ବଲାଙ୍ଗୀର ପାଟଣାଗଡ଼ ବ୍ଲକ୍ ଅଫିସରେ ଅଭାବନୀୟ ଘଟଣା, ଝାମ୍ପିନେଇ ଫାଇଲ୍ ଚିରିଦେଲେ ଚେୟାରମ୍ୟାନ୍

ବଲାଙ୍ଗୀର,୭।୫(ସୁନିଲ କୁମାର ମହାନ୍ତି): ବ୍ଲକ ଅଫିସ ଭିତରେ ଫାଇଲ ଚିରିଦେଲେ ଚେୟାରମ୍ୟାନ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବୁଧବାର ବଲାଙ୍ଗୀର ଜିଲା ପାଟଣାଗଡ ବ୍ଲକ ଅଫିସରେ । ମୁଖ୍ୟକିରାଣୀଙ୍କ ଅଫିସ ରୁମ୍ ଟେବୁଲ ଉପରେ ଥିବା ରାସ୍ତା କାମର ଫାଇଲକୁ ଚିରିଦେଇଛନ୍ତି ବ୍ଲକ ଚେୟାରମେନ ନୀଳକାନ୍ତ ବାଗ ।

ଚେୟାରମ୍ୟାନ ଫାଇଲ୍ କାଗଜ ପତ୍ର ଚିରି ଦେଉଥିବା ପୁରା କାରନାମା ଭିଡ଼ିଓ ସିସିଟିଭିରେ କଏଦ ହୋଇଛି ।ଅଫିସ୍ ଭିତରେ ଫାଇଲ ଚିରିବା ନେଇ ବ୍ଲକ ଅଧିକାରୀ ଖବର ପାଇବା ଅଭିଯୋଗ ନେଇ ପାଟଣାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ବିଡିଓ ସୁମନ ମିଞ୍ଜ । ବିଡ଼ିଓଙ୍କ ଅଭିଯୋଗକୁ ଭିତ୍ତି କରି ପାଟଣାଗଡ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

ସୂଚନା ଅନୁଯାୟୀ ମଲ୍ଲିକମୁଣ୍ଡାରୁ ଧାତୁକ ରାସ୍ତା ତିଆରି ହୋଇଥିବା କାମର ଫାଇନାଲ ବିଲ୍ କରିବା ପାଇଁ ମୁଖ୍ୟକିରାଣୀଙ୍କ ଟେବୁଲ୍ ନିକଟରେ ଲାଗିଥିଲା ଫାଇଲ୍ । ଚେୟାରମ୍ୟାନ ଏହା ଜାଣିବା ପରେ ମୁଖ୍ୟ କିରାଣୀଙ୍କ ଅଫିସ ଭିତରକୁ ପଶି ଆସି ଫାଇଲରେ ଥିବା କାଗଜପତ୍ରକୁ ଚିରିଦେଇଥିବା ବେଳେ ଠିକା କାମ ଭଗବଣ୍ଟାକୁ ନେଇ ଏପରି ଘଟଣା ଘଟିଥିବା ବ୍ଲକ ଅଫିସରେ ଏବେ ଚର୍ଚ୍ଚା ହେଉଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଛଟେଇ ବିରୋଧରେ ଗର୍ଜିଲା ବିଦ୍ୟୁତ୍‌ କର୍ମଚାରୀ ସଂଘ, କର୍ତ୍ତୃପକ୍ଷଙ୍କୁ ଚେତାବନୀ ଦେଇ କହିଲା…

ବନ୍ତ,୭ା୫(କିଶୋର କୁମାର ସେଠୀ): ଟାଟା ପାଓ୍ବାର ଉତ୍ତର ଓଡ଼ିଶା ବିତରଣ ସୀମିତ ଅଧୀନରେ କାର୍ଯ୍ୟରତ ବାହ୍ୟସ୍ରୋତ ଏବଂ ବ୍ୟବସାୟିକ ସହଯୋଗୀ କର୍ମଚାରୀଙ୍କୁ ଛଟେଇ କରିବା ନିଷ୍ପତ୍ତିକୁ ନେଇ…

ମେଟ୍ରୋ ନେଇ କେନ୍ଦ୍ର ନଗର ଉନ୍ନୟନ ବିଭାଗର ବଡ଼ ସୂଚନା, ଗଡିବ ୨୦୦….

ଭୁବନେଶ୍ବର,୭।୫: ମେଟ୍ରୋ ନେଇ କେନ୍ଦ୍ର ନଗର ଉନ୍ନୟନ ବିଭାଗ ପକ୍ଷରୁ ବଡ଼ ସୂଚନା ଦିଆଯାଇଛି । ଟ୍ବିନସିଟିରେ ମେଟ୍ରୋ ନୁହେଁ, ଏହା ବଦଳରେ ଗଡିବ ୨୦୦ ଇଲେକ୍ଟ୍ରିକ୍…

ଏହି ଦିନ ଆସାମରେ ଶପଥ ନେବେ ନୂଆ ସରକାର, ଯୋଗଦେବେ ପ୍ରଧାନମନ୍ତ୍ରୀ

ଗୁଆହାଟୀ,୭।୫: ଆସାମରେ ନୂତନ ସରକାରଙ୍କ ଶପଥ ଗ୍ରହଣ ସମାରୋହ ମେ ୧୨ ତାରିଖରେ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମ ଗୁଆହାଟୀର ଖାନାପାରାସ୍ଥିତ ଭେଟେନାରୀ ଫିଲ୍ଡରେ ଅନୁଷ୍ଠିତ ହେବ…

ବଙ୍ଗରେ ଭାଜପା ସରକାର ଗଠନରେ ବାଧା ସୃଷ୍ଟି କରିବା ପାଇଁ ଏହି ଯୋଜନା କଲେ ମମତା, ଚିନ୍ତାରେ ପଡିଲା ଭାଜପା

କୋଲକାତା,୭।୫: ପଶ୍ଚିମବଙ୍ଗରେ ୨୦୭ ଆସନରେ ବିପୁଳ ବିଜୟ ପରେ, ଭାରତୀୟ ଜନତା ପାର୍ଟି (ଭାଜପା) ନୂତନ ସରକାର ଗଠନ ପାଇଁ ମେ ୯ ତାରିଖକୁ ତାରିଖ ଭାବରେ…

ବାଇକ୍‌ ଆରୋହୀଙ୍କୁ ଧକ୍କାଦେଇ ଓଲଟି ପଡ଼ିଲା ଟ୍ୟାଙ୍କର, ଚାଲିଗଲା ଜଣଙ୍କ ଜୀବନ

ସଇଁତଳା,୭ା୫(ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁତଳା ଦେଇ ଯାଇଥବା ବଲାଙ୍ଗୀର-ବୋରିଗୁମ୍ମା ୨୬ ନମ୍ବର ଜାତୀୟ ରାଜପଥ କେରମେଲି ଛକ ନିକଟରେ ଗୁରୁବାର ପୂର୍ବାହ୍ନରେ ଏକ ଟ୍ୟାଙ୍କର…

ଯାଜପୁର ନେତାଙ୍କୁ ଗୁରୁମନ୍ତ୍ର ଦେଲେ ନବୀନ, ଭାଜପା ସରକାର ବଡ଼ ବୋଝ….

ଭୁବନେଶ୍ବର,୭।୫: ଯାଜପୁର ଜିଲା ବିଜେଡି କାର୍ଯ୍ୟକାରିଣୀ ବୈଠକରେ ତାଗିଦ କଲେ ନବୀନ ପଟ୍ଟନାୟକ । ଭିଡିଓବାର୍ତ୍ତା ଜାରି କରି କହିଲେ, ମୁଁ ସବୁବେଳେ ଡିସିପ୍ଲିନ୍‌ ଉପରେ ଗୁରୁତ୍ବ…

ବାୟୁସେନା ଯବାନରୁ ଚନ୍ଦ୍ରନାଥ କେମିତି ହେଲେ ଶୁଭେନ୍ଦୁଙ୍କ ଡାହାଣ ହାତ? BJP  ପୂର୍ବରୁ TMC ସହ ଥିଲା ସମ୍ପର୍କ

କୋଲକାତା,୭।୫: ପଶ୍ଚିମବଙ୍ଗ ରାଜନୀତିରେ ପୁଣି ଏକ ବଡ଼ ଧରଣର ରକ୍ତପାତ ଦେଖିବାକୁ ମିଳିଛି। ବୁଧବାର ରାତିରେ ଭାଜପା ନେତା ତଥା ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ…

ବଙ୍ଗରେ ପରାଜୟ ପରେ TMCରେ ଫାଟ! ବୈଠକ ଡାକିଲେ ଦିଦି, ଆସିଲେନି ୯ ବିଧାୟକ

କୋଲକାତା,୭।୫: ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ସଦ୍ୟ ସମାପ୍ତ ବିଧାନସଭା ନିର୍ବାଚନରେ ଭାଜପା ଠାରୁ ହାରିବା ପରେ ଦଳୀୟ ଲୋକ ଅନ୍ତର୍ଘାତୀ କାମ କରିଥିବା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri