ବିଧାୟିକାଙ୍କ ଫଣ୍ଡକୁ ଖର୍ଚ୍ଚ କରିବାରେ ବ୍ଲକ ପ୍ରଶାସନର ବିଳମ୍ବ: ବିଜେଡି କର୍ମୀଙ୍କୁ ଅଣଦେଖା

କେସିଙ୍ଗା,୨୮।୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ନର୍ଲା ନିର୍ବାଚନ ମଣ୍ଡଳୀର ବିଧାୟିକା ମନୋରମା ମହାନ୍ତି କେସିଙ୍ଗା ବ୍ଳକ ଗସ୍ତକରି ନିଜ ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା କେସିଙ୍ଗା ବ୍ଳକର ୯ଟି ଗ୍ରାମ ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ବ୍ଲକର ସଭାଗୃହରେ ସମୀକ୍ଷା କରିଥିଲେ। ବ୍ଳକ ସଭାଗୃହରେ ବିଜେଡି କର୍ମୀ ତଥା ବିଧାୟିକାଙ୍କ ସମର୍ଥକଙ୍କ ଉପସ୍ଥିତି ରହି ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ବିଡିଓ ଏବଂ ଅଧ୍ୟକ୍ଷ ଅଣଦେଖା କରୁଥିବାରୁ କର୍ମୀମାନେ ବିଧାୟିକାଙ୍କ ନିକଟରେ ଅଭିଯୋଗ କରିଥିଲେ।

ବିଜେଡି କର୍ମୀଙ୍କୁ ଠିକା କାମରେ ଅଣଦେଖା କରି ବିଧାୟିକାଙ୍କ ଫଣ୍ଡକୁ କାର୍ଯ୍ୟ କରିବାରେ ବିଳମ୍ବ କରୁଥିବା ରୁ ନିଜେ ବିଧାୟିକା ଓ କର୍ମୀ ମାନେ ଅସନ୍ତୋଷ ପ୍ରକାଶ କରିଥିଲେ।ବିଡିଓ ଏବଂ ବ୍ଲକ ଅଧ୍ୟକ୍ଷ ବିଜେପି କର୍ମୀ ମାନଙ୍କୁ ଠିକା କାମ ଦେଉଥିବାରୁ ବିଜେଡି କର୍ମୀମାନେ ଓ ବିଧାୟିକା ଅସନ୍ତୋଷ ପ୍ରକାଶ କରିଥିଲେ। ବିଧାୟିକା ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ସହ ନିଜର ବିଧାୟକ ପାଣ୍ଠିକୁ ନେଇ ସ୍ବତନ୍ତ୍ର ସମୀକ୍ଷା କରିଥିଲେ I ବିଧାୟିକାଙ୍କ ପାଣ୍ଠି ଖର୍ଜ କରିବାରେ ବ୍ଳକ ପ୍ରଶାସନ ବିଳମ୍ବ କରୁଥିବା ବିଜେଡି କର୍ମୀମାନେ ଅଭିଯୋଗ କରିଥିଲେ I ଏ ସଂକ୍ରାନ୍ତରେ ବିଡିଓଙ୍କୁ ଦୃଷ୍ଟିଆକର୍ଷଣ ସତ୍ତ୍ୱେ ସେ ଶୁଣୁ ନ ଥିବା ଦିଲୀପ ସାହୁ ଅଭିଯୋଗ କରିଥିଲେ। ଗତ ୨୦୨୫-୨୬ ଆର୍ଥିକ ବର୍ଷରେ ବିଧାୟିକା ପାଣ୍ଠିରୁ ହେବାକୁଥିବା ୧୧ଟି ପ୍ରକଳ୍ପରୁ ଅନେକ ଗୁଡ଼ିଏର କାମ ଆରମ୍ଭ ହୋଇପାରିନାହିଁ। କେଉଁ କାରଣ ଯୋଗୁ କାମ ଅଟକି ରହିଛି ଏବଂ କେତେକ ପ୍ରକଳ୍ପ କାହିଁକି ଅଧାରୁ ବନ୍ଦ ପଡ଼ିଛି ସେ ଉପରେ ବିଧାୟିକା ସମୀକ୍ଷା କରିଥିଲେ। ସେହିପରି ବିକଶିତ ଗାଁ ବିକଶିତ ଓଡିଶା ଯୋଜନାରେ ଗତ ୨୦୨୪-୨୫ ଆର୍ଥିକ ବର୍ଷରେ ୨ କୋଟି ୮୧ ଲକ୍ଷ ଟଙ୍କାର ଅନୁଦାନ ବ୍ଳକକୁ ଆସିଥିଲା । ବିଧାୟିକାଙ୍କ ବ୍ୟକ୍ତିଗତ ସହାୟକ ଗୋବିନ୍ଦ ତାଣ୍ଡି ଉପସ୍ଥିତ ରହି ଉନ୍ନୟନମୂଳକ କାର୍ଯ୍ୟ ଉପରେ ଉପରେ ଆଲୋଚନା କରିଥିଲେ । ପରଲସିଙ୍ଗାଗ୍ରାମ ପଞ୍ଚାୟତ ସଉରାପଦର ଗ୍ରାମରେ ବନସୁରକ୍ଷା ସମିତି ବିଲ୍ଡିଂ ର୍ନିମାଣ ବିଳମ୍ବ ହେଉଥିବା ରୁ ବିଧାୟିକା ତୁରନ୍ତ ର୍ନିମାଣ କରିବାକୁ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଜୋନ -୧ ଅନ୍ତର୍ଗତ କେସିଙ୍ଗା ବ୍ଳକର ୯ଟି ଗ୍ରାମପଞ୍ଚାୟତପ୍ରକଳ୍ପ କାର୍ଯ୍ୟ ଗୁଡିକକୁ ତୁରନ୍ତ କାର୍ଯ୍ୟ କରିବାକୁ ବିଧାୟିକା କରିବାକୁ ନିର୍ଦ୍ଦେଶଦେଇଥିଲେ। ବ୍ଲକର ୫ଟି ଗ୍ରାମ ପଞ୍ଚାୟତକୁ କେବଳ ୧୯ଲକ୍ଷ ଟଙ୍କା ଅନୁଦାନ ଯୋଗାଇ ଦିଆଯାଇଥିଲା । ବେଲଖଣ୍ଡି, ତୁଣ୍ଡଲା, ତୁର୍ଲାଖମନ ଓ ନୁନମାଠ ପଞ୍ଚାୟତ କୁ ଅନୁଦାନ ପାଇବାରୁ ବଞ୍ଚିତ ହୋଇଛନ୍ତି । ପଶ୍ଚିମ ଓଡିଶା ବିକାଶ ପରିଷଦ ପାଣ୍ଠି ଅନୁଦାନ ରେ ବିଲଡିଂ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ ହେବାରେ ବିଳମ୍ବ ହୋଇଥିବାରୁ ଯଥା ଶୀଘ୍ର ନିର୍ମାଣ କାର୍ଯ୍ୟ କରିବାକୁ ବ୍ଲକ ପ୍ରଶାସନକୁ ବିଧାୟିକା ନିର୍ଦ୍ଦେଶ ଦେଇଥିଲେ। ଏହି ସମୀକ୍ଷା ବୈଠକରେ ବ୍ଳକର ସହକାରୀ ଯନ୍ତ୍ରୀ ସୁବାଷ ନାଏକ, କନିଷ୍ଠ ଯନ୍ତ୍ରୀ ଜଳେଶ୍ୱର ନାଏକ, ତ୍ରିଲୋଚନ ବେହେରାଙ୍କ, ସିର୍ଜାପାଲି ସରପଞ୍ଚ ପ୍ରମୋଦ ଦାଶ, ପରଲସିଙ୍ଗା ସରପଞ୍ଚ କୃତାଞ୍ଜଳ ଗଉଡ, ନଳୀନ ପଟ୍ଟନାୟକ, ବିଜେଡି ମହିଳା ନେତ୍ରୀ ପ୍ରମିଳା ଷଡ଼ଙ୍ଗୀ, ମାଳତୀ ଭୋଇ, ଦିଲିପ ସାହୁ, , ସୁଲତାନ ନନ୍ଦ, ପୂର୍ବତନ ସରପଞ୍ଚ ଭୀଷ୍ମ ସାହୁ, ପୂର୍ବତନ ସମିତିସଭ୍ୟ କେଶରାଜ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?