ଭାରତକୁ ନାଲିଆଖି ଦେଖାଇଲେ ନେପାଳ ସରକାର, ଧମକ ଦେଇ କହିଲେ କାଠମାଣ୍ଡୁର ସମ୍ମତି ବିନା…

କାଠମାଣ୍ଡୁ,୬ା୫: ନେପାଳର ବାଲେନ ସରକାର ଭାରତକୁ ନାଲିଆଖି ଦେଖାଇଛନ୍ତି। ନେପାଳ ସରକାର ମାନସରୋବର ଯାତ୍ରାର ପଥକୁ କଡ଼ା ବିରୋଧ କରିଛନ୍ତି। ଏହା ଭାରତ ଏବଂ ନେପାଳ ମଧ୍ୟରେ ଲିପୁଲେଖ ବିବାଦକୁ ପୁଣି ଥରେ ଚର୍ଚ୍ଚାକୁ ଆଣିଛି। ଭାରତ ଏବଂ ଚାଇନା ଲିପୁଲେଖ ଘାଟ ଦେଇ କୈଳାସ ମାନସରୋବର ଯାତ୍ରା ପୁନଃ ଆରମ୍ଭ କରିବାକୁ ରାଜି ହୋଇଛନ୍ତି। ବାଲେନ ସରକାର କହିଛନ୍ତି, କାଠମାଣ୍ଡୁର ସମ୍ମତି ବିନା ଏହି ତୀର୍ଥଯାତ୍ରା ଆୟୋଜନ କରାଯାଇପାରିବ ନାହିଁ, କାରଣ ଲିପୁଲେଖ ନେପାଳର ଅଂଶ।

ନେପାଳ ସରକାର ଏହି ପ୍ରସଙ୍ଗରେ ଭାରତ ଏବଂ ଚାଇନା ଉଭୟକୁ କୂଟନୈତିକ ଚିଠି ପଠାଇଛନ୍ତି। ଭାରତ ପୂର୍ବରୁ ନେପାଳର ଦାବିକୁ ପ୍ରତ୍ୟାଖ୍ୟାନ କରିସାରିଛି। ଚାଇନା ମଧ୍ୟ ନେପାଳର ସ୍ଥିତି ଗ୍ରହଣ କରିବାକୁ କୌଣସି ପଦକ୍ଷେପ ନେଇନାହିଁ। ବିଶ୍ଳେଷକମାନେ ବିଶ୍ୱାସ କରନ୍ତି ଯେ, ଲିପୁଲେଖ ବିବାଦ ସମ୍ପର୍କରେ ନେପାଳ ଗତ କିଛି ବର୍ଷ ମଧ୍ୟରେ ଏପରି ପଦକ୍ଷେପ ନେଇଛି ଯାହା ପରିସ୍ଥିତିକୁ ଆହୁରି ତୀବ୍ର କରିଛି।

ବିବାଦର ମୂଳ ହେଉଛି ଲିମ୍ପିଆଧୁରା, ଲିପୁଲେଖ ଏବଂ କଳାପାଣିର ତ୍ରି-ସଂଯୋଗ, ଯାହା ଭାରତର ଅଂଶ ଏବଂ ଭାରତ ଦ୍ୱାରା ମଧ୍ୟ ନିୟନ୍ତ୍ରିତ। ନେପାଳ ଏହି ଅଞ୍ଚଳକୁ ଦାବି କରେ ଏବଂ ୧୮୧୬ର ସୁଗୌଲି ଚୁକ୍ତିନାମା କଥା କହେ। ନେପାଳ କହିଛି, ଭାରତ କିମ୍ବା ଚାଇନା ତାଙ୍କ ସମ୍ମତି ବିନା ଲିପୁଲେଖ ଦେଇ ବାଣିଜ୍ୟ କିମ୍ବା ଯାତ୍ରା କରିପାରିବେ ନାହିଁ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ପ୍ରାରମ୍ଭିକ କାର୍ଯ୍ୟକାଳରେ ଏହି ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ଇଚ୍ଛୁକ ଥିଲେ। ତେଣୁ ସେ ୨୦୧୪ରେ ନେପାଳ ଗସ୍ତ କରିଥିଲେ। ସେହି ସମୟରେ, ଉଭୟ ଦେଶର ବୈଦେଶିକ ସଚିବମାନଙ୍କୁ ଆଲୋଚନା କରିବାର ଦାୟିତ୍ୱ ଦିଆଯାଇଥିଲା। କିନ୍ତୁ ପରେ ଏପରି ପରିସ୍ଥିତି ସୃଷ୍ଟି ହେଲା ଯେ ଗୋଟିଏ ବି ବୈଠକ ହୋଇପାରିଲା ନାହିଁ। ମେ’ ୨୦୨୦ରେ ନେପାଳର ଓଲି ସରକାର ଏକ ପଦକ୍ଷେପ ନେଇ ପରିସ୍ଥିତିକୁ ଆହୁରି ଖରାପ କରିଦେଲା।

ଓଲି ସରକାର ନେପାଳର ସୀମା ମଧ୍ୟରେ ଏହି ତିନୋଟି ଅଞ୍ଚଳକୁ ଦର୍ଶାଇ ଏକ ମାନଚିତ୍ର ପ୍ରକାଶ କଲେ ଏବଂ ସଂସଦ ଏହି ମାନଚିତ୍ରକୁ ଅନୁମୋଦନ କଲେ। ପରବର୍ତ୍ତୀ ସମୟରେ, ଜୁନ୍‌ ୨୦୨୦ରେ, ନେପାଳ ଜାତୀୟ ପ୍ରତୀକରେ ମାନଚିତ୍ରକୁ ଅନ୍ତର୍ଭୁକ୍ତ କରିବା ପାଇଁ ଏହାର ସମ୍ବିଧାନ ସଂଶୋଧନ କଲା। ଭାରତ ଏହାର ଦୃଢ଼ ବିରୋଧ କରିଥିଲା।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟାଳୟରେ ବୁର୍ଖା ଉପରେ ଲାଗୁ ହେବ କଟକଣା! ସୀମିତ ହେବ ବିଦେଶୀ ଛାତ୍ରଙ୍କ ସଂଖ୍ୟା

ରୋମ୍‌,୨୦।୯: ଇଟାଲୀର ସ୍କୁଲଗୁଡ଼ିକରେ ବୁର୍ଖା ଭଳି ମୁହଁ ସମ୍ପୂର୍ଣ୍ଣ ଢାଙ୍କୁଥିବା ପୋଷାକ ଉପରେ ପ୍ରତିବନ୍ଧ ଲଗାଇବା ସହ ପ୍ରତି କ୍ଲାସରେ ବିଦେଶୀ ଛାତ୍ରଙ୍କ ସଂଖ୍ୟା ସୀମିତ କରିବାକୁ…

SIR ନୋଟିସ୍‌: ଜୟଶଙ୍କରଙ୍କଠାରୁ ଆଡଭାନିଙ୍କ ପର୍ଯ୍ୟନ୍ତ, ତାଲିକାରେ ଅନେକ VVIP ଭୋଟର

ନୂଆଦିଲ୍ଲୀ,୨୦।୯: ଦିଲ୍ଲୀରେ ଚାଲିଥିବା ଭୋଟର ତାଲିକା ସ୍ବତନ୍ତ୍ର ସଘନ ସଂଶୋଧନ (SIR) ପ୍ରକ୍ରିୟାକୁ ନେଇ ଅନେକ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ ନିର୍ବାଚନ କମିଶନଙ୍କ ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି…

ଚମକାଇଦେଲା BCCIର ନିଷ୍ପତ୍ତି! ଟିମ୍ ଇଣ୍ଡିଆର ନୂଆ ହେଡ୍ କୋଚ୍ ହେଲେ…

ନୂଆଦିଲ୍ଲୀ,୨୦ା୯: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଦ୍ରୁତ ବୋଲର ଲକ୍ଷ୍ମୀପତି ବାଲାଜୀଙ୍କୁ ଭାରତ-ଏ ଦଳର ହେଡ୍‌ କୋଚ୍‌ ଭାବେ ନିଯୁକ୍ତ କରାଯାଇଛି । ଅଷ୍ଟ୍ରେଲିଆ-ଏ ବିପକ୍ଷ ମଲ୍ଟି-ଫର୍ମାଟ୍‌…

ପାକିସ୍ତାନରେ ହଲଚଲ! ଆନ୍ଦୋଳନ ପୂର୍ବରୁ ପୋଲିସ୍‌ର ବଡ଼ କାର୍ଯ୍ୟାନୁଷ୍ଠାନ, ଗିରଫ ହେଲେ….

ଇସଲାମାବାଦ,୨୦ା୯: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଓ ପାକିସ୍ତାନ ତେହରିକ୍‌-ଏ-ଇନ୍‌ସାଫ୍‌ (PTI) ମୁଖ୍ୟ ଇମ୍ରାନ ଖାନ୍‌ଙ୍କ ଭଉଣୀ ଅଲିମା ଖାନ୍‌ଙ୍କୁ ଲାହୋର ପୋଲିସ୍‌ ଗିରଫ କରିଛି । ରବିବାର…

ହଠାତ୍ ଆକ୍ରମଣରେ ଥରିଲା ରୁଷିଆ, ହଜାରେରୁ ଅଧିକ ଡ୍ରୋନ୍‌ ମାଡ଼ କଲା ୟୁକ୍ରେନ

ମସ୍କୋ,୨୦ା୯: ରୁଷିଆ ଉପରେ ୟୁକ୍ରେନ୍‌ ବଡ଼ଧରଣର ଡ୍ରୋନ୍‌ ଆକ୍ରମଣ କରିଛି । ରୁଷିଆର ଅଧିକାରୀଙ୍କ ଦାବି ଅନୁସାରେ, ବିଭିନ୍ନ ଅଞ୍ଚଳରେ ୧,୧୦୦ରୁ ଅଧିକ ୟୁକ୍ରେନୀୟ ଡ୍ରୋନ୍‌ ଉଡ଼ିଥିଲା।…

ସକାଳୁ ସକାଳୁ ବର୍ଷାକୁ ନେଇ ବଡ଼ ଅପଡେଟ୍‌: ଜାରି ହେଲା ଆଲର୍ଟ, ଓଡ଼ିଶାର ଏହି ଜିଲାରେ…

ଭୁବନେଶ୍ୱର,୨୦ା୯(ସୌମ୍ୟରଞ୍ଜନ ରାଉତ): ଉତ୍ତର ଆଣ୍ଡାମାନ ସାଗର ଓ ତା’ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟ ଘୂର୍ଣ୍ଣିବଳୟ ଶନିବାର ସାରେ ଲଘୁଚାପର ରୂପ ନେଇଛି। ପଶ୍ଚିମ ଓ ଉତ୍ତର ପଶ୍ଚିମ…

ମଧ୍ୟପ୍ରଦେଶ ଟ୍ରାଜେଡ଼ି: ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୯: ମଧ୍ୟପ୍ରଦେଶକୁ ବୁଲିବାକୁ ତଥା ଦେବଦର୍ଶନ ପାଇଁ ଯାଇଥିବା ଓଡ଼ିଶାର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟଣାରେ…

ଡେଙ୍ଗୁ ରୋଗୀଙ୍କ ପାଇଁ ହସ୍ପିଟାଲରେ ମିଳୁନି ସ୍ଥାନ, ଚଟାଣରେ ଚାଲିଛି ଚିକିତ୍ସା; ୧୮ ଦିନରେ ୭୯ ମୃତ୍ୟୁ

ଢାକା,୧୯।୯: ବର୍ତ୍ତମାନ ବାଂଲାଦେଶ ଏକ ଭୟଙ୍କର ଡେଙ୍ଗୁ ପ୍ରକୋପର ସାମ୍ନା କରୁଛି। ରାଜଧାନୀ ଢାକା ଏବଂ ଏହାର ଆଖପାଖ ଅଞ୍ଚଳରେ ଏହି ରୋଗ ଦ୍ରୁତ ଗତିରେ ବ୍ୟାପୁଥିବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?