ରାଜ୍ୟରେ ଘନେଇଲାଣି ପେଟ୍ରୋଲ, ଡିଜେଲ ଅଭାବ

ଗତ ଫେବୃଆରୀ ୨୮ରୁ ଇରାନ୍‌ ସହ ଆମେରିକାର ଓ ଇସ୍ରାଏଲର ଯୁଦ୍ଧ ପରଠାରୁ ସାରା ବିଶ୍ୱରେ ଅର୍ଥନୈତିକ ସଙ୍କଟ ଜଟିଳ ହେବାରେ ଲାଗିଛି। ବିଶେଷକରି ଆରବ ଦେଶଗୁଡ଼ିକରୁ ବିଭିନ୍ନ ଦେଶକୁ ତୈଳ, ଗ୍ୟାସ୍‌ ଓ ଅନ୍ୟାନ୍ୟ ସାମଗ୍ରୀ ପରିବହନ ହେଉଥିବା ସାମୁଦ୍ରିକ ପଥ ‘ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌’କୁ ଇରାନ୍‌ ନିଜ ନିୟନ୍ତ୍ରଣରେ ରଖିଛି। କିଛି ସପ୍ତାହ ହେଲା ଯୁଦ୍ଧ ବିରତି ରହିଥିଲେ ମଧ୍ୟ ହର୍ମୁଜ୍‌ରେ ସାମଗ୍ରୀ ପରିବହନ ସ୍ୱାଭାବିକ ହୋଇପାରୁନାହିଁ। ଏହାର ପ୍ରଭାବରେ ଭାରତ ସମେତ ଅନ୍ୟ କେତେକ ଦେଶ ତୈଳ ଓ ରନ୍ଧନ ଗ୍ୟାସ୍‌ ସଙ୍କଟ ସୃଷ୍ଟି ହୋଇଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶା ଏଥିରୁ ବାଦ୍‌ ପଡ଼ିନାହିଁ। ପ୍ରଥମେ ଗ୍ୟାସ୍‌ ସମସ୍ୟା ନେଇ ସାରା ରାଜ୍ୟରେ ଏକପ୍ରକାର ସମସ୍ୟା ସୃଷ୍ଟି ହୋଇଥିବାବେଳେ ଏବେ ନବରଙ୍ଗପୁର, ଜୟପୁର, ଦାରିଙ୍ଗବାଡ଼ି ସମେତ ଉପକୂଳ ଅଞ୍ଚଳର ଅନେକ ପମ୍ପରେ ପେଟ୍ରୋଲ ଓ ଡିଜେଲ୍‌ର ଅଭାବ ଦେଖାଦେଲାଣି। କେତେକ ଫିଲିଂ ଷ୍ଟେଶନରେ ପେଟ୍ରୋଲ ଓ ଡିଜେଲ ନ ଥିବା ଲେଖି ଜଣାଇ ଦିଆଯାଇଥିବାବେଳେ ଆଉ କେତେକ ସ୍ଥାନରେ ଲମ୍ୱା ଧାଡ଼ି ଲାଗୁଛି। ଲୋକଙ୍କୁ ସେମାନଙ୍କ ଇଚ୍ଛା ମୁତାବକ ପେଟ୍ରୋଲ ଓ ଡିଜେଲ ଦେବା ପରିବର୍ତ୍ତେ ନିର୍ଦ୍ଧାରିତ ପରିମାଣର ଦିଆଯାଉଛି। ଏହାକୁ ନେଇ ଲୋକେ ଚିନ୍ତାରେ ପଡ଼ିଯାଇଛନ୍ତି। ରାଜଧାନୀ ଭୁବନେଶ୍ୱରରେ ୩ଟି ପେଟ୍ରୋଲ ପମ୍ପ ବାରମ୍ୱାର ବନ୍ଦ ହେଉଥିବା ଜଣାପଡ଼ିଛି।

ନବରଙ୍ଗପୁର (ସଦାଶିବ ପ୍ରହରାଜ)/ ଭୁବନେଶ୍ୱର (ରବିନାରାୟଣ ଜେନା)/ଦାରିଙ୍ଗବାଡ଼ି (ଅରୁଣ ସାହୁ)/ ଜୟପୁର (ପବନ ପାଣିଗ୍ରାହୀ)/ ବିନିକା(ରାମଗୋପାଳ ବାଘ),୭ା୫: ନବରଙ୍ଗପୁରରେ ପେଟ୍ରୋଲ ଓ ଡିଜେଲ ଅଭାବ ସମସ୍ୟା ଗୁରୁତର ରୂପ ନେଇଛି। ପେଟ୍ରୋଲ ପମ୍ପଗୁଡ଼ିକରେ ଯୋଗାଣ କମିଯାଇଥିବାରୁ ତେଲ ନିୟନ୍ତ୍ରଣରେ ଦିଆଯାଉଛି। ଦିନକୁ ଏକ ଦୁଇଚକିଆ ଯାନକୁ ୨ଶହ, ଅଟୋ ରିକ୍ସାକୁ ୩ଶହ ଓ ଚାରି ଚକିଆ ଯାନକୁ ୧ ହଜାର ଟଙ୍କାର ପେଟ୍ରୋଲ ଓ ଡିଜେଲ ଦିଆଯାଉଛି। ଫଳରେ ଦୈନିକ ତେଲ ପକାଇବା ପାଇଁ ପମ୍ପଗୁଡିକରେ ଲମ୍ୱା ଲାଇନ୍‌ ଲାଗୁଛି। ତେବେ ବୁଧବାର ସନ୍ଧ୍ୟା ୫ଟା ସୁଦ୍ଧା ନବରଙ୍ଗପୁର ସହରରେ ପେଟ୍ରୋଲ ନ ଥିବା ଜଣାପଡ଼ିଛି। ନବରଙ୍ଗପୁର ଜିଲାରେ ୫୧ ପେଟ୍ରୋଲ ପମ୍ପ ରହିଛି। ତେବେ ଉମରକୋଟ ସହରାଞ୍ଚଳ ଓ ଜିଲାର ୧୦ଟି ବ୍ଲକ୍‌ରେ ପେଟ୍ରୋଲ, ଡିଜେଲ ସମସ୍ୟା ଏଯାଏ ଉତ୍କଟ ହୋଇନାହିଁ। କିନ୍ତୁ ନବରଙ୍ଗପୁର ସହର ଓ ସଦର ବ୍ଲକ୍‌ରେ ଥିବା ୮ଟି ପେଟ୍ରୋଲ ପମ୍ପ ମଧ୍ୟରୁ ମଙ୍ଗଳବାର ସୁଦ୍ଧା ୭ଟି ପେଟ୍ରୋଲ ପମ୍ପରେ ତେଲ ନ ଥିଲା। ସହରର ଗଙ୍ଗା ଫୁଏଲକୁ ମଙ୍ଗଳବାର ରାତିରେ ୧୦ ହଜାର ଲିଟର ପେଟ୍ରୋଲ, ୧୦ ହଜାର ଲିଟର ଡିଜେଲ ଆସି ପହଞ୍ଚତ୍ଥିଲା। ବୁଧବାର ସକାଳ ୬ଟାରୁ ଲମ୍ୱା ଲାଇନ ଲାଗିଥିଲା। ଅତିରିକ୍ତ ଜିଲା ଯୋଗାଣ ଅଧିକାରୀ ଗାୟତ୍ରୀ ପଟ୍ଟନାୟକ ଓ ଅନ୍ୟ ୨ଜଣ କର୍ମଚାରୀ ଓ ପୋଲିସ ଗଙ୍ଗା ଫୁଏଲ ପେଟ୍ରୋଲ ପମ୍ପରେ ରହିଥିଲେ। ତେବେ ସନ୍ଧ୍ୟା ୫ଟା ସୁଦ୍ଧା ଉକ୍ତ ପମ୍ପରୁ ତେଲ ସରିଯାଇଥିଲା।
ଏନେଇ ନବରଙ୍ଗପୁର ବାସିନ୍ଦା ପ୍ରସନ୍ନ କୁମାର ପଟ୍ଟନାୟକ କହିଛନ୍ତି, ‘ମୁଁ କାର୍‌ରେ ପେଟ୍ରୋଲ ପକାଇବାକୁ ଆସିଥିଲି। ମାତ୍ର ୧ ହଜାର ଟଙ୍କାର ତେଲ ଦିଆଯିବ ବୋଲି କହିଲେ। ୧ ଘଣ୍ଟା ଅପେକ୍ଷା କରିଛି। ଦୂରଦୂରାନ୍ତକୁ ଯିବା ଲୋକଙ୍କ ପାଇଁ ଏହି ବ୍ୟବସ୍ଥା ଏକ ବଡ଼ ସମସ୍ୟା ହେଉଛି।’ ସେହିପରି କିଶୋରୀ ସମରଥ କହିଛନ୍ତି, ‘୨ ଚକିଆ ଗାଡ଼ିକୁ ମାତ୍ର ୨ ଶହ ଟଙ୍କାର ପେଟ୍ରୋଲ ଦେଉଛନ୍ତି। ୨ ଘଣ୍ଟା ଲମ୍ୱା ଲାଇନରେ ରହିବା ପରେ ପେଟ୍ରୋଲ ମିଳିଲା। ଗ୍ୟାସ୍‌ ପରେ ଏବେ ପେଟ୍ରୋଲ,
ରାଜ୍ୟରେ…
ଡିଜେଲ ମିଳିବା କଷ୍ଟ ହେଉଛି। ଏହା ଏକ ସାଧାରଣ ସମସ୍ୟା ନୁହେଁ। ଯଦି ପେଟ୍ରୋଲ, ଡିଜେଲ ପାଇଁ ଲୋକେ ଲମ୍ୱା ଲାଇନ ରହିବେ, ତେବେ ଦିନ ସାରା କାମରେ ଲୋକଙ୍କ ବ୍ୟତିକ୍ରମ ଘଟିବ।’ ଦୁର୍ମିଳା ସମରଥ କୁହନ୍ତି, ‘ଆଜିକାଲି ସମସ୍ତେ ଗାଡ଼ିମୋଟର ଉପରେ ଭରସା କରିଥାନ୍ତି। ପେଟ୍ରୋଲ, ଡିଜେଲ ଆଗକୁ ମିଳିବା କଷ୍ଟକର ହେଲାଣି। ଆଜିର ଲମ୍ୱାଲାଇନକୁ ଦେଖିଲେ ଏହି ସମସ୍ୟା ଆଗକୁ ଗୁରୁତର ହେବା ଭଳି ଲାଗୁଛି। ସରକାର ଜନସାଧାରଣଙ୍କ ସମସ୍ୟା ପ୍ରତି ଗୁରୁତ୍ୱ ଦେବା ଜରୁରୀ। ନିୟନ୍ତ୍ରଣ ନୁହେଁ, ଯେମିତି ପେଟ୍ରୋଲ, ଡିଜେଲ ଲୋକଙ୍କୁ ସୁବିଧାରେ ମିଳିବ ସେଥିପ୍ରତି ଧ୍ୟାନଦେବା ଆବଶ୍ୟକ ରହିଛି।’ ଲକ୍ଷ୍ମୀକାନ୍ତ ପଣ୍ଡା କୁହନ୍ତି, ‘ଏବେ ଚାଷ କାର୍ଯ୍ୟରେ ଟ୍ରାକ୍ଟର, ପାଣି ପମ୍ପ ଓ ବିଭିନ୍ନ କୃଷି ଯନ୍ତ୍ରପାତି ବ୍ୟବହାର ହେଉଛି। ଏଥିପାଇଁ ଡିଜେଲର ଆବଶ୍ୟକତା ପଡୁଛି। ଡିଜେଲ ଅଭାବ ଦେଖାଗଲେ ପରିବହନ, କୃଷି କାର୍ଯ୍ୟ ଓ ଦରଦାମ ବୃଦ୍ଧି ପାଇବ। ଏନେଇ ସରକାର ଗୁରୁତ୍ୱ ଦିଅନ୍ତୁ।’ ନବରଙ୍ଗପୁର ଗଙ୍ଗା ଫୁଏଲ୍‌ର ମାଲିକ ପି.ରାଜେଶ କହିଛନ୍ତି, ‘କମ୍ପାନୀକୁ ପେଟ୍ରୋଲ, ଡିଜେଲ ପାଇଁ ଗାଡ଼ି ପଠାଇଲେ ମଧ୍ୟ ତୁରନ୍ତ ମିଳୁନାହିଁ। ଆମ ପମ୍ପରେ କେତେ ତେଲ ଅଛି କମ୍ପାନୀ ଜାଣୁଛି। ଅନୂ୍ୟନ ୩ ହଜାର ଲିଟର ତେଲ ଆମ ପାଖରେ ରହିଥିବା କମ୍ପାନୀ ଜାଣିବା ପରେ ହିଁ ସେଠାରୁ ତେଲ ଗାଡ଼ି ଛାଡୁଛି। ଗଙ୍ଗା ଫୁଏଲରେ ୩ ଦିନ ପରେ ୧୦ ହଜାର ଲିଟର ଲେଖାଏ ପେଟ୍ରୋଲ, ଡିଜେଲ ଆସିଛି। ଏବେ ଗାଡ଼ି ପଠାଯାଇଛି, କିନ୍ତୁ କମ୍ପାନୀ ମୋ ପମ୍ପରେ କେତେ ତେଲ ଅଛି ତାହାକୁ ଦେଖି ପଠାଇବ।’ ନବରଙ୍ଗପୁର ଜିଲା ଯୋଗାଣ ଅଧିକାରୀ ଦେବାଶିଷ ମହାନ୍ତି କହିଛନ୍ତି, ‘ଗ୍ରାମାଞ୍ଚଳରେ ରହିଥିବା ପେଟ୍ରୋଲ ପମ୍ପଗୁଡ଼ିକରେ ତେଲ ରହିଛି। କେବଳ ନବରଙ୍ଗପୁର ସହର ଓ ସଦର ବ୍ଲକ୍‌ରେ ଥିବା ୭ଟି ପମ୍ପରେ ତେଲ ନ ଥିଲା। ୩ଟି ପମ୍ପରେ ବର୍ତ୍ତମାନ ତେଲ ଆସିଯାଇଛି। ଅନ୍ୟ ପମ୍ପଗୁଡ଼ିକୁ ୨୪ରୁ ୪୮ ଘଣ୍ଟା ମଧ୍ୟରେ ପେଟ୍ରୋଲ, ଡିଜେଲ ପହଞ୍ଚତ୍ୟିବ। ବୁଧବାର ଦିନକ ପାଇଁ ସହରରେ ନିୟନ୍ତ୍ରଣ କରାଯାଇଥିଲା। ପ୍ରତିଦିନ ଜିଲାପାଳ ପେଟ୍ରୋଲ, ଡିଜେଲକୁ ନେଇ ସମୀକ୍ଷା କରୁଛନ୍ତି। ଯେଉଁ ପେଟ୍ରୋଲ ପମ୍ପରେ ତେଲ ନାହିଁ ସେଠାରେ କମ୍ପାନୀ ସେଲ୍ସ ମ୍ୟାନେଜରଙ୍କ ସହ ଯୋଗାଯୋଗକରି ତେଲ ପଠାଇବାକୁ କୁହାଯାଇଛି।’
ସେହିପରି ଉପକୂଳ ଜିଲାଗୁଡ଼ିକରେ ମଧ୍ୟ ବହୁ ପମ୍ପକୁ ତେଲ ଆସିପାରୁନାହିଁ। ଟାଙ୍କିରୁ ଷ୍ଟକ୍‌ ଶେଷ ହେବା ପରେ ତେଲ ଗାଡ଼ି ଯୋଗାଇ ଦିଆଯାଉଛି। ଯେଉଁଥିପାଇ ତେଲଗୁଡ଼ିକରେ ପେଟ୍ରୋଲ, ଡିଜେଲ ଅଭାବ କାରଣରୁ ଅନେକ ସମୟ ବନ୍ଦ ରହୁଛି। ମୟୂରଭଞ୍ଜ, ବାରିପଦାରେ ପେଟ୍ରୋଲ ପମ୍ପଗୁଡ଼ିକ ଆଉ ବାକିରେ ପେଟ୍ରୋଲ, ଡିଜେଲ ଦେଉନାହାନ୍ତି। ବିନିକା ଟାକ୍ସି ସଂଘ ସଭାପତି ମଣ୍ଟୁ ରାଉତ ଏବଂ ବିନିକା କ୍ଷୁଦ୍ର ବ୍ୟବସାୟୀ ସଂଘ ବୃନ୍ଦାବନ ପାଣ୍ଡେ କହିଛନ୍ତି, ତେଲ ଅଭାବରୁ ଗାଡ଼ି ଚାଲୁନି କି ମାଲ ପରିବହନ ହୋଇପାରୁନାହିଁ। ସୁବର୍ଣ୍ଣପୁର ଜିଲାର ବିଭିନ୍ନ ଅଞ୍ଚଳରେ ଦୁଇଦିନ ହେବ ପେଟ୍ରୋଲ ପମ୍ପ ବନ୍ଦ ରହିଥିଲା, ଏଥିପାଇଁ ଲୋକେ ବହୁତ ହଇରାଣ ହେଉଛନ୍ତି। ଜୟପୁରର ଜଣେ ଗ୍ରାହକ ବୀରେନ୍ଦ୍ର ସାଗର କହିଛନ୍ତି, ତେଲ ମିଳୁନି, ପମ୍ପ ଆଗରେ ପ୍ରବଳ ଭିଡ଼। କନ୍ଧମାଳ ଜିଲାର ବାଇକ୍‌ ଚାଳକ ଅକ୍ଷୟ କୁମାର ପରିଛା କହିଛନ୍ତି, ଦାରିଙ୍ଗିବାଡ଼ିରେ ତେଲ ଅଭାବ। ଢେଙ୍କାନାଳ ଜିଲାର ଅନେକ ସ୍ଥାନରେ ତେଲ କମ୍ପାନୀଗୁଡ଼ିକ ତେଲ ଯୋଗାଇ ନ ପାରିବା କାରଣରୁ ପମ୍ପ ବନ୍ଦ ରହୁଥିବା ଜଣାପଡ଼ିଛି।
ଭୁବନେଶ୍ୱରର ରବି ଟକିଜ୍‌ ନିକଟସ୍ଥ ପେଟ୍ରୋଲ ପମ୍ପ ବନ୍ଦ ରହିଥିବାରୁ ଲୋକେ ହଇରାଣ ହେଉଥିବା ଅଭିଯୋଗ ହୋଇଛି। ଏନେଇ ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେଶନ ଲିମିଟେଡ୍‌ (ଆଇଓସିଏଲ୍‌)ର ଆଞ୍ଚଳିକ ମୁଖ୍ୟ କମଲ୍‌ ସିଂ କହିଛନ୍ତି, ନବରଙ୍ଗପୁରରେ ପ୍ରାୟ ୫୦ ପମ୍ପ୍‌ ମଧ୍ୟରୁ ୬ଟିରେ ପେଟ୍ରୋଲ ଯୋଗାଣ କମ୍‌ ରହିଛି। ଏବେ ଯାହା ଖବର ରହିଛି, ୨ରୁ ୩ଟି ବନ୍ଦ ହୋଇପଡ଼ିଛି। ତେବେ ସେହି ସବୁ ପମ୍ପ ପାଇଁ ପେଟ୍ରୋଲ ଯୋଗାଣ ଆରମ୍ଭ ହୋଇଛି। ଖୁବ୍‌ଶୀଘ୍ର ପେଟ୍ରୋଲ ପମ୍ପ୍‌ ଚାଲୁହେବ। କୋରାପୁଟରେ ମଧ୍ୟ ୪ଟି ପମ୍ପ୍‌ରେ ପେଟ୍ରୋଲ ଯୋଗାଣ କମ୍‌ ରହିଛି। ମାତ୍ର ଭୁବନେଶ୍ୱର ରବି ଟକିଜ୍‌ ଅଞ୍ଚଳରେ ଆଇଓସିଏଲ୍‌ର ୩ଟି ପମ୍ପ୍‌ ରହିଛି। ସେଥିମଧ୍ୟରୁ ଲିଙ୍ଗରାଜ ଏବଂ ଗୌତମ ପେଟ୍ରୋଲ ପମ୍ପ୍‌ରେ ପେଟ୍ରୋଲ ଅଭାବ ନାହିଁ। ମାତ୍ର ଜଗନ୍ନାଥ ପେଟ୍ରୋଲ ପମ୍ପ୍‌ରେ ଯୋଗାଣ କମ୍‌ ରହିଥିଲା, ହେଲେ ଏବେ ଯୋଗାଣ ଆରମ୍ଭ ହୋଇଯାଇଛି। ଖୁବ୍‌ଶୀଘ୍ର ପମ୍ପରେ ତେଲ ପହଞ୍ଚିବ। ସିଂ ପୁଣି କହିଛନ୍ତି, ସାରା ରାଜ୍ୟରେ ଆଇଓସିଏଲ୍‌ର ୨୫୦୦ ପେଟ୍ରୋଲ ପମ୍ପ୍‌ ରହିଛି। ସେସବୁ ମଧ୍ୟରୁ ମାତ୍ର ୧୦ଟିକୁ କମ୍‌ ପରିମାଣ ପେଟ୍ରୋଲ ଯୋଗାଣ ହେଉଥିବା ଦୃଷ୍ଟିକୁ ଆସିଛି। ଏହାକୁ କମ୍ପାନୀ ଗୁରୁତ୍ୱର ସହ ନେଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?