ନବୀନଙ୍କ ଦଶା ଭୋଗିବେ କି ମମତା? ଟିଏମସିରେ ଚହଳ!

କୋଲକାତା,୩୦।୪: ପଶ୍ଚିମବଙ୍ଗ ରାଜନୀତିରେ ଏବେ ନୂଆ ଚର୍ଚ୍ଚା ଜୋର ଧରିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏଥର ଦୁଇଟି ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦିତା କରିବାକୁ ନିଷ୍ପତ୍ତି ନେଇଥିବା ଖବର ରାଜନୈତିକ ମହଲରେ ଅନେକ ପ୍ରଶ୍ନ ଉଠାଇଛି। ସାଧାରଣତଃ ଶକ୍ତିଶାଳୀ ନେତାମାନେ ନିଜ ଗଡ଼ ଆସନରୁ ଲଢ଼ନ୍ତି, କିନ୍ତୁ ଦୁଇଟି ସିଟରୁ ଲଢ଼ିବା ବିଷୟକୁ ରାଜନୈତିକ ବିଶେଷଜ୍ଞମାନେ ବର୍ତ୍ତମାନ ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ରାଜନୈତିକ କ୍ୟାରିଅରକୁ ନେଇ ଯୋଡୁଛନ୍ତି।

ଓଡ଼ିଶାର ପୂର୍ୱତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦାହରଣ ଏଠି ମନପକାଉଛି। ନବୀନ ଯେପରି ୨୪ବର୍ଷ ରହି ବଡ଼ ପରାଜୟର ସାମ୍ନା କେଲେ ଓଡ଼ିଶାରେ ବିଜୁ ଜନତା ଦଳର ସରକାର ଗଲା; ବର୍ତ୍ତମାନ ଟିଏମସି ସୁପ୍ରିମୋ ମମତାଙ୍କୁ ଏହି ଭୟ ଘାରିଛି। ସେହି ସମୟରେ ଓଡ଼ିଶାରେ ନବୀନ ଦୁଇଟି ଆସନରୁ ଲଢ଼ିବା ନିଷ୍ପତ୍ତିକୁ ବିରୋଧୀ ଦଳ ଭୟ ବୋଲି ପ୍ରଚାର କରିଥିଲେ। ଏବେ ସେହି ପ୍ରଶ୍ନ ପଶ୍ଚିମବଙ୍ଗରେ ମମତାଙ୍କୁ ନେଇ ଉଠୁଛି। ଓଡ଼ିଶାରେ ଯେମିତି ଭୋଟରଙ୍କ ମନ ପରିବର୍ତ୍ତନ ହେଲା ସେମିତି ପଡୋଶୀ ପଶ୍ଚିମବଙ୍ଗରେ କାଳେ ସତ୍ତା ପରିବର୍ତ୍ତନ ହୋଇଯିବ ବୋଲି ଦିଦିଙ୍କୁ ଭୟ ଘାରିଛି।

ବିରୋଧୀ ଶିବିର କହୁଛି, ମମତାଙ୍କ ପାରମ୍ପରିକ ଭୋଟ ବ୍ୟାଙ୍କ ଦୁର୍ୱଳ ହେଉଛି। ଗ୍ରାମଞ୍ଚଳରେ ଅସନ୍ତୋଷ, ସହର ଅଞ୍ଚଳରେ ବିକଳ୍ପ ରାଜନୀତି, ଏବଂ BJP ର ଆକ୍ରମକ ରଣନୀତି TMC ପାଇଁ ଚାଲେଞ୍ଜ ହେଉଛି। ସେଥିପାଇଁ ସୁରକ୍ଷିତ ରାଜନୈତିକ ହିସାବରେ ଦୁଇଟି ସିଟରୁ ଲଢ଼ିବା ଚାଲ ହୋଇପାରେ। ଅନ୍ୟପଟେ TMC ଶିବିର କହୁଛି, ଏହା ଭୟ ନୁହେଁ, ଏହା ରଣନୀତି। ଦୁଇଟି ସ୍ଥାନରେ ଦଳୀୟ କର୍ମୀଙ୍କୁ ଉତ୍ସାହ ଦେବା, ରାଜ୍ୟବ୍ୟାପୀ ସନ୍ଦେଶ ଦେବା, ଏବଂ ଭୋଟରଙ୍କ ସହ ସିଧାସଳଖ ସଂଯୋଗ ବଢ଼ାଇବା ହେଉଛି ମୂଳ ଉଦ୍ଦେଶ୍ୟ।

ପଶ୍ଚିମବଙ୍ଗ ପ୍ରଥମ ପର୍ଯ୍ୟାୟ ଭୋଟରେ ଆମେ ଦେଖିଲେ ବମ୍ପର ଭୋଟ ହେଲା। ପ୍ରାୟ ୯୨ ପ୍ରତିଶତରୁ ଅଧିକ ମତଦାନ ହେଲା। ତେବେ ରାଜନୈତିକ ବିଶେଷଜ୍ଞମାନଙ୍କ ଅନୁସାରେ ଯେତେବେଳେ ମତଦାନ ପ୍ରତିଶତ ବଢେ ସେତେବେଳେ ହୁଏତ ସରକାରୀ ବିରୋଧୀ ହାଓ଼୍ବା ରହିଥାଏ। ସେହିପରି SIR ରେ ନାଁ କଟିଯିବା ଯୋଗୁ ଅଧିକ ଭୋଟିଂ ହୋଇଛି। ତେବେ ବର୍ତ୍ତମାନ ଚର୍ଚ୍ଚା ହେଉଛି ଓଡ଼ିଶାରେ ଯେମିତି ଚିତ୍ର ଦେଖିବାକୁ ମିଳିଲା ତାହା କଣ ପଶ୍ଚିମବଙ୍ଗରେ ଦେଖିବାକୁ ମିଳିବ?

ନବୀନ ପଟ୍ଟନାୟକ ୨୪ ବର୍ଷକାଳ ଧରି ଓଡ଼ିଶାରେ ସଫା ଛବି, ଶାନ୍ତ ସୱଭାବ, ଓ welfare politics ଉପରେ ଭରସା କରି ଶାସନ କରିଥିଲେ। କିନ୍ତୁ ଶେଷ କିଛି ବର୍ଷରେ କିଛି ବଡ଼ ପରିବର୍ତ୍ତନ ହେଲା ଯେମିତି କି, ଲୋକେ ସ୍ଥାନୀୟ MLA ଓ ନେତାଙ୍କ ଉପରେ ଅସନ୍ତୋଷ ଦେଖାଇଲେ। remote control politics ନାରେଟିଭ ଚାଲିଲା। ନବୀନ ଓଡ଼ିଶାରେ ଅନେକ ଯୋଜନା କରିଥିଲେ ଯାହାକୁ ନେଇ ସେ ଭୋଟ ପାଇବେ ବୋଲି ଆତ୍ମବିଶ୍ୱାସୀ ଥିଲେ। ନବୀନଙ୍କ ଭଳି ଦିଦିଙ୍କୁ ମଧ୍ୟ ଓଭର କନଫିଡେଣ୍ଟ ଦେଖଇବାକୁ ମିଳୁଛି। ଖାସ୍‌ କରି ଲକ୍ଷ୍ମୀ ଭଣ୍ଡାର ଯୋଜନାକୁ ନେଇ ମମତା ଭରସାରେ ଅଛନ୍ତି ଯେ ମହିଳା ଭୋଟ ଅଧିକ ପାଇବେ।

ତେବେ ମମତା ବାନାର୍ଜୀ କ୍ଷେତ୍ରରେ ମଧ୍ୟ ସମାନ କାରଣ ଦେଖାଯାଉଛି। ଚର୍ଚ୍ଚା ହେଉଛି ଦୁଇଟି ସିଟରୁ ଲଢ଼ିବାର ଅର୍ଥ କଣ?
1. Stronghold ସୁରକ୍ଷିତ ନୁହେଁ ବୋଲି ସଙ୍କେତ
ଯେତେବେଳେ ବଡ଼ ନେତା ନିଜ ପାରମ୍ପରିକ ସିଟରେ ନିଶ୍ଚିତ ନୁହେଁ, ସେ alternative seat ନେଇଥାନ୍ତି।

2. Cadre morale boost
ଦୁଇଠି ସ୍ଥାନରେ contest କଲେ କର୍ମୀମାନେ active ହୁଅନ୍ତି।

3. BJP Pressure
ଓଡ଼ିଶାରେ BJP ଯେପରି ରାଇଜ୍‌ କଲା, ବଙ୍ଗରେ ମଧ୍ୟ BJP opposition force ଭାବେ ଦୃ୍‌ଢସ୍ଥିତିରେ ରହିଛି।

ଆଉ ସବୁଠୁ ବଡ଼ କାରଣ ହେଉଛି ପଡୋଶୀ ରାଜ୍ୟ ଓଡ଼ିଶାରେ କ୍ଷମତା ପରିବର୍ତ୍ତନ ପଶ୍ଚିମବଙ୍ଗ ରାଜନୀତିରେ ବଡ଼ ପ୍ରଭାବ ପକାଉଛି। ବର୍ତ୍ତମାନ ଅପେକ୍ଷା ରହିଛି ମେ ୪କୁ। ଏବେ ଦେଖିବାକୁ ବାକି ରହିଲା ଭାଜପା ବାଜିମାତ୍‌ କରୁଛି ନା ଟିଏମସି କମ୍‌ବ୍ୟାକ୍‌ କରୁଛି?


Enter your email to get our daily news in your inbox.

All Right Reserved By Dharitri.Com

ଆଉ ମାଗଣା ନୁହେଁ UPI! ₹୨୦୦୦ ରୁ ଅଧିକ ଦେଣନେଣ ଉପରେ ଲାଗିବ ଚାର୍ଜ, ନୂଆ ନିୟମ ଜାରି କଲେ ସରକାର…

ନୂଆଦିଲ୍ଲୀ,୧୫।୯: ୟୁପିଆଇ (UPI) ଦେଣନେଣକୁ ନେଇ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱ ଉପରେ ସରକାର ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ସରକାରଙ୍କ ଦ୍ୱାରା ଜାରି ନୂଆ ବିଜ୍ଞପ୍ତି ଅନୁଯାୟୀ, ଅକ୍ଟୋବର ୧୫ରୁ…

ବ୍ୟାଙ୍କରେ ପଶି ଡକାୟତି, ଧରାପଡ଼ିଲେ ୭ ଡ଼କାୟତ

ବୈଶିଙ୍ଗା,୧୫।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମାନଗୋବିନ୍ଦପୁରରେ ଥିବା ୟୂନିୟନ ବ୍ୟାଙ୍କରେ ସୋମବାର ରାତିରେ ଏକ ଡକାୟତି ଯୋଜନାକୁ ପଣ୍ଡ କରିଛି ବ୍ୟାଙ୍କରେ ଲାଗିଥିବା…

ଛୁରୀ ଭୁଶି ଯୁବକଙ୍କୁ ହତ୍ୟା: ପୂର୍ବ ଶତ୍ରୁତାରୁ ଆକ୍ରମଣ, ଦୁଇ ଯୁବକ ଫେରାର

ଖଲ୍ଲିକୋଟ, ୧୫।୯ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଥାନା ଅନ୍ତର୍ଗତ ଖୋଜାପଲ୍ଲୀ ଗ୍ରାମରେ ଜଣେ ଯୁବକଙ୍କୁ ଛୁରୀ ଭୁଶି ହତ୍ୟା କରାଯାଇଛି। ମୃତକ ହେଲେ ଖୋଜାପଲ୍ଲୀ ଗ୍ରାମର…

ପଞ୍ଚାୟତ ନିର୍ବାଚନ ପାଇଁ ରଣନୀତି : ବୁଥ୍‌ରୁ ଗାଁ ଯାଏ ସଂଗଠନ ମଜବୁତ କରିବ ଭାଜପା

ଭଞ୍ଜନଗର, ୧୫/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବିଡେକା ସମ୍ମିଳନୀ କକ୍ଷରେ ମଙ୍ଗଳବାର ଭାଜପା ଭଞ୍ଜନଗର ସାଂଗଠନିକ ଜିଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲା…

ରହସ୍ୟଜନକ ପାରା ଥାନାରେ ଅଟକ: ବାଂଲାଦେଶରୁ ଆସିଥିବା ସନ୍ଦେହ

ବୈଶିଙ୍ଗା, ୧୫/୯ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ କଷିପଦା ଗ୍ରାମରୁ ମଙ୍ଗଳବାର ଦ୍ୱିପ୍ରହର ସମୟରେ ଏକ ରହସ୍ୟଜନକ ପାରା ଉଦ୍ଧାର କରାଯାଇଛି। ଗ୍ରାମର…

କଳାହାଣ୍ଡିରେ ଧୁମ୍‌ଧାମ୍‌ରେ ପାଳିତ ହେଲା ନୂଆଁଖାଇ, ଖିରି, ପିଠାରେ ମହକିଲା ଗାଁ ଦାଣ୍ଡ

ଭବାନୀପାଟଣା,୧୫ା୯(ଉତ୍ତମ କୁମାର ଦାଶ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ମଙ୍ଗଳବାର କଳାହାଣ୍ଡି ଜିଲାରେ ଧୁମ୍‌ଧାମରେ ପାଳିତ ହୋଇଯାଇଛି। ଜିଲାର ସର୍ବପୁରାତନ ଜୁନାଗଡ଼ ସହରସ୍ଥିତ ଦଧିବାମନ ମନ୍ଦିରରେ ସକାଳ…

୧୯ ବର୍ଷ ହେଲା ବଜାୟ ରହିଛି ପରମ୍ପରା: ନୂଆଁଖାଇରେ ଶିରାବାହାଲ ଗ୍ରାମବାସୀ ଏକାଠି ଖାଇଲେ

ବଲାଙ୍ଗୀର ଅଫିସ, ୧୫।୯ (ସୁନିଲ କୁମାର ମହାନ୍ତି): ଯେଉଁ ମହାନ ଉଦ୍ଦେଶ୍ୟ ନେଇ ନୂଆଁଖାଇ ତିହାରର ପରିକଳ୍ପନା କରାଯାଇଥିଲା, ତାହାକୁ ସାକାର ରୂପ ଦେଉଛନ୍ତି ବଲାଙ୍ଗୀର ଜିଲା…

ବିଜ୍ଞାନକୁ ବାଦ୍‌ ଦେଇ ଦେଶର ପ୍ରଗତି ପରିକଳ୍ପନା ଅସମ୍ଭବ

ଦିଗପହଣ୍ଡି, ୧୫।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଜ୍ଞାନଶ୍ରୀ ପବ୍ଲିକ୍‌ ସ୍କୁଲର ଷଷ୍ଠତମ ଜ୍ଞାନବିଜ୍ଞାନ ମେଳା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ହରିବନ୍ଧୁ ଦୋରା, କାଳୁଚରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?