ପଞ୍ଚାୟତରେ ନାହିଁ ବ୍ୟାଙ୍କ ସେବା: ଭତ୍ତା ପାଇଁ ଦେଶୀଡଙ୍ଗାରେ ବିପଦପୂର୍ଣ୍ଣ ଯାତ୍ରା କରୁଛନ୍ତି ହିତାଧିକାରୀ

ନନ୍ଦପୁର,୩୦ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ପରଜା ବଡ଼ପଡ଼ା ପଞ୍ଚାୟତର ବୃଦ୍ଧା, ବୃଦ୍ଧ, ବିଧବା, ଅସହାୟମାନଙ୍କୁ ଡିବିଟି ମାଧ୍ୟମରେ ଦିଆଯାଉଥିବା ଭତ୍ତା ଟଙ୍କା ଉଠାଣ ଲାଗି ଜୋଲାପୁଟ ଜଳଭଣ୍ଡାର ପାର ହେବାକୁ ବିପଦସଙ୍କୁଳ ଅବସ୍ଥାରେ ଦେଶୀଡଙ୍ଗା ଯାତ୍ରା କରିବାକୁ ପଡୁଛି। ଏଭଳି ପରିବହନ ସମୟରେ ଡଙ୍ଗା ବୁଡ଼ି ଭଳି ଅଘଟଣ ଘଟି ବୃଦ୍ଧା ବୃଦ୍ଧ ମହିଳା ପୁରୁଷଙ୍କ ମୃତ୍ୟୁ ହେଉଛି। ପଞ୍ଚାୟତରେ ବ୍ୟାଙ୍କ ସେବା ନାହିଁ। ଡାକ ସେବା ଆନିୟମିତ। ତେଣୁ ପଞ୍ଚାୟତର ହିତାଧିକାରୀ ଡଙ୍ଗାରେ ଜୋଲାପୁଟ ବ୍ୟାଙ୍କ ଓ ଡାକଘର, ୨୫ କିମି ଦୂର ବାଲଡ଼ା ଷ୍ଟେଟ୍‌ ବ୍ୟାଙ୍କ କିମ୍ବା ୧୭ କିମି ଦୂର ପାଡୁଆ ଉତ୍କଳ ବ୍ୟାଙ୍କ ଯାଇ ଭତ୍ତା ଟଙ୍କା ଉଠାଇ ଆଣିବାକୁ ପଡୁଛି। ତେଣୁ ସମସ୍ତ ଡିବିଟି ହିତାଧିକାରୀଙ୍କୁ ପଞ୍ଚାୟତରେ ଭତ୍ତା ଦେବା ବ୍ୟବସ୍ଥା କରାଯାଉ ବୋଲି ସରପଞ୍ଚ ସୁବର୍ଣ୍ଣ ପୂଜାରୀ ହିତାଧିକାରୀଙ୍କ ସହ ଆସି ନନ୍ଦପୁର ବିଡ଼ିଓଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ବ୍ଲକ ସାମାଜିକ ସୁରକ୍ଷା ବିଭାଗ ତରଫରୁ ମିଳିଥିବା ସୂଚନା ମୁତାବକ ପଞ୍ଚାୟତର ୨୪୨ ଭତ୍ତା ହିତାଧିକାରୀ ଅଛନ୍ତି। ସେମାନଙ୍କ ମଧ୍ୟରୁ ୧୩୩ ଜଣଙ୍କ ଭତ୍ତା ଡିବିଟି ମାଧ୍ୟମରେ ବ୍ୟାଙ୍କ ଓ ଡାକଘରକୁ ଯାଉଥିବା ବେଳେ ବଳକା ୧୦୯ ଜଣଙ୍କୁ ହାତରେ ନଗଦ ଭତ୍ତା ପ୍ରଦାନ କରାଯାଉଛି। ଜୋଲାପୁଟ ଡାକଘର ଅଧୀନରେ ପରଜା ବଡ଼ପଡ଼ା ପଞ୍ଚାୟତ ରହିଛି। ବ୍ଲକର ୨୩ ପଞ୍ଚାୟତ ମଧ୍ୟରୁ ପରଜା ବଡ଼ପଡ଼ା ପଞ୍ଚାୟତରେ ଅଦ୍ୟାବଧି କିଓସ୍କ ପ୍ଲସ ବ୍ୟାଙ୍କ ଖୋଲା ଯାଇନି। ଫଳରେ ଲୋକେ ହଇରାଣ ହେଉଛନ୍ତି। ବିଡିଓ ଦୁର୍ଗା ପ୍ରସାଦ ଦୋରା ପରଜା ବଡ଼ପଡ଼ା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅତିଶୀଘ୍ର କିଓସ୍କ ପ୍ଲସ ବ୍ୟାଙ୍କ ଖୋଲା ଯିବ। ଏନେଇ ଷ୍ଟେଟ୍‌ ବ୍ୟାଙ୍କ ତରଫରୁ ରାମନାଥ ଖେମୁଣ୍ଡୁ ନାମକ ଯୁବକଙ୍କୁ କିଓସ୍କ ପ୍ଲସ୍‌ ଖୋଲିବାକୁ ଅନୁମତି ମିଳିଛି। ପଞ୍ଚାୟତ ତରଫରୁ ତାଙ୍କୁ ଗୃହ ଯୋଗାଇ ଦିଆଯାଇଛି ବୋଲି ସୂଚନା ଦେଇଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନବିଜ୍ଞାନ ମେଳା: ୨୧୦ ପ୍ରକଳ୍ପ ପ୍ରଦର୍ଶିତ କରି ଛାତ୍ରୀଛାତ୍ର…

ଭଞ୍ଜନଗର,୧ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରଠାରେ ଶନିବାର ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ମୁଖ୍ୟ…

odisha flood: ମହାନଦୀ ବନ୍ୟାକୁ ନେଇ ଆସିଲା ବଡ଼ ଅପଡେଟ୍‌, ସର୍ବୋଚ୍ଚ ଯନ୍ତ୍ରୀ କହିଲେ…

ଭୁବନେଶ୍ୱର,୧।୮: ଆଗକୁ ବର୍ଷା ନ ହେବା ଯାଏଁ ମହାନଦୀରେ ବନ୍ୟା ଆଶଙ୍କା ନାହିଁ ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ ଶନିବାର ଗଣମାଧ୍ୟମକୁ…

ବିଭିନ୍ନ ବିଦ୍ୟାଳୟରେ ମାସିକ କ୍ଲଷ୍ଟରସ୍ତରୀୟ ବୈଠକ, ମୌଳିକ ସାକ୍ଷରତା ସଂଖ୍ୟା ଜ୍ଞାନ ନେଇ…

କର୍ଲାମୁଣ୍ଡା,୧ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଶନିବାର ମାସିକ କ୍ଲଷ୍ଟରସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ନୋଡାଲ କ୍ଲଷ୍ଟର ପକ୍ଷରୁ…

ପର ଘରେ ରୋଷେଇ କରିବାକୁ ଯାଇ ପଡ଼ିଲା ଲୋଲୁପ ଦୃଷ୍ଟି: ବ୍ଲାକମେଲରେ ଅତିଷ୍ଠ ହୋଇ ନାବାଳିକା କରିଦେଲେ ଏମିତି କାଣ୍ଡ

ପୁରୁଷୋତ୍ତମପୁର, ୧।୮ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଗଡ଼ସାହିରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଧମକ ଓ ବ୍ଲାକମେଲରେ ଅତିଷ୍ଠ ହୋଇ…

ବୃଦ୍ଧାଙ୍କ ଶରୀରକୁ ଖଣ୍ଡ ବିଖଣ୍ଡିତ କରି ମାରିଲା ରକ୍ତମୁଖା ଦନ୍ତା, ପୁଅ-ବୋହୂଙ୍କ ସହ…

ଲାଞ୍ଜିଗଡ଼,୧ା୮(ରମେଶ ଚନ୍ଦ୍ର ନାୟକ): ଏକ ରକ୍ତମୁଖା ଦନ୍ତା ଜଣେ ବୃଦ୍ଧାଙ୍କୁ କଲବଲ କରି ମାରିଛି। ତାଙ୍କ ଶରୀର ଖଣ୍ଡ ବିଖଣ୍ଡିତ ହୋଇ ଏତେତେଣେ ପଡ଼ିଛି। ଏପରି ହୃଦୟ…

ତପ୍ତପାଣି ଆସିବେ ରାଷ୍ଟ୍ରପତି: ପୋଲିସ ପ୍ରଶାସନର ଜୋରଦାର ପ୍ରସ୍ତୁତି, ସ୍ଥିତି ଅନୁଧ୍ୟାନ କଲେ ଜିଲାପାଳ-ଏସ୍‌ପି

ଦିଗପହଣ୍ଡି,୧ା୮(ଅଶେଷ ନାଥ ମିଶ୍ର): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୪ ତାରିଖ ଗଞ୍ଜାମ-ଗଜପତି ସୀମାନ୍ତ ପର୍ଯ୍ୟଟନ କ୍ଷେତ୍ର ଉଷ୍ଣ ପ୍ରସବଣ ତପ୍ତପାଣି ପରିଦର୍ଶନ କରିବା ସହ ସେଠାରେ…

ଶ୍ରୀଲଙ୍କା ସିରିଜ ପୂର୍ବରୁ ଏମଏସ ଧୋନିଙ୍କୁ ଭେଟିଲେ ଋଷଭ ପନ୍ତ

ନୂଆଦିଲ୍ଲୀ,୧।୮: ଭାରତୀୟ କ୍ରିକେଟ ଦଳ ଖୁବଶୀଘ୍ର ଶ୍ରୀଲଙ୍କା ଗସ୍ତ କରିବାକୁ ଯାଉଛି, ଅଗଷ୍ଟ ୧୫ରୁ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହେବ। ୱିକେଟ କିପର-ବ୍ୟାଟ୍ସମ୍ୟାନ…

ପୁଣି ଥରିଲା ଜାପାନ, ରିକ୍ଟର ସ୍କେଲରେ ତୀବ୍ରତା ୫.୮

ଟୋକିଓ,୧।୮: ଜାପାନରେ ପ୍ରକୃତିର ପ୍ରକୋପ ନିରନ୍ତର ଜାରି ରହିଛି। ଶନିବାର, ଉତ୍ତର ଜାପାନର ଆଓମୋରି ପ୍ରିଫେକ୍ଚର ନିକଟରେ 5.8 ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା। ଜାପାନ ପାଣିପାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri