Posted inଜାତୀୟ

ପୁଣି ଏକ ନୂଆ ମାମଲାରେ ଫସିଲେ ରାହୁଲ ଗାନ୍ଧୀ, ଏଥର…

ନୂଆଦିଲ୍ଲୀ,୭ା୫: ଲୋକ ସଭାର ବିରୋଧୀ ଦଳ ନେତା ତଥା ରାୟବରେଲିର କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀ ଦ୍ୱୈତ ନାଗରିକତା ମାମଲା ପରେ ଆଉ ଏକ ନୂଆ ମାମଲାରେ ଫସିଥିବା ଜଣାପଡ଼ିଛି। ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ କଂଗ୍ରେସ ନେତାଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ମାମଲାର ତଦନ୍ତ ପାଇଁ ଏକ ଆବେଦନର ଶୁଣାଣି ପାଇଁ ମେ’ ୧୨କୁ ଧାର୍ଯ୍ୟ କରିଛନ୍ତି।

କର୍ନାଟକ ଭାଜପା କର୍ମୀ ଏସ୍‌. ଭିଗ୍ନେଶ ଶିଶିରଙ୍କ ଦ୍ୱାରା ଦାଖଲ ଆବେଦନ ଉପରେ ବିଚାରପତି ରାଜେଶ ସିଂହ ଚୌହାନ ଏବଂ ଜାଫିର ଅହମ୍ମଦଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ ଶୁଣାଣି ସମୟରେ ଆବେଦନଟି ବଜାୟ ରଖିବା ଯୋଗ୍ୟ କି ନାହିଁ ସେ ବିଷୟରେ କୋର୍ଟ ଯୁକ୍ତି ଶୁଣାଇବେ, ଯେଉଁଠାରେ ଉଭୟ ପକ୍ଷର ଶୁଣାଣି ହେବ।

ରାହୁଲଙ୍କ ବିରୋଧରେ ଦାୟର ଆବେଦନରେ ଆବେଦନକାରୀ ଅଭିଯୋଗ କରିଛନ୍ତି ଯେ, କଂଗ୍ରେସ ଏମ୍‌ପି ଏବଂ ତାଙ୍କ ପରିବାର ଲୋକଙ୍କ ଆୟ ସେମାନଙ୍କର ଜ୍ଞାତ ଆୟ ଉତ୍ସ ତୁଳନାରେ ଅଧିକ। ଯାହାର ନିରପେକ୍ଷ ଏବଂ ସ୍ବଚ୍ଛ ତଦନ୍ତ କରାଯିବା ଉଚିତ। ଗତ ବର୍ଷ ଏପ୍ରିଲ ୨୫ରେ ଆବେଦନ ଦାୟର କରାଯାଇଥିଲା।

ଆବେଦନରେ କେନ୍ଦ୍ର ସରକାର, କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ), ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି), କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ, ଉତ୍ତରପ୍ରଦେଶ ପୋଲିସ ଠକେଇ ତଦନ୍ତ କାର୍ଯ୍ୟାଳୟର ନିର୍ଦ୍ଦେଶକଙ୍କୁ ପ୍ରତିପକ୍ଷ ଭାବରେ ନାମିତ କରାଯାଇଛି। ବୁଧବାର ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ, କିନ୍ତୁ ସନ୍ଧ୍ୟା ପର୍ଯ୍ୟନ୍ତ କୋର୍ଟର ଓ୍ବେବ୍‌ସାଇଟରେ ଆଦେଶ ଅପଲୋଡ ହୋଇ ନ ଥିଲା।

ଏହା ଉଲ୍ଲେଖନୀୟ ଯେ, ରାହୁଲଙ୍କ ବିରୋଧରେ ଏକ ଦ୍ୱୈତ ନାଗରିକତା ମାମଲା ମଧ୍ୟ କୋର୍ଟରେ ବିଚାରାଧୀନ ଅଛି। ଆବେଦନକାରୀ ଅଭିଯୋଗ କରିଛନ୍ତି ଯେ, ରାହୁଲ ଗାନ୍ଧୀ ଭାରତୀୟ ଏବଂ ବ୍ରିଟିଶ ଉଭୟ ନାଗରିକତା ଧାରଣ କରିଛନ୍ତି। ତଥାପି ଭାରତୀୟ ଆଇନ ଦ୍ୱୈତ ନାଗରିକତାକୁ ନିଷିଦ୍ଧ କରେ। ନାଗରିକତା ଆଇନ ୧୯୫୫ ଅନୁଯାୟୀ, ଯଦି ଜଣେ ବ୍ୟକ୍ତି ଅନ୍ୟ ଦେଶର ନାଗରିକତା ଗ୍ରହଣ କରନ୍ତି, ତେବେ ତାଙ୍କୁ ଭାରତୀୟ ନାଗରିକତା ଛାଡ଼ିବାକୁ ପଡ଼ିବ।

କୋର୍ଟ କହିଛନ୍ତି, ରାହୁଲ ଗାନ୍ଧୀଙ୍କ ବିରୋଧରେ ଦ୍ୱୈତ ନାଗରିକତାର ଅଭିଯୋଗକୁ ଅଣଦେଖା କରାଯାଇପାରିବ ନାହିଁ। ଏହି ମାମଲାକୁ ଗମ୍ଭୀରତାର ସହିତ ତଦନ୍ତ କରାଯିବା ଉଚିତ। କୋର୍ଟ ଉତ୍ତରପ୍ରଦେଶ ସରକାରଙ୍କୁ ନିଜେ କିମ୍ବା ଏକ ତଦନ୍ତକାରୀ ସଂସ୍ଥା ମାଧ୍ୟମରେ ମାମଲାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ IPS ସ୍ତରରେ ବଡ଼ ଧରଣର ଅଦଳବଦଳ: ସର୍ବଣା ବିବେକ ହେଲେ ଭୁବନେଶ୍ୱର ଡିସିପି, ଅଭିନବ ସୋନକର ବ୍ରହ୍ମପୁର ଏସ୍‌ପି

ଭୁବନେଶ୍ୱର, ୨୨।୯: ରାଜ୍ୟ ପୋଲିସ ପ୍ରଶାସନକୁ ଅଧିକ କ୍ରିୟାଶୀଳ ଓ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଆଇପିଏସ୍ (IPS) ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ…

IMD ଡିଜିଙ୍କ ବଡ଼ ସୂଚନା, ୨୩ ରାତିରେ ଉପକୂଳ ଅତିକ୍ରମ କରିବ ବାତ୍ୟା

ଭୁବନେଶ୍ୱର,୨୨।୯: ବଙ୍ଗୋପସାଗରରେ ଧୀରେ ଧୀରେ ତୀବ୍ର ହେଉଛି ଅବପାତ। ମଙ୍ଗଳବାର ସାରୁ ରାତି ଭିତରେ ଅବପାତ ଗଭୀର ଅବପାତର ରୂପ ନେବ। ଏହା ପଶ୍ଚିମ ଉତ୍ତରପଶ୍ଚିମ ଦିଗକୁ…

୮ମ ବେତନ ଆୟୋଗକୁ ନେଇ ଆସିଲା ବଡ଼ ଅପଡେଟ୍‌: ଏହି ସରକାରୀ କର୍ମଚାରୀଙ୍କୁ ମିଳିବ ୧୮ ଲକ୍ଷ ଟଙ୍କାର…

ନୂଆଦିଲ୍ଲୀ,୨୨।୯: ୮ମ ବେତନ ଆୟୋଗକୁ ନେଇ କେନ୍ଦ୍ରୀୟ କର୍ମଚାରୀଙ୍କ ଅପେକ୍ଷା ଜାରି ରହିଛି। ବର୍ତ୍ତମାନ ଆୟୋଗ ବିଭିନ୍ନ କର୍ମଚାରୀ ସଂଗଠନ ସହ ଆଲୋଚନା କରୁଛି। ରିପୋର୍ଟ ଲାଗୁ…

ବଳାତ୍କାର ମାମଲାରେ କେଉଁ ରାଜ୍ୟ ଆଗରେ? ଓଡ଼ିଶାର ସ୍ଥିତି ଜାଣି ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୨।୯: ବିହାରର ଜମୁଇ ଜିଲାରୁ ସାମ୍ନାକୁ ଆସିଥିବା ଏକ ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ ଜଣେ ନାବାଳିକା…

ଗ୍ରାଚ୍ୟୁଇଟିକୁୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ପାଇଁ…

ନୂଆଦିଲ୍‌ଲୀ,୨୨।୯: ସୁପ୍ରିମକୋର୍ଟଙ୍କ ଦ୍ୱାରା ଗ୍ରାଚ୍ୟୁଇଟିକୁ ନେଇ ଏକ ବଡ଼ ରାୟ ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ ଚୁକ୍ତିଭିତ୍ତିକ (କଣ୍ଟ୍ରାକ୍ଟ) କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ ପାଇଁ ମୁଖ୍ୟ…

ମହିଳାଙ୍କ ପାଇଁ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଅକ୍ଟୋବର ୨ରୁ ମାଗଣାରେ ବସ୍‌ ଯାତ୍ରା

ନୂଆଦିଲ୍ଲୀ,୨୨।୯: ଆଗାମୀ ୨ ଅକ୍ଟୋବର ୨୦୨୬ରୁ ସମଗ୍ର ତାମିଲନାଡୁରେ ଲାଗୁ ହେବାକୁ ଥିବା ‘ଭେଟ୍ରି ପୟନମ’ ଯୋଜନା ଦ୍ୱାରା ପ୍ରତିଦିନ ପ୍ରାୟ ୮୪.୩୨ ଲକ୍ଷ ମହିଳା ପ୍ରତ୍ୟକ୍ଷ…

ଏସିଆନ୍ ଗେମ୍ସରେ ଇତିହାସ ରଚିଲା ମହିଳା କ୍ରିକେଟ୍ ଟିମ୍‌, ଶ୍ରୀଲଙ୍କାକୁ ହରାଇ ଜିତିଲା ସ୍ୱର୍ଣ୍ଣ

ନୂଆଦିଲ୍ଲୀ,୨୨।୯: ଏସିଆନ୍ ଗେମ୍ସ ୨୦୨୬ରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ଦେଇଛି ମହିଳା କ୍ରିକେଟ୍ ଟିମ୍ । ଫାଇନାଲ୍‌ରେ ଶ୍ରୀଲଙ୍କାକୁ ୧୪୭ ରନ୍‌ର ବଡ଼ ବ୍ୟବଧାନରେ ହରାଇ…

ରାଜନୀତିରେ ହଇଚଇ! ଗରବାକୁ ନେଇ ଭାଜପା ବିଧାୟକଙ୍କ ବିବାଦୀୟ ବୟାନ, ଭଉଣୀ-ଝିଅଙ୍କୁ…

ନୂଆଦିଲ୍ଲୀ,୨୨।୯: ନବରାତ୍ରି ପୂର୍ବରୁ ଗରବା କାର୍ଯ୍ୟକ୍ରମରେ ମୁସଲିମଙ୍କ ପ୍ରବେଶକୁ ନେଇ ମହାରାଷ୍ଟ୍ରରୁ ମଧ୍ୟପ୍ରଦେଶ ପର୍ଯ୍ୟନ୍ତ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି। ମୁମ୍ବାଇର ବୋରିଭଲିରେ ହେବାକୁ ଥିବା ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?