ନବୀନଙ୍କ ଦଶା ଭୋଗିବେ କି ମମତା? ଟିଏମସିରେ ଚହଳ!

କୋଲକାତା,୩୦।୪: ପଶ୍ଚିମବଙ୍ଗ ରାଜନୀତିରେ ଏବେ ନୂଆ ଚର୍ଚ୍ଚା ଜୋର ଧରିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏଥର ଦୁଇଟି ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦିତା କରିବାକୁ ନିଷ୍ପତ୍ତି ନେଇଥିବା ଖବର ରାଜନୈତିକ ମହଲରେ ଅନେକ ପ୍ରଶ୍ନ ଉଠାଇଛି। ସାଧାରଣତଃ ଶକ୍ତିଶାଳୀ ନେତାମାନେ ନିଜ ଗଡ଼ ଆସନରୁ ଲଢ଼ନ୍ତି, କିନ୍ତୁ ଦୁଇଟି ସିଟରୁ ଲଢ଼ିବା ବିଷୟକୁ ରାଜନୈତିକ ବିଶେଷଜ୍ଞମାନେ ବର୍ତ୍ତମାନ ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ରାଜନୈତିକ କ୍ୟାରିଅରକୁ ନେଇ ଯୋଡୁଛନ୍ତି।

ଓଡ଼ିଶାର ପୂର୍ୱତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦାହରଣ ଏଠି ମନପକାଉଛି। ନବୀନ ଯେପରି ୨୪ବର୍ଷ ରହି ବଡ଼ ପରାଜୟର ସାମ୍ନା କେଲେ ଓଡ଼ିଶାରେ ବିଜୁ ଜନତା ଦଳର ସରକାର ଗଲା; ବର୍ତ୍ତମାନ ଟିଏମସି ସୁପ୍ରିମୋ ମମତାଙ୍କୁ ଏହି ଭୟ ଘାରିଛି। ସେହି ସମୟରେ ଓଡ଼ିଶାରେ ନବୀନ ଦୁଇଟି ଆସନରୁ ଲଢ଼ିବା ନିଷ୍ପତ୍ତିକୁ ବିରୋଧୀ ଦଳ ଭୟ ବୋଲି ପ୍ରଚାର କରିଥିଲେ। ଏବେ ସେହି ପ୍ରଶ୍ନ ପଶ୍ଚିମବଙ୍ଗରେ ମମତାଙ୍କୁ ନେଇ ଉଠୁଛି। ଓଡ଼ିଶାରେ ଯେମିତି ଭୋଟରଙ୍କ ମନ ପରିବର୍ତ୍ତନ ହେଲା ସେମିତି ପଡୋଶୀ ପଶ୍ଚିମବଙ୍ଗରେ କାଳେ ସତ୍ତା ପରିବର୍ତ୍ତନ ହୋଇଯିବ ବୋଲି ଦିଦିଙ୍କୁ ଭୟ ଘାରିଛି।

ବିରୋଧୀ ଶିବିର କହୁଛି, ମମତାଙ୍କ ପାରମ୍ପରିକ ଭୋଟ ବ୍ୟାଙ୍କ ଦୁର୍ୱଳ ହେଉଛି। ଗ୍ରାମଞ୍ଚଳରେ ଅସନ୍ତୋଷ, ସହର ଅଞ୍ଚଳରେ ବିକଳ୍ପ ରାଜନୀତି, ଏବଂ BJP ର ଆକ୍ରମକ ରଣନୀତି TMC ପାଇଁ ଚାଲେଞ୍ଜ ହେଉଛି। ସେଥିପାଇଁ ସୁରକ୍ଷିତ ରାଜନୈତିକ ହିସାବରେ ଦୁଇଟି ସିଟରୁ ଲଢ଼ିବା ଚାଲ ହୋଇପାରେ। ଅନ୍ୟପଟେ TMC ଶିବିର କହୁଛି, ଏହା ଭୟ ନୁହେଁ, ଏହା ରଣନୀତି। ଦୁଇଟି ସ୍ଥାନରେ ଦଳୀୟ କର୍ମୀଙ୍କୁ ଉତ୍ସାହ ଦେବା, ରାଜ୍ୟବ୍ୟାପୀ ସନ୍ଦେଶ ଦେବା, ଏବଂ ଭୋଟରଙ୍କ ସହ ସିଧାସଳଖ ସଂଯୋଗ ବଢ଼ାଇବା ହେଉଛି ମୂଳ ଉଦ୍ଦେଶ୍ୟ।

ପଶ୍ଚିମବଙ୍ଗ ପ୍ରଥମ ପର୍ଯ୍ୟାୟ ଭୋଟରେ ଆମେ ଦେଖିଲେ ବମ୍ପର ଭୋଟ ହେଲା। ପ୍ରାୟ ୯୨ ପ୍ରତିଶତରୁ ଅଧିକ ମତଦାନ ହେଲା। ତେବେ ରାଜନୈତିକ ବିଶେଷଜ୍ଞମାନଙ୍କ ଅନୁସାରେ ଯେତେବେଳେ ମତଦାନ ପ୍ରତିଶତ ବଢେ ସେତେବେଳେ ହୁଏତ ସରକାରୀ ବିରୋଧୀ ହାଓ଼୍ବା ରହିଥାଏ। ସେହିପରି SIR ରେ ନାଁ କଟିଯିବା ଯୋଗୁ ଅଧିକ ଭୋଟିଂ ହୋଇଛି। ତେବେ ବର୍ତ୍ତମାନ ଚର୍ଚ୍ଚା ହେଉଛି ଓଡ଼ିଶାରେ ଯେମିତି ଚିତ୍ର ଦେଖିବାକୁ ମିଳିଲା ତାହା କଣ ପଶ୍ଚିମବଙ୍ଗରେ ଦେଖିବାକୁ ମିଳିବ?

ନବୀନ ପଟ୍ଟନାୟକ ୨୪ ବର୍ଷକାଳ ଧରି ଓଡ଼ିଶାରେ ସଫା ଛବି, ଶାନ୍ତ ସୱଭାବ, ଓ welfare politics ଉପରେ ଭରସା କରି ଶାସନ କରିଥିଲେ। କିନ୍ତୁ ଶେଷ କିଛି ବର୍ଷରେ କିଛି ବଡ଼ ପରିବର୍ତ୍ତନ ହେଲା ଯେମିତି କି, ଲୋକେ ସ୍ଥାନୀୟ MLA ଓ ନେତାଙ୍କ ଉପରେ ଅସନ୍ତୋଷ ଦେଖାଇଲେ। remote control politics ନାରେଟିଭ ଚାଲିଲା। ନବୀନ ଓଡ଼ିଶାରେ ଅନେକ ଯୋଜନା କରିଥିଲେ ଯାହାକୁ ନେଇ ସେ ଭୋଟ ପାଇବେ ବୋଲି ଆତ୍ମବିଶ୍ୱାସୀ ଥିଲେ। ନବୀନଙ୍କ ଭଳି ଦିଦିଙ୍କୁ ମଧ୍ୟ ଓଭର କନଫିଡେଣ୍ଟ ଦେଖଇବାକୁ ମିଳୁଛି। ଖାସ୍‌ କରି ଲକ୍ଷ୍ମୀ ଭଣ୍ଡାର ଯୋଜନାକୁ ନେଇ ମମତା ଭରସାରେ ଅଛନ୍ତି ଯେ ମହିଳା ଭୋଟ ଅଧିକ ପାଇବେ।

ତେବେ ମମତା ବାନାର୍ଜୀ କ୍ଷେତ୍ରରେ ମଧ୍ୟ ସମାନ କାରଣ ଦେଖାଯାଉଛି। ଚର୍ଚ୍ଚା ହେଉଛି ଦୁଇଟି ସିଟରୁ ଲଢ଼ିବାର ଅର୍ଥ କଣ?
1. Stronghold ସୁରକ୍ଷିତ ନୁହେଁ ବୋଲି ସଙ୍କେତ
ଯେତେବେଳେ ବଡ଼ ନେତା ନିଜ ପାରମ୍ପରିକ ସିଟରେ ନିଶ୍ଚିତ ନୁହେଁ, ସେ alternative seat ନେଇଥାନ୍ତି।

2. Cadre morale boost
ଦୁଇଠି ସ୍ଥାନରେ contest କଲେ କର୍ମୀମାନେ active ହୁଅନ୍ତି।

3. BJP Pressure
ଓଡ଼ିଶାରେ BJP ଯେପରି ରାଇଜ୍‌ କଲା, ବଙ୍ଗରେ ମଧ୍ୟ BJP opposition force ଭାବେ ଦୃ୍‌ଢସ୍ଥିତିରେ ରହିଛି।

ଆଉ ସବୁଠୁ ବଡ଼ କାରଣ ହେଉଛି ପଡୋଶୀ ରାଜ୍ୟ ଓଡ଼ିଶାରେ କ୍ଷମତା ପରିବର୍ତ୍ତନ ପଶ୍ଚିମବଙ୍ଗ ରାଜନୀତିରେ ବଡ଼ ପ୍ରଭାବ ପକାଉଛି। ବର୍ତ୍ତମାନ ଅପେକ୍ଷା ରହିଛି ମେ ୪କୁ। ଏବେ ଦେଖିବାକୁ ବାକି ରହିଲା ଭାଜପା ବାଜିମାତ୍‌ କରୁଛି ନା ଟିଏମସି କମ୍‌ବ୍ୟାକ୍‌ କରୁଛି?


Enter your email to get our daily news in your inbox.

All Right Reserved By Dharitri.Com

୨ ଯାଏଁ ଗଞ୍ଜାମରେ ସ୍କୁଲ ଛୁଟି: ସୂଚନା ଦେଇ ଜିଲାପାଳ କହିଲେ…

ଛତ୍ରପୁର, ୩୧।୧୦: ଗଞ୍ଜାମ ଜିଲାରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ସ୍କୁଲକୁ ଆସନ୍ତା ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଛି। ଏ ନେଇ…

ବନ୍ୟାଞ୍ଚଳ ପରିଦର୍ଶନବେଳେ ଖଲ୍ଲିକୋଟ ବିଧାୟକଙ୍କୁ ଆକ୍ରମଣ କଲେ ଲୋକେ, ଭିଡିଓ ଭାଇରାଲ…

ପୁରୁଷୋତ୍ତମପୁର,୩୧ା୧୦(ସବିତା ମିଶ୍ର): ବାତ୍ୟା ଅର୍ଣ୍ଣବର ପ୍ରଭାବରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଭୟଙ୍କର ବନ୍ୟାରେ ଲୋକଙ୍କ ଘରଦ୍ୱାର ଭାଙ୍ଗି ଜୀବନଜୀବିକା ଉଜୁଡ଼ିଯାଇଛି। ହେଲେ ବନ୍ୟା ବିପନ୍ନ ଲୋକେ ପାଣିଘରରେ…

ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଗଞ୍ଜାମ ଜିଲାରେ ୧୦ ଅଧିକାରୀ ନିଯୁକ୍ତ

ଛତ୍ରପୁର,୩୧ା୧୦(ଦିଲ୍ଲୀପ ସାମଲ): ‘ଅର୍ଣ୍ଣବ’ ଯୋଗୁ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିର ମୁକାବିଲା ଏବଂ ରିଲିଫ କାର୍ଯ୍ୟକୁ ସୁଦୃଢ଼ କରିବା ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ…

ବନ୍ୟାଞ୍ଚଳ ସ୍ଥିତି ପରଖିଲେ ଜଳସମ୍ପଦ ପ୍ରମୁଖ ସଚିବ, ବିପର୍ଯ୍ୟସ୍ତର ବାସ୍ତବ ଚିତ୍ର ଦେଖି…

ପୁରୁଷୋତ୍ତମପୁର,୩୧ା୧୦(ସବିତା ମିଶ୍ର): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଋଷିକୁଲ୍ୟା ନଦୀରେ ପ୍ରଳୟଙ୍କରୀ ବନ୍ୟା ଆସି କୂଳ ଲଂଘନ ସହ ବନ୍ଧ ଭାଙ୍ଗିଯିବା ଫଳରେ ଗଞ୍ଜାମ ଜିଲାର ପୁରୁଷୋତ୍ତମପୁର ଅଞ୍ଚଳରେ…

ସୃଷ୍ଟି ହେଲା ଅବପାତ: IMD ଡିଜି କହିଲେ ଆଜି ରାତି ସୁଦ୍ଧା ଗଭୀର ଅବପାତ, ଆସନ୍ତାକାଲି ବାତ୍ୟା, ପବନର ବେଗ ରହିବ…

ଭୁବନେଶ୍ୱର,୩୧ା୧୦: ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ କ୍ଷୟକ୍ଷତି ହୋଇଥିବାବେଳେ ବଙ୍ଗୋପସାଗରରେ ପୁଣି ସୃଷ୍ଟି ହୋଇଛି ଆଉ ଏକ ଅବପାତ। ଏନେଇ IMD ଡିଜି ମୃତ୍ୟୁଞ୍ଜୟ…

ସଫଳତା ପାଇବା ପାଇଁ ହେଲେ ମଣିଷକୁ ହରିଣ ଶିକାରୀ ପରି ହେବା ଉଚିତ୍‌, ଜାଣନ୍ତୁ ଏପରି ରହସ୍ୟ କଥା କାହିଁକି କହିଛନ୍ତି ଚାଣକ୍ୟ…

ଜଣେ ବ୍ୟକ୍ତି ଯେତେବେଳେ ନିଜର କାର୍ଯ୍ୟ ଏବଂ ଲକ୍ଷ୍ୟରେ ସଫଳ ହୁଏ, ସେତେବେଳେ ହିଁ ଏକ ସୁଖୀ ଜୀବନ ସମ୍ଭବ ହୋଇଥାଏ। ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିରେ…

ଅପରାଧ ନିୟନ୍ତ୍ରଣ ପାଇଁ କଡ଼ା ପଦକ୍ଷେପ, ଫୋନ୍‌ କଲ୍‌ ପ୍ରତି…

ପାଟଣା,୩୧ା୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ପରିସରରେ ଶନିବାର ‘ଆମ ପୋଲିସ’ ସମିତି, ନିଶାମୁକ୍ତ ଭାରତ ପାଇଁ ଶପଥ ପାଠ, ରାଷ୍ଟ୍ରୀୟ ଏକତା ଦିବସ…

ରିଲିଜ ପୂର୍ବରୁ ରେକର୍ଡ ଭାଙ୍ଗିଲା ଶାହରୁଖଙ୍କ ‘କିଙ୍ଗ’, ବଢୁଛି ଉତ୍ସାହ

ମୁମ୍ବାଇ: ବଲିଉଡ୍‌ର ବାଦଶାହ ଶାହରୁଖ ଖାନଙ୍କ ଆଗାମୀ ଫିଲ୍ମ ‘କିଙ୍ଗ’କୁ ନେଇ ଏବେଠାରୁ ଜୋରଦାର ଚର୍ଚ୍ଚା। ଫିଲ୍ମ ରିଲିଜ ହେବା ପୂର୍ବରୁ ହିଁ ଏହା ଏକ ବଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?