ପୁଣି କୋଟିଆ ବିବାଦ: ଜନଗଣନା କରୁଛନ୍ତି ଓଡ଼ିଶା, ଆନ୍ଧ୍ର

ପଟ୍ଟାଙ୍ଗି,୭।୫(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତକୁ ନେଇ ବିବାଦ ଥମିବାର ନା ଧରୁନାହିଁ। ଅନ୍ୟପକ୍ଷେ ଓଡ଼ିଶାକୁ ଚେକ୍‌ ଦେବାରେ ପଛଘୁଞ୍ଚା ଦେଉନାହିଁ ପଡୋଶୀ ଆନ୍ଧ୍ରପ୍ରଦେଶ। ଏପରି କିଛି ଘଟଣା ଆହୁରି ବିବାଦ ଆଡକୁ ଟାଣି ନେଉଥିବା ବେଳେ ଆନ୍ଧ୍ରର ଅନୁପ୍ରବେଶ ରାଜ୍ୟ ପ୍ରଶାସନିକ କ୍ଷେତ୍ରରେ କୌଣସି ପ୍ରଭାବ ପଡୁନାହିଁ।

ସୂଚନା ଅନୁଯାୟୀ, ରାଜ୍ୟରେ ଜିଲାଠୁ ଆରମ୍ଭ କରି ବ୍ଲକ, ପଞ୍ଚାୟତସ୍ତରରେ ଜନଗଣନା କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ପଟ୍ଟାଙ୍ଗି ବ୍ଲକ ପ୍ରଶାସନ ପକ୍ଷରୁ ମଧ୍ୟ ଜନଗଣନା ଆରମ୍ଭ ହୋଇଛି। ଏଭଳିସ୍ଥିତିରେ ରାଜ୍ୟ ସରକାରଙ୍କ ପକ୍ଷରୁ କୋଟିଆ ପଞ୍ଚାୟତରେ ଗତ ୧୬ ତାରିଖରୁ ମ୍ୟାପିଙ୍ଗ ସହ ଜନଗଣନା କାର୍ଯ୍ୟ ଆରମ୍ଭ ହୋଇ ୩୦ ତାରିଖରେ ଶେଷ ହୋଇଥିବା ବେଳେ ବର୍ତ୍ତମାନ ପଡୋଶୀ ଆନ୍ଧ୍ରପ୍ରଦେଶ ପକ୍ଷରୁ ମଧ୍ୟ ଉକ୍ତ ପଞ୍ଚାୟତରେ ଜନଗଣନା କାର୍ଯ୍ୟ ଆରମ୍ଭ କରାଯାଇଛି।

କୋଟିଆକୁ ନେଇ ଦୁଇ ରାଜ୍ୟର ପ୍ରଶାସନ ପକ୍ଷରୁ ହେଉଥିବା ଜନଗଣନା କାର୍ଯ୍ୟ ବର୍ତ୍ତମାନ ଜନମାନସରେ ପ୍ରଶ୍ନ ସୃଷ୍ଟି କରିଛି। ଏହିପରି କି ଆନ୍ଧ୍ରର ପାର୍ୱତୀପୁରମ୍‌ ମାନ୍ୟମ ଜିଲାର ସାଲୁର୍‌ ବ୍ଲକ ପ୍ରଶାସନ ପକ୍ଷରୁ ଗତ ୧ ତାରିଖରୁ ଜନଗଣନା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ କୋଟିଆ ପଞ୍ଚାୟତର ସୀମାନ୍ତ ଗ୍ରାମଗୁଡିକ ଯଥା ଫାଟୁସିନେରୀ, ଫଗୁଣସିନେରୀ, ମାଡକାର, ଢୋଲିଆମ୍ୱ, ନେରିଡିବାଲସା ପରି ଗ୍ରାମରେ ଆନ୍ଧ୍ର ଅଧିକାରୀମାନେ ଅନୁପ୍ରବେଶ କରି ଜନଗଣନା ସହ ମ୍ୟାପିଙ୍ଗ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି।

ଅନ୍ୟପକ୍ଷେ ପଟ୍ଟାଙ୍ଗି ତହସିଲଦାର ଦେବେନ୍ଦ୍ର ବାହାଦୂର ସିଂ ଧାରୁଆ କୋଟିଆ ପଞ୍ଚାୟତର ସମସ୍ତ ଗ୍ରାମରେ ସଫଳତାର ସହ ଜନଗଣନା ହୋଇଥିବା ପ୍ରକାଶ କରିଛନ୍ତି। ହେଲେ କୋଟିଆ ପଞ୍ଚାୟତକୁ ନେଇ ଦୁଇ ରାଜ୍ୟ ପକ୍ଷରୁ ଜନଗଣନା କରାଯିବା ଏବେ ପ୍ରଶ୍ନ ସୃଷ୍ଟି କରିଛି। ଉକ୍ତ ସର୍ଭେ ଜିପିଏସ୍‌ ମାଧ୍ୟମରେ ହେଉଥିବା ବେଳେ କିପରି ଆନ୍ଧ୍ର ସରକାର କୋଟିଆରେ ଜନଗଣନା ଆରମ୍ଭ କରିଛନ୍ତି ତାକୁ ନେଇ ଦ୍ୱନ୍ଦ ଦେଖାଦେଇଛି।

ଅନ୍ୟପକ୍ଷେ ବିଧାୟକ ରାମଚନ୍ଦ୍ର କାଡାମ୍‌ ନିକଟରେ କୋଟିଆ ପଞ୍ଚାୟତକୁ ଦୁଇଟି ମନ୍ତ୍ରୀ ଏବଂ ପ୍ରଶାସନିକ ଅଧିକାରୀଙ୍କ ସହ ଗସ୍ତ କରି ଫେରିଥିଲେ। ରାଜ୍ୟ ସରକାର କୋଟିଆକୁ ଓଡ଼ିଶାର ଅବିଚ୍ଛେଦ ଅଙ୍ଗ ବୋଲି ଭାବୁଛନ୍ତି। ତା’ହେଲେ ସରକାର କୋଟିଆକୁ ସୁରକ୍ଷା ଦେବା ପାଇଁ ଉଚିତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ହେଲେ ଅବିଚ୍ଛେଦ ଅଙ୍ଗ କହି ଆନ୍ଧ୍ରପ୍ରଦେଶକୁ ସୁହାଇଲା ଭଳି ସରକାର ଭାଷଣ ଦେବା ଅତି ଦୁର୍ଭାଗ୍ୟ ଜନକ ବୋଲି ବିଧାୟକ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଟରେ ଅଟକାଇ ମୁଣ୍ଡ ଫଟାଇଲେ, ଟଙ୍କା ଲୁଟିଥିଲେ: ତୃତୀୟ ଅଭିଯୁକ୍ତ ଭୋଳାଙ୍କୁ ଗିରଫ କଲା ପାଟପୁର ପୋଲିସ

ଦାଦା ବଟି ପାଇଁ ହତ୍ୟା ଉଦ୍ୟମ ମାମଲା: ପୁଣି ଜଣେ ଅଭିଯୁକ୍ତ ଗିରଫ, ସଂଖ୍ୟା ୩କୁ ବୃଦ୍ଧି ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା…

ଆସନ୍ତାକାଲି ପଡୁଛି ୩ ରାଜଯୋଗ; ୫ ରାଶିଙ୍କ ବଦଳିବ ଭାଗ୍ୟ, ମୋଟା ଅଙ୍କର ରୋଜଗାରକୁ ବଡ଼ କମ୍ପାନୀରୁ ଅଫର୍‌

୯ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥି ଏବଂ ବୁଧବାର। ଏହା ସହିତ ଏହି ଦିନଟି ଦ୍ୱିତୀୟ ଚତୁର୍ମାସ୍ୟାର ୧୭ଶ ଦିନ…

ଗଣେଶ ପୂଜା ପାଇଁ ଗଞ୍ଜାମ ଏସ୍‌ପିଙ୍କ କଡ଼ା ନିର୍ଦ୍ଦେଶ: ରାତି ୧୦ଟା ପରେ ବାଜିବନି ଲାଉଡସ୍ପିକର, ଜୋରଜବରଦସ୍ତ ଚାନ୍ଦା ଆଦାୟ ମନା

ଛତ୍ରପୁର,୮।୯(ଦିଲ୍ଲୀପ ସାମଲ): ଆଗାମୀ ଗଣେଶ ପୂଜା ସମେତ ପୂଜା ପାର୍ବଣ ସମୟରେ ଆଇନ ଶୃଙ୍ଖଳା ରକ୍ଷା ଓ ଶାନ୍ତିଶୃଙ୍ଖଳା ବଜାୟ ରଖିବା ନିମନ୍ତେ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ…

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ରାହୁଙ୍କ ମକର ରାଶିରେ ଗୋଚର, ୨୦୨୮ ଯାଏ ୩ ରାଶିରେ ଧନବର୍ଷା, ଚାକିରିରେ ମିଳିବ ପ୍ରମୋଶନ

ଶୁକ୍ର ଗ୍ରହ ୧୧ ସେପ୍ଟେମ୍ୱର ୨୦୨୬ରେ ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସେ ଚିତ୍ରା ନକ୍ଷତ୍ରରୁ ବାହାରି ରାହୁଙ୍କ ଅଧୀନରେ ଥିବା ସ୍ୱାତୀ ନକ୍ଷତ୍ରରେ ଗୋଚର କରିବେ।…

ଛୁଟିରେ ଘରକୁ ଆସି ଆଖି ବୁଜିଲେ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୁରୀ ସ୍ୱର୍ଗଦ୍ୱାରରେ BSF ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବାଗଡା ଗ୍ରାମର ବିଏସଏଫ୍ (BSF) ସିନିୟର ହାବିଲଦାର ବି. କାନା (୫୩)ଙ୍କ ଆକସ୍ମିକ ମୃତ୍ୟୁ…

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…

ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri