Posted inଖେଳ

ମରାଠା ଏକାଦଶ ଭଞ୍ଜ ଟ୍ରଫି ଚାମ୍ପିଅନ

ଭଞ୍ଜନଗର,୩୦ା୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଲ୍‌ ପଡ଼ିଆରେ ଚାଲିଥିବା ଭଞ୍ଜ ଟ୍ରଫି ୨୦୨୫ର ଫାଇନାଲ ମ୍ୟାଚ୍‌ ରବିବାର ସୁନ୍ଦରଗଡ଼ ଦୋସ୍ତି ଫୁଟବଲ
କ୍ଲବକୁ ଭଞ୍ଜନଗର ମରାଠା ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମରାଠା ଏକାଦଶ ୩-୧ ଗୋଲରେ ଚାମ୍ପିଅନ ହୋଇଛି। ମରାଠା ଏକାଦଶ ଏକପାଖିଆ ଭାବେ ବିଜୟୀ ହୋଇଛି। ଏଥିସହ ଶ୍ରେଷ୍ଠ ଗୋଲ କିପର ସୁନ୍ଦରଗଡର ବିଷ୍ଠୁ, ଶ୍ରେଷ୍ଠ ଡିଫେଣ୍ଡର ଖେଳାଳି ମରାଠା ଏକାଦଶର ସିପୁ , ମ୍ୟାନ ଅଫ ଦି ମ୍ୟାଚ ମରାଠା ଏକାଦଶର ଜଳିଆ, ମ୍ୟାନ ଅଫ୍‌ ଟୁର୍ନାମେଣ୍ଟ ସୁନ୍ଦରଗଡ଼ର ଆକାଶ ଓରାମଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି। ପୁରସ୍କାର ବିତରଣ ଉତ୍ସବରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚାମ୍ପିଅନ ଦଳକୁ ୫୫ ହଜାର ୫୫୫ ଟଙ୍କା ସହ ଟ୍ରଫି ପ୍ରଦାନ କରିଥିଲେ।

ସେହିଭଳି ରନର୍ସ ଅପ୍‌ ସୁନ୍ଦରଗଡ଼ ଦଳକୁ ୩୩ ହଜାର ୩୩୩ ଟଙ୍କା ସହ ଟ୍ରଫି ପ୍ରଦାନ କରିଥିଲେ। ଏହି ଅବସରରେ ବିଧାୟକ ନାୟକ କହିଥିଲେ ଯେ, କ୍ରୀଡ଼ା କ୍ଷେତ୍ରରେ ଘୁମୁସର ମାଟି ବହୁ ଆଗକୁ ଯାଇଥିଲା। ପୂର୍ବତନ ବାଚସ୍ପତି ସ୍ବର୍ଗତ ସୋମନାଥ ରଥଙ୍କ ଏଥିପ୍ରତି ଅବଦାନ ବିଶେଷ ଥିଲା। ବର୍ତ୍ତମାନ ଘୁମୁସର ମାଟିର କ୍ରୀଡ଼ାର ବିକାଶ ଦାୟିତ୍ୱ ମୁଁ ବିଧାୟକ ନିର୍ବାଚିତ ହେବାପରେ ନେଇଛି। ଆଗାମୀ ଦିନରେ ଏହି ଖେଳ ପଡିଆର ବିକାଶ ମଧ୍ୟ କରାଯିବ।

ସଭାରେ ଅନ୍ୟମାନଙ୍କ ମଧ୍ୟରେ ଡିଏଫ୍‌ଓ ହିମାଂଶୁ ଶେଖର ମହାନ୍ତି, ଏସ୍‌ଡି ପି ଓ ଡା ଦୀପକ କୁମାର ମିଶ୍ର, ଏନ୍‌ଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ଉପାଧ୍ୟକ୍ଷା ଶୁଭଶ୍ରୀ ଦାସ, ଭାଜପା ଭଞ୍ଜନଗର ସାଂଗଠନିକ ଜିଲା ସଭାପତି ନୀଳ ମାଧବ ପାତ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ସଭାରେ ଭଞ୍ଜ ଟ୍ରଫି ଆୟୋଜକ କମିଟିର ସଭାପତି ବିଷ୍ଣୁ ପ୍ରସାଦ ପ୍ରଧାନ ଅଧ୍ୟକ୍ଷତା କରିଥିବା ବେଳେ ସୁଶାନ୍ତ ବେହେରା ସଂଯୋଜନା କରିଥିଲେ। ଆଜିର ମ୍ୟାଚ୍‌ରେ ରେଫରୀ ଶିବ ଶଙ୍କର ପଣ୍ଡା ଥିବା ବେଳେ ଲାଇନ୍ସ ମ୍ୟାନ ରୋଷନ ଖାନ, ସୁଜିତ୍‌ ରାଜହଂସ, ଦିଲୀପ କୁମାର ରାଉତ, ବିଚିତ୍ର ଜେନା ଥିଲେ। ପି. ରମେଶ ମ୍ୟାଚ କମିଶନର ଥିଲେ। ଏହି ଅବସରରେ ଅଞ୍ଚଳର ବରିଷ୍ଠ ଫୁଟବଲ ଖେଳାଳି ମିଲନ ବେହେରା, ସୁଧିର କୁମାର ବେହେରା, ପି. ଆନନ୍ଦ ରାଓ, ବିଚିତ୍ର ଜେନା, ଗଣେଶ ବାହାଦୂର, ରାଧା କାନ୍ତ ନାୟକ, ସୁବାସ ଚନ୍ଦ୍ର ଗୌଡ଼, ପି କାର୍ତ୍ତିକ ରାଓ, ଦିଲୀପ କୁମାର ବେହେରା, ଗୌରୀ ମହାରଣା, ରମେଶ ବେହେରା, ବାବୁ ମହାନ୍ତି, ଏ ନାରାୟଣ, ଏ. କ୍ରିଷ୍ଣା, ଉଷାକାନ୍ତ ପଟ୍ଟନାୟକ, ଶରତ କୁମାର ମହାନ୍ତି, ବାବୁ ମହାନ୍ତି, କୁଲୁ ସାମନ୍ତ, ଆଶିଷ ସେଠୀଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

ପିକଅପ୍ ଧକ୍କାରେ ଚାହା କେବିନ୍ ସହ ୨ ବାଇକ୍ ଚୁରମାର, ଠାକୁର ପୂଜା କରୁଥିବା ବେଳେ…

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତାର ଦେଓଖାଳି ଛକରେ ସଡ଼କ ଦୁର୍ଘଟଣା । ସକାଳ ପ୍ରାୟ ସାଢ଼େ ୬ ଟାରେ...

ସୁସ୍ଥ ପରିବେଶ ଗଠନ ପାଇଁ ସଚେତନତା, ନୂଆ କମିଟି ଚୟନ….

ରାୟଗଡ଼ା,୨୧।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ହାଲୁଆ ଗ୍ରାମ ନିକଟସ୍ଥ ସେବା ସମାଜ ଗୃହ ଠାରେ ପ୍ରେସ କ୍ଲବର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି...

ମନର ଧାରଣା ନା ସତରେ ଦ୍ରୁତ ବେଗରେ ବାଇକ୍‌ ଚଳାଇଲେ ଅଧିକ ଇନ୍ଧନ ଖର୍ଚ୍ଚ ହୁଏ? ମନରେ ଦ୍ୱନ୍ଦ୍ୱ ଥିଲେ କରନ୍ତୁ ଦୂର…

ନୂଆଦିଲ୍ଲୀ,୨୧।୧: ପ୍ରତ୍ୟେକ ବାଇକ୍‌ ଆରୋହୀଙ୍କ ମନରେ ସାଧାରଣ ପ୍ରଶ୍ନ ଆସେ ଯେ ବାସ୍ତବରେ କ’ଣ ଦ୍ରୁତ ବେଗରେ ଗାଡ଼ି ଚଳାଇଲେ ଅଧିକ ପେଟ୍ରୋଲ ଖର୍ଚ୍ଚ ହୁଏ...

ଭାରତର ୭ ବଡ଼ ବ୍ୟବସାୟୀ ଟ୍ରମ୍ପଙ୍କ ସହ କରିବେ ଡିନର୍‌, ଶକ୍ତି ପ୍ରଦର୍ଶନ କରିବ ଭାରତ

ନୂଆଦିଲ୍ଲୀ,୨୧।୧: ଡାଭୋସରେ ଚାଲିଥିବା ବିଶ୍ୱ ଅର୍ଥନୈତିକ ଫୋରମ (WEF) ସମୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅନେକ ବଡ଼ ଭାରତୀୟ ବ୍ୟବସାୟୀଙ୍କୁ ଭେଟିବେ। NDTV ଅନୁଯାୟୀ,...

ଇତିହାସ ରଚିଲା ‘ଭେରୋନିକା’: ବିଶ୍ୱର ପ୍ରଥମ ଗାଈ ଭାବେ କଲା ଏପରି କାରନାମା

ପଶୁ ଜଗତର ବୁଦ୍ଧିମତାକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଅଷ୍ଟ୍ରିଆର ‘ଭେରୋନିକା’ ନାମକ ଏକ ଗାଈ ନିଜର ଚତୁରତା ପାଇଁ ଏବେ ସାରା...

ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ନେଇ ମୁହଁ ଖୋଲିଲେ ନବୀନ, ନୂଆ ମୁଖିଆ….

ଭୁବନେଶ୍ୱର,୨୧।୧:  ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ଉପରେ ମୁହଁ ଖୋଲିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତେବେ କାହିଁକି ବିଜୁ ଜନତା ଦଳରୁ ଅରବିନ୍ଦଙ୍କୁ ନିଲମ୍ବନ...

୧୮ରୁ ୫୫ ବର୍ଷୀୟ ଏହି ମହିଳାମାନଙ୍କୁ ସରକାର ଦେବେ ୫୦୦୦ ଟଙ୍କା, ଯୋଜନାର ଲାଭ କିପରି ନେବେ ଜାଣି ରଖନ୍ତୁ…

ନୂଆଦିଲ୍ଲୀ,୨୧।୧: ଭାରତ ସରକାର ଦେଶର ନାଗରିକଙ୍କ ପାଇଁ ଅନେକ କଲ୍ୟାଣକାରୀ ଯୋଜନା ଚଳାଇଛନ୍ତି। ଏହି ଯୋଜନାଗୁଡ଼ିକ ମଧ୍ୟରୁ ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା ହେଉଛି ପ୍ରଧାନମନ୍ତ୍ରୀ ମାତୃ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri