ପଶ୍ଚିମବଙ୍ଗ ନିର୍ବାଚନ ଫଳ ପ୍ରକାଶ ପରେ ଅନୁପ୍ରବେଶକାରୀଙ୍କ ଠିକଣା ପାଲଟୁଛି ମହାକାଳପଡ଼ା, ଜଳପଥରେ ଆସି…

କେନ୍ଦ୍ରାପଡ଼ା,୭ା୫ (ଜଗନ୍ନାଥ ଧଳ): ପଶ୍ଚିମବଙ୍ଗ ନିର୍ବାଚନ ଫଳ ପ୍ରକାଶ ପାଇଛି। ସେହି ରାଜ୍ୟରେ ଭାଜପା ସରକାର ଗଠନ କରିବାକୁ ଯାଉଛି। ଏହା ପୂର୍ବରୁ ସେଠାରେ ଅନୁପ୍ରବେଶ କରିଥିବା ବାଂଲାଦେଶୀଙ୍କ ଧାଡି ଏବେ କେନ୍ଦ୍ରାପଡା ଜିଲା ଆଡକୁ ମୁହଁ।ଇଛନ୍ତି। ଏବେ ମହାକାଳପଡା ଅଞ୍ଚଳରେ ନୂଆ ମୁହଁ ଦେଖିବାକୁ ମିଳିଲାଣି। ୨୦୦୪ରେ ସରକାରୀସ୍ତରରେ ୧୬୪୯ ଅନୁପ୍ରବେଶକାରୀ ଏହି ଜିଲାରେ ରହିଥିବା ଚିହ୍ନଟ ହୋଇଥିଲା। ୨୨ ବର୍ଷ ମଧ୍ୟରେ ମାତ୍ର ୩ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ଅନୁପ୍ରବେଶକାରୀଙ୍କ ପାଇଁ ମହାକାଳପଡା ବ୍ଲକ ଚର୍ଚ୍ଚାରେ ରହିଛି। ଜଙ୍ଗଲ ଜମି ଦଖଲ କରି ଏବେ ପଟ୍ଟା ପାଇବା ପାଇଁ ସ୍ଥାନୀୟ ଅଞ୍ଚଳବାସୀ ବିଭିନ୍ନ ସମୟରେ ଚାପ ସୃଷ୍ଟି କରୁଛନ୍ତି। ସେହିପରି ଅପୁପ୍ରବେଶକୁ ନେଇ ଜିଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଭିତ୍ତିଭୂମି ଅଭାବରୁ ୩ ସାମୁଦ୍ରିକ ଥାନା ଜମ୍ବୁ, ତନ୍ତିଆପାଳ ଓ ତାଳଚୁଆ କାଗଜପତ୍ରରେ ଚାଲିଛି। ସମୁଦ୍ର ଜଳପଥରେ ବାଂଲାଦେଶ ମାତ୍ର ୮ ଘଣ୍ଟାର ବାଟ ହୋଇଥିବାରୁ ଅନୁପ୍ରବେଶକୁ ନେଇ ଜିଲାବାସୀ ଚିନ୍ତାରେ ଅଛନ୍ତି।
ସ୍ଥାନୀୟ ଅଞ୍ଚଳର ଅମରବର ବିଶ୍ୱାଳ, ମନୋଜ କୁମାର ସିଂହ, ନୀହାର ରଞ୍ଜନ ପ୍ରଧାନ ଓ ପ୍ରତାପ କୁମାର ତ୍ରିପାଠୀ ପ୍ରମୁଖ ଏହି ଅଞ୍ଚଳ କ୍ରମାଗତ ଭାବେ ଅନୁପ୍ରବେଶକାରୀଙ୍କ ଯୋଗୁ ଅପରାଧପ୍ରବଣ ହେଉଥିବା ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି।
ସେମାନେ କହିଛନ୍ତି, ଜିଲାରେ ୪୮ କି.ମି. ସମୁଦ୍ର ତଟ ରହିଛି। ସମୁଦ୍ର ତଟରେ ୬୮୨ ବର୍ଗ କି.ମି. ଜାତୀୟ ଉଦ୍ୟାନ ଭିତରକନିକା। ତଟ ସୁରକ୍ଷା ପାଇଁ ତଟାଞ୍ଚଳ ସୁରକ୍ଷା ବାହିନୀ ଦାୟିତ୍ୱରେ ଥିବା ବେଳେ ଜିଲାର ଜମ୍ବୁ, ତାଳଚୁଆ ଓ ତନ୍ତିଆପାଳ ସାମୁଦ୍ରିକ ଥାନା ରହିଛି। ଏଥିସହିତ ରାଜନଗର ଓ ମହାକାଳପଡା ଥାନା ଅଛି। ୫ ଥାନା ଓ ତଟସୁରକ୍ଷା ବାହିନୀ, ବନବିଭାଗର ନଜର ସତ୍ତ୍ୱେ ସମୁଦ୍ର ପଥ ଦେଇ ବାଂଲାଦେଶରୁ କେନ୍ଦ୍ରାପଡା ପର୍ଯ୍ୟନ୍ତ ଅବାଧ ଯାତାୟାତ ହେଉଛି।
ସେହିପରି ଅନୁପ୍ରବେଶକାରୀ ଜଙ୍ଗଲ ଜମି ବ୍ୟବହାର କରି ସ୍ଥାନୀୟ ଅଧିବାସୀ ପରିଚୟ ହାସଲ ସହିତ ବିଭିନ୍ନ ଅପରାଧର ସାମିଲ ହେଉଛନ୍ତି। ଭିତରକନିକା ସଂରକ୍ଷିତ ଅଞ୍ଚଳରେ ସଡ଼କ ଯୋଗାଯୋଗ ନ ଥିବା ଓ ଏହି ଅଞ୍ଚଳ ଜଙ୍ଗଲ ମଧ୍ୟରେ ଥିବାରୁ ଅଶାନ୍ତ ପରିବେଶ ସୃଷ୍ଟି କରୁଛନ୍ତି। ମହାକାଳପଡା ଓ ରାଜନଗର ବ୍ଲକର ୫ ଥାନାରେ ଗତ ଦୁଇ ବର୍ଷ ମଧ୍ୟରେ ଶତାଧିକ ମହିଳା ଓ ଯୁବତୀଙ୍କ ନିଖୋଜ ମାମଲା ରୁଜୁ ହୋଇଛି। ୯୫ ପ୍ରତିଶତ ମାମଲା ପ୍ରେମ ବ୍ୟାପାର କହି ତଦନ୍ତ ହେଉ ନାହିଁ। ବାସ୍ତବରେ ଏହା ଶ୍ରମିକ ଚାଲାଣ ପରି ଘଟଣା ପରବର୍ତ୍ତୀ ସମୟରେ ଜଣାପଡୁଛି। ପର୍ଯ୍ୟାପ୍ତ ଜଙ୍ଗଲ ଜମିକୁ ଜିଲା ପ୍ରଶାସନ ପକ୍ଷରୁ ତନଖି କରାଯାଉ ନ ଥିବାରୁ ଜବରଦଖଲ ବଢ଼ିବା ସହିତ ବେଆଇନ ଚିଙ୍ଗୁଡି ଘେରି ଗଢିଉଠୁଛି। ଏପରିକି ୨୦୦୧ ବନିପାଳରେ ଏକ ନକଲି ରେଡିଓ ଷ୍ଟେଶନ ନିର୍ମାଣ ଘଟଣା ଜଣା ପଡିଥିବା ବେଳେ ୨୦୦୨ରେ ଫରେଷ୍ଟ ଗାର୍ଡ ଶ୍ୟାମ ସିଂହଙ୍କୁ ଗୁଳି କରି କେତେଜଣ ହତ୍ୟା କରିଥିଲେ।
ଏ ସମ୍ପର୍କରେ ଏସ୍‌ଡିପିଓ ଜ୍ୟୋତିରଞ୍ଜନ ଗୌଡ କହିଛନ୍ତି, ଅନୁପ୍ରବେଶକୁ ଜିଲା ପୋଲିସ ଗୁରୁତ୍ୱ ଦେଇଛି। ୨୦୨୫ ଅଗଷ୍ଟରୁ ରାସ୍ତାରେ ଯାତାୟାତ କରୁଥିବା ଗାଡିଗୁଡିକ ଯାଞ୍ଚ ହେଉଛି। ସମୁଦ୍ର ପଥକୁ କଡା ନଜରରେ ରଖାଯାଇଛି। ନିକଟରେ ତନ୍ତିଆପାଳ ସାମୁଦ୍ରିକ ଥାନାକୁ ସ୍ପିଡ୍‌ ବୋଟ ଯୋଗାଇ ଦିଆଯାଇଥିବା ଗୌଡ ପ୍ରକାଶ କରିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଘରେ କେହି ନ ଥିଲେ, ତାଲା ଭାଙ୍ଗି ୫.୫ ଲକ୍ଷ ଟଙ୍କା ସହ ସୁନା ଅଳଙ୍କାର ଲୁଟି ନେଲେ …

ପାରଳାଖେମୁଣ୍ଡି,୮|୮(ଗିରିଧାରୀ ପରିଛା)- ପାରଳାଖେମୁଣ୍ଡି ସହର ସଞ୍ଜୟଗାନ୍ଧୀ କଲୋନୀରେ ଘରେ କେହି ନଥିବା ଏକ ବଡ଼ ସୁଯୋଗ ନେଇ ଦୁର୍ବୃତ୍ତମାନେ ଘରର ତାଲା ଭାଙ୍ଗି ଏକ ବଡ଼ଧରଣର ଚୋରି…

ଏହି ଦେଶରୁ ବିଦା ହେଲେଣି ୩ ହଜାରରୁ ଊର୍ଦ୍ଧ୍ୱ ଭାରତୀୟ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୮ା୮: କାନାଡା ଚଳିତ ବର୍ଷର ପ୍ରଥମ ୬ ମାସ ମଧ୍ୟରେ ୩,୩୨୩ ଜଣ ଭାରତୀୟଙ୍କୁ ବିଦା କରିଛି, ଯାହାକି ଗତବର୍ଷ ବହିଷ୍କୃତ ହୋଇଥିବା ସଂଖ୍ୟା ତୁଳନାରେ ଅଧିକ।…

ନାବାଳିକାଙ୍କୁ ଅପହରଣ କରି ନେଇ ସମ୍ପର୍କୀୟଙ୍କ ଘରେ ରଖିଥିଲେ, ଅଭିଯୁକ୍ତ ନାବାଳକ ଅଟକ

ଦିଗପହଣ୍ଡି,୮|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧୀନ ଏକ ଗାଁରୁ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା। ଏନେଇ ନାବାଳିକାଙ୍କ…

ତାମିଲନାଡୁରେ ଟ୍ରେନରୁ ଖସି ଓଡ଼ିଆ ଦାଦନ ଶ୍ରମିକ ମୃତ, ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ଏମ୍.ପି

ଦିଗପହଣ୍ଡି,୮।୮(ଅଶେଷ ନାଥ ମିଶ୍ର): ତାମିଲନାଡୁରେ ଟ୍ରେନରୁ ଖସି ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ପଞ୍ଚାୟତ ସାହିର ଜଣେ ଓଡ଼ିଆ ଦାଦନ ଶ୍ରମିକଙ୍କର ମୃତ୍ୟୁ ଘଟିଛି।…

ବରଗଡ଼ ଜିଲା ଯୋଜନା କମିଟି ସଦସ୍ୟ ନିର୍ବାଚନ: ସମସ୍ତ ୧୫ ଆସନ ପୋଛିନେଲା ବିଜେଡି

ବରଗଡ଼,୮।୮(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଯୋଜନା କମିଟି ସଦସ୍ୟ ନିର୍ବାଚନରେ ବିଜେଡି ବାଜିମାତ କରିଛି। ଜିଲା ଯୋଜନା କମିଟିର ସମସ୍ତ ୧୫ଟି ଆସନକୁ ବିଜେଡି ପୋଛି ନେଇଛି…

ତାମିଲନାଡୁରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ

କର୍ଲାମୁଣ୍ଡା,୮ା୮(ପ୍ରଦୀପ କୁମାର ସାହୁ): ଦାଦନ ଖଟିବାକୁ ଯାଇଥିବା ଜଣେ ଶ୍ରମିକଙ୍କ ଅକାଳ ମୃତ୍ୟୁ ଘଟିଛି। ସେ ହେଲେ କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତ ଅବୁଜବାହାଲ ଗ୍ରାମର ସୀମାଞ୍ଚଳ…

ବସଷ୍ଟାଣ୍ଡ ନାହିଁ, ରାଜପଥରେ ‘ଆମ ବସ’ ପାର୍କିଂ ଯୋଗୁ ବଢୁଛି ଟ୍ରାଫିକ ସମସ୍ୟା

ହାଟଡିହୀ/ଛେନାପଦୀ,୮।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକରେ ସ୍ଥାୟୀ ବସ ଷ୍ଟାଣ୍ଡ ନାହିଁ କି ପାର୍କିଂ ପାଇଁ ନିର୍ଦ୍ଦିଷ୍ଟ ସ୍ଥାନ ନାହିଁ, ଯାହାଫଳରେ ବାଧ୍ୟ ହୋଇ…

ଫୁଟବଲ ପ୍ରତିଯୋଗିତା: ସୋନପୁରକୁ ହରାଇ ଫାଇନାଲରେ ଜିଏମ୍‌ୟୁ ସମ୍ବଲପୁର

ଅତାବିରା, ୮ା୮(ଯୁଧିଷ୍ଠିର ମହାପାତ୍ର): ଅତାବିରା ବାଳକ ହାଇସ୍କୁଲ ପଡ଼ିଆରେ ଦୁଇଦିନିଆ ଫୁଟବଲ ପ୍ରତିଯୋଗିତା ଶନିବାର ଉଦ୍‌ଘାଟିତ ହୋଇଯାଇଛି l ଅତାବିରା ଫୁଟବଲ ଟିମ୍‌ ପକ୍ଷରୁ ଆୟୋଜିତ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri