Posted inଖେଳ

ବିରାଟ, ରୋହିତଙ୍କୁ ହଇରାଣ କର ନାହିଁ; ସବୁ ହଜିଯିବ: ରବି ଶାସ୍ତ୍ରୀଙ୍କ ଚେତାବନୀ

ମୁମ୍ବାଇ,୪ା୧୨: ଭାରତୀୟ ଦଳର ପୂର୍ବତନ ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ ଦୁଇ ବରିଷ୍ଠ ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ହଇରାଣ କରୁଥିବା ତଥା ସେମାନଙ୍କ ଫର୍ମ ଓ ଭବିଷ୍ୟତ ଉପରେ ପ୍ରଶ୍ନ ଉଠାଉଥିବା ସମାଲୋଚକମାନଙ୍କ ଉପରେ ତୀବ୍ର ବର୍ଷିଛନ୍ତି। ଏକ ସାକ୍ଷାତକାରରେ ଶାସ୍ତ୍ରୀ ଏହି ‘ଉଦ୍ଦେଶ୍ୟମୂଳକ ସମସ୍ୟା ସୃଷ୍ଟିକାରୀ’ମାନଙ୍କୁ କଡ଼ା ଚେତାବନୀ ଦେଇଛନ୍ତି।

ଶାସ୍ତ୍ରୀ କହିଛନ୍ତି, “ବିରାଟ କୋହଲି ଏବଂ ରୋହିତ ଶର୍ମା ହେଉଛନ୍ତି ଦିନିକିଆର ବିଶାଳ ଖେଳାଳି। ଆପଣ ସେଭଳି ଖେଳାଳିଙ୍କ କ୍ୟାରିୟରରେ ହସ୍ତକ୍ଷେପ କରନ୍ତୁ ନାହିଁ ବା ସେମାନଙ୍କୁ ହଇରାଣ କରନ୍ତୁ ନାହିଁ।”

ଟେଷ୍ଟ ଏବଂ ଟି20 ରୁ ଉଭୟ ଅବସର ନେଇଥିବା ବେଳେ ୨୦୨୭ ବିଶ୍ୱକପ୍‌କୁ ନେଇ ସେମାନଙ୍କ ଦିନିକିଆ ଭବିଷ୍ୟତ ଉପରେ ଚାଲିଥିବା ଚର୍ଚ୍ଚାକୁ ଶାସ୍ତ୍ରୀ କଡ଼ା ସମାଲୋଚନା କରିଛନ୍ତି।

‘କିଏ ସେମାନଙ୍କୁ ହଇରାଣ କରୁଛି’ ବୋଲି ପ୍ରଶ୍ନ ହେବାରୁ ଶାସ୍ତ୍ରୀ କହିଥିଲେ, “କିଛି ଲୋକ କରୁଛନ୍ତି, ମୁଁ କେବଳ ଏତିକି କହିବି। ଏଭଳି ଖେଳାଳିଙ୍କ ସହିତ ଆପଣ ମସ୍ତି କର ନାହିଁ।”

ସେ ଆହୁରି ମଧ୍ୟ କହିଥିଲେ, “ଯଦି ସେମାନଙ୍କର (କୋହଲି ଓ ରୋହିତଙ୍କ) ମୁଣ୍ଡ ଠିକ୍‌ ହୋଇଯାଏ ଏବଂ ସେମାନେ ସଠିକ୍‌ ବଟନ୍‌ ଦବାଇ ଦିଅନ୍ତି, ତେବେ ଏହି ସମସ୍ତ ହଇରାଣ କରୁଥିବା ଲୋକ ବହୁତ ଶୀଘ୍ର ଦୃଶ୍ୟରୁ ହଜିଯିବେ।” ୨୦୨୭ ଦିନିକିଆ ବିଶ୍ୱକପ୍‌ରେ ଉଭୟଙ୍କ ଚୟନ ପାଇଁ ଘରୋଇ ଦିନିକିଆ କ୍ରିକେଟ୍‌ ଖେଳିବାକୁ ପଡ଼ିବ ବୋଲି ସମାଲୋଚକମାନେ ମତ ଦେଉଛନ୍ତି।

ଖବର ଅନୁଯାୟୀ, ଅଜିତ ଅଗରକରଙ୍କ ନେତୃତ୍ୱରେ ଥିବା ଚୟନ କମିଟି ଏବଂ ଟିମ୍‌ ମ୍ୟାନେଜ୍‌ମେଣ୍ଟକୁ ଶାସ୍ତ୍ରୀ ଏହି ବାର୍ତ୍ତା ଦେଇଛନ୍ତି ଯେ ପ୍ରମାଣିତ ମ୍ୟାଚ୍‌ ବିଜେତାମାନଙ୍କୁ ସମର୍ଥନ ଦିଆଯାଉ। ରୋହିତ ‘ବିଜୟ ହଜାରେ ଟ୍ରଫି’ ଖେଳିବାକୁ ରାଜି ହୋଇଥିବା ବେଳେ ବିରାଟ କୋହଲିଙ୍କୁ ଚୟନକର୍ତ୍ତାଙ୍କ ବୁଝାମଣା ପରେ ଘରୋଇ କ୍ରିକେଟ୍‌କୁ ଫେରିବାକୁ ପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିରାଟ-ରୋହିତଙ୍କ କଟିବ ଦରମା! କିଏ କେଉଁ କାଟାଗୋରୀରେ ରହିବେ? ସେଣ୍ଟ୍ରାଲ କଣ୍ଟ୍ରାକ୍ଟକୁ ନେଇ BCCIର ବଡ଼ ବୟାନ

ନୂଆଦିଲ୍ଲୀ,୨୧।୧: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI) ପୁରୁଷ କ୍ରିକେଟ ପାଇଁ କେନ୍ଦ୍ରୀୟ ଚୁକ୍ତିନାମା ତାଲିକାକୁ ସୁଗମ କରିବାକୁ ପ୍ରସ୍ତୁତ ହେଉଛି। ଖେଳାଳିଙ୍କ କେନ୍ଦ୍ରୀୟ ଚୁକ୍ତିନାମାକୁ...

ନଏଡା ଦୁର୍ଘଟଣା

ଘନକୁହୁଡ଼ି ଯୋଗୁ ଦିଲ୍ଲୀ ପାଖ ତଥା ଉତ୍ତରପ୍ରଦେଶ ରାଜ୍ୟର ନ୍ୟୁ ଓଖଲା ଇଣ୍ଡଷ୍ଟ୍ରିଆଲ ଡେଭଲପ୍‌ମେଣ୍ଟ ଅଥରିଟି (ନଏଡା)ର ସେକ୍ଟର ୧୫୦ ନିକଟରେ ୧୬ ଜାନୁଆରୀ ୨୦୨୬...

ICCର ଅଲ୍ଟିମେଟମ୍‌ ପରେ ବି ସୁଧୁରିଲାନି ବାଂଲାଦେଶ, ସିଧା ସିଧା ଶୁଣାଇଦେଲା ‘ଆମେ…’

ଢାକା,୨୧।୧: ଆସନ୍ତା ୭ ତାରିଖରୁ ହେବାକୁଥିବା ଟି୨୦ ବିଶ୍ୱକପ୍‌ରେ ଭାଗ ନେବା ପାଇଁ ବାଂଲାଦେଶ ଦଳ କୌଣସି ପରିସ୍ଥିତିରେ ଭାରତ ଯିବନାହିଁ। ୨୧ ତାରିଖ ସୁଦ୍ଧା...

ବିଜେଡିରେ ଏବେ କୁତୁକୁତୁ ହେଉଛନ୍ତି ଏସବୁ ନେତା: ଆଉ କେତେକ ଅଲୋଡ଼ା

ଭୁବନେଶ୍ୱର, ୨୧।୧(ସୁନିତ୍‌ ମିଶ୍ର): ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କିଛିଦିନ ହେଲା ବହୁମାତ୍ରାରେ ଚଳଚଞ୍ଚଳ ହୋଇ ଦଳୀୟ କାର୍ଯ୍ୟକ୍ରମ କରୁଛନ୍ତି।...

ମହିଳାଙ୍କ ହାତରେ ‘ଆମ ବସ୍’ ଷ୍ଟିୟରିଂ: ଏହି ଦିନରୁ ମିଳିବ ଦାୟିତ୍ୱ

ଭୁବନେଶ୍ୱର,୨୦।୧: ରାଜ୍ୟ ପରିବହନ ସେବାରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ଏଣିକି ପୁରୁଷଙ୍କ ସହ ମହିଳାମାନେ ମଧ୍ୟ ‘ଆମ ବସ୍’ ଚଲାଇବେ। ବିଶେଷ କରି...

ପ୍ରତିରକ୍ଷା କ୍ଷେତ୍ରରେ ଭାରତର ବଡ଼ ପଦକ୍ଷେପ: ଆସୁଛି ଶକ୍ତିଶାଳୀ ଲେଜର ଅସ୍ତ୍ର

ନୂଆଦିଲ୍ଲୀ,୨୦।୧: ବିଶ୍ୱରେ ବଦଳୁଥିବା ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ଏବେ ନିଜସ୍ୱ ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ଅଧିକ ସୁଦୃଢ଼ କରିବାକୁ ଯାଉଛି। ରୁଷର S-400...

ଭାରତର ଭିତ୍ତିଭୂମି କ୍ଷେତ୍ରରେ ଅଭିବୃଦ୍ଧି: ଡିସେମ୍ବରରେ ୩.୭ ପ୍ରତିଶତକୁ ବୃଦ୍ଧି

ନୂଆଦିଲ୍ଲୀ,୨୦।୧: ଦେଶର ଶିଳ୍ପାୟନ କ୍ଷେତ୍ରରୁ ଭଲ ଖବର ଆସିଛି। ଭାରତର ୮ଟି ପ୍ରମୁଖ ଭିତ୍ତିଭୂମି କ୍ଷେତ୍ରର ଅଭିବୃଦ୍ଧି ହାର ଡିସେମ୍ବର ମାସରେ ୩.୭ ପ୍ରତିଶତକୁ ବୃଦ୍ଧି...

ବିଶ୍ୱସ୍ତରୀୟ ଭିତ୍ତିଭୂମି ମିଳିଲେ କ’ଣ ହେବ, ଯଦି ଲୋକଙ୍କ ପାଖରେ ନାହିଁ ସାଧାରଣ ଜ୍ଞାନ

କୋଲକାତା/ଗୁୱାହାଟୀ,୨୦।୧: ଦେଶର ପ୍ରଥମ ହାଇଟେକ୍ ‘ବନ୍ଦେ ଭାରତ ସ୍ଲିପର’ ଏକ୍ସପ୍ରେସ୍‌ର ପରିଚାଳନା ଆରମ୍ଭ ହେବା ପୂର୍ବରୁ ଏହାର ସ୍ୱଚ୍ଛତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶନିବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri