ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ ପ୍ରଦୂଷଣ ୨.୬୭ ଡଷ୍ଟ ପାର୍ଟିକିଲ ଧୂଳି କଣା ରହିଛି। ଏକ ଘରୋଇ କମ୍ପାନୀର ଡିସପ୍ଲେ ବୋର୍ଡରୁ ଏହା ଜଣାପଡ଼ିଛି।

ଏକଦା ଘଞ୍ଚ ଜଙ୍ଗଲ, ସବୁଜିମା ପ୍ରାକୃତିକ ଝରଣା ଥିବା ଏହି ଅଞ୍ଚଳ ଏବେ ପ୍ରଦୂଷଣ ବଳୟକୁ ପ୍ରବେଶ କରୁଛି ବୋଲି ଯୋଡା ବିକାଶ ପରିଷଦର ସଭାପତି ନିରଞ୍ଜନ ବହିଦାର ମତ ଦେଇଛନ୍ତି। ସେହିପରି ବରିଷ୍ଠ ନାଗରିକ ତଥା ଯୋଡ଼ା ସହରର ପୂର୍ବତନ ଉପ ନଗରପାଳ ପୁରୁଷୋତ୍ତମ ଦାସ କହିଛନ୍ତି, ଡିସେମ୍ବର ମଧ୍ୟରେ ଯୋଡ଼ା ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ଗତ ୫ବର୍ଷ ତଳେ ୬ଡିଗ୍ରୀରୁ ୮ଡିଗ୍ରୀ ମଧ୍ୟରେ ରହୁଥିଲା। ଶୀତର ପ୍ରକୋପ ଅଧିକ ଥିଲା। ଏବେ ଏଥିରେ ସମ୍ପୂର୍ଣ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଯଦିଓ ଶୀତ ଅନୁଭୂତ ହେଉଛି, ରାତ୍ରି ବେଳେ ସର୍ବନିମ୍ନ ତାପମାତ୍ରା ୧୧ରୁ ୧୨ ଡିଗ୍ରୀ ମଧ୍ୟରେ ରହିଛି।

ଯାହାକି ପରିବେଶର ବ୍ୟତିକ୍ରମ ବୋଲି ସ୍ପଷ୍ଟ ଜଣାପଡ଼ୁଛି। ସେହିପରି ଦିନରେ ସର୍ବାଧିକ ୨୫ରୁ ୨୭ ଡିଗ୍ରୀ ମଧ୍ୟରେ ରହୁଛି। ଯାହାକି ଅତୀତରେ ୧୮ ରୁ ୨୨ ଡିଗ୍ରୀ ମଧ୍ୟରେ ରହୁଥିଲା। ଋତୁ ଚକ୍ରରେ ଏହିପରି ପରିବର୍ତ୍ତନ ବ୍ୟାପକ ଜଙ୍ଗଲ କାଟ, ଅସନ୍ତୁଳିତ ପରିବେଶ, ଅନିୟନ୍ତ୍ରିତ ଭାରିଯାନ ଚଳାଚଳ, କାରଖାନାରୁ ନିର୍ଗତ ଧୂଆଁରେ ର୍ନିଦ୍ଧାରିତ କାର୍ବନର ମାତ୍ରାକୁ ନିୟନ୍ତ୍ରିତ ନ କରି ନିର୍ଗତ ଧୂଆଁକୁ ସିଧା ସଳଖ ବାୟୁ ମଣ୍ଡଳକୁ ଛାଡି ଦେବା ଯୋଗୁ ସ୍ଥିତି ଅନାୟତ ଆଡ଼କୁ ଯାଉଛି ବୋଲି ପରିବେଶବିତ୍‌ ଉଦୟ ଶଙ୍କର ଆଚାର୍ଯ୍ୟ କହିଛନ୍ତି।

ବ୍ୟାପକ ଖଣି ଖନନ ହେତୁ ଅନେକ ଶହ ହେକ୍ଟର ଜଙ୍ଗଲ ପଦା ହେଉଛି। ସେହି ଅନୁପାତରେ ଚାରାରୋପଣ ହେଉନାହିଁ। ଫଳରେ ବୃଷ୍ଟିପାତ ହ୍ରାସ ପାଉଛି, ଉତ୍ତାପ ବୃଦ୍ଧି ହେଉଛି। ଏହାକୁ ନିୟନ୍ତ୍ରଣ ନ କଲେ ଆଗାମୀ ଦିନରେ ସ୍ଥିତି ଗମ୍ଭୀର ହେବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ୭ ବଡ଼ ବ୍ୟବସାୟୀ ଟ୍ରମ୍ପଙ୍କ ସହ କରିବେ ଡିନର୍‌, ଶକ୍ତି ପ୍ରଦର୍ଶନ କରିବ ଭାରତ

ନୂଆଦିଲ୍ଲୀ,୨୧।୧: ଡାଭୋସରେ ଚାଲିଥିବା ବିଶ୍ୱ ଅର୍ଥନୈତିକ ଫୋରମ (WEF) ସମୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅନେକ ବଡ଼ ଭାରତୀୟ ବ୍ୟବସାୟୀଙ୍କୁ ଭେଟିବେ। NDTV ଅନୁଯାୟୀ,...

ଇତିହାସ ରଚିଲା ‘ଭେରୋନିକା’: ବିଶ୍ୱର ପ୍ରଥମ ଗାଈ ଭାବେ କଲା ଏପରି କାରନାମା

ପଶୁ ଜଗତର ବୁଦ୍ଧିମତାକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଅଷ୍ଟ୍ରିଆର ‘ଭେରୋନିକା’ ନାମକ ଏକ ଗାଈ ନିଜର ଚତୁରତା ପାଇଁ ଏବେ ସାରା...

୧୮ରୁ ୫୫ ବର୍ଷୀୟ ଏହି ମହିଳାମାନଙ୍କୁ ସରକାର ଦେବେ ୫୦୦୦ ଟଙ୍କା, ଯୋଜନାର ଲାଭ କିପରି ନେବେ ଜାଣି ରଖନ୍ତୁ…

ନୂଆଦିଲ୍ଲୀ,୨୧।୧: ଭାରତ ସରକାର ଦେଶର ନାଗରିକଙ୍କ ପାଇଁ ଅନେକ କଲ୍ୟାଣକାରୀ ଯୋଜନା ଚଳାଇଛନ୍ତି। ଏହି ଯୋଜନାଗୁଡ଼ିକ ମଧ୍ୟରୁ ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା ହେଉଛି ପ୍ରଧାନମନ୍ତ୍ରୀ ମାତୃ...

ବରଗଡ଼ରେ ପୁଣି କଫ ସିରପ କାରବାର: ୭୬ ହଜାରରୁ ଅଧିକ ଟଙ୍କା ଜବତ ସହ…

ବରଗଡ଼,୨୧ା୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲସ ବୁଧବାର ୫୦୫୦ବୋତଲ କଫ୍‌ ସିରପ୍‌ ଜବତ କରିଛି। ଏଥିରେ ସମ୍ପୃକ୍ତ ୬ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବାବେଳେ...

BCBକୁ ଆଉ ଗୋଟିଏ ଦିନ ସମୟ ଦେଇଛି ICC, ଯଦି ବାଂଲାଦେଶ ଟି-୨୦ ବିଶ୍ୱକପ ପାଇଁ ଭାରତ ନ ଆସେ ତେବେ…

ନୂଆଦିଲ୍ଲୀ,୨୧।୧: ୨୦୨୬ ଟି୨୦ ବିଶ୍ୱକପ ପାଇଁ ବାଂଲାଦେଶ ଦଳ ଭାରତ ଯାତ୍ରା କରିବ କି ନାହିଁ ସେ ବିଷୟରେ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ନିଷ୍ପତ୍ତି ହୋଇନାହିଁ।...

ଯୁବକଙ୍କୁ ହଜି ଯାଇଥିବା ଫୋନ୍‌ ଫେରାଇଲେ ଏମ୍‌ପିଙ୍କ ପିଏ

ରାୟଗଡ଼ା,୨୧ା୧(ଆଶିଷ ରଞ୍ଜନ ପଣ୍ଡା): କୋରାପୁଟ ଏମ୍‌ପିଙ୍କ ପିଏ ବାପି ପଟ୍ଟନାୟକ ଜଣେ ଯୁବକଙ୍କ ହଜି ଯାଇଥିବା ମୋବାଇଲ ଫେରାଇ ମାନବିକତାର ପରିଚୟ ଦେଖାଇଛନ୍ତି। ସୂଚନା ମୁତାବକ...

ଝିଅର ଜୀବନ ବଞ୍ଚାଇବାକୁ ଏମିତି ଅପିଲ କଲେ ମହିଳା ପ୍ରଶଂସକ, ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୧।୧: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ଜଣେ ମହିଳା ସୁରକ୍ଷା ଭାଙ୍ଗୁଥିବା ଏବଂ ପୂର୍ବତନ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ପାଖକୁ...

ଆପଣଙ୍କ ଏଭଳି ଅବହେଳା ପାଇଁ ଚୋରି ହୋଇଯାଇପାରେ ବାଇକ୍‌, ଭୁଲ୍‌ରେ ବି କରନ୍ତୁ ନାହିଁ ଏହି କାମ…

ନୂଆଦିଲ୍ଲୀ,୨୧।୧: ଆଜିକାଲି ସମୟରେ ବାଇକ ପ୍ରାୟ ପ୍ରତ୍ୟେକ ଘରର ଦୈନନ୍ଦିନ ଜୀବନର ଅଂଶ ହୋଇଯାଇଛି। ବାଇକ ଦ୍ୱାରା ଘରୁ ବାହାରକୁ ଯିବାଠାରୁ ଆରମ୍ଭ କରି ଅନେକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri