂହା, ୧୦।୧ (ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକସ୍ତରୀୟ ଲୋକ ଉତ୍ସବ ସ୍ଥାନୀୟ ସାପ୍ତାହିକ ବଜାର ପଡିଆରେ ବୁଧବାର ଅନୁଷ୍ଠିତ ହୋଇଥିଲା। ଏଥିରେ କିଛି...

ମୋକିମ୍‌ଙ୍କ ବଡ଼ ଘୋଷଣା: ମାର୍ଚ୍ଚ ଶେଷ ସୁଦ୍ଧା…

ଭୁବନେଶ୍ୱର,୧୦।୧: ନୂଆ ଦଳ ଗଠନ ନେଇ ମହମ୍ମଦ ମୋକିମ୍‌ ବଡ଼ ସୂଚନା ଦେଇଛନ୍ତି। ମୋକିମ୍‌ କହିଛନ୍ତି, ମାର୍ଚ୍ଚ ଶେଷ ସୁଦ୍ଧା ନୂଆ ଦଳ ଘୋଷଣା ହେବ।...

ସ୍କୁଲ ପରିସରରୁ ୩ ଛାତ୍ରୀ ନିଖୋଜ ଘଟଣା: ୫ ଘଣ୍ଟା ପରେ ଏକ କୁଡ଼ିଆରୁ…

ଜୟପୁର, ୧୦।୧(ପବନ ପାଣିଗ୍ରାହୀ): ବୋରିଗୁମ୍ମା ପଢେଇ ଗୁଡା ଆଶ୍ରମ ବିଦ୍ୟାଳୟ ପରିସରରୁ ଗତକାଲିଠୁ ନିଖୋଜ ଥିବା ୩ ଛାତ୍ରୀ ଉଦ୍ଧାର ହୋଇଛନ୍ତି। ୫ ଘଣ୍ଟା ପରେ...

ମନମୋହିଲା କୁନି କୁନି ପିଲାଙ୍କ ନୃତ୍ୟ: ବିଧାୟକ କହିଲେ…

ଗଞ୍ଜାମ,୧୦।୧(ବିଦ୍ୟାଧର ସାହୁ):ଗଞ୍ଜାମ ସହରର ବହୁ ପୁରାତନ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପକ୍ଷରୁ ଷୋଡବିଂଶ ବାର୍ଷିକ ଉତ୍ସବ ମହାଆଡମ୍ବରରେ ପାଳିତ ହୋଇଛି। ଅତିଥି ଭାବେ ଛତ୍ରପୁର ନିର୍ବାଚନ...

କ୍ଷତିପୂରଣ ଦାବିରେ ରାସ୍ତାରୋକୋ: ପ୍ରଶାସନ-ପୋଲିସର ପ୍ରତିଶ୍ରୁତି ପରେ ହଟିଲା…

ବଲାଙ୍ଗୀର, ୯।୧( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ପଥରଚେପା ଗାଁ ପୋଖରୀରେ ଶୁକ୍ରବାର ସକାଳୁ ଏକ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି...

ଗୋରୁ ବୋଝେଇ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ: ଜଣଙ୍କ ଜୀବନ ଗଲା,ଅନେକ ଗୋରୁ…

ମାଧପୁର,୧୦।୧(ମନୋଜ କୁମାର ପ୍ରଧାନ): ଅନୁଗୋଳ ଜିଲା କିଆକଟା ଥାନା ଅନ୍ତର୍ଗତ ପନ୍ଥେଇ ନିକଟରେ ଏକ ଗୋରୁ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି। ଏହି ଦୁର୍ଘଟଣାରେ ଜଣଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri