ହାନ୍ତା ଭାଇରସ୍‌କୁ ନେଇ ଚିନ୍ତା: ମଣିଷଠାରୁ ମଣିଷକୁ ହେବ ସଂକ୍ରମଣ

କେପ୍‌ ଟାଉନ୍‌,୭ା୫:ଆଫ୍ରିକାର ପଶ୍ଚିମ ଉପକୂଳରେ ଏକ ବିଳାସପୂର୍ଣ୍ଣ କ୍ରୁଜ୍‌ ଜାହାଜରେ ହାନ୍ତା ଭାଇରସ୍‌ ଦ୍ୱାରା ଆକ୍ରାନ୍ତ ହୋଇ ୩ ଯାତ୍ରୀଙ୍କ ମୃତ୍ୟୁ ଏବଂ ୫ରୁ ଅଧିକ ଯାତ୍ରୀ ପୀଡ଼ିତ ହେବା ଘଟଣା ଏବେ ବୈଶ୍ୱିକ ସ୍ତରରେ ଉଦ୍‌ବେଗ ସୃଷ୍ଟି କରିଛି। ଆକ୍ରାନ୍ତ ଯାତ୍ରୀଙ୍କ ମଧ୍ୟରେ ଉକ୍ତ କ୍ରୁଜ୍‌ ଜାହାଜର ଡାକ୍ତର ରହିଥିବାରୁ ଏହା ଅଧିକ ଚିନ୍ତାଜନକ ହୋଇଛି। ଏହି ଭାଇରସ୍‌ରେ ଆକ୍ରାନ୍ତ ଜଣେ ବ୍ରିଟିଶ ନାଗରିକଙ୍କ ସମେତ ଅନ୍ୟ ୪ ଜଣଙ୍କୁ ଜୋହାନ୍ସବର୍ଗ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଏହି ଖବର ସାମ୍ନାକୁ ଆସିବା ପରେ ବିଶ୍ୱସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ହାନ୍ତା ଭାଇରସ୍‌କୁ ନେଇ ଚିନ୍ତା ନ କରିବାକୁ କୁହାଯାଇଛି। ଏହି ଭାଇରସ୍‌ ମଣିଷଠାରୁ ଅନ୍ୟକୁ ସଂକ୍ରମିତ ହୋଇ ନ ଥାଏ, କେବଳ ବିଭିନ୍ନ ପ୍ରଜାତିର ମୂଷାଙ୍କ ଦ୍ୱାରା ଏହା ମଣିଷଙ୍କୁ ଆକ୍ରାନ୍ତ କରିଥାଏ ବୋଲି ଡବ୍ଲ୍ୟୁଏଚ୍‌ଓ କହିଛି। କିନ୍ତୁ ଏହାମଧ୍ୟରେ ସ୍ବିଜରଲାଣ୍ଡ ଏବଂ ଦକ୍ଷିଣ ଆଫ୍ରିକାର ବିଶେଷଜ୍ଞମାନେ ହାନ୍ତା ଭାଇରସ୍‌ର ଏକ ଉପ ପ୍ରଜାତି(ଷ୍ଟ୍ରେନ୍‌)ର ଭାଇରସ୍‌ ଚିହ୍ନଟ କରିଛନ୍ତି, ଯାହା ମଣିଷଠାରୁ ଅନ୍ୟ ମଣିଷକୁ ସଂକ୍ରମିତ ହୋଇପାରେ ବୋଲି ସେମାନେ କହିଛନ୍ତି। ଏହି ଜାହାଜର ଜଣେ ସ୍ବିଜ୍‌ ଯାତ୍ରୀ ଆକ୍ରାନ୍ତ ହେବା ପରେ ଏହି ବିଷୟ ସାମ୍ନାକୁ ଆସିଛି। ଫଳରେ ହାନ୍ତା ଭାଇରସ୍‌କୁ ନେଇ ବିଭିନ୍ନ ମହଲରେ ଚିନ୍ତା ଦ୍ୱିଗୁଣିତ ହୋଇଛି। ବର୍ତ୍ତମାନ ଏହି ଜାହାଜର ଯାତ୍ରୀମାନଙ୍କୁ ଅନ୍ୟତ୍ର ଯିବାକୁ ଅନୁମତି ଦିଆଯାଉ ନାହିଁ। ଏପ୍ରିଲ ୧ରୁ ଆର୍ଜେଣ୍ଟିନାରୁ ବାହାରିଥିବା ଏହି କ୍ରୁଜ୍‌ ଜାହାଜଟି ଆଣ୍ଟାର୍କଟିକାର ଫାଲକା ଦ୍ୱୀପପୁଞ୍ଜକୁ ଯିବାର କାର୍ଯ୍ୟକ୍ରମ ରହିଥିଲା। କିନ୍ତୁ ଏହି ଘଟଣାକୁ ନେଇ ଜାହାଜର ଯାତ୍ରା କାର୍ଯ୍ୟକ୍ରମରେ ପରିବର୍ତ୍ତନ କରାଯାଇ ବର୍ତ୍ତମାନ ଏହାକୁ ସ୍ପେନ୍‌ର କାନାରୀ ଦ୍ୱୀପ ଅଭିମୁଖେ ନେବାକୁ ନିଷ୍ପତ୍ତି ନିଆଯାଇଛି। ତେବେ ସାମ୍ପ୍ରତିକ ସ୍ଥିତି ଉପରେ ନଜର ରଖାଯାଇ ଯାତ୍ରୀଙ୍କ ସୁରକ୍ଷା ଏବଂ ସ୍ବାସ୍ଥ୍ୟକୁ ଗୁରୁତ୍ୱ ଦିଆଯାଇଛି ବୋଲି ଡବ୍ଲ୍ୟୁଏଚ୍‌ଓ ମୁଖ୍ୟ ଟେଡ୍ରୋସ୍‌ ଏ. ଘେବ୍ରିସିଏସ୍‌ କହିଛନ୍ତି। ବର୍ତ୍ତମାନ ସ୍ଥିତିରେ ହାନ୍ତା ଭାଇରସ୍‌କୁ ନେଇ ସାଧାରଣରେ କୌଣସି ଭୟ କରିବା ଆବଶ୍ୟକ ନାହିଁ ବୋଲି ସେ କହିଛନ୍ତି। ସ୍ପେନ୍‌ର କାନାରୀ ଦ୍ୱୀପରେ ଏହି ଜାହାଜ ପହଞ୍ଚିବା ପରେ ସେଠାରେ ୟୁରୋପିଆନ ସେଣ୍ଟର ଫର୍‌ ଡିଜିଜ୍‌ ପ୍ରିଭେନଶନ୍‌ ଆଣ୍ଡ କଣ୍ଟ୍ରୋଲ ପକ୍ଷରୁ ଯାତ୍ରୀମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଡବ୍ଲ୍ୟୁଏଚ୍‌ଓ ପକ୍ଷରୁ କୁହାଯାଇଛି।
ସୂଚନାଯୋଗ୍ୟ, ସଂକ୍ରମିତ ମୂଷା ସଂସ୍ପର୍ଶରେ ଆସିବାର ପ୍ରାୟ ୧ରୁ ୮ ସପ୍ତାହ ମଧ୍ୟରେ ଲକ୍ଷଣ ଆରମ୍ଭ ହୁଏ, ଯାହା ଭୂତାଣୁର ପ୍ରକାର ଉପରେ ନିର୍ଭର କରେ ଏବଂ ସାଧାରଣତଃ ଜ୍ୱର, ମୁଣ୍ଡବିନ୍ଧା, ମାଂସପେଶୀ ଓ ପେଟ ଯନ୍ତ୍ରଣା, ବାନ୍ତି କିମ୍ବା ବାନ୍ତି ଭଳି ଅବସ୍ଥା ଦେଖାଦିଏ। ଏଭଳି ଲକ୍ଷଣ ଦେଖାଦେଲେ ତୁରନ୍ତ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
ପ୍ରତିରୋଧ ବ୍ୟବସ୍ଥା ଭାବେ ମୂଷାଠାରୁ ଦୂରେଇ ରୁହନ୍ତୁ, ମୂଷା-ଉପଦ୍ରୁତ ଅଞ୍ଚଳ (ଯେପରିକି ପୁରୁଣା ଗୋଦାମ କିମ୍ବା ଘର) ସଫା କରିବା ସମୟରେ ମାସ୍କ ଏବଂ ଗ୍ଲୋଭ୍‌ସ ବ୍ୟବହାର କରନ୍ତୁ। ଯଦିଓ ଏହି ରୋଗର ଉପଚାର ପାଇଁ ନିର୍ଦ୍ଦିଷ୍ଟ ଚିକିତ୍ସା ବ୍ୟବସ୍ଥା ନାହିଁ ତେଣୁ ସତର୍କ ରହିବା ସହ ସ୍ବଚ୍ଛତାକୁ ଗୁରୁତ୍ୱ ଦେବା ଲାଗି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପରାମର୍ଶ ଦେଇଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

Mettle Meet 2026: ସିନିୟର୍ ଫାଇନାଲ୍‌ରେ ୮ ଟିମ୍‌, ଆସନ୍ତାକାଲି ବଡ଼ ଟକ୍କର

ଭୁବନେଶ୍ୱର,୮ା୮: ତୀବ୍ର ଓ ରୋମାଞ୍ଚକର ପ୍ରିଲିମ୍ସ ପ୍ରତିଯୋଗିତା ପରେ ‘ମେଟଲ ମିଟ୍‌-୨୦୨୬’ ଦଶମ ସଂସ୍କରଣର ସିନିୟର ଫାଇନାଲ୍‌ ପାଇଁ ଦୌଡ଼ ସଙ୍କୁଚିତ ହୋଇଛି। କଡ଼ା ଟକ୍କର ଦେଇ…

ସ୍ୱାଧୀନତା ଦିବସ ପାଇଁ ପ୍ରତିଯୋଗିତା

ଭଞ୍ଜନଗର, ୮।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ଆସନ୍ତା ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ଦିବସ ଅବସରରେ ଭଞ୍ଜନଗର ଜେଲ୍ ପଡ଼ିଆରେ…

ବଜାର ଆସି ଘରକୁ ଫେରୁଥିବା ବେଳେ ବାଟରେ ଘଟିଲା ବଜ୍ରପାତ, ଆଉ ତା’ ପରେ…

ଚିକିଟ,୮ା୮(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଚିକିଟି ଫାଣ୍ଡି ରାମଚନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ବଡପଲଙ୍କ ଗ୍ରାମର ବିଜୟ ପ୍ରଧାନ (୪୫)ଙ୍କ ବ୍ରଜପାତରେ ମୃତ୍ୟୁ ଘଟିଛି।…

ଝରିପଦର ଡାକ୍ତରଖାନାରେ ଡାକ୍ତର ଅନୁପସ୍ଥିତ: ରୋଗୀ ସେବା ବିପର୍ଯ୍ୟସ୍ତ

ଦିଗପହଣ୍ଡି,୮|୮(ଅଶେଷ ନାଥ ମିଶ୍ର): କେନ୍ଦ୍ର ଓ ରାଜ୍ୟ ସରକାର ମା ଗର୍ଭରେ ଥିବା ଶିଶୁ ଠାରୁ ଆରମ୍ଭ କରି ବୁଢା ବୁଢ଼ୀଙ୍କ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ଯୋଜନା…

ଭାରତୀୟ ଖେଳାଳିଙ୍କ ବାରମ୍ବାର ଆଘାତ ପାଇଁ ବିସିସିଆଇର କାର୍ଯ୍ୟାନୁଷ୍ଠାନ, ନେଲା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ନୂଆଦିଲ୍ଲୀ,୮।୮: ଭାରତୀୟ କ୍ରିକେଟ ଦଳର ଅନେକ ଖେଳାଳି ବର୍ତ୍ତମାନ ଆହତ ହୋଇଛନ୍ତି, ଯାହା ଦଳ ପରିଚାଳନାକୁ ଚିନ୍ତିତ କରିଛି। ଅଧିନାୟକ ଶୁବମନ ଗିଲ ମଧ୍ୟ ଏହି ପ୍ରସଙ୍ଗ…

ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ବଡ଼ ଝଟକା!

ଚେନ୍ନାଇ,୮।୮: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏସ. ଜୋସେଫ ବିଜୟ କେନ୍ଦ୍ରର ପ୍ରସ୍ତାବିତ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ଏବଂ ତାମିଲନାଡୁ ଉପରେ ଏହାର ସମ୍ଭାବ୍ୟ ପ୍ରଭାବ ବିଷୟରେ ଆଲୋଚନା କରିବା…

ତିହାଡ଼ିପାଲି ଶିବ ମନ୍ଦିର ନିକଟ ପୋଲ ଉପରେ ଚାଲିଛି ପାଣି: ଯାତାୟାତ ବାଧାପ୍ରାପ୍ତ

ଜମନକିରା, ୮।୮ (ରବୀନ୍ଦ୍ର ପ୍ରସାଦ ଦାନୀ): ଚଳିତ ବର୍ଷ ଅତ୍ୟଧିକ ବର୍ଷା ଯୋଗୁଁ କୁଚିଣ୍ଡା-ଲାଡ-ଫାଶିମାଲ ଭାୟା ଧୁଡ଼ିପାଲି ପିଡବ୍ଲ୍ୟୁଡି ରାସ୍ତାରେ ଗମ୍ଭୀର ସମସ୍ୟା ସୃଷ୍ଟି ହୋଇଛି। ତିହାଡ଼ିପାଲି…

କାର୍ଯ୍ୟସ୍ଥଳରେ ମହିଳାଙ୍କୁ ଯୌନ ଉତ୍ପୀଡନରୁ ସୁରକ୍ଷା, ପ୍ରତିକାର ଆଇନ

ଦିଗପହଣ୍ଡି, ୮|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ ପକ୍ଷରୁ ଶନିବାର ଆଇନ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଶକ୍ତିଶ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri