Posted inଜାତୀୟ

୯ମ ଶ୍ରେଣୀ ପାଇଁ CBSEର ତ୍ରିଭାଷୀ ନିୟମ: କେନ୍ଦ୍ର, ଏନ୍‌ସିଇଆର୍‌ଟିକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୮ା୫: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଜୁଲାଇ ୧ରୁ ନବମ ଶ୍ରେଣୀ ପିଲାଙ୍କ ପାଇଁ ୩ ଭାଷା ପଢ଼ିବା ବାଧ୍ୟତାମୂଳକ ନୀତି ଲାଗୁ କରିଥିବାରୁ ଏହାକୁ ଚ୍ୟାଲେଞ୍ଜ କରି ଦାଏର ପିଟିଶନ୍‌କୁ ଅନୁଧ୍ୟାନ କରିବାକୁ ସୁପ୍ରିମକୋର୍ଟ ବୁଧବାର ରାଜି ହୋଇଛନ୍ତି। ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତ, ଜଷ୍ଟିସ ଜୟମାଲ୍ୟ ବାଗ୍‌ଚୀ ଏବଂ ବିପୁଲ ଏମ୍‌. ପାଞ୍ଚୋଲିଙ୍କ ଖଣ୍ଡପୀଠ ଏନେଇ କେନ୍ଦ୍ର ସରକାର, ସିବିଏସ୍‌ଇ ଏବଂ ଏନ୍‌ସିଇଆର୍‌ଟିକୁ ନୋଟିସ ଜାରିକରି ୨ ସପ୍ତାହ ମଧ୍ୟରେ ବିସ୍ତୃତ ଜବାବ ମାଗିଛନ୍ତି। ନିଷ୍ପତ୍ତି କାର୍ଯ୍ୟକାରୀ କରିବା ପାଇଁ ସିବିଏସ୍‌ଇର ସାମଗ୍ରିକ ପରିଚାଳନା ପ୍ରସ୍ତୁତି ସମ୍ପର୍କରେ ରିପୋର୍ଟ ଦାଖଲ କରିବାକୁ ଶୀର୍ଷ ଅଦାଲତ ଅତିରିକ୍ତ ସଲିସିଟର ଜେନେରାଲ ଐଶ୍ୱର୍ଯ୍ୟା ଭଟ୍ଟିଙ୍କୁ ନିର୍ଦ୍ଦେଶ ଦେବା ସହ ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ଦ୍ୱିତୀୟ ସପ୍ତାହକୁ ଧାର୍ଯ୍ୟ କରିଛନ୍ତି।

ଆବେଦନକାରୀ ୟାଶିକା ଭଣ୍ଡାରୀ ଜୈନ ଓ ଅନ୍ୟମାନଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ ଏବଂ ଅନ୍ୟ ପିଟିଶନରମାନଙ୍କ ତରଫରୁ ବରିଷ୍ଠ ଆଇନଜୀବୀ କପିଲ ସିବଲ ଉପସ୍ଥିତ ରହି କୋର୍ଟରେ ଯୁକ୍ତି ଉପସ୍ଥାପନ କରିଥିଲେ। ଏହା ସଂଘବାଦ ଓ ଚୟନ କରିବାର ସାମ୍ବିଧାନିକ ପ୍ରସଙ୍ଗ ସହ ଜଡ଼ିତ। ଭାଷା ହେଉଛି ଚୟନର ବିଷୟ, ଏହାକୁ ଲଦିଦିଆଯାଇ ପାରିବ ନାହିଁ ବୋଲି ସିବଲ ଯୁକ୍ତି ଦର୍ଶାଇଥିଲେ। ତେବେ ସର୍ବୋଚ୍ଚ ଅଦାଲତ କୌଣସି ଅନ୍ତରୀଣ ନିର୍ଦ୍ଦେଶ ନ ଦେଇ ଜୁଲାଇରେ ଶୁଣାଣି କରିବାକୁ କହିଥିଲେ।

ସିବିଏସ୍‌ଇ ନିକଟରେ ଜାରି କରିଥିବା ସର୍କୁଲାର ଅନୁଯାୟୀ, ଜୁଲାଇ ୧ରୁ ନବମ ଶ୍ରେଣୀ ପିଲାଙ୍କ ପାଇଁ ୨ ଭାରତୀୟ ଭାଷା ସମେତ ୩ଟି ଭାଷା ପଢ଼ିବା ବାଧ୍ୟତାମୂଳକ କରାଯାଇଛି। ଜାତୀୟ ଶିକ୍ଷାନୀତି ୨୦୨୦ ଏବଂ ବିଦ୍ୟାଳୟ ଶିକ୍ଷା ପାଇଁ ଜାତୀୟ ପାଠ୍ୟକ୍ରମ ଢାଞ୍ଚା ୨୦୨୩ର ସହ ସମାନ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ମାଧ୍ୟମିକ ସ୍ତର ପାଇଁ ନିର୍ଦ୍ଧାରିତ ଦକ୍ଷତାଗୁଡ଼ିକୁ ପର୍ଯ୍ୟାପ୍ତ ଭାବେ ପୂରଣ କରିବା ନିମନ୍ତେ ଉକ୍ତ ପାଠ୍ୟପୁସ୍ତକଗୁଡ଼ିକୁ ଗୋଟିଏ ଉପଯୁକ୍ତ ସ୍ଥାନୀୟ କିମ୍ବା ରାଜ୍ୟ ସାହିତି୍ୟକ ଉପାଦାନ ଯଥା କ୍ଷୁଦ୍ରଗଳ୍ପ, କବିତା କିମ୍ବା ପ୍ରବନ୍ଧ ସହ ସଂଯୁକ୍ତ କରାଯିବ, ଯାହାକୁ ବିଦ୍ୟାଳୟଗୁଡ଼ିକ ଚୟନ କରିବେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କିଏ ସେ ଅନୁଷ୍କା ଶର୍ମା? ଯାହାଙ୍କୁ ମିଳିଲା ଟିମ୍‌ ଇଣ୍ଡିଆରେ ବଡ଼ ଦାୟିତ୍ୱ

ମୋହାଲି, ୨୭।୮: ଭାରତୀୟ ମହିଳା କ୍ରିକେଟର ଭବିଷ୍ୟତ ତାରକାଙ୍କୁ ପ୍ରସ୍ତୁତ କରିବା ଲକ୍ଷ୍ୟରେ ବିସିସିଆଇ (BCCI) ଭାରତୀୟ ମହିଳା ‘ଏ’ ଦଳର ଅଷ୍ଟ୍ରେଲିଆ ‘ଏ’ ବିପକ୍ଷ ସିରିଜ୍…

କାଲି କେତେବେଳେ ମିଳିବ ସୁଭଦ୍ରା ଟଙ୍କା? ଜାଣନ୍ତୁ ଫଟାଫଟ୍‌ କେମିତି କରିବେ ଚେକ୍‌…

ଭୁବନେଶ୍ୱର,୨୭।୮: ରାଜ୍ୟର ଲକ୍ଷ ଲକ୍ଷ ମହିଳାଙ୍କ ପାଇଁ ଏକ ବଡ଼ ଖୁସି ଖବର। ପବିତ୍ର ରାଖୀ ପୂର୍ଣ୍ଣିମା ଅବସରରେ ରାଜ୍ୟ ସରକାର ‘ସୁଭଦ୍ରା’ ଯୋଜନାର ୫ମ କିସ୍ତି…

ଶିକ୍ଷକ ନିଯୁକ୍ତି ନେଇ ଆସିଲା ବଡ଼ ଖବର, ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି…

ନୂଆଦିଲ୍ଲୀ,୨୭।୮: ବିହାରର ଲକ୍ଷ ଲକ୍ଷ ଶିକ୍ଷକ ଆଶାୟୀଙ୍କ ପାଇଁ ରାଜଧାନୀ ପାଟଣାରୁ ଏକ ବଡ଼ ଏବଂ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ରାଜ୍ୟ ସରକାର ଚତୁର୍ଥ ପର୍ଯ୍ୟାୟ…

“ସେ ମୋର କିଛି କ୍ଷତି କରିବନି”: ୫ ମାସ ଧରି ନାଗସାପ ସହ ଗୋଟିଏ କୋଠରୀରେ ରହୁଛନ୍ତି ଯୁବକ !

ମୋହନା, ୨୭।୮ (ମନ୍ମଥ ମିଶ୍ର): ଦୀର୍ଘ ୫ ମାସ ଧରି ଗୋଟିଏ କୋଠରୀରେ ବିଷଧର ନାଗସାପ ଓ ମଣିଷ ଏକାଠି ରାତି ବିତାଉଥିବା ଭଳି ଏକ ସ୍ତାବ୍ଧ…

କବାଟ ଖୋଲୁଥିବା ବେଳେ ଗୋଡ଼କୁ ଚୋଟ ମାରିଲା ସାପ, ଚାଲିଗଲା…

ଦିଗପହଣ୍ଡି,୨୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନଙ୍ଗପୁର ଗ୍ରାମର ବି. କନକ ରେଡ୍ଡୀ (୫୫) ନାମ୍ନୀ ଜଣେ ମହିଳାଙ୍କର ସର୍ପାଘାତରେ ମୃତ୍ୟୁ ଘଟିଛି। ଗୁରୁବାର…

CJP ନିର୍ବାଚନ ଲଢିଲେ ଭୋଟ୍‌ ଦେବେ କି? ଚମକାଇଲା ସର୍ଭେ ରିପୋର୍ଟ…ଦିଲ୍ଲୀରେ ପଡିଲା ଚହଳ!

ନୂଆଦିଲ୍ଲୀ,୨୭।୮: ଦିଲ୍ଲୀର ଯନ୍ତର-ମନ୍ତରଠାରେ ହୋଇଥିବା ଛାତ୍ର ଆନ୍ଦୋଳନ ପରେ କକରୋଚ ଜନତା ପାର୍ଟି (CJP) ସାରା ଦେଶରେ ଚର୍ଚ୍ଚାରେ ଅଛି। CJP ପକ୍ଷରୁ ଆଉ ଥରେ ସେପ୍ଟେମ୍ୱର…

ନେପାଳ ବନ୍ୟା; ଖୋର୍ଦ୍ଧାର ଦମ୍ପତି ନିଖୋଜ, ସାନ ଭାଇ କହିଲେ…

ଖୋର୍ଦ୍ଧା,୨୭।୮(ପ୍ରଭାତ ପାଣିଗ୍ରାହୀ) : ନେପାଳ ବନ୍ୟାରେ ଖୋର୍ଦ୍ଧା ଜେମାଦେଇର ଦମ୍ପତି ସନ୍ଦିପ ମହାପାତ୍ର ଓ ସ୍ତ୍ରୀ ସିର୍ଦ୍ଧାର୍ଥୀ ସାହୁ ନିଖୋଜ ହୋଇଯାଇଛନ୍ତି । ଏନେଇ ତାଙ୍କ ସାନ…

‘ଏମ୍‌ଭି ଓସେନ ୱିନର୍‌’ ଜାହାଜ ବୁଡ଼ି ଘଟଣା, ପାରାଦୀପରେ ପହଞ୍ଚିଲେ ୨ ନାବିକ

ପାରାଦୀପ,୨୭।୮(ଶରତ ରାଉତ): ଗତ ୨୨ ତାରିଖରେ ବଙ୍ଗୋପସାଗର ପୋର୍ଟବ୍ଲେୟାର ସୀମାରେ ବୁଡି ଯାଇଥିବା ପଣ୍ୟବାହୀ ଜାହାଜ ଏମଭି ଓସେନ୍ ଓ୍ବିନରର ୨ ଜଣ ଉଦ୍ଧାର ନାବିକ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri