ଯାଜପୁର ନେତାଙ୍କୁ ଗୁରୁମନ୍ତ୍ର ଦେଲେ ନବୀନ, ଭାଜପା ସରକାର ବଡ଼ ବୋଝ….

ଭୁବନେଶ୍ବର,୭।୫: ଯାଜପୁର ଜିଲା ବିଜେଡି କାର୍ଯ୍ୟକାରିଣୀ ବୈଠକରେ ତାଗିଦ କଲେ ନବୀନ ପଟ୍ଟନାୟକ । ଭିଡିଓବାର୍ତ୍ତା ଜାରି କରି କହିଲେ, ମୁଁ ସବୁବେଳେ ଡିସିପ୍ଲିନ୍‌ ଉପରେ ଗୁରୁତ୍ବ ଦେଇ ଆସିଛି । ବିଶୃଙ୍ଖଳାକୁ ବରଦାସ୍ତ କରାଯାଇପାରିବ ନାହିଁ ବୋଲି କହିଛନ୍ତି । ଅନ୍ୟପଟେ ଦଳକୁ ମଜଭୁତ କରିବାକୁ ଦଳୀୟ ନେତାଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ।

ବିରୋଧୀ ଦଳ ନେତା କହିଛନ୍ତି ଯେ, ଓଡ଼ିଶାବାସୀ ଆମକୁ ୨୪ ବର୍ଷ ସେବା କରିବାର ସୁଯୋଗ ଦେଇଥିଲେ । ଲୋକଙ୍କ ଏହି ବିଶ୍ଵାସ ଆମକୁ ବାଟ ଦେଖାଇ ଆସୁଛି । ଆମେ ସଂଗଠନକୁ ମଜବୁତ କରିବା, ଲୋକଙ୍କ ସହ ଯୋଡ଼ି ହୋଇ ରହିବା । ଆମେ ବିରୋଧୀ ଦଳରେ କିନ୍ତୁ ଏବେ ବି ଲୋକଙ୍କ ଭଲ ପାଇବା ଅତୁଟ । ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ରହିଛି। ତେଣୁ ସଂଗଠନକୁ ଆହୁରି ମଜଭୁତ କରିବା ଓ ଲୋକଙ୍କ ସହ ରହିବା। ଭାଜପା ସରକାର ଏବେ ଓଡ଼ିଶାବାସୀଙ୍କ ପାଇଁ ବଡ଼ ବୋଝ ପାଲଟି ଗଲାଣି । ମହିଳା ଅତ୍ୟାଚାର ବିରୋଧରେ, ଚାଷୀର ହକ୍‌ ପାଇଁ ଲଢ଼ିବାକୁ ହେବ । ରାଜ୍ୟବାସୀଙ୍କ ସ୍ୱାର୍ଥକୁ ଗୁରତ୍ବ ଦେଇ ଏଇ ଲଢ଼େଇକୁ ଜୋରଦାର କରିବା ବୋଲି କହିଛନ୍ତି ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ସାରକୁ ନେଇ ବଡ଼ କଥା କହିଲେ ମନ୍ତ୍ରୀ: କହୁ କହୁ କହିଦେଲେ ଗତ ବର୍ଷ କ’ଣ …

ଭୁବନେଶ୍ୱର, ୨୩।୬: ଚଳିତ ଖରିଫ ଋତୁରେ ରାଜ୍ୟରେ ସାର ଯୋଗାଣକୁ ନେଇ କୌଣସି ଅସୁବିଧା ହେବନାହିଁ ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ସ୍ପଷ୍ଟ କରିଛନ୍ତି।…

ଆକ୍ସନ ମୋଡ୍‌ରେ ପୋଲିସ: ବିପୁଳ ଦେଶୀମଦ ଜବତ

ଦାରିଙ୍ଗବାଡି, ୨୩।୬ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ପୋଲିସ ପକ୍ଷରୁ ବସଷ୍ଟାଣ୍ଡ ଅଞ୍ଚଳରେ ଚଢ଼ାଉ କରି ବିପୁଳ ପରିମାଣର ମହୁଲ ପୋଚ ଜବତ ଓ ତାକୁ…

ଘର କାମ କରୁଥିଲେ ଶୋଭାରାଣୀ, ଲାଗିଲା କରେଣ୍ଟ୍‌: ଆଉ ତା’ପରେ..

ଖଇରା,୨୩।୬(ଉତ୍କଳ ବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ମହାତିପୁର ପଞ୍ଚାୟତ ଅଧୀନ ଚକ ଗ୍ରାମର ବୈକୁଣ୍ଠ ସାମଲ (୩୫)ଙ୍କ ପତ୍ନୀ ଶୋଭାରାଣୀ ମଙ୍ଗଳବାର ବିଦ୍ୟୁତ ସଂସ୍ପର୍ଶରେ…

ବେକ କାଟି ବାପାଙ୍କୁ ହତ୍ୟା କଲା ପୁଅ

ଟେନସା, ୨୩।୬ (ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲାର ଟେନସା ଫାଣ୍ଡି ଅନ୍ତର୍ଗତ ବରସୁଆଁ ବସ୍ତିରେ  ମଙ୍ଗଳବାର ସକାଳେ ଘରୋଇ କଳହକୁ କେନ୍ଦ୍ରକରି ଏକ ହୃଦୟବିଦାରକ ଘଟଣା…

ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଚାଷୀଙ୍କ ଧାରଣା: ଧାନବିକ୍ରି ଟୋକନ ଦାବିରେ ଗର୍ଜିଲେ

ବରଗଡ଼,୨୩।୬(ପ୍ରେମାନନ୍ଦ ଖମାରୀ)- ଖରିଫ ଚାଷକାର୍ଯ୍ୟ ସମୟ ଆସି ଯାଇଛି। ହେଲେ ବରଗଡ଼ ଜିଲାର ଚାଷୀମାନେ ଏପର୍ଯ୍ୟନ୍ତ ରବିରେ ଅମଳ ଧାନ ବିକ୍ରି କରି ପାରି ନାହାଁନ୍ତି ।…

ପୁଣି ଘୁଞ୍ଚିଲା OTET ପରୀକ୍ଷା: ରାଜସ୍ବ ମନ୍ତ୍ରୀଙ୍କ ବଡ଼ ସୂଚନା

ଭୁବନେଶ୍ୱର,୨୩।୬: ପୁଣି ଘୁଞ୍ଚିଲା OTET ପରୀକ୍ଷା। ଜୁନ୍‌ ୨୮ରେ ହେବାକୁ ଥିବା OTET ପରୀକ୍ଷା ତାରିଖ ଘୁଞ୍ଚାଯାଇଛି। ଜୁନ ୨୮ ବଦଳରେ ଜୁଲାଇ ୫ରେ ହେବ ପରୀକ୍ଷା।…

ଭବାନୀପାଟଣା ଅଭିମୁଖେ ଯାଉଥିବାବେଳେ ଓଲଟି ପଡିଲା ପିକ୍‌ଅପ୍‌ ଭ୍ୟାନ; ଅଳ୍ପକେ ବର୍ତ୍ତିଲେ ଗାଡିଚାଳକ

ଥୁଆମୂଳ ରାମପୁର, ୨୩।୬ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରକୁ ଜିଲା ସଦର ମହକୁମା ଭବାନୀପାଟଣା ସହ ସଂଯୋଗ କରୁଥିବା ମୁଖ୍ୟ ସଡ଼କରେ ମଙ୍ଗଳବାର ସକାଳେ…

ଶିକ୍ଷକଙ୍କ ପାଇଁ ବଡ଼ ଖବର: ଏଣିକି TET ପାସ ବାଧ୍ୟତାମୂଳକ

ଭୁବନେଶ୍ୱର,୨୩।୬: TET ପାସ କରି ନ ଥିବା ଶିକ୍ଷକଙ୍କ ପାଇଁ ମଙ୍ଗଳବାର ବଡ଼ ଖବର ଆସିଛି। ଦେଶର ସମସ୍ତ ଶିକ୍ଷକଙ୍କ ପାଇଁ TET ପାସ ବାଧ୍ୟତାମୂଳକ କରିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri