ଏହି ଭୟଙ୍କର ଜୀବର ଚମଡ଼ାରୁ ତିଆରି ଘଣ୍ଟା ପିନ୍ଧନ୍ତି ପୁଟିନ୍‌, ଦାମ୍‌ ଜାଣିଲେ…

ମସ୍କୋ,୫ା୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଦୁଇ ଦିନିଆ ଗସ୍ତରେ ଭାରତ ଆସିଛନ୍ତି। ଏହି ଗସ୍ତ ଉଭୟ ଦେଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ପୁଟିନ୍‌ଙ୍କ ପରି ତାଙ୍କ ଘଣ୍ଟା ମଧ୍ୟ ଖୁବ୍‌ ଚର୍ଚ୍ଚାରେ। ରୁଷିଆ ବିରୋଧୀ ଦଳଗୁଡ଼ିକ ଦାବି କୁହନ୍ତି ଯେ, ପୁଟିନ୍‌ଙ୍କ ଘଣ୍ଟା ସଂଗ୍ରହ ତାଙ୍କ ଘୋଷିତ ସମ୍ପତ୍ତି ମୂଲ୍ୟଠାରୁ ଅଧିକ।

ପୁଟିନ୍‌ଙ୍କୁ ଅନେକ ଥର ମହଙ୍ଗା ଏବଂ ସ୍ବତନ୍ତ୍ର ଭାବରେ ଡିଜାଇନ ହୋଇଥିବା ଲଗଜରୀ ଘଣ୍ଟା ପିନ୍ଧିଥିବାର ଦେଖାଯାଇଛି। ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପ୍ରାୟ ଏକ ଦଶନ୍ଧି ପୂର୍ବରୁ, ତାଙ୍କୁ ପାଟେକ ଫିଲିପ ପର୍ପେଚୁଆଲ ଘଣ୍ଟା ପିନ୍ଧିଥିବାର ଦେଖାଯାଇଥିଲା। ସେତେବେଳେ ଘଣ୍ଟାଟିର ମୂଲ୍ୟ ୬୦୦୦୦ ଡଲାର ଅର୍ଥାତ୍‌ ୪.୮ ମିଲିୟନ ଥିଲା।

ପୁଟିନ୍‌ଙ୍କୁ ବ୍ଲାଙ୍କପେନ୍‌ର ଲେମାନ ଆକ୍ୱା ଲଙ୍ଗ ଗ୍ରାଣ୍ଡେ ଡେଟ୍‌ ପିନ୍ଧିଥିବାର ମଧ୍ୟ ଦେଖାଯାଇଛି, ଯାହାର ମୂଲ୍ୟ ୧୦୦୦୦ ଡଲାର। ପୁଟିନ୍‌ଙ୍କ ସବୁଠାରୁ ମହଙ୍ଗା ଘଣ୍ଟା କୁମ୍ଭୀର ଚମଡ଼ା, ନୀଳମଣି କାଚ ଏବଂ ପ୍ଲାଟିନମ୍‌ରେ ତିଆରି ବୋଲି କୁହାଯାଏ। ଏହି ଘଣ୍ଟାର ମୂଲ୍ୟ ପ୍ରାୟ ସାଢ଼େ ୪ କୋଟି ବୋଲି କୁହାଯାଉଛି।

ରୁଷିଆର ବିରୋଧୀ ଦଳ, ସଲିଡାରିଟି, ରାଷ୍ଟ୍ରପତି ପୁଟିନ୍‌ଙ୍କ ମହଙ୍ଗା ଘଣ୍ଟା ପ୍ରଦର୍ଶନ କରୁଥିବା ଏକ ଭିଡିଓ ଜାରି କରିଛି। ସଲିଡାରିଟି କହିଛି, ପୁଟିନ୍‌ଙ୍କ ଘଣ୍ଟା ସଂଗ୍ରହର ମୂଲ୍ୟ ଅତି କମରେ ୨୨ ନିୟୁତ ରୁବେଲ। ସଲିଡାରିଟି ସଦସ୍ୟ ଏବଂ ପୂର୍ବତନ ଉପ-ପ୍ରଧାନମନ୍ତ୍ରୀ ବୋରିସ ନେମତ୍ସୋଭ ମଧ୍ୟ ଭିଡିଓ ସହିତ ଏକ ପୋଷ୍ଟ ଲେଖିଛନ୍ତି।

ଏକ ରିପୋର୍ଟ ଅନୁସାରେ, ପୁଟିନ୍‌ ଜଣେ କାରଖାନା କର୍ମଚାରୀଙ୍କୁ ୧୦ ଲକ୍ଷ ଟଙ୍କାର ଏକ କଳା ବ୍ଲାଙ୍କପେନ ଘଣ୍ଟା ଉପହାର ଦେଇଥିଲେ।

Dharitri – Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଥର୍‌ ଆତଙ୍କ: ଆସିଲା ବୁଲେଟ୍‌କୁ ପିଟିଲା , ଜଣେ ମୃତ…

ଭୁବନେଶ୍ୱର,୨୧।୧: ରାଜଧାନୀରେ ପୁଣି ଥର୍‌ ଆତଙ୍କ। ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ସାମ୍ନାରେ ବୁଲେଟ୍‌କୁ ଧକ୍କା ଦେଇଛି ଥର୍‌। ଘଟଣାସ୍ଥଳରେ ଜଣେ ମୃତ, ୨ ଜଣ ଗୁରୁତର...

ତାମିଲନାଡୁ ବିଧାନସଭାରୁ ରାଜ୍ୟପାଳଙ୍କ କକ୍ଷତ୍ୟାଗ

ଚେନ୍ନାଇ,୨୧ା୧: ତାମିଲନାଡୁ ରାଜ୍ୟପାଳ ଆର୍‌.ଏନ୍‌. ରବି ମଙ୍ଗଳବାର ରାଜ୍ୟ ବିଧାନସଭାରେ ଉଦ୍‌ବୋଧନ ନ ଦେଇ ଚାଲିଯାଇଛନ୍ତି। ବିନା ଭାଷଣରେ କକ୍ଷତ୍ୟାଗ କରିବା ରାଜ୍ୟପାଳ ରବିଙ୍କ ପାଇଁ...

ମଣ୍ଡିରୁ ଧାନ ଚୋରି ଅଭିଯୋଗ ପ୍ରସଙ୍ଗ: ୨ ଅଧିକାରୀଙ୍କ କଥାରେ ତାଳମେଳ ନାହିଁ

ଅମରପାଲି,୨୧ା୧(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଇ ମଣ୍ଡିରେ ଚାଷୀ ବିକ୍ରି ପାଇଁ ରଖିଥିବା ଧାନରୁ ଗତ ୧୬ ତାରିଖ ରାତିରେ ୧୮ ପ୍ୟାକେଟ...

ଲିଭ୍‌ ଇନ୍‌ ରିଲେଶନଶିପ୍‌ରେ ମହିଳାଙ୍କୁ ସ୍ତ୍ରୀ ମାନ୍ୟତା ମିଳିବା ଆବଶ୍ୟକ: ହାଇକୋର୍ଟ

ଚେନ୍ନାଇ,୨୧ା୧: ଲିଭ୍‌-ଇନ୍‌ ରିଲେଶନଶିପ୍‌ରେ ଥିବା ମହିଳାଙ୍କୁ ଗାନ୍ଧର୍ବ ବିବାହ ବା ପ୍ରେମ ବିବାହ ଅନୁଯାୟୀ ସ୍ତ୍ରୀର ମାନ୍ୟତା ପ୍ରଦାନ ସହ ସୁରକ୍ଷା ଦିଆଯିବା ଆବଶ୍ୟକ। ଫଳରେ...

ICCର ଅଲ୍ଟିମେଟମ୍‌ ପରେ ବି ସୁଧୁରିଲାନି ବାଂଲାଦେଶ, ସିଧା ସିଧା ଶୁଣାଇଦେଲା ‘ଆମେ…’

ଢାକା,୨୧।୧: ଆସନ୍ତା ୭ ତାରିଖରୁ ହେବାକୁଥିବା ଟି୨୦ ବିଶ୍ୱକପ୍‌ରେ ଭାଗ ନେବା ପାଇଁ ବାଂଲାଦେଶ ଦଳ କୌଣସି ପରିସ୍ଥିତିରେ ଭାରତ ଯିବନାହିଁ। ୨୧ ତାରିଖ ସୁଦ୍ଧା...

୨୩ରେ ଓଡ଼ିଶା ଆସିବେ ଉପରାଷ୍ଟ୍ରପତି: ନେତାଜୀ ଜୟନ୍ତୀରେ ଯୋଗଦେବେ

ଭୁବନେଶ୍ୱର,୨୧ା୧(ରବିନାରାୟଣ ଜେନା):ଭାରତର ଉପରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନ ଜାନୁଆରୀ ୨୩ରେ ଓଡ଼ିଶା ଗସ୍ତରେ ଆସି କଟକରେ ହେବାକୁ ଥିବା ନେତାଜୀ ଜୟନ୍ତୀରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି। ଏସଂକ୍ରାନ୍ତରେ...

ବିଜେଡିରେ ଏବେ କୁତୁକୁତୁ ହେଉଛନ୍ତି ଏସବୁ ନେତା: ଆଉ କେତେକ ଅଲୋଡ଼ା

ଭୁବନେଶ୍ୱର, ୨୧।୧(ସୁନିତ୍‌ ମିଶ୍ର): ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କିଛିଦିନ ହେଲା ବହୁମାତ୍ରାରେ ଚଳଚଞ୍ଚଳ ହୋଇ ଦଳୀୟ କାର୍ଯ୍ୟକ୍ରମ କରୁଛନ୍ତି।...

ଜଗନ୍ନାଥ କଲ୍ୟାଣ ମଣ୍ଡପ ଉଦ୍‌ଘାଟନ ଉତ୍ସବରେ ଯୋଗ ଦେଲେ ବିଧାୟକ ସିଦ୍ଧାନ୍ତ, ୪୪୧ ହିତାଧିକାରୀଙ୍କୁ ବାଣ୍ଟିଲେ…

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା ଗ୍ରାମ ମଠ ସାହିରେ ୫୦ ଲକ୍ଷରୁ ଉଦ୍ଧର୍‌ବ ଟଙ୍କା ବ୍ୟୟରେ ନବନିର୍ମିତ ଶ୍ରୀ ଜଗନ୍ନାଥ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri