ଚର୍ଚ୍ଚାରେ ବିଜୟଙ୍କ ଗାଡ଼ି ନମ୍ବର ‘TN 07CM 2026’: ଥିଲା ମାଷ୍ଟରପ୍ଲାନ୍‌

ଭୁବନେଶ୍ୱର, ୬।୫(ସୁନିତ୍‌ ମିଶ୍ର):ତାମିଲନାଡୁ ବିଧାନସଭା ନିର୍ବାଚନରେ ଲୋକପ୍ରିୟ ତାମିଲ ଅଭିନେତା ଚନ୍ଦ୍ରଶେଖରନ୍‌ ଯୋଶେଫ୍‌ ବିଜୟଙ୍କ ଦଳ ଟିଭିକେ ସଂଖ୍ୟାଗରିଷ୍ଠ ଦଳ ଭାବେ ଉଭା ହୋଇ ସମସ୍ତଙ୍କ ପାଇଁ ଚର୍ଚ୍ଚାର ବିଷୟ ପାଲଟିଛି। ଟିଭିକେ ବର୍ତ୍ତମାନ ତାମିଲନାଡୁରେ ସରକାର ଗଠନ କରିବାକୁ ଯାଉଥିବା ବେଳେ ବିଜୟଙ୍କ ଗୋଟିଏ ଗାଡି ନମ୍ବର ଆହୁରି ଚର୍ଚ୍ଚା ସୃଷ୍ଟି କରିଛି। ସେହି ଗାଡିର ନମ୍ବର ହେଉଛି ଟିଏନ୍‌ ୦୭ସିଏମ୍‌ ୨୦୨୬(tn 07 cm 2026)। ୨୦୨୪ରେ ବିଜୟଙ୍କ ଏକ ଚଳଚିତ୍ର ଆସିଥିଲା, ଯାହାର ନାମ ଥିଲା ଗୋଟ୍‌( ଗ୍ରେଟେଷ୍ଟ ଅଫ ଅଲ ଟାଇମ)। ଏହି ଚଳଚିତ୍ରରେ ବିଜୟ ସିଏମ୍‌ ୨୦୨୬ ଉଲ୍ଲେଖ ଥିବା ଗାଡି ବ୍ୟବହାର କରିଥିଲେ। ଏହାକୁ ନେଇ ବର୍ତ୍ତମାନ ଅନେକ ଚର୍ଚ୍ଚା ଆରମ୍ଭ ହୋଇଛି। ତାଙ୍କ ଦଳ ଯେତେବେଳେ ରାଜ୍ୟରେ ସଂଖ୍ୟାଗରିଷ୍ଠ ଦଳ ଭାବେ ଉଭା ହୋଇଛି ଏହାପରେ ବିଜୟଙ୍କ ସମର୍ଥକ ଏବଂ ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀମାନେ ସେହି ଗାଡିର ଫଟୋକୁ ପୋଷ୍ଟ କରିବାରେ ଲାଗିଛନ୍ତି। ୨୦୨୬କୁ ନିର୍ବାଚନୀ ବର୍ଷ ଭାବେ ପୂର୍ବରୁ ବିଜୟ ସୂଚନା ଦେଇଥିଲେ ଏବଂ ସେ ସେହିବର୍ଷ ମୁଖ୍ୟମନ୍ତ୍ରୀ ହେବେ ବୋଲି ଦୃଢ ନିଶ୍ଚିତ ଥିବା କଥା ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଆରମ୍ଭ ହେଇଛି।

ବିଜୟ ସେହି ଗାଡି ସହିତ ଥିବାବେଳର ଗୋଟିଏ ଭିଡିଓ ପୋଷ୍ଟ କରାଯାଇ ଏହା ତାଙ୍କର ମାଷ୍ଟରପ୍ଲାନ୍‌ ଥିଲା ବୋଲି ମଧ୍ୟ କୁହାଯାଉଛି। ବିଜୟଙ୍କ ସମର୍ଥକମାନଙ୍କ ଭିତରେ ମଧ୍ୟ ଦ୍ରୁତଗତିରେ ଗୋଟିଏ ବାର୍ତ୍ତା ଯାଇଛି ଯେ ଗୋଟ୍‌ ଚଳଚିତ୍ର ବିଜୟ ନିଜର ରାଜନୈତିକ ଇଚ୍ଛାକୁ ଲକ୍ଷ୍ୟ କରି ଜାଣିକି ପ୍ରସ୍ତୁତ କରିଥିଲେ। ଚଳଚିତ୍ର ନିର୍ଦ୍ଦେଶକ ଭେଙ୍କେଟ ପ୍ରଭୁ ଗୋଟିଏ ଭିଡିଓ ପୋଷ୍ଟ କରିଥିଲେ, ଯେଉଁଥିରେ ବିଜୟ ସେହି ଗାଡି ସହିତ ଅଛନ୍ତି। ତାଙ୍କ ଭିଡିଏ ଏବେ ଭାଇରାଲ ହେବାରେ ଲାଗିଛି। ଚଳଚିତ୍ରର ସେହି ଭିଡିଓକୁ ମଧ୍ୟ ତାମିଲନାଡୁ ଲୋକମାନେ ବହୁତ ମାତ୍ରାରେ ଦେଖିବା ସହିତ ସେୟାର ମାରିବାରେ ଲାଗିଛନ୍ତି। ବିଜୟ ମୁଖ୍ୟମନ୍ତ୍ରୀ ହେବେ ବୋଲି ନିର୍ଦ୍ଦେଶକ ଭେଙ୍କେଟଙ୍କ ପୂର୍ବାନୁମାନ ଥିଲା ବୋଲି କହିବା ଆରମ୍ଭ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଏହା ସବୁଠାରୁ ଚର୍ଚ୍ଚାର ବିଷୟ ପାଲଟିଛି। ମିଳିଥିବା ସୂଚନା ମୁତାବକ, ୨୦୨୪ରେ ଗୋଟ୍‌ ଚଳଚିତ୍ର ପରଦାକୁ ଆସିବାର ବହୁ ଆଗରୁ ବିଜୟ ଏହି ଗାଡି କିଣିଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁପରେ ରୋଗୀଙ୍କୁ ରେଫର କଲେ ଡାକ୍ତର: ତ୍ରୁଟିପୂର୍ଣ୍ଣ ଚିକିତ୍ସା ଅଭିଯୋଗ

ତିହିଡି଼,୨୨।୮(ସଞ୍ଜିତ ବଳ):ଭଦ୍ରକ ଜିଲା ତିହିଡି଼ ଥାନା ଭାଟପ ପଞ୍ଚାୟତ ଅଧୀନ ବଉଳପାଳ ଗ୍ରାମର ମାୟାଧର ତ୍ରିପାଠୀ (୬୫)ନାମକ ଜଣେ ବୃଦ୍ଧଙ୍କ ତ୍ରୁଟିପୂର୍ଣ୍ଣ ଚିକିତ୍ସା ପାଇଁ ମୃତ୍ୟୁ ଘଟିଥିବା…

ଦୀପିକାଙ୍କୁ ନେଇ ବଢୁଛି ଚର୍ଚ୍ଚା: ‘ସ୍ପିରିଟ୍‌’ରୁ ବିଦା ହେବାକୁ ବଢିଲା ବିବାଦ

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋଣ ପ୍ରଭାସଙ୍କ ଫିଲ୍ମ ‘ସ୍ପିରିଟ୍‌’ରୁ ବିଦା ହେବାକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଫିଲ୍ମର ନିର୍ମାତା ଅଭିନେତ୍ରୀଙ୍କ ବିଷୟରେ ଅନେକ ଅଭିଯୋଗ ଆଣିଛନ୍ତି। ସନ୍ଦୀପ…

ଶୁକ୍ରଙ୍କ ନକ୍ଷତ୍ରରେ ସୂର୍ଯ୍ୟଙ୍କ ପ୍ରବେଶ: ଏହି ୪ ରାଶିଙ୍କ ଶୁଭ ସମୟ ହେବ ଆରମ୍ଭ, ବଢ଼ିବ ଆୟ

ବୈଦିକ ଜ୍ୟୋତିଷ ଅନୁସାରେ ପୂର୍ବାଫାଲ୍ଗୁନୀ ନକ୍ଷତ୍ରର ସ୍ବାମୀ ଶୁକ୍ର ଗ୍ରହ। ଜ୍ୟୋତିଷରେ ଶୁକ୍ରଙ୍କୁ ପ୍ରେମ, ଧନ, ସୁଖ-ସୁବିଧା ଓ ଐଶ୍ୱର୍ଯ୍ୟର କାରକ ଭାବେ ବିବେଚନା କରାଯାଏ। ସେହିପରି…

ଗାଙ୍ଗପୁର ଥାନା କୁଲାଙ୍ଗି ଗାଁରେ ବୃଦ୍ଧଙ୍କୁ ହତ୍ୟା: ପିଟିପିଟି ମାରିଦେଲେ…

ବେଲଗୁଣ୍ଠା, ୨୨।୮: ଗଞ୍ଜାମ ଜିଲା ଗାଙ୍ଗପୁର ଥାନା ଅନ୍ତର୍ଗତ କୁଲାଙ୍ଗି ଗାଁରେ ଜଣେ ବୃଦ୍ଧଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଗ୍ରାମର ଅଙ୍ଗନଓ୍ୱାଡି କେନ୍ଦ୍ର…

ଏକକାଳୀନ ଫାଟିଲା ଅନେକ ସ୍ମାର୍ଟ ମିଟର, ଦୁଇ ଶିଶୁଙ୍କ ସହ ଜଳିଗଲେ ୪ ଜଣ

ସୁଲତାନପୁର,୨୨।୮: ଉତ୍ତର ପ୍ରଦେଶ ସୁଲତାନପୁରର ଆବାସ ବିକାଶ କଲୋନୀର ପାଣି ଟାଙ୍କି ନିକଟରେ, ସାତଟି ପୃଥକ ଘରେ ସ୍ଥାପିତ ସ୍ମାର୍ଟ ମିଟର, ଏକାସଙ୍ଗେ ବିସ୍ଫୋରଣ ହେବାରୁ ଗୋଟିଏ…

ସ୍କୁଲ ନା ଗୋଦାମ ଘର, ନିଜ ଖର୍ଚ୍ଚରେ ଜେନେରେଟର ଚଳାଉଛନ୍ତି ଶିକ୍ଷକ: ଶ୍ରେଣୀକୋଠରି ଅଭାବରୁ ୧୮୩ ଛାତ୍ରୀଛାତ୍ର

ଜମନକିରା, ୨୨।୮ (ରବିନ୍ଦ୍ର ପ୍ରସାଦ ଦାନୀ): ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥାର ଉନ୍ନତିକରଣ ତଥା ବିଦ୍ୟାଳୟ ରୂପାନ୍ତରଣ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ…

ବିଜୟ ସରକାର ଏହି ପିଲାମାନଙ୍କୁ ଦେବେ ବଡ଼ ଉପହାର; ଅଳଙ୍କାର ବ୍ୟବସାୟୀମାନଙ୍କୁ ଦିଆଯାଇଛି ଅର୍ଡର

ଚେନ୍ନାଇ,୨୨।୮: ମୁଖ୍ୟମନ୍ତ୍ରୀ ବିଜୟ ତାମିଲନାଡୁ ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି। ସେ ନବଜାତ ଶିଶୁଙ୍କ ପାଇଁ ‘ଥାଇମାମାନ ସୁନା ମୁଦି ଯୋଜନା’ ଆରମ୍ଭ କରିଛନ୍ତି। ଗୁରୁତ୍ୱପୂର୍ଣ୍ଣ…

ପାଖେଇଲାଣି କଳିଯୁଗର ଅନ୍ତ: ଆକାଶରେ ଦିଶିବ ୨ଟି ସୂର୍ଯ୍ୟ, ଦ୍ୱିପ୍ରହରରେ ଦେଖାଯିବ ତାରା! ଡରାଇଲା ସଙ୍କେତ…

କଳିଯୁଗରେ ଅଧର୍ମର ଶେଷ ଏବଂ କଲ୍କି ଅବତାରର ସମୟ କ’ଣ ପାଖେଇ ଆସିଲାଣି? ବାସ୍ତବରେ, ‘କାଳଜ୍ଞାନମ୍’ ନାମକ ଏକ ରହସ୍ୟମୟ ଗ୍ରନ୍ଥରେ କଳିଯୁଗର ଶେଷ ସହିତ ଜଡ଼ିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri