ଅଭିନବ ଉପାୟରେ ଠକେଇ, ଫୋନ୍‌ପେରେ ଡେମୋ ଦେଖାଇଲେ…

ଛତ୍ରପୁର,୧୬ା୧୨(ଦିଲ୍ଲୀପ ସାମଲ): ନକଲି ଫୋନ ପେ ବ୍ୟବହାର କରି ବ୍ୟବସାୟୀମାନଙ୍କୁ ଠକେଇ କରୁଥିବା ଅଭିଯୋଗର ତଦନ୍ତ ପରେ ଛତ୍ରପୁର ପୋଲିସ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେ ହେଲେ ନଳିନୀକାନ୍ତ ଜେନା। ସେ ନକଲି ଫୋନ ପେ ଦ୍ୱାରା ଠକିବା ସହ ବ୍ୟବସାୟୀଙ୍କୁ ଠକିବା ପାଇଁ ନକଲି ଚେକ୍‌ ମଧ୍ୟ ବ୍ୟବହାର କରୁଥିଲେ। ଛତ୍ରପୁର ଥାନା ପରିସରରେ ଫୋନ ପେ ଦ୍ୱାରା କିପରି ଠକେଇ କରୁଛନ୍ତି ସେ ନେଇ ସେ ଡେମୋ ଦେଖାଇଥିଲେ।
ଖବରରୁ ଜଣାପଡିଛି, ଗଞ୍ଜାମ ଜିଲା ଛତ୍ରପୁର ଜାତୀୟ ରାଜପଥ ପାର୍ଶ୍ୱରେ ମା’ ସନ୍ତୋଷୀ ଟ୍ରେଡ଼ର୍ସ ନାମକ ଏକ ଲୁହା ଦୋକାନ ରହିଛି। ଗତ ଡିସେମ୍ବର ୧୪ରେ ଗୋପାଳପୁର ଆର୍ମି ପବ୍ଲିକ ସ୍କୁଲ ପରିସରରେ କାମ ହେଉଥିବା କହି ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ପାଣ୍ଡିଆଝୁଲି ଗ୍ରାମର ନଳିନୀକାନ୍ତ ମା’ ସନ୍ତୋଷୀ ଟ୍ରେଡ଼ର୍ସରୁ ୯୧ ହଜାର ୩୦୦ ଟଙ୍କାର ଲୁହା ସାମଗ୍ରୀ କିଣିଥିଲେ।ଏହି ସାମଗ୍ରୀ ଗୋପାଳପୁର ଆର୍ମି ପବ୍ଲିକ ସ୍କୁଲକୁ ଏକ ଗାଡି ଯୋଗେ ନେଇଥିଲେ। ମା’ ସନ୍ତୋଷୀ ଟ୍ରେଡ଼ର୍ସ ମାଲିକଙ୍କୁ ଫୋନ ପେ ଯୋଗେ ୯୧ ହଜାର ୩୦୦ ଟଙ୍କା ପୈଠ କରିଥିବା ଅଭିଯୁକ୍ତ ନଳିନୀକାନ୍ତ କହିବା ସହ ସ୍କ୍ରିନଶଟ୍‌ ମଧ୍ୟ ପଠାଇଥିଲେ। ମାତ୍ର ଏହା ସମ୍ପୃକ୍ତ ବ୍ୟବସାୟୀଙ୍କ ଆକାଉଣ୍ଟରେ ଜମା ହୋଇ ନ ଥିଲା। ପରେ ନଳିନୀକାନ୍ତ ତାଙ୍କୁ ସରଭର ଡାଉନ ଥିବା କହିବା ସହ ତାଙ୍କୁ ଆର୍ମି ପବ୍ଲିକ ସ୍କୁଲର ଏକ ଚେକ୍‌ ୪ ଲକ୍ଷ ୩୫ ହଜାର ଟଙ୍କାର ଦେଇ ପୁଣି ସାମଗ୍ରୀ ଦେବାକୁ କହିଥିଲେ। ଦୁଇ ଦିନ ପରେ ମଧ୍ୟ ଟ୍ରେଡ଼ର୍ସ ମାଲିକଙ୍କ ଆକାଉଣ୍ଟକୁ ଟଙ୍କା ନ ଆସିବାରୁ ସେ ବାଧ୍ୟ ହୋଇ ଛତ୍ରପୁର ଥାନାରେ ଅଭିଯୋଗ କରିଥିଲେ। ଏହାକୁ ଭିତ୍ତିକରି ନଂ. ୭୭୩/୨୫ରେ ଏକ ମାମଲା ରୁଜୁକରି ପୋଲିସ ଏହାର ତଦନ୍ତ କରି ନଳିନୀକାନ୍ତଙ୍କୁ ଚମାଖଣ୍ଡି ଥାନା ଅନ୍ତର୍ଗତ ଜଗନ୍ନାଥପୁର ଛକ ନିକଟରୁ ଗିରଫ କରିଥିଲା। ପଚରାଉଚରା ପରେ ଅଭିଯୁକ୍ତ ନକଲି ଫୋନ ପେ ମାଧ୍ୟମରେ ଟଙ୍କା ହେର ଫେର କରୁଥିବା ମାନିଥିଲେ। ଏଥିପାଇଁ ସେ ବିଭିନ୍ନ ନକଲି ଆପ୍ଲିକେଶନର ବ୍ୟବହାର କରୁଛନ୍ତି। ଏପରିକି ସେ ଦେଇଥିବା ଚେକ୍‌ ମଧ୍ୟ ନକଲି ଥିବା ପଚରାଉଚରା ବେଳେ କହିଛନ୍ତି। ତାଙ୍କଠାରୁ ପୋଲିସ ୩ଟି ନକଲି ଚେକ୍‌ ମଧ୍ୟ ଜବତ କରିଛି। ଠକେଇ ସାମଗ୍ରୀଗୁଡିକ ହିଞ୍ଜିଳିକାଟୁ ଅଞ୍ଚଳରେ ବିକ୍ରି କରାଯାଇଥିବା ପୋଲିସ ଜାଣିବା ପରେ ଏହାର ଅଧିକ ତଦନ୍ତ ଜାରି ରଖିଛି l ନଳିନୀକାନ୍ତ ଏଭଳି ବହୁ ସ୍ଥାନରେ ଠକେଇ କରିଥିବା ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ କହିଛନ୍ତି ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri