ନିଜ ଘରେ ଦେଉଛନ୍ତି ଶିକ୍ଷା: ଉପାନ୍ତ ଅଞ୍ଚଳରେ ଶାଶୁ, ବୋହୂଙ୍କ ଅଙ୍ଗନଓ୍ବାଡି

ଉଦଳା,୩ା୧୨(ସନ୍ତୋଷ କୁମାର ବାଛିନୀ):ଅଙ୍ଗନଓ୍ବାଡିରେ ନା କରିଛନ୍ତି ଚାକିରି ନା ମିଳିଛି କର୍ମୀ ଦାୟିତ୍ୱ। ତଥାପି ନିଜ ଘରେ ଖୋଲିଛନ୍ତି ଏକ ସ୍ବତନ୍ତ୍ର ପାଠଶାଳା। ଘରଠାରୁ ୩ କି.ମି. ଦୂରରେ ଥିବା ଅଙ୍ଗନଓ୍ବାଡି କେନ୍ଦ୍ରକୁ ଯାଇପାରୁ ନ ଥିବା ପିଲାମାନଙ୍କୁ ଦେଉଛନ୍ତି ଶିକ୍ଷା ସହ ସଂସ୍କାର। ଏଥିରେ ସହଯୋଗ କରୁଛନ୍ତି ତାଙ୍କ ଶାଶୁ। ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ୍‌ ଜଡ଼ିଦା ପଞ୍ଚାୟତ ଅନ୍ତର୍ଗତ ଉପାନ୍ତ ଡମ୍ବରୁଝରଣ ଗ୍ରାମରେ ଏଭଳି ସ୍ବାର୍ଥବିହୀନ ସେବା ଚଳାଇଥିବା ମହିଳା ହେଲେ ସସ୍ମିତା ମାରାଣ୍ଡି ଓ ତାଙ୍କ ଶାଶୁ ବିଜୟା ମାରାଣ୍ଡି। ସେମାନେ ଏବେ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି।
ସସ୍ମିତା ଯୁକ୍ତ ୨ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି। ପାରିବାରିକ ସମସ୍ୟା କାରଣରୁ ପାଠରେ ଡୋରି ବନ୍ଧାହେବା ପରେ ସେ ବିବାହ ବନ୍ଧନରେ ବାନ୍ଧି ହେଲେ। ପାଠ ପଢ଼ିବାର ସ୍ବପ୍ନ ଉଜୁଡ଼ିବା ପୂର୍ବରୁ ସେ ନିଜ ଶାଶୁଘର ଅଞ୍ଚଳର ଛୋଟ ଛୋଟ ପିଲାଙ୍କୁ ପାଠ ପଢ଼ାଇ ଭଲ ମଣିଷ ଭାବେ ଗଢ଼ିତୋଳିବା ପାଇଁ ପ୍ରୟାସ ଆରମ୍ଭ କଲେ। ୩ ବର୍ଷ ତଳେ ଡମ୍ବରୁଝରଣ ଗ୍ରାମରେ ସସ୍ମିତା ଆରମ୍ଭ କରିଥିଲେ ଅଙ୍ଗନଓ୍ବାଡି। ଏବେ ସେଠାରେ ୧୭ରୁ ଅଧିକ କୁନି କୁନି ପିଲା ପାଠ ପଢ଼ୁଛନ୍ତି। ଅଙ୍ଗନଓ୍ବାଡି ରୁଟିନ ଅନୁସାରେ ସସ୍ମିତା ସବୁ ପିଲାଙ୍କୁ ଖାଇବାକୁ ଦିଅନ୍ତି। କେବଳ ପାଠ ପଢ଼ାଇବା ଆଉ ଖାଇବାକୁ ଦେବା ନୁହେଁ ନିଜେ ଜଣେ ମା’ ଭଳି ପିଲାଙ୍କ ଯତ୍ନନେଇ ସେମାନଙ୍କୁ ଖୁଆଇ ମଧ୍ୟ ଦିଅନ୍ତି ଓ ସଂସ୍କାର ଶିଖାନ୍ତି।

ସେଥିପାଇଁ ପ୍ରତିଦିନ ସସ୍ମିତା ଜଙ୍ଗଲ ରାସ୍ତାରେ ଚାଲି ଚାଲି ଯାଇ ଆଣନ୍ତି ପିଲାଙ୍କ ଖାଦ୍ୟ ସାମଗ୍ରୀ; ଯାହା ନିଶ୍ଚିତ ଭାବେ କଷ୍ଟଦାୟକ। ହେଲେ ଛୋଟ ପିଲାଙ୍କ ଶିକ୍ଷା ପାଇଁ ସେ କଷ୍ଟକୁ ପାସୋରି ଦେଇଥିବା କହିଛନ୍ତି। ସସ୍ମିତାଙ୍କୁ ଏହି କାମରେ ତାଙ୍କ ଶାଶୁ ବିଜୟା ସାହାଯ୍ୟ କରୁଛନ୍ତି। ସସ୍ମିତା ଗଁା ପିଲାଙ୍କ ପେଟ ପୂରାଇବା ପାଇଁ ନିଜର ଛୋଟ ଝିଅକୁ ଅଣ୍ଟାରେ ଜାବୁଡ଼ି ଧରି ବିପଦପୂର୍ଣ୍ଣ ଭାବେ ଜଙ୍ଗଲ ପାହାଡ଼ ଡେଇଁଯାଇଥାନ୍ତି।
ଗଁାଠାରୁ ୩ କି.ମି. ଦୂରରେ ରହିଛି ବାରବାଙ୍କ ଅଙ୍ଗନଓ୍ବାଡି କେନ୍ଦ୍ର, ଯାହାକି ଜଙ୍ଗଲ ଓ ପାହାଡ଼ ଆର ପାଖରେ। ଡମ୍ବରୁଝରଣ, ବାଘମୁଣ୍ଡା ଗ୍ରାମ ସମେତ ଅନ୍ୟ ଗ୍ରାମର ପିଲାମାନେ ପାହାଡ଼ ଚଢ଼ି ସେହି ଅଙ୍ଗନଓ୍ବାଡି କେନ୍ଦ୍ର ଯିବା କଷ୍ଟକର। ସେଥିପାଇଁ ଅଭିଭାବକକମାନେ ପିଲାଙ୍କୁ ସେଠାକୁ ଛାଡ଼ିବାକୁ ନାରାଜ। ଛୋଟ ଛୋଟ ପିଲା ଯେପରି ଶିକ୍ଷାରୁ ବଞ୍ଚିତ ନ ରୁହନ୍ତୁ ସେହି ଉଦ୍ଦେଶ୍ୟରେ ସସ୍ମିତା ନିଜ ଘରେ ୧୭ ଜଣ କୁନି ପିଲାଙ୍କୁ ପଢ଼ାଉଛନ୍ତି। ସସ୍ମିତାଙ୍କ ଏପରି ସେବାମୂଳକ କାର୍ଯ୍ୟ ବାବଦରେ ବାରବାଙ୍କ ଅଙ୍ଗନଓ୍ବାଡି କେନ୍ଦ୍ର କର୍ମୀ ଶାନ୍ତିଲତା ଗିଲୁଆଙ୍କୁ ପଚାରିବାରୁ ଶିଶୁମାନଙ୍କ ସେବା ପାଇଁ ସସ୍ମିତା ଏଭଳି ଚେଷ୍ଟା କରୁଛନ୍ତି ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ସସ୍ମିତାଙ୍କ ଏଭଳି ପ୍ରଶଂସନୀୟ କାର୍ଯ୍ୟ ଦେଖି ବ୍ଲକ୍‌ ପ୍ରଶାସନ ପକ୍ଷରୁ ତାଙ୍କୁ ପ୍ରତି ମାସରେ ହଜାରେ ଟଙ୍କା ଲେଖାଏ ପ୍ରଦାନ କରାଯିବା ପାଇଁ ବ୍ୟବସ୍ଥା ହୋଇଥିଲା। ଅଦ୍ୟାବଧି ସେ ମାତ୍ର ୧୦ ହଜାର ଟଙ୍କା ପାଇଛନ୍ତି। ଏବେ ତାଙ୍କୁ ଆଉ ଟଙ୍କା ମିଳୁନାହିଁ। ଟଙ୍କାକୁ ଲୋଭ ନ କରି ନିଜ ପିଲା ଭାବି ସେବାକରି ଚାଲିଛି ବୋଲି ସସ୍ମିତା କହିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ପ୍ରମିଳାଙ୍କ ଘରେ ଯାଜପୁର ନେତାଙ୍କ ମେଳି: ସାମିଲ ହେଲେ ଏସବୁ ନେତା…

ଭୁବନେଶ୍ୱର,୨୦।୧: ବିଜେଡିରେ ହେବ କି ବଡ଼ ପରିବର୍ତ୍ତନ? ବୈଠକ ପରେ ବୈଠକ ବସୁଛି। ଇତି ମଧ୍ୟରେ ମଙ୍ଗଳବାର ପ୍ରମିଳା ମଲ୍ଲିକଙ୍କ ଭୁବନେଶ୍ବର ବାସଭବନରେ ଯାଜପୁର ନେତାଙ୍କ...

ପ୍ରମିଳାଙ୍କ ଘରେ ଏମିତି କ’ଣ ହେଲା? ନବୀନ ନିବାସ ମୁହାଁ ହେଲେ ବରିଷ୍ଠ ନେତା, ରାଜନୀତି ହଲଚଲ

ଭୁବନେଶ୍ୱର,୨୦।୧: ନବୀନ ନିବାସରେ ବଡ଼ ହଲଚଲ। ବରିଷ୍ଠ ନେତା ନବୀନ ନିବାସରେ ପହଞ୍ଚିଛନ୍ତି। ପ୍ରମିଳାଙ୍କ ଘରେ ଯାଜପୁର ନେତାଙ୍କ ମେଳି ପରେ ଅଚାନକ ନବୀନ ନିବାସରୁ...

ପ୍ରମିଳାଙ୍କ ଘରେ ବୈଠକ ପରେ ପ୍ରୀତିରଞ୍ଜନ ଘଡ଼ାଇଙ୍କ ବିସ୍ଫୋରଣ, କହିଲେ ନିଜକୁ ବାଘ…

ଭୁବନେଶ୍ବର, ୨୦|୧ : ପ୍ରମିଳା ମଲ୍ଲିକଙ୍କ ଘରେ ପୁଣିଥରେ ଯାଜପୁର ବିଜେଡି ନେତାଙ୍କ ମେଳି ଦେଖିବାକୁ ମିଳିଛି । ପ୍ରଣବ ପ୍ରକାଶ ଦାସ, ପ୍ରଣବ ବଳବନ୍ତରାୟ, ପ୍ରୀତିରଞ୍ଜନ...

ବରଗଡ଼ରେ କଂଗ୍ରେସର ଚାଷୀ ସମାବେଶ: ଧାନବିକ୍ରି ଅବ୍ୟବସ୍ଥା ନେଇ ସରକାରଙ୍କ ବିରୋଧରେ ଗର୍ଜିଲେ…

ବରଗଡ଼,୨୦।୧(ପ୍ରେମାନନ୍ଦ ଖମାରୀ):  ରାଜ୍ୟରେ ଖରିଫ୍ ଧାନବିକ୍ରି ବ୍ୟବସ୍ଥା ବାଟବଣା ହୋଇ ପଡିଛି। ଟୋକନ କଟକଣା, ଧାନ ଉଠାଣରେ ଶିଥିଳତା, କଟନୀଛଟନୀ ଆଦି ସମସ୍ୟା ଯୋଗୁ ଅନେକ...

ନୀତିନ ନବୀନ କହିଲେ ରାଜନୀତି ଲଙ୍ଗ ମାରାଥନ, ଏଠି ସ୍ପିଡ ନୁହେଁ ଷ୍ଟାମିନାର ଟେଷ୍ଟ ହୋଇଥାଏ

ନୂଆଦିଲ୍ଲୀ,୨୦।୧: ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ପରେ, ନୀତିନ ନବୀନ ପ୍ରଥମ ଥର ପାଇଁ ଦଳୀୟ କର୍ମୀ ଏବଂ ନେତାମାନଙ୍କୁ ସମ୍ବୋଧିତ କରିଥିଲେ। ସେ କହିଥିଲେ...

ମିଳିଲା କନିଷ୍ଠ କିରାଣିଙ୍କ ଝୁଲନ୍ତା ମୃତଦେହ: ବେକରେ ଗାମୁଛା ଲଗାଇ….

ବାଲେଶ୍ୱର, ୨୦।୧( ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟର ଜଣେ କନିଷ୍ଠ କିରାଣିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ହେଲେ ସଦର...

କାକଟପୁର, ଅସ୍ତରଙ୍ଗରେ ଖୋଲିନାହିଁ ଧାନମଣ୍ଡି, ଚିନ୍ତାରେ ଚାଷୀ

କାକଟପୁର/ଅସ୍ତରଙ୍ଗ, ୨୦ା୧(ଶୁଭଦର୍ଶନ ମିଶ୍ର/ପ୍ରଦୀପ୍ତ କୁମାର ଦୀକ୍ଷିତ): ପୁରୀ ଜିଲା ଅସ୍ତରଙ୍ଗ ଏବଂ କାକଟପୁର ବ୍ଲକ ଅଞ୍ଚଳରେ ବର୍ତ୍ତମାନ ସୁଦ୍ଧା ଧାନମଣ୍ଡି ଖୋଲିନାହିଁ। ଜାନୁଆରୀ ୧୫ରୁ ୧୭ତାରିଖ...

୩୩ ମାସ ପରେ ମା’କୁ ଫେରି ପାଇଲା ପୁଅ

ଝାରସୁଗୁଡ଼ା,୨୦।୧(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ଜିଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ମାର୍ଗଦର୍ଶନରେ ପରିଚାଳିତ ‘ସ୍ନେହ ସେତୁ’ ପଦକ୍ଷେପ ମାଧ୍ୟମରେ ସୋମବାର ପୁଣି ଏକ ବିଚ୍ଛିନ୍ନ ପରିବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri