ଶେଷ ପର୍ଯ୍ୟାୟରେ ମା’ ରାମଚଣ୍ଡୀ ମନ୍ଦିରର ନବୀକରଣ କାର୍ଯ୍ୟ: ଏମ୍‌ପି-ବିଧାୟକ ସମୀକ୍ଷା କରି କହିଲେ…

ମହାକାଳପଡ଼ା,୩୦ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ମା’ ରାମଚଣ୍ଡୀ ମନ୍ଦିର ନବୀକରଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହାକୁ ଦୃଷ୍ଟିରେ ରଖି ବୁଧବାର ଏମ୍‌ପି ବୈଜୟନ୍ତ ପଣ୍ଡା ଓ ବିଧାୟକ ଡ. ଦୁର୍ଗାପ୍ରସନ୍ନ ନାୟକ ମା’ଙ୍କ ମନ୍ଦିର ପରିଦର୍ଶନ କରିଥିଲେ। ପରେ ମନ୍ଦିର ପରିସର ବୈଠକ ଗୃହରେ ନବୀକରଣ ଉପରେ ସମୀକ୍ଷା କରିଥିଲେ। ମା’ଙ୍କ ଚନ୍ଦନପୋଖରୀ ଖନନ କରାଯିବା ପାଇଁ ପୂର୍ତ୍ତ ବିଭାଗ ଅଧିକାରୀଙ୍କ ସହ ସେମାନେ ଆଲୋଚନା କରିଥିଲେ। ପୂର୍ତ୍ତ ବିଭାଗ ପକ୍ଷରୁ ସାଢ଼େ ୩କୋଟି ଟଙ୍କା ବ୍ୟୟ ଅଟକଳରେ ନବୀକରଣ ଚାଲିଛି। କିନ୍ତୁ ମା’ଙ୍କ ନୂତନ ଭବ୍ୟ ଓ ଦିବ୍ୟ ମନ୍ଦିର ନିର୍ମାଣ ସମ୍ପର୍କରେ ସମୀକ୍ଷା ବୈଠକରେ ଆଲୋଚନା ହେଲାନାହିଁ। ପ୍ରାଥମିକ ଆକଳନ ଅନୁସାରେ, ୧୦କୋଟି ବ୍ୟୟରେ ରାଜସ୍ଥାନର ଖଣ୍ଡେଲାଇଟ ଲାଲ୍‌ ପଥର ଓ ମୟୂରଭଞ୍ଜ ଖିଚିଂ କଳା ମୁଗୁନି ପଥରରେ ନୂତନ ମନ୍ଦିର କେବେ ନିର୍ମାଣ ହେବ ତାହା ସମୀକ୍ଷା ବୈଠକରେ ସ୍ପଷ୍ଟ ଜଣା ପଡ଼ିନାହିଁ ବୋଲି କହିଛନ୍ତି ଉପସ୍ଥିତ ଅଧିକାରୀମାନେ। ସମୀକ୍ଷା ବୈଠକ ପରେ ରାମନଗର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପରିସର ମଧ୍ୟରେ ୬୫ ଲକ୍ଷ ଟଙ୍କା ବ୍ୟୟରେ ଏକ ନୂତନ ଆୟୁଷ୍ମାନ୍‌ ଆରୋଗ୍ୟ ମନ୍ଦିର(ବହିର୍ବିଭାଗ)କୁ ଏମ୍‌ପି ପଣ୍ଡା ଓ ବିଧାୟକ ନାୟକ ଲୋକାର୍ପିତ କରିଥିଲେ।
ଅପରାହ୍ନରେ ବଉଳକଣି ପଞ୍ଚାୟତରେ ୩୦ଲକ୍ଷ ଟଙ୍କା ବ୍ୟୟରେ ଏକ ନୂତନ ଗୃହ ବିଧାୟକ ନାୟକ ଲୋକାର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ତହସିଲ୍‌ଦାର ତଥା ମନ୍ଦିର ଟ୍ରଷ୍ଟି ରବି ନାରାୟଣ ଶତପଥୀ, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ମନୋରଞ୍ଜନ ରାଉତ, ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ରବୀନ୍ଦ୍ର ନାୟକ, ସହକାରୀ ନିର୍ବାହୀ ଯନ୍ତ୍ରୀ ଦୈତାରି ଟୁଡୁ, କନିଷ୍ଠ ଯନ୍ତ୍ରୀ ଦେବାଶିଷ ସାମଲ, ମହାକାଳପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ନିରଞ୍ଜନ କର, ବ୍ଲକ ଅଧ୍ୟକ୍ଷା ମୀରାରାଣୀ ମହାନ୍ତି, ଯୁବନେତା ପ୍ରଶାନ୍ତ କୁମାର ସେଠୀ, ସରୋଜକାନ୍ତ ସାହୁ , ବାରେଣୀ ଭୂୟାଁ, ମିଲନ ଦେବନାଥ, ବିକ୍ରମାଦିତ୍ୟ ସାହୁ, ତରୁଣକାନ୍ତ କାଞ୍ଜଲାଲ, ରଶ୍ମିରଞ୍ଜନ ସାମଲ, କ୍ରିଷ୍ଣପଦ ମଣ୍ଡଳ, ସାଲବେଗ ମାହାଳିଙ୍କ ସମେତ ବହୁ ସଂଖ୍ୟାରେ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମରେ ପ୍ରଶାସନ ସଜାଗ: ସ୍ଥିତି ସମୀକ୍ଷା ସମୀକ୍ଷା କଲେ ବ୍ରହ୍ମପୁର ଆର୍‌ଡିସି ବିଜୟ ଅମୃତା କୁଲାଙ୍ଗେ

ଛତ୍ରପୁର,୨୯ା୧୦(ଦିଲ୍ଲୀପ ସାମଲ): ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଗଞ୍ଜାମ ଜିଲାର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ଋଷିକୁଲ୍ୟା ନଦୀର ଜଳସ୍ତର ଓ ଜଳପ୍ରବାହ ବୃଦ୍ଧି…

ବାତ୍ୟା ପ୍ରଭାବ, ଉଜୁଡ଼ିଲା ଧାନ ଫସଲ: ଚାଷୀଙ୍କ ଚିନ୍ତା ବଢିଲା

ବରଗଡ଼,୨୯୧୦(ପ୍ରେମାନନ୍ଦ ଖମାରୀ):ରାଜ୍ୟରେ ସର୍ବାଧିକ ଧାନ ଉତ୍ପାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷୀଙ୍କୁ ସମସ୍ୟା ପିଛା ଛାଡୁନାହିଁ। କେତେବେଳେ ସ୍ବଳ୍ପ ବୃଷ୍ଟିପାତ…

ରାଇକିଆରେ ଅର୍ଣ୍ଣବ ପ୍ରଭାବ: ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି

ରାଇକିଆ,୨୯ା୧୦(ପ୍ରଦୀପ ବେହେରା): ବାତ୍ୟା ଅର୍ଣ୍ଣବର ପ୍ରଭାବରେ ବ୍ୟାପକ କ୍ଷୟକ୍ଷତିର ସମ୍ମୁଖୀନ ହୋଇଛି କନ୍ଧମାଳ ଜିଲା ରାଇକିଆ ବ୍ଲକ୍‌। ଦୁଇ ଦିନର ଅବିଶ୍ରାନ୍ତ ବର୍ଷା ଏବଂ ଗତ ୨୪…

ସିମନବାଡ଼ି ପଞ୍ଚାୟତର ୩ ଗାଁ ଜଳବନ୍ଦୀ, ବ୍ରିଜ୍‌ ଉପରେ ୫ ଫୁଟ ଉଚ୍ଚର ପାଣି, ରୋଗୀଙ୍କୁ ପିଠିରେ ବୋହି…

ଦାରିଙ୍ଗବାଡ଼ି,୨୯ା୧୦(ଅରୁଣ ସାହୁ): ବାତ୍ୟା ଅର୍ଣ୍ଣବ ପ୍ରଭାବରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳ ପ୍ରଭାବିତ ହୋଇଛି। ଉକ୍ତ ବ୍ଲକ ସିମନବାଡ଼ି ପଞ୍ଚାୟତର ୩ ଗାଁ ଏବେ ଜଳବନ୍ଦୀରେ ଦିନ…

ମାତ୍ର ୧୭ ରନ୍‌ରେ ୮ ଉଇକେଟ ନେଇ ଇତିହାସ ରଚିଲେ ଏହି କ୍ରିକେଟର୍‌: ସ୍ବତନ୍ତ୍ର କ୍ଲବ୍‌ରେ ହେଲେ ସାମିଲ

ନୂଆଦିଲ୍ଲୀ,୨୯।୧୦: ରଣଜୀ ଟ୍ରଫିରେ ସୌରାଷ୍ଟ୍ରର ବାମହାତୀ ସ୍ପିନର ପାର୍ଥ ଭୁଟ ନିଜର ଘାତକ ବୋଲିଂରେ ଆସାମର ବ୍ୟାଟିଂ ଲାଇନଅପକୁ ଧ୍ୱସ୍ତ କରିଦେଇଛନ୍ତି। ମାତ୍ର ୧୭ ରନ ଦେଇ…

ସରକାରଙ୍କ କଡ଼ା ନିୟମ, ପ୍ରଦର୍ଶନରେ ସାମିଲ ହେଲେ ମିଳିବନି ସରକାରୀ ଚାକିରି

ଲକ୍ଷ୍ନୌ,୨୯।୧୦: ଉତ୍ତରପ୍ରଦେଶରେ ସରକାରୀ ଚାକିରି ପାଇଁ ଆବେଦନକାରୀଙ୍କ ଚରିତ୍ର ଯାଞ୍ଚ ନିୟମକୁ ଅଧିକ କଡ଼ାକଡ଼ି କରାଯାଇଛି । ନୂଆ ନିର୍ଦ୍ଦେଶ ଅନୁସାରେ, କେବଳ ରାଜନୈତିକ ବିଚାରଧାରା ଆଧାରରେ…

ଛେଚୁଛି ବର୍ଷା: ପାଣିରେ ବୁଡ଼ିଲା ଚାଷଜମି, ଚିନ୍ତାରେ ଚାଷୀ

ଗଞ୍ଜାମ,୨୯ା୧୦(ବିଦ୍ୟାଧର ସାହୁ): ସାମୁଦ୍ରିକ ଝଡ଼ ଅର୍ଣ୍ଣବ ପ୍ରଭାବରେ ଗଞ୍ଜାମ ସହର ଏବଂ ଆଖପାଖ ଅଞ୍ଚଳରେ ତିନିଦିନ ଧରି ଲଗାଣ ବର୍ଷା ଜାରିରହିଛି l ଏହି ବର୍ଷା ଯୋଗୁୁ…

ହାଟଡିହୀ ତହସିଲରେ ପଲିଥିନ୍‌ ଚୋରି ନାଟକ, ୨ ଦିନ ପରେ ତହସିଲଦାରଙ୍କୁ କର୍ମଚାରୀ ଜଣାଇବା ପରେ…

ହାଟଡିହୀ/ଛେନାପଦୀ,୨୯ା୧୦(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ତହସିଲ କାର୍ଯ୍ୟାଳୟରୁ ୧୫୦ଟି ପଲଥିନ୍‌ ଚୋରି ଘଟଣାର ଦୁଇ ଦିନ ପରେ ଥାନାରେ ଅଭିଯୋଗ ହେବାକୁ ନେଇ ସନ୍ଦେହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?