Posted inଜାତୀୟ

ଫସିଗଲେ ଥଲାପତି ବିଜୟ: ରାଜ୍ୟପାଳ ରଖିଲେ ବଡ଼ ସର୍ତ୍ତ, ଏବେ ହେବ କ’ଣ

ଚେନ୍ନାଇ,୭।୫: ତାମିଲନାଡୁ ବିଧାନସଭା ନିର୍ବାଚନର ଫଳାଫଳ ପରେ ମଧ୍ୟ ନୂତନ ସରକାର ଗଠନ ସମ୍ପର୍କିତ ଚିତ୍ର ଅସ୍ପଷ୍ଟ ରହିଛି। କଂଗ୍ରେସ ସମର୍ଥନରେ ସରକାର ଗଠନ ପାଇଁ ଦାବି କରିବାର ଗୋଟିଏ ଦିନ ପରେ ଗୁରୁବାର ବିଜୟ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କୁ ଭେଟିବା ପାଇଁ ପୁଣି ଲୋକଭବନ ଯାଇଥିଲେ। ବୁଧବାର ସେ ରାଜ୍ୟପାଳଙ୍କୁ କଂଗ୍ରେସ ଦଳର ସମର୍ଥନ ପତ୍ର ପ୍ରଦାନ କରିଥିଲେ ଏବଂ ସରକାର ଗଠନ ପାଇଁ ଦାବି କରିଥିଲେ। ରାଜ୍ୟପାଳ ଏପର୍ଯ୍ୟନ୍ତ ଏହି ପ୍ରସଙ୍ଗରେ କୌଣସି ନିଷ୍ପତ୍ତି ନେଇ ନାହାଁନ୍ତି। ସୂତ୍ର ଅନୁଯାୟୀ, ଟିଭିକେ ମୁଖ୍ୟ ବିଜୟ କେବଳ ତାଙ୍କର ସଂଖ୍ୟାଗରିଷ୍ଠତା ପ୍ରମାଣ କରିବା ପରେ ଶପଥ ନେଇପାରିବେ। କିନ୍ତୁ ତାମିଲନାଡୁ ରାଜ୍ୟପାଳ ରାଜ୍ୟରେ ଏକ ସ୍ଥିର ସରକାର ଚାହାଁନ୍ତି। ତେଣୁ ସେ ବିଜୟଙ୍କୁ ବହୁମତ ସାବ୍ୟସ୍ତ ପାଇଁ ସିଧାସିଧା କହିଛନ୍ତି।

ଟିଭିକେ ମୁଖ୍ୟ ବିଜୟ ଗୁରୁବାର ସରକାର ଗଠନ ବିଷୟରେ ଆଲୋଚନା କରିବା ପାଇଁ ବିଜୟୀ ଦଳର ନେତାମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି। ପାଞ୍ଚ ଜଣ କଂଗ୍ରେସ ବିଧାୟକ ଟିଭିକେକୁ ସମର୍ଥନ ପ୍ରଦାନ କରିଛନ୍ତି, କିନ୍ତୁ ବିଜୟଙ୍କ ଦଳ ୨୩୪ ସଦସ୍ୟ ବିଶିଷ୍ଟ ବିଧାନସଭାରେ ବହୁମତ ହାସଲ କରିବାର ସମ୍ଭାବନା କମ। ସରକାର ଗଠନ ପାଇଁ ୧୧୮ ବିଧାୟକଙ୍କ ଆବଶ୍ୟକତା ରହିଛି ଏବଂ ୨୩ ଏପ୍ରିଲରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଟିଭିକେ ୧୦୮ ଆସନ ଜିତିଥିଲେ। ଏଥିରୁ ବିଜୟଙ୍କୁ ତାଙ୍କ ଦ୍ୱାରା ଜିତିଥିବା ଦୁଇଟି ଆସନ ମଧ୍ୟରୁ ଗୋଟିଏରୁ ଇସ୍ତଫା ଦେବାକୁ ପଡିବ।

ଏହି ସମୟରେ ବିଜୟଙ୍କ ଶପଥ ଗ୍ରହଣରେ ବିଳମ୍ବ ଉପରେ ସିପିଆଇ ପ୍ରଶ୍ନ ଉଠାଇଛି। ସିପିଆଇ କହିଛି,ତାମିଲନାଡୁର ଲୋକମାନେ ସ୍ପଷ୍ଟ ବହୁମତ ଦେଇ ନ ଥାଆନ୍ତେ, ଟିଭିକେ ୧୦୮ ଆସନ ଜିତି ସବୁଠାରୁ ବଡ଼ ଦଳ ଭାବରେ ଉଭା ହୋଇଛି। ଏହି ଆଧାରରେ ଟିଭିକେ ମୁଖ୍ୟ ବିଜୟ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିଛନ୍ତି। ଶପଥ ଗ୍ରହଣ ପୂର୍ବରୁ ଟିଭିକେକୁ ବହୁମତ ପ୍ରମାଣ କରିବାକୁ କହିବା ଗ୍ରହଣୀୟ। ରାଜ୍ୟପାଳ ଟିଭିକେକୁ ଗୃହରେ ବହୁମତ ପ୍ରମାଣ କରିବା ପାଇଁ ଏକ ଯୁକ୍ତିଯୁକ୍ତ ସମୟ ଦେବା ଉଚିତ। ଏ ସମ୍ପର୍କରେ ଅନେକ ଗୁରୁତ୍ୱପୂର୍ଣ୍ଣ ସୁପ୍ରିମକୋର୍ଟଙ୍କ ରାୟ ମଧ୍ୟ ଉପଲବ୍ଧ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

କଳିଙ୍ଗା ଘାଟି ରାସ୍ତା ଖୋଲିଲା: ଯାନବାହନ ଚଳାଚଳ ସ୍ବାଭାବିକ

ଭଞ୍ଜନଗର,୭।୧୧(ବାବୁଲା ପ୍ରଧାନ): ଗଞ୍ଜାମ ଓ କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟିରେ ବାରମ୍ବାର ଭୂସ୍ଖଳନ ଯୋଗୁ ରାସ୍ତା ବନ୍ଦ ରହିଥିବାରୁ ଏହା କେବେ ଖୋଲିବ, ସେନେଇ…

ଦାରିଙ୍ଗବାଡ଼ି-ଗାଜଲବାଡ଼ି ରାସ୍ତାରେ ଗଡ଼ିଲା ୪ ଚକିଆ ଗାଡ଼ି: ଭାରୀଯାନ ଉପରେ କଟକଣା ଜାରି

ଦାରିଙ୍ଗବାଡ଼ି, ୭।୧୧ (ଅରୁଣ ସାହୁ): ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୂସ୍ଖଳନ ଓ ବନ୍ୟା ଯୋଗୁ କ୍ଷତିଗ୍ରସ୍ତ ହୋଇଥିବା ଦାରିଙ୍ଗବାଡ଼ି-ଗାଜଲବାଡ଼ି ରାସ୍ତାରେ ଯାତାୟାତ ପୁଣି ସୱାଭାବିକ ହେବାକୁ ଯାଉଛି।…

କୋଟିଆ ପ୍ରସଙ୍ଗ: ଏଇଠି ସରିଲା ନା ଆଗକୁ ଲଢ଼ିବେ

ପଟ୍ଟାଙ୍ଗି,୭ା୧୧(ଶରତ କୁମାର ଧଳ):କୋରାପୁଟ ଜିଲା କୋଟିଆ ପଞ୍ଚାୟତରେ ଆନ୍ଧ୍ର ନିର୍ବାଚନକୁ ନେଇ କିଛିଦିନ ଧରି ଓଡ଼ିଶା-ଆନ୍ଧ୍ରର ପ୍ରଶାସନିକ ଅଧିକାରୀ ଏବଂ ନେତା ମୁହଁାମୁହିଁ ହୋଇଥିଲେ। ସୀମାନ୍ତରେ ପ୍ରତିଦିନ…

ICCର ବଡ଼ ଘୋଷଣା: ନେପାଳରେ ଖେଳାଯିବ ବିଶ୍ୱକପ୍‌…

ନୂଆଦିଲ୍ଲୀ,୭।୧୧: ୨୦୨୭ ଆଇସିସି ପୁରୁଷ ଦିନିକିଆ ବିଶ୍ୱକପକୁ ନେଇ ବଡ଼ ଘୋଷଣା କରିଛି ଆଇସିସି। ଆସନ୍ତା ଡିସେମ୍ବର ୪ରୁ ନେପାଳରେ ଆରମ୍ଭ ହେବ ୱାଲର୍‌ଡ କପ କ୍ୱାଲିଫାୟର…

W, W, W, W…୪ ବଲ୍‌ରେ ୪ ଉଇକେଟ! ଡବଲ ହ୍ୟାଟ୍ରିକ ନେଇ ଇତିହାସ ରଚିଲେ ବୈଷ୍ଣବୀ

ନ୍ୟୁ ଚଣ୍ଡୀଗଡ଼,୭।୧୧: ଭାରତୀୟ ମହିଳା କ୍ରିକେଟ୍‌ରେ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି ଷ୍ଟାର ସ୍ପିନର ବୈଷ୍ଣବୀ ଶର୍ମା। ମାତ୍ର ୪ଟି ବଲ୍‌ରେ ଲଗାତାର ୪ଟି ଉଇକେଟ ନେଇ…

ରିଲ୍ସ ପାଇଁ ନାବାଳକଙ୍କ ଆଖିରେ ପଟି ବାନ୍ଧି ନିଆଁ ଲଗାଇଲେ

କୋଲକାତା,୭ା୧୧: ସୋସିଆଲ ମିଡିଆ ପାଇଁ ରିଲ୍ସ କରିବା ନିଶାରେ ଜଣେ ନାବାଳକଙ୍କ ଆଖିରେ ପଟି ବାନ୍ଧି ତାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିବା ଅଭିଯୋଗରେ…

ଓବିସି କ୍ରିମି ଲେୟର ମାପଦଣ୍ଡ ଉପରେ ଆଭିମୁଖ୍ୟ ଦୋହରାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୭ା୧୧: ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) କ୍ରିମି ଲେୟର ବା ସ୍ବଚ୍ଛଳ ବର୍ଗ ଉପରେ ସୁପ୍ରିମକୋର୍ଟ ଶୁକ୍ରବାର ତାଙ୍କର ଗତ ମାର୍ଚ୍ଚ ୧୧ର ରାୟକୁ ଦୋହରାଇଛନ୍ତି।…

ସରକାରଙ୍କ ବିରୋଧରେ ଅଭିଯୋଗ ଆଣି ଆଦିବାସୀ ନେତ୍ରୀଙ୍କ ଆତ୍ମହତ୍ୟା

ରାଞ୍ଚତ୍, ୭ା୧୧: ଆଦିବାସୀ ଅଧିକାର କର୍ମୀ ତଥା ନେତ୍ରୀ ନିଶା ଭଗତ ଶୁକ୍ରବାର ଝାଡ଼ଖଣ୍ଡ ସରକାରଙ୍କ ବିରୋଧରେ ଅଭିଯୋଗ ଆଣି ଫେସ୍‌ବୁକ୍‌ରେ ଲାଇଭ ଆସିବା ସମୟରେ ରାଞ୍ଚତ୍ସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?