ଏବେ ବି ବଞ୍ଚିଛି ଗୁରୁ ଶିଷ୍ୟ ପରମ୍ପରା

ମହାକାଳପଡ଼ା,୧୦ା୧୨ (ପ୍ରତାପ ଚନ୍ଦ୍ର ସ୍ବାଇଁ):ଭାରତୀୟ ବିଭିନ୍ନ ଧାର୍ମିକ ସଂସ୍କୃତି ପରମ୍ପରା ଖୁବ୍‌ ପ୍ରାଚୀନ କାଳରୁ ରହିଆସିଛି। ପାଶ୍ଚାତ୍ୟ ଧର୍ମ ଭିନ୍ନ ଥିବାବେଳେ ଭାରତୀୟ ଧାର୍ମିକ ସଂସ୍କୃତି ପରମ୍ପରା ସ୍ବତନ୍ତ୍ର ନିଆରା ରହିଛି। ପ୍ରାଚୀନ କାଳରୁ ମୁନି ଋଷିମାନେ ଗୃହ ତ୍ୟାଗ କରି ଆଶ୍ରମ ନିର୍ମାଣ କରି ଧ୍ୟାନ ମଗ୍ନ ରହି ଜୀବନକୁ ଉତ୍ସର୍ଗ ଐଶ୍ୱରିକ ଶକ୍ତିରେ ସିଦ୍ଧି ପ୍ରାପ୍ତ ହୋଇଥିବା କୁହାଯାଇଛି। ଏଭଳି ଜଣେ ମହାନ୍‌ ବ୍ୟକ୍ତି ଶିକ୍ଷକତା ଜୀବନକୁ ପରିତ୍ୟାଗ କରିବା ସହ ପାରିବାରିକ ସଂସାର ଛାଡ଼ି ଗୃହ ତ୍ୟାଗ କରି ସନ୍ଥ ସନ୍ନାସୀ ବ୍ରତ ଗ୍ରହଣ କରି ସମାଜ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ସେ ହେଲେ ଜଗତ୍‌ସିଂହପୁର ଜିଲାର ମନ୍ଦର ଧର ଦାସ। ୧୯୬୭ରେ ଗୃହ ତ୍ୟାଗ କରି ମହିମା ଗୋସାଇଁଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଅଲେଖ ମହିମା ଧର୍ମ ପ୍ରଚାର ପ୍ରସାର ପାଇଁ ଆଗେଇ ଆସିଛନ୍ତି। ଗୁରୁ ଅନାଦି ବାବାଙ୍କଠାରୁ ଶିଷ୍ୟତ୍ୱ ଗ୍ରହଣ କରି ଯୋରନ୍ଦାସ୍ଥିତ ମହିମା ଗୋସାଇଁଙ୍କ ପୀଠକୁ ଚାଲି ଯାଇଥିଲେ। ସେଠାରେ କିଛିବର୍ଷ ପରେ କୁମ୍ଭି ପଟ ବଳ୍କଳ ପରିଧାନ କରି ମନ ଚୈତନ୍ୟକୁ ମହିମା ଗୋସାଇଁଙ୍କ ନିକଟରେ ନିଜ ଜୀବନକୁ ସମର୍ପଣ କରିଥିଲେ। ବିଶ୍ୱର ମଙ୍ଗଳ ପାଇଁ ଗଁାକୁ ଗଁା ବୁଲି ଖାଲି ପାଦରେ ନିଜର କେତେଜଣ ପଟ ଶିଷ୍ୟଙ୍କ ସହ ଧର୍ମ ପ୍ରଚାର କରି ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି। କେନ୍ଦ୍ରାପଡ଼ା ଓ ଜଗତ୍‌ସିଂହପୁର ଜିଲାର କୋଣ ଅନୁକୋଣରେ ମହିମା ଧର୍ମ ଟୁଙ୍ଗି ନିର୍ମାଣ ଭଜନ ଜଣାଣ କୀର୍ତ୍ତନ ଅଖଣ୍ଡ ଦ୍ୱୀପ ଜାଳିଥାନ୍ତି।
ସନ୍ଥ ମନ୍ଦର ଧର ଦାସ (୮୬) ମହାକାଳପଡ଼ା ବ୍ଲକର ରାମନଗର, ପଲ୍ଲୀଗଡ଼, ହରିଆବାଙ୍କ, ଜଗତି, ବାହାକୁଦ, କେନ୍ତିଆ, ପିତାପାଟ, ବାରଡାଙ୍ଗ, ଛପାଲି, ଓଳପଦା, ବଡ଼ ତୋଟା, ବାହାରସୋବଳା, କୋଚିଳା, ବଜରପୁର, ସରୁମୁହିଁ, ପେଟଛେଲା, ଖରୀନାଶି, ରୋମୀତ ଶୋବଳା, ବରଜ ଅଞ୍ଚଳରେ ଠେଲାଗାଡ଼ିରେ ଶନିବାର ପୂର୍ବାହ୍ନରେ ଗଁାକୁ ଗଁା ପରିକ୍ରମା କରୁଥିବା ଦେଖିବାକୁ ମିଳୁଛି। ସେହିପରି ନଦୀ ନାଳ ଅଞ୍ଚଳରେ ଡଙ୍ଗା ସାହାଯ୍ୟରେ ପାର ହୁଅନ୍ତି ବୋଲି ଶିଷ୍ୟମାନେ କୁହିଛନ୍ତି। ଗଁାକୁ ଗାଁ ବୁଲି ଧର୍ମ ପ୍ରଚାର ପ୍ରସାର ପାଇଁ ବୟସାଧିକ ଯୋଗୁ ଯାତାୟାତରେ ବାଧା ଉପୁଜିଛି। ଫଳରେ ତାଙ୍କ ଏକାନ୍ତ ଅନୁଗତ ଶିଷ୍ୟମାନେ ଏକ କାଠ ଗାଡ଼ି ସାହାଯ୍ୟରେ ଗୁରୁଙ୍କୁ ଟାଣି ଟାଣି ନେଉଥିବା ଦେଖିବାକୁ ମିଳିଛି। ସନ୍ଥ ମନ୍ଦରଧର ବାବାଙ୍କୁ ପଚାରିବାରେ ଗୁରୁ ଅନାଦି ବାବାଙ୍କଠାରେ ଅଲୌକିକତା ଦିବ୍ୟ ଜ୍ୟୋତି ଦର୍ଶନ ଲାଭ କରିଥିଲେ। ଗୁରୁଙ୍କ ଆଜ୍ଞା ପାଳନ କରିବା ସନ୍ନ୍ୟାସୀ ଜୀବନର ମୂଳ ଲକ୍ଷ୍ୟ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ବାବା ମହିମା ଗୋସାଇଁଙ୍କ ଆଜ୍ଞାରେ ଅସମ୍ଭବ କାମକୁ ସମ୍ଭବ କରନ୍ତି। ଲୋକ କଥା ଅନୁସାରେ ୯୦ ଦଶକରେ ଅଞ୍ଚଳରେ ମରୁଡ଼ି ପରିସ୍ଥିତି ହୋଇଥିଲା। ଚାଷୀମାନଙ୍କ ମଧ୍ୟରେ ହା ହାକାର ପଡ଼ି ଯାଇଥିଲା। ବାବାଙ୍କ ତପ ଓ ଯଜ୍ଞ ବଳରେ ବର୍ଷା କରାଇ ମରୁଡ଼ି ମୁକ୍ତ କରିଥିବା ଉଦାହରଣ ରହିଛି ବୋଲି କୁହାଯାଇଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

ବାଇକ୍‌ରେ ନେଉଥିଲେ ଶାଳକାଠ, ଗୋଡ଼ାଇ ଗୋଡ଼ାଇ ଧରିଲା ବନ ବିଭାଗ

ବଲାଙ୍ଗୀର,୧୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନ ବିଭାଗ ପାଟଣାଗଡ଼ ରେଞ୍ଜର କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ପାଟଣାଗଡ଼ ସେକ୍ସନର ମାନାଇପାଦ ଗ୍ରାମ ନିକଟରୁ ୬ଟି ଶାଳ...

ଟ୍ରକ୍‌କୁ ସାଇଡ୍‌ ଦେବାକୁ ଯାଇ ଗଛରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣୀ ବ୍ଲକ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅନ୍ତର୍ଗତ କତଳକଇଠା ଗ୍ରାମ ନିକଟରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ବୁଧବାର ଜଣେ...

ଟାଟା ପାଓ୍ବାରରେ ଚାଲିଛି ଛଟେଇ: ପ୍ରତିବାଦରେ ଏସ୍‌ଇ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଭଞ୍ଜନଗର,୧୦ା୧୨(ବାବୁଲା ପ୍ରଧାନ): ଟାଟା ପାଓ୍ବାରରେ ଆଉଟସୋର୍ସିଂ କର୍ମଚାରୀଙ୍କୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ପରୋକ୍ଷରେ ଠିକାଦାର ସଂସ୍ଥା ଉପରେ ଚାପ ପକାଇ ବିଭିନ୍ନ ସମୟରେ ଛଟେଇ କରୁଛନ୍ତି।...

ଜୁନାଗଡ଼ରେ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ: ଲାଇସେନ୍ସ ନବୀକରଣ ନ ହେବା ଯାଏ ଖାଦ୍ୟ ସାମଗ୍ରୀ ଉତ୍ପାଦନ ବନ୍ଦ

ଜୁନାଗଡ଼,୧୦ା୧୨(ଉତ୍ତମ ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ସହରର ବିଭିନ୍ନ ଖାଦ୍ୟ ଦୋକାନରେ ବୁଧବାର ଧର୍ମଗଡ଼ ଉପଖଣ୍ଡ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଛି।...

ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ମିଟୁ, ପର୍ଯ୍ୟଟନକ୍ଷେତ୍ରରେ ବ୍ୟବସାୟ କରି…

ଦାରିଙ୍ଗବାଡ଼ି,୧୦ା୧୨(ଅରୁଣ ସାହୁ): ଏବେ ଚାଲିଛି ପର୍ଯ୍ୟଟନ ଋତୁ। ଆଉ ଏହି ଋତୁରେ କନ୍ଧମାଳ ଜିଲାର ଦାରିଙ୍ଗବାଡ଼ିକୁ ଛୁଟି ଆସୁଛନ୍ତି ବହୁ ସଂଖ୍ୟାରେ ପର୍ଯ୍ୟଟକ। ପର୍ଯ୍ୟଟକ ଆସିଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri