Posted inଜାତୀୟ

ଭାରତ ଆକାଶରେ ଇଥିଓପିଆ ଲାଭା ପାଉଁଶ: ବହୁ ବିମାନ ବାତିଲ, ଡିଜିସିଏର ଆଡଭାଇଜରି

ନୂଆଦିଲ୍ଲୀ,୨୬ା୧୧: ଆଫ୍ରିକୀୟ ଦେଶ ଇଥିଓପିଆରେ ଆଗ୍ନେୟଗିରିରୁ ଲାଭା ଉଦ୍‌ଗିରଣ ଯୋଗୁ ପାଉଁଶର ଘନ ବାଦଲ ପୂର୍ବ ଦିଗକୁ ମାଡ଼ିଆସିବା ସହ ଭାରତରେ ପହଞ୍ଚତ୍ଲାଣି। ଫଳରେ ବହୁ ସଂଖ୍ୟାରେ ବିମାନ ଉଡ଼ାଣକୁ ବାତିଲ କରାଯାଇଛି। ପାଉଁଶ ଆସ୍ତରଣଜନିତ ସମ୍ଭାବ୍ୟ ପ୍ରତିବନ୍ଧକର ମୁକାବିଲା ପାଇଁ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ସୋମବାର ଭାରତୀୟ ଏୟାରଲାଇନ୍ସ ଓ ବିମାନବନ୍ଦର ନିମନ୍ତେ ଆଡଭାଇଜରି ଜାରି କରିଥିଲା। ଇଥିଓପିଆର ହେଲି ଗୁବ୍ବି ଆଗ୍ନେୟଗିରିରୁ ୧୨,୦୦୦ ବର୍ଷ ପରେ ପ୍ରଥମ ଥର ପାଇଁ ରବିବାର ଲାଭା ଉଦ୍‌ଗିରଣ ହୋଇଥିଲା। ଏହାର ବହଳ ପାଉଁଶ ବାଦଲ ଲୋହିତସାଗର ଅତିକ୍ରମକରି ଉତ୍ତର ଆରବ ସାଗର ଉପରେ ମାଡ଼ିଯିବା ସହ ରାଜସ୍ଥାନ,ହରିୟାଣା, ଗୁଜରାଟ ଓ ଦିଲ୍ଲୀ ଆକାଶରେ ଛାଇଗଲାଣି। ଏହାର ପ୍ରଭାବରେ ଦିଲ୍ଲୀ ଓ ଅନ୍ୟାନ୍ୟ ଅଞ୍ଚଳର ବାୟୁ ଆହୁରି ପ୍ରଦୂଷିତ ହୋଇପାରେ ବୋଲି ଆଶଙ୍କା କରାଯାଉଥିବାବେଳେ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଆକାଶ ଏୟାର, ଇଣ୍ଡିଗୋ ଏବଂ କେଏଲ୍‌ଏମ୍‌ ଆଦି ଏୟାରଲାଇନ୍ସ କେତେକ ବିମାନ ଉଡ଼ାଣକୁ ବାତିଲ କରିଦେଇଛନ୍ତି।

ତେବେ ଏହି ଲାଭା ପାଉଁଶ ମଙ୍ଗଳବାର ରାତି ସୁଦ୍ଧା ଭାରତରୁ ଚାଇନାକୁ ପଳାଇଯିବ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) କହିଛି। ଏଥିସହିତ ପାଉଁଶ ବାଦଲ ବହୁ ଉଚ୍ଚରେ ରହିଥିବାରୁ ଏହା ବାୟୁ ପ୍ରଦୂଷଣ ବଢ଼ାଇବ ନାହିଁ ବୋଲି କୁହାଯାଇଛି। ଗୁଜରାଟ, ଦିଲ୍ଲୀ-ଏନ୍‌ସିଆର୍‌, ରାଜସ୍ଥାନ, ପଞ୍ଜାବ ଓ ହରିୟାଣା ଆକାଶରେ ମଙ୍ଗଳବାର ପାଉଁଶର ଆସ୍ତରଣ ରହିଥିବା ପାଣିପାଗ ବିଭାଗ ପୂର୍ବାନୁମାନ ମଡେଲରୁ ସୂଚନା ମିଳିଛି। ତେବେ ଏହା ଭାରତୀୟ ଆକାଶରୁ ମଙ୍ଗଳବାର ରାତି ୭ଟା ୩୦ ସୁଦ୍ଧା ଚାଇନାକୁ ଚାଲିଯିବ ବୋଲି ଆଇଏମ୍‌ଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। ଇଥିଓପିଆର ଆଫର ଅଞ୍ଚଳରେ ଥିବା ହେଲି ଗୁବ୍ବି ଆଗ୍ନେୟଗିରିରୁ ଲାଭା ଉଦ୍‌ଗିରଣ ଯୋଗୁ ପାଉଁଶର ବାଦଲ ପ୍ରାୟ ୧୪ କିଲୋମିଟର ଉଚ୍ଚକୁ ଉଠିଥିଲା। ପବନ ଯୋଗୁ ଏହା କ୍ରମେ ଲୋହିତ ସାଗର, ୟେମେନ, ଓମାନ ଏବଂ ଆରବ ସାଗର ଅତିକ୍ରମ କରି ଭାରତର ପଶ୍ଚିମ ଓ ଉତ୍ତର ଭାଗକୁ ବ୍ୟାପିଯାଇଛି। ପାଣିପାଗ ବିଭାଗ ଏହା ଉପରେ ନଜର ରଖିଥିବା ଆଇଏମ୍‌ଡି ଡିଜି କହିଛନ୍ତି।

ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏବଂ ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲ ମଧ୍ୟ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି। ପାଉଁଶ ଯୋଗୁ କେତେକ ବିମାନକୁ ବାତିଲ କରାଯାଇଥିବାବେଳେ ଅନ୍ୟ କେତେକର ଉଡ଼ାଣ ବିଳମ୍ବିତ ହୋଇଛି। ତେବେ ବର୍ତ୍ତମାନ ଚିନ୍ତାର କୌଣସି କାରଣ ନାହିଁ। ଭାରତର ବିମାନବନ୍ଦର କର୍ତ୍ତୃପକ୍ଷ (ଏଏଆଇ) ପାଇଲଟ୍‌ମାନଙ୍କୁ ସତର୍କତା ପଦକ୍ଷେପ ସ୍ବରୂପ ଆବଶ୍ୟକ ନୋଟିସ ଜାରି କରିଥିଲା। ଅଳ୍ପ କେତେକ ବିମାନକୁ ଭିନ୍ନ ରୁଟ୍‌ରେ ଉଡ଼ାଣ ଅନୁମତି ଦିଆଯାଇଥିବାବେଳେ କେତେକକୁ କମ୍‌ ଉଚ୍ଚତାରେ ଉଡ଼ିବା ପାଇଁ ପରାମର୍ଶ ଦିଆଯାଇଥିବା ମନ୍ତ୍ରଣାଳୟ କହିଛି। ସୋମବାରଠାରୁ ଏୟାର ଇଣ୍ଡିଆ ୧୩ଟି ବିମାନ ଉଡ଼ାଣ ବାତିଲ ଘୋଷଣା କରିଥିଲା।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡିର ରଣନୀତି: ବିଧାୟକଙ୍କ ସହ ନବୀନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର,୨୧।୧: ଓଡ଼ିଶାର ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ବିଜୁ ଜନତା ଦଳ ପ୍ରସ୍ତୁତି ଜୋରଦାର କରିଛି। ବୁଧବାର ସନ୍ଧ୍ୟାରେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ...

1st T20I: ଅଭିଷେକ ଓ ରିଙ୍କୁଙ୍କ ବିସ୍ଫୋରକ ବ୍ୟାଟିଂ; ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ବିଶାଳ ସ୍କୋର

ନାଗପୁର,୨୧।୧: ନାଗପୁରରେ ଅନୁଷ୍ଠିତ ପ୍ରଥମ ଟି-୨୦ ମ୍ୟାଚ୍‌ରେ ଭାରତୀୟ ବ୍ୟାଟରମାନେ ରନ୍‌ର ବର୍ଷା କରିଛନ୍ତି। ଅଭିଷେକ ଶର୍ମା ଏବଂ ରିଙ୍କୁ ସିଂଙ୍କ ଧୂଆଁଧାର ପାଳି ବଳରେ...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

ଛାତ୍ରଙ୍କୁ ମାଡ଼ ମାରି ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ, ଜିଲା ନ ଛାଡ଼ିବାକୁ ନିର୍ଦ୍ଦେଶ

ସୁନ୍ଦରଗଡ଼,୨୧।୧(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ବ୍ଲକରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଛାତ୍ରଙ୍କୁ ମାଡ଼ ମାରିବା ଏବଂ କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ...

ପିକଅପ୍ ଧକ୍କାରେ ଚାହା କେବିନ୍ ସହ ୨ ବାଇକ୍ ଚୁରମାର, ଠାକୁର ପୂଜା କରୁଥିବା ବେଳେ…

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତାର ଦେଓଖାଳି ଛକରେ ସଡ଼କ ଦୁର୍ଘଟଣା । ସକାଳ ପ୍ରାୟ ସାଢ଼େ ୬ ଟାରେ...

ସୁସ୍ଥ ପରିବେଶ ଗଠନ ପାଇଁ ସଚେତନତା, ନୂଆ କମିଟି ଚୟନ….

ରାୟଗଡ଼ା,୨୧।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ହାଲୁଆ ଗ୍ରାମ ନିକଟସ୍ଥ ସେବା ସମାଜ ଗୃହ ଠାରେ ପ୍ରେସ କ୍ଲବର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri