Posted inଜାତୀୟ

ଟେଲିକମ୍‌ଭିତ୍ତିକ ସୁରକ୍ଷା ସତର୍କ ବ୍ୟବସ୍ଥା ଲାଗୁ କରିବ ଏନ୍‌ଏଚ୍‌ଏଆଇ

ନୂଆଦିଲ୍ଲୀ,୩ା୧୨: ଜାତୀୟ ରାଜପଥଗୁଡ଼ିକରେ ସୁରକ୍ଷା ବଢ଼ାଇବା ସହ ବାଧାହୀନ ଯାତାୟାତ ଅଭିଜ୍ଞତା ପ୍ରଦାନ ଲାଗି ଭାରତର ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ) ଟେଲିକମ୍‌ ଭିତ୍ତିକ ସୁରକ୍ଷା ସତର୍କତା ସିଷ୍ଟମ୍‌ ଲାଗୁ କରିବାକୁ ଯାଉଛନ୍ତି। ଦେଶର ସମସ୍ତ ଜାତୀୟ ରାଜପଥ ନେଟ୍‌ଓ୍ବର୍କରେ ଏହି ବ୍ୟବସ୍ଥା ଲାଗୁ ହେବ। ଏସ୍‌ଏମ୍‌ଏସ୍‌, ହ୍ବାଟ୍ସଆପ୍‌ ଏବଂ ଉଚ୍ଚ ପ୍ରାଥମିକତା କଲ୍‌ ଜରିଆରେ ଜାତୀୟ ରାଜପଥ ବ୍ୟବହାରକାରୀମାନଙ୍କୁ ସତର୍କ ସୂଚନା ପଠାଯିବ। ରାଜମାର୍ଗ ଯାତ୍ରା ମୋବାଇଲ୍‌ ଆପ୍‌ ଏବଂ ଜରୁରୀ ହେଲ୍ପଲାଇନ ନମ୍ବର ୧୦୩୩ ସମେତ ଏନ୍‌ଏଚ୍‌ଏଆଇର ଡିଜିଟାଲ ପ୍ଲାଟ୍‌ଫର୍ମରେ ପର୍ଯ୍ୟାୟକ୍ରମେ ଏହି ସିଷ୍ଟମକୁ ସଂଯୋଗ କରାଯିବ। ଜାତୀୟ ରାଜପଥ ବ୍ୟବହାରକାରୀଙ୍କୁ ଠିକ୍‌ ସମୟରେ ସୂଚନା ପ୍ରଦାନ କରି ସଡ଼କ ସୁରକ୍ଷାକୁ ସୁଦୃଢ଼ କରିବା ଏହି ପଦକ୍ଷେପର ଲକ୍ଷ୍ୟ। ଯାହା ଫଳରେ ୟୁଜରମାନେ ଆଗୁଆ ସେମାନଙ୍କ ଗାଡ଼ିର ବେଗ ଏବଂ ଗାଡ଼ିଚାଳନା ଆଚରଣକୁ ସୁଧାରିବେ। ପ୍ରଥମେ ଜିଓ ଗ୍ରାହକମାନଙ୍କୁ ଏହି ସେବା ଉପଲବ୍ଧ ହେବାକୁ ଥିବାବେଳେ ପରେ ସମସ୍ତ ଟେଲିକମ୍‌ ପ୍ରଦାନକାରୀ ସେମାନଙ୍କ ଗ୍ରାହକଙ୍କୁ ଏହା ଯୋଗାଇଦେବେ। ଏଥିପାଇଁ ଏନ୍‌ଏଚ୍‌ଏଆଇ ରିଲାଏନ୍ସ ଜିଓ ସହ ଏକ ବୁଝାମଣାପତ୍ର ସ୍ବାକ୍ଷର କରିଛି ଏବଂ ୨ ମାସ ମଧ୍ୟରେ ଏହି ସତର୍କତା ସେବା ଆରମ୍ଭ ହେବାକୁ ଯାଉଛି। ଗାଡ଼ିଚାଳକମାନେ ଜିଓର ୪ଜି ଏବଂ ୫ଜି ନେଟ୍‌ଓ୍ବର୍କ ବ୍ୟବହାର କରି ସେମାନଙ୍କ ମୋବାଇଲ ଫୋନ୍‌ରୁ ଦୁର୍ଘଟଣାପ୍ରବଣ ସ୍ଥାନ, ବୁଲାଗୋରୁ ସମାଗମ ଅଞ୍ଚଳ, କୁହୁଡ଼ି ପ୍ରଭାବିତ ଅଞ୍ଚଳ, ଜରୁରୀ ଡାଇଭର୍ସନ ଆଦି ସମ୍ପର୍କରେ ଜାଣି ପାରିବେ ବୋଲି ସଡ଼କ ପରିବହନ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

 

Dharitri – The Largest & Most Trusted Odia Daily


Enter your email to get our daily news in your inbox.

All Right Reserved By Dharitri.Com

ନିରଞ୍ଜନଙ୍କୁ ଗୁରୁଦାୟିତ୍ୱ: ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ହେଲେ …

ଦିଗପହଣ୍ଡି,୨୦|୧(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସମିତି ସଭ୍ୟ ତଥା ରେଡ୍ଡୀ ସମାଜ ଦିଗପହଣ୍ଡି ଜୋନର ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ...

ପ୍ରତିରକ୍ଷା କ୍ଷେତ୍ରରେ ଭାରତର ବଡ଼ ପଦକ୍ଷେପ: ଆସୁଛି ଶକ୍ତିଶାଳୀ ଲେଜର ଅସ୍ତ୍ର

ନୂଆଦିଲ୍ଲୀ,୨୦।୧: ବିଶ୍ୱରେ ବଦଳୁଥିବା ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ଏବେ ନିଜସ୍ୱ ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ଅଧିକ ସୁଦୃଢ଼ କରିବାକୁ ଯାଉଛି। ରୁଷର S-400...

ଟାଙ୍ଗିଆରେ ହାଣି କରିଥିଲେ ହତ୍ୟା: ବାପା-ପୁଅକୁ ଆଜୀବନ ଜେଲ

ବ୍ରହ୍ମପୁର,୨୦।୧(ସୁବାସ ଚନ୍ଦ୍ର ପାଢ଼ୀ): କିଆବାଡ଼ ଭାଗବଣ୍ଟାକୁ ନେଇ ଘଟିଥିବା ହତ୍ୟା ମାମଲାର ବିଚାର କରି ଗଞ୍ଜାମ ଜିଲା ଜଜ୍‌ ଅଶାନ୍ତ କୁମାର ଦାଶ ଅଭିଯୁକ୍ତ ବାପ-ପୁଅଙ୍କୁ...

ମୁନିଗୁଡ଼ା ବ୍ଲକ୍‌ ତେଲେଙ୍ଗାପଦର ଛକରେ ମାଓବାଦୀ ବ୍ୟାନର

ରାୟଗଡା,୨୦।୧ (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ମୁନିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ତେଲେଙ୍ଗାପଦର ଛକ ନିକଟରେ ମାଓବାଦୀ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି I ଖଣି ଖାଦାନକୁ...

ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରମାବାସୀଙ୍କ ବିରୋଧ

ବୁଗୁଡ଼ା,୨୦ା୧(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ୍‌ ଅନ୍ତରପଡ଼ା ପଞ୍ଚାୟତ ଅଧୀନ କନ୍ଧଚନ୍ଦନପେଡ଼ି ଗ୍ରାମରେ ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରାମବାସୀ ବିରୋଧ କରିଛନ୍ତି।...

ବାଇକ୍‌  ଧକ୍କାରେ  ଚାଲିଗଲା ବୃଦ୍ଧଙ୍କ ଜୀବନ 

ମୋହନା,୨୦।୧( ମନ୍ମଥ ମିଶ୍ର ): ବାଇକ ଧକ୍କାରେ ବୃଦ୍ଧମୃତ। ମୃତ ବୃଦ୍ଧ ଜଣକ ହେଲେ ଆର.ଉଦୟଗିରି ଥାନା ନିସଂଗପୁର ଗ୍ରାମର ୭୦ ବର୍ଷୀୟ ସାରଥୀ ବେହେରଦଲାଇ।...

ତେଲଙ୍ଗାନାରେ ଚାଲିଗଲା ଓଡ଼ିଆ ଶ୍ରମିକଙ୍କ ଜୀବନ

ଲାଠୋର,୨୦ା୧(ଭୁବନେଶ୍ୱର ବାରିକ)- ତେଲଙ୍ଗାନାକୁ ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବଲାଙ୍ଗୀର ଜିଲା ତୁରେକେଲା ଥାନା ଭାଲୁକୁନା ଗ୍ରାମର...

ଶତାଧିକ ଛତ୍ରୀଛାତ୍ର ଗାଇଲେ ବନ୍ଦେ ମାତରମ୍‌

କେସିଙ୍ଗା,୨୦ା୧ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏସି ସ୍ତରୀୟ ବନ୍ଦେ ମାତରମ୍‌ ଗାନ କାର୍ଯ୍ୟକ୍ରମ ଅଧ୍ୟକ୍ଷ ନୃପରାଜ ଯାଦବଙ୍କ ଅଧ୍ୟକ୍ଷତାରେ ବିଦ୍ୟାପୀଠ ଖେଳ ପଡିଆଠାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri