ଶେଷ ହେବ ‘ଇନ୍ସପେକ୍ଟର ରାଜ୍‌’ : ମୁଖ୍ୟ ଶାସନ ସଚିବ ନେଲେ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର,୧୯।୧୨ (ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପ, ଯୋଜନା ଏବଂ କାର୍ଯ୍ୟକ୍ରମ ଅନେକ ସମୟରେ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଶେଷ ହୋଇପାରୁନାହିଁ। ଫଳରେ ଏହାର ସୁଫଳ ଲୋକଙ୍କ ପାଖରେ ବିଳମ୍ବରେ ପହଞ୍ଚୁଛି। ଏନେଇ ସମୀକ୍ଷା ବେଳେ ଗୋଟିଏ କଥା ଆସୁଛି, ଏହା ତଦାରଖ ପ୍ରକ୍ରିୟା ଭିତରେ ରହିଛି। ଫଳରେ ପ୍ରକଳ୍ପ କାର୍ଯ୍ୟ ଆଗେଇ ପାରୁନାହିଁ। ଆଗାମୀ ଦିନରେ ଏସବୁକୁ ଆଉ ବରଦାସ୍ତ କରାଯିବ ନାହିଁ,‘ଇନ୍‌ସପେକ୍ଟର ରାଜ୍‌’ଶେଷ ହେବ। ଏଣିକି ନୀତି ଆୟୋଗର ମାର୍ଗଦର୍ଶିକା ଅନୁଯାୟୀ କାମ କରିବାକୁ ପଡ଼ିବ ବୋଲି ମୁଖ୍ୟଶାସନ ସଚିବ ମନୋଜ ଆହୁଜା ସଚିବମାନଙ୍କୁ କହିଛନ୍ତି।
ଚଳିତମାସ ୩ରେ ଅନୁଷ୍ଠିତ ସଚିବସ୍ତରୀୟ ବୈଠକ ଅବସରରେ ମୁଖ୍ୟଶାସନ ସଚିବ କହିଛନ୍ତି, ନୀତି ଆୟୋଗଙ୍କ ରିପୋର୍ଟ ଅନୁଯାୟୀ, ବିଭାଗମାନଙ୍କୁ ଏକ ନିୟମାବଳୀ(ପ୍ରିନ୍ସିପଲ୍‌ ଫ୍ରେମଓ୍ବାର୍କ) ପ୍ରଦାନ କରାଯିବ। ସମ୍ପୃକ୍ତ ବିଭାଗଗୁଡ଼ିକ ଚାଲିଥିବା ବିଭିନ୍ନ ପ୍ରକଳ୍ପ ଓ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ‘କମ୍ପ୍ଲାୟାନ୍ସ’ ରିପୋର୍ଟ ପ୍ରସ୍ତୁତ କରିବେ। ଦୁଇ ମାସ ମଧ୍ୟରେ ସମସ୍ତ କମ୍ପ୍ଲାୟନ୍ସ ରିପୋର୍ଟ ନିୟମିତ ଭାବେ ତଦାରଖ କରାଯାଇ ସେଗୁଡ଼ିକୁ ପର୍ଯ୍ୟାୟକ୍ରମେ ଶେଷ କରାଯାଇପାରିବ ବୋଲି ମୁଖ୍ୟସଚିବ କହିଛନ୍ତି।
ବୈଠକର ସୂଚନା ଅନୁଯାୟୀ, ବିଭାଗମାନଙ୍କ ଦ୍ୱାରା ସରକାରୀ କାର୍ଯ୍ୟାଳୟ ତଥା ସମ୍ପତ୍ତିଗୁଡ଼ିକର ଜିଓ-ରେଫରେନ୍ସ ସହିତ ଡିଜିଟାଲ କୋଡିଂ କରି ନିରୀକ୍ଷଣ କରାଯିବ। ସରକାରଙ୍କ ସମସ୍ତ ସମ୍ପତ୍ତି (ବିଭିନ୍ନ ଭବନ, ଭିତ୍ତିଭୂମି ତଥା କୋଠାବାଡ଼ିି ଇତ୍ୟାଦି)କୁ ଏକ ସ୍ବତନ୍ତ୍ର କୋଡ୍‌ ପ୍ରଦାନ କରାଯିବ। ଏହି ସମ୍ପତ୍ତି କୋଡ୍‌ଗୁଡ଼ିକୁ ପ୍ରକଳ୍ପ ପରିଚାଳନା ସଫ୍ଟୱେର ଏବଂ ଆର୍ଥିକ ବ୍ୟବସ୍ଥା ସହିତ ସଂଯୋଜନ କରାଯିବ। ଜିଆଇଏସ୍‌ ମ୍ୟାପରେ ଏକ ସାର୍ବଜନୀନ ଇଣ୍ଟରଫେସ୍‌ ଉପଲବ୍ଧ ରହିବ, ଯାହା ମାଧ୍ୟମରେ ସାଧାରଣ ଲୋକେ ନିଜ ଅଞ୍ଚଳର ପ୍ରକଳ୍ପଗୁଡ଼ିକୁ ଦେଖିପାରିବେ। ଏଥିରେ ପ୍ରକଳ୍ପରେ ଖର୍ଚ୍ଚ ହେବାକୁ ଥିବା ଅର୍ଥ ସହିତ ଠିକାଦାର ଏବଂ ପ୍ରକଳ୍ପର ଅଗ୍ରଗତି ସମ୍ପର୍କିତ ଫଟୋ ଇତ୍ୟାଦି ରହିବ। ସମସ୍ତ ବିଭାଗ ନିଜ ନିଜ ପ୍ରକଳ୍ପଗୁଡ଼ିକୁ ‘ଓ୍ବମୀସ୍‌’ପ୍ଲାଟଫର୍ମରେ ଅନ୍ତର୍ଭୁକ୍ତ କରିବା ଲାଗି ମୁଖ୍ୟସଚିବ ପରାମର୍ଶ ଦେଇଛନ୍ତି।
ମୁଖ୍ୟସଚିବ କହିଛନ୍ତି, ସମସ୍ତ ନୂତନ ପ୍ରକଳ୍ପଗୁଡ଼ିକର ସମ୍ପୂର୍ଣ୍ଣ ବ୍ୟବସ୍ଥା ସମୀକ୍ଷା ଗତିଶକ୍ତି ପ୍ଲାଟ୍‌ଫର୍ମରେ ଅପଲୋଡ୍‌ କରାଯିବା ବାଧ୍ୟତାମୂଳକ। ଗତିଶକ୍ତି ପ୍ଲାଟଫର୍ମ ସୂଚାରୁ ରୂପେ କାର୍ଯ୍ୟାନ୍ବୟନ ପାଇଁ ଆଉ ୨-୩ ମାସ ଲାଗିବ। ଏହାପରେ ବିଭାଗରେ ଏକ ସ୍ବତନ୍ତ୍ର ସେଲ୍‌ ସ୍ଥାପନ କରାଯିବ। ଉକ୍ତ ସେଲ୍‌ ପ୍ରକଳ୍ପ ସମ୍ପର୍କରେ ଟିକିନିଖି ଅନୁଧ୍ୟାନ କରିବା ସହିତ ରିପୋର୍ଟ ପ୍ରଦାନ କରିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ଅଧ୍ୟାପକ ନିଯୁକ୍ତିରେ ଲାଗୁହେବ ସଂରକ୍ଷଣ ନୀତି

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଯେପରି ଅଧ୍ୟାପକ ଅଭାବ ରହିବ ନାହିଁ ଏବଂ ସବୁ ବର୍ଗଙ୍କୁ ଉପଯୁକ୍ତ ନିଯୁକ୍ତି ସୁଯୋଗ ମିଳିବ,...

ବଡ଼ ଦିନରେ ବଡ଼ ଅଘଟଣ, ବସ-ଟ୍ରକ ଧକ୍କାରେ ଜୀବନ୍ତ ଜଳିଗରେ ୧୭ ଯାତ୍ରୀ

ବେଙ୍ଗାଲୁରୁ,୨୫।୧୨: ଗୁରୁବାର ସକାଳେ କର୍ନାଟକର ଚିତ୍ରଦୁର୍ଗ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ରୁ ଅଧିକ ଲୋକ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ହିରିୟୁର ତାଲୁକର...

ତାରିକ ରହମାନଙ୍କ ପ୍ରତ୍ୟାବର୍ତ୍ତନ ପୂର୍ବରୁ ବାଂଲାଦେଶରେ ପୁଣି ହିଂସା, ଢାକାରେ ବୋମା ବିସ୍ଫୋରଣ

ଢାକା,୨୫।୧୨: ନିର୍ବାସିତ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ନେତା ତାରିକ ରହମାନଙ୍କ ପ୍ରତ୍ୟାବର୍ତ୍ତନ ପୂର୍ବରୁ, ରାଜଧାନୀ ଢାକା ପୁଣି ଥରେ ହିଂସା ବଢି ଯାଇଥିଲା। ଖ୍ରୀଷ୍ଟମାସ...

ଦକ୍ଷ ଅଫିସର ପାଇବେ ବଡ଼ ବିଭାଗ, ଆହୁଜାଙ୍କୁ ନୂଆ ଦାୟିତ୍ୱ ମିଳିବ ନା ନାହିଁ ଚର୍ଚ୍ଚାରେ

ଭୁବନେଶ୍ୱର, ୨୫।୧୨(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ଉନ୍ନୟନ କମିଶନର ତଥା ୧୯୯୧ ବ୍ୟାଚ୍‌ ଆଇଏଏସ୍‌ ଅଫିସର୍‌ ଅନୁ ଗର୍ଗଙ୍କୁ ବୁଧବାର ଓଡ଼ିଶାର  ନୂଆ ମୁଖ୍ୟ ଶାସନ...

ବିବାଦରେ କରନ୍‌ଙ୍କ ଫିଲ୍ମ

ମୁମ୍ବାଇ: ବଲିଉଡର ଖ୍ୟାତନାମା ଫିଲ୍ମ ନିର୍ମାତା ଭାବେ ପରିଚିତ କରନ୍‌ ଜୋହର। ତାଙ୍କ କମ୍ପାନୀ ଧର୍ମା ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଅନେକ ଫିଲ୍ମ ରେକର୍ଡ କରିଛି। ଏପରିକି...

ଆଜିଠୁ ବଢ଼ିବ ଶୀତ, ଘନ କୁହୁଡ଼ି

ଭୁବନେଶ୍ୱର, ୨୫ା୧୨(ବନ୍ଦନା ସେଠୀ): ରାଜ୍ୟରେ ସର୍ୱନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି ଜନଜୀବନକୁ...

ଓ୍ବେଷ୍ଟ କାର୍ବି ଆଙ୍ଗ୍‌ଲଙ୍ଗରେ ଦଙ୍ଗା

ଗୁଆହାଟୀ,୨୫ା୧୨: ଆସାମର ଓ୍ବେଷ୍ଟ କାର୍ବି ଆଙ୍ଗ୍‌ଲଙ୍ଗ ଜିଲାରେ ମଙ୍ଗଳବାର କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଉତ୍ତେଜନା ଜାରି ରହିଛି। ବିକ୍ଷୋଭକାରୀମାନେ ଦଙ୍ଗା ସୃଷ୍ଟି କରିବା ସହ ବହୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri